୫ ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ: ୧୩ ଗିରଫ

ମୋରଡ଼ା,୬ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଞ୍ଚଳରେ ଦୈନିକ ବହୁ ମାତ୍ରାରେ ଗୋରୁ ଚାଲାଣ ହେଉଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ଶୁଳିଆପଦା ଥାନା ଅଧିକାରୀ ସୁମିତ ସୋରେନ ୫ଟି ଗୋରୁ ବୋଝେଇ ପିକ୍‌ଅପ୍‌କୁ ଜବତ କରିବା ସହିତ ୧୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ସୂଚନାନୁଯାୟୀ, ମଙ୍ଗଳବାର ଏହି ଥାନା ଦେଇ ପଡ଼ୋଶୀ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଶୁଳିଆପଦା ଥାନାଧିକାରୀ ନେକଡ଼ାଗୁଞ୍ଜାଠାରେ ୫ ଗୋରୁ ବୋଝେଇ ପିକ୍‌ଅପ୍‌(ଓଡି୧୧-ୟୁ-୪୨୨୭, ଓଡି-୧୧-ଜେଡ-୫୬୫୪, ଓଡି-୧୧-ୟୁ-୩୭୦୪,ଓଡି-୨୨-ଏ-୦୧୬୭, ଓଆର-୧୧-ଜି-୩୪୨୧) ଜବତ କରିବା ସହିତ ୫୬ଟି ଗୋରୁକୁ ମଧ୍ୟ ଜବତ କରିଛନ୍ତି l ଏତଦବ୍ୟତୀତ ଗୋଚାଲାଣ ସମୟରେ ସୁରକ୍ଷା ଦେଉଥିବା ଏକ ବାଇକ୍‌କୁ (ଓଡି-୧୧-ଏସ-୯୪୦୪ ) ମଧ୍ୟ ଜବତ କରାଯାଇଛି।

ଗିରଫମାନେ ହେଲେ ଦେବାଶିଷ ପାଣିଗ୍ରାହୀ, ରବି ମହାନ୍ତ, ଦୟାନିଧି ଦାସ, ଶିବା ବିନ୍ଧାଣୀ, ପୂର୍ଣ୍ଣଚନ୍ଦ୍ର ସିଂ, ପ୍ରଭାକର ସୋରେନ, ଡାକା ସିଂ, ସୁନ୍ଦର ମୋହନ ସୋରେନ, ଦୀନବନ୍ଧୁ ସିଂ, ପ୍ରଶାନ୍ତ ମହାନ୍ତ, ଆକାଶ କୁମାର ମହାନ୍ତ, ଅଜିତ ଧଳ, ସୁଜିତ ମହାପାତ୍ର। ଏନେଇ ଶୁଳିଆପଦା ଥାନାରେ ୧୪୭/୨୩ରେ ଏକ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି l


Enter your email to get our daily news in your inbox.

All Right Reserved By Dharitri.Com

୧୦ ବର୍ଷ ପରେ ଘର ବାହୁଡ଼ା: ବିଜେଡିରେ ପୁଣି ଯୋଗଦେଲେ ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ

ବାରିପଦା,୨୨ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ ଭାଜପା ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ...

ଭାଜପାରୁ ଇସ୍ତଫା ଦେଲେ ପ୍ରାକ୍ତନ ବିଧାୟକ

ବାରିପଦା,୨୨ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଭାଜପା ଦଳରୁ ଇସ୍ତଫା ଦେଇଛନ୍ତି ମୟୂରଭଞ୍ଜ ଜିଲା ବଡ଼ସାହିର ପ୍ରାକ୍ତନ ବିଧାୟକ ମନୋରଞ୍ଜନ ସେଠୀ। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ...

ବିପଦସଂକୁଳ ଶିଳଦା ପୋଲ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ମୋରଡ଼ା,୨୧ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଚିତ୍ରଡ଼ା-ମୋରଡ଼ାକୁ ସଂଯୋଗ କରୁଥିବା ଜମ୍ଭୀରା ନଦୀର ଶିଳଦା ପୋଲ ଏବେ ବିପଦସଂକୁଳ ଅବସ୍ଥାରେ ପଡ଼ି ରହିଥିବା ବେଳେ...

ଏସ୍‌ଏଚ୍‌ଜି ମହିଳାଙ୍କଠାରୁ ସବାଇ ଘାସରେ ତିଆରି ସୋଫା କିଣିଲେ ରାଜ୍ୟପାଳ

ମୋରଡା,୨୦।୨(ସ୍ମାରକ ମାଜୀ): ରାଜ୍ୟପାଳ ରଘୁବର ଦାସ ମଙ୍ଗଳବାର ମୟୂରଭଞ୍ଜ ଜିଲା ଗସ୍ତ କରିଥିଲେ। ଏହି ଅବସରରେ ରାଜ୍ୟପାଳ ଶୁଳିଆପଦା ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ...

ଘର ଭିତରୁ ଣୁଣ୍ଢରେ ଟାଣିଆଣି କଚାଡ଼ି ଦେଲା ହାତୀ

ମୋରଡ଼ା,୧୬।୨: ମମତା ଗୃହରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଘର ଭିତରେ ଶୁଣ୍ଢ ପୂରାଇ ଟାଣିଆଣି କଚାଡ଼ି ଦେଲା ହାତୀ। ଏପରି ହୃଦୟ ବିଦାରକ ଘଟଣା...

ଘରେ ଶୋଇଥିବା ବେଳେ ଯୁବକଙ୍କୁ ଦଳିଦେଲା ହାତୀ

ମୋରଡ଼ା,୧୬ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ତଥା ବେତନଟୀ ରେଞ୍ଜ ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତର କାଳିଆନାଳ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ...

ଶିଶୁପୁତ୍ରଙ୍କୁ ବଳି ଉଦ୍ୟମ ଚର୍ଚ୍ଚା

ଉଦଳା,୧୫ା୨(ସନ୍ତୋଷ କୁମାର ବାଚ୍ଛିନୀ)୭ବର୍ଷର ଶିଶୁପୁତ୍ରଙ୍କୁ ମା’ ବାପା ବଳି ଦେବା ପାଇଁ ଆଣିଥିଲେ। ହେଲେ ବଳି ପୂର୍ବରୁ ଶିଶୁପୁତ୍ର ଜଣକ କୌଶଳକ୍ରମେ ସେଠାରୁ ଖସିଯାଇଥିଲେ। ପରେ...

ବାଟ ଓଗାଳିଲା ବାଘ

ବାରିପଦା,୧୩ା୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଏକ କଲରାପତରିଆ ବାଘ ପର୍ଯ୍ୟଟକଙ୍କ ବାଟ ଓଗାଳିବା ଚର୍ଚ୍ଚାର ବିଷୟ ହୋଇଛି। ପର୍ଯ୍ୟଟକଙ୍କ ଗାଡ଼ି ଆଗରେ ବାଘଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri