ଭୁବନେଶ୍ୱର,୩୦।୩(ବ୍ୟୁରୋ): ରାଜ୍ୟର ୫ ମହାନଗର ନିଗମରେ ବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ମିଳିବ। ଓଡ଼ିଶା ମହାନଗର ନିଗମ ଅଧିନିୟମ, ୨୦୦୩ରେ ସଂଶୋଧନ କରାଯାଇ ମହାନଗର ନିଗମର ବସ୍ତି ବାସିନ୍ଦାମାନଙ୍କୁ ମଧ୍ୟ ଭୂମି ଅଧିକାର ଦେବା ସକାଶେ ପୌର ନିଗମ(ସଂଶୋଧନ) ବିଲ୍-୨୦୨୨କୁ ବିଧାନସଭାରେ ପାରିତ କରାଯାଇଛି। ଏଥିରେ ୪୫ ବର୍ଗମିଟର ପର୍ଯ୍ୟନ୍ତ ଭୂମି ବସ୍ତି ବାସିନ୍ଦାଙ୍କ ପରିବାରକୁ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। ଯଦି ବସ୍ତି ବାସିନ୍ଦା ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ବ୍ୟକ୍ତି ହୋଇଥାନ୍ତି, ତେବେ ତାଙ୍କୁ ୩୦ ବର୍ଗମିଟର ପର୍ଯ୍ୟନ୍ତ ଭୂମି ବିନା ମୂଲ୍ୟରେ ଯୋଗାଇ ଦିଆଯିବ। ଯଦି ବସ୍ତି ବାସିନ୍ଦାଙ୍କ ପରିବାର ୩୦ ବର୍ଗମିଟରରୁ କମ୍ ଦଖଲ କରୁଥାନ୍ତି ଏବଂ ବାସଗୃହ ସଂଲଗ୍ନରେ ଖାଲି ସରକାରୀ ଭୂମି ଉପଲବ୍ଧ ଥାଏ, ତେବେ ଉକ୍ତ ଭୂମିକୁ ମିଶାଇ ୩୦ ବର୍ଗମିଟର ପାଇଁ ଭୂମି ଅଧିକାର ମଞ୍ଜୁର କରିବାକୁ ପ୍ରସ୍ତାବ ରହିଛି। ଏହାଦ୍ୱାରା ୫ ଗୋଟି ପୌର ନିଗମ କ୍ଷେତ୍ରରେ ବସବାସ କରୁଥିବା ପ୍ରାୟ ୨,୪୦,୦୦୦ ପରିବାରର ପାଖାପାଖି ୯,୭୦,୦୦୦ ଲୋକ ଉପକୃତ ହୋଇପାରିବେ।
ମଙ୍ଗଳବାର ବିଧାନସଭାରେ ୪ଟି ବିଲ୍ ପାରିତ ହୋଇଛି। ସେହି ବିଲ୍ଗୁଡ଼ିକ ହେଲା, ଓଡ଼ିଶା ପୌର ବିଧି (ସଂଶୋଧନ) ବିଲ୍ ୨୦୨୨, ଶ୍ରୀଜଗନ୍ନାଥ ମନ୍ଦିର (ସଂଶୋଧନ) ବିଲ୍ ୨୦୨୨ ଏବଂ ଓଡ଼ିଶା ପଞ୍ଚାୟତ ବିଧି(ସଂଶୋଧନ) ବିଲ୍ ୨୦୨୨। ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଉକ୍ତ ବିଲ୍ଗୁଡ଼ିକୁ ବିଧାନସଭାର ଅନୁମୋଦନ ପାଇଁ ଆଗତ କରିଥିଲେ।
ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …
ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…
ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…
ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା
ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…
ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା
ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍ ଓ ଦୁଇଟି ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…
ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…
ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…
ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର
ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…
୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ
ଟେନ୍ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…
ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ
କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

