୬୨ ମିଟର ଦୂର ଚାଲିଲା ୫ ମହଲା କୋଠା: ସୁରକ୍ଷିତ ସ୍ଥାନକୁ ହେଲା ସ୍ଥାନାନ୍ତର

ବେଜିଂ,୧।୧୧: ଜୀବିତ ପ୍ରାଣୀ ଚାଲବୁଲ କରିଥାନ୍ତି। ତେବେ କୋଠା ଚାଲିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ମାତ୍ର ଏଭଳି ଘଟଣା ଚାଇନାର ସାଙ୍ଘାଇରେ ଘଟିଛି। ରୋବୋଟିକ୍‌ ଗୋଡ଼ ଲଗାଇ ଚାଇନାର ଏକ ୫ ମହଲା କୋଠାକୁ ୬୨ ମିଟର ଦୂର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କୋଠା ଚାଲୁଥିବାରୁ ୧ ମିନିଟ୍‌ ୩୭ ସେକେଣ୍ଡର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ୮୫ ବର୍ଷତଳେ ୧୯୩୫ରେ ନିର୍ମାଣ କରାଯାଇଥିବା ଏହି କୋଠାର ଓଜନ ୭୬୦୦ ଟନ୍‌ । କୋଠାକୁ ସୁରକ୍ଷିତ ସ୍ଥାନକୁ ନେବା ଲାଗି ଇଞ୍ଜିନିୟରମାନେ ବହୁ ଗବେଷଣା କରିବା ପରେ ରୋବୋଟିକ୍‌ ଗୋଡ଼ ଲଗାଇବା ନିଷ୍ପତ୍ତିି ନେଇଥିଲେ। ଏଠାରେ ବ୍ୟବସାୟିକ କୋଠା ନିର୍ମାଣ କରାଯିବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଥିଲା। ପୁରୁଣା କୋଠାକୁ ଅନ୍ୟ ସ୍ଥାନକୁ କିପରି ନିଆଯିବ ତାହା ଚିନ୍ତାର ବିଷୟ ଥିଲା। ସ୍ଥାନାନ୍ତର କରା ନ ଯାଇଥିଲେ ଏହାକୁ ଶେଷରେ ଭଙ୍ଗା ଯାଇଥାନ୍ତା। କୋଠାରେ ୧୯୮ ରୋବୋଟିକ୍‌ ଗୋଡ଼ ଲଗାଯାଇଥିଲା। ସୁରକ୍ଷିତ ସ୍ଥାନକୁ ଯିବା ଲାଗି ୧୮ ଦିନ ସମୟ ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ବବଲ୍‌

ବ୍ୟସ୍ତବହୁଳ ଜୀବନରୁ ଟିକିଏ ସମୟ ବାହାର କରି କିଛି ସମୟ ନିରୋଳାରେ କାଟିବା ପାଇଁ ପ୍ରାୟ ସମସ୍ତେ ଚାହିଁଥାନ୍ତି। ପର୍ଯ୍ୟଟକଙ୍କ ଏହି ଚାହିଦାକୁ ଦୃଷ୍ଟିରେ ରଖି...

ଯୁଦ୍ଧମୁହାଁ କଙ୍ଗୋ-ର୍ବାଣ୍ଡା

କିନ୍‌ଶାସା/କିଗାଲି,୨୧।୬: ପ୍ରାୟ ୪ ମାସ ଧରି ଚାଲିଥିବା ୟୁକ୍ରେନ୍‌-ରୁଷିଆ ଲଢ଼େଇର କୌଣସି ନିଷ୍କର୍ଷ ବାହାରି ନ ଥିବାବେଳେ ଏବେ ଦୁଇ ଆଫ୍ରିକୀୟ ଦେଶ ଯୁଦ୍ଧମୁହାଁ ହୋଇଛନ୍ତି।...

ରସାୟନ ବିଜ୍ଞାନରେ ୩ ବୈଜ୍ଞାନିକଙ୍କୁ ନୋବେଲ

ଷ୍ଟକହୋମ୍‌,୯।୧୦: ରସାୟନ ବିଜ୍ଞାନରେ ଚଳିତ ବର୍ଷର ନୋବେଲ ବିଜେତାଙ୍କ ନାମ ବୁଧବାର ଘୋଷଣା କରାଯାଇଛି। ନୋବେଲ ବିଜେତା ଏହି ୩ ବୈଜ୍ଞାନିକ ହେଲେ ଜନ୍‌ ବି....

ବିବାଦରେ ଡାଏନାଙ୍କ ସାକ୍ଷାତ୍‌କାର

ଲଣ୍ଡନ, ୨୪ା୫: ପ୍ରିନ୍ସେସ୍‌ ଡାଏନାଙ୍କ ସହ ବିବାଦୀୟ ସାକ୍ଷାତକାରକୁ ନେଇ ତାଙ୍କ ଦୁଇ ପୁଅ ତଥା ବ୍ରିଟେନ ପ୍ରିନ୍ସ ଓ୍ବିଲିୟମ ଏବଂ ହ୍ୟାରିଙ୍କୁ ରବିବାର ବିବିସିର...

ବର୍ଷାଦିନେ ଆଗ୍ରା ବୁଲିବାକୁ ଯାଉଛନ୍ତି କି…ତାଜମହଲ ଦୃଶ୍ୟ ସହ ଏସବୁ ଜିନିଷର ମଜା ନିଅନ୍ତୁ..

ଭ୍ରମଣ କାହାକୁ ବା ପସନ୍ଦ ନୁହେଁ। କର୍ମବହୁଳ ଜୀବନରୁ ସମୟ ଟିକିଏ ମିଳିବା ମାତ୍ରେ ଅନେକେ ଦର୍ଶନୀୟ ସ୍ଥାନ ଭ୍ରମଣରେ ବାହାରିଥାନ୍ତି। ଏହିକ୍ରମରେ ରାଜଧାନୀ ଦିଲ୍ଲୀର...

ବର୍ଷାରେ ଉପୁଡ଼ି ପଡ଼ିଥିବା ୨୦୦ ବର୍ଷ ପୁରୁଣା ବରଗଛକୁ ବଞ୍ଚାଇବାକୁ ଅଭିନବ ପ୍ରୟାସ

ଭୋପାଳ, ୨୫।୬- ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ କିଛିଦିନ ହେବ ପ୍ରବଳ ବର୍ଷା ସାଙ୍ଗକୁ ପବନ ଯୋଗୁ ୨୦୦ ବର୍ଷ ତଳର ଏକ ପୁରୁଣା ବରଗଛ ଉପୁଡ଼ି...

ମୁକେଶ ଅମ୍ବାନୀ ସ୍ତ୍ରୀ ନୀତାଙ୍କୁ ଜନ୍ମଦିନରେ ଦେଇଥିଲେ ଏହି ଉପହାର: ଦାମ୍‌ ଜାଣିଲେ ହେବେ ଚକିତ

ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ସମଗ୍ର ବିଶ୍ୱରେ କୋଟିପତି ତାଲିକାରେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଭାରତରେ ଏହି ତାଲିକାରେ ସେ ଶୀର୍ଷ ସ୍ଥାନ ଅଧିକାର...

ଏହି ତିଥିରେ ଗୋରୁ ଚରାଇବା ଆରମ୍ଭ କରିଥିଲେ ଶ୍ରୀକୃଷ୍ଣ

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ପଡ଼େ ଗୋପାଷ୍ଟମୀ। ଚଳିତମାସ ୪ ତାରିଖ ଅର୍ଥାତ ସୋମବାର ଏହି ଉତ୍ସବ ପାଳନ କରାଯିବ। କୁହାଯାଏ, ଏହି...

Advertisement
Archives

Model This Week