୫ କିମି ଖଟିଆରେ ବୁହାହେଲେ ଗର୍ଭବତୀ: ପ୍ରସବ ଯନ୍ତ୍ରଣା ସହି ନ ପାରି

କନ୍ଧମାଳ,୧୮।୨: କନ୍ଧମାଳ ଜିଲା କୋଟଗଡ଼ ବ୍ଲକରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁକୁ ରାସ୍ତା ନଥିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ୫ କିଲୋମିଟରରୁ ଅଧିକ ରାସ୍ତା ଖଟିଆରେ ବୁହା ହୋଇଛି। ମହିଳା ଜଣକ ପ୍ରସବ ବେଦନା ସହ୍ୟ କରି ନ ପାରି ଶେଷରେ ପ୍ରାଣ ହରାଇଛନ୍ତି।
ସୂଚନାଯୋଗ୍ୟ, ଗୁଗୁରମହା ପଞ୍ଚାୟତର ମାଉଗୁଡ଼ା ଗ୍ରାମର ମେଚୁ ସୁକାମାଝିଙ୍କ ଗର୍ଭବତୀ ସ୍ତ୍ରୀ ସୁମନ୍ତି ସୁକାମାଝି (୩୧)ଙ୍କ ସକାଳୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସ୍ଥାନୀୟ ଆଶାଦିଦିଙ୍କ ସହାୟତାରେ ତାଙ୍କୁ ଖଟିଆରେ ୫ କିଲୋମିଟର ରାସ୍ତା ମାଝିଗୁଡ଼ା ଆଣିବା ପରେ ଜୁଡ଼ାବଲି ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଆମ୍ବୁଲାନ୍ସରେ ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରଯାଇଥିଲା। କିନ୍ତୁ ମହିଳା ଜଣକ ପ୍ରସବ ବେଦନା ସହ୍ୟ ନ କରିପାରି ଶେଷରେ ତୁମୁଡିବନ୍ଧ ନିକଟରେ ଆମ୍ବୁଲାନ୍ସରେ ଜୀବନ ହାରିଥିଲେ। ପରେ କୋଟଗଡ଼ ଥାନାରେ ଏ ନେଇ ଏକ ମାମଲା ରୁଜୁ ହୋଇଛି। ମୃତଦେହ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଗଜ କଲମରେ ସୀମିତ ‘ଜଙ୍ଗଲ ଅଧିକାର’: ସେମେଳପଦର ଗ୍ରାମବାସୀଙ୍କୁ ମିଳୁନି ହକ୍, ପ୍ରଶାସନିକ ଅବହେଳାରୁ ବଢୁଛି ଅସନ୍ତୋଷ

ଥୁଆମୂଳ ରାମପୁର, ୬ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ପଞ୍ଚାୟତର ସେମେଳପଦର ଗ୍ରାମରେ ଜଙ୍ଗଲ ଅଧିକାର ଆଇନ କେବଳ ପ୍ରହସନ…

କୁଟ୍ରୁମାଳି ଜନଶୁଣାଣି ସ୍ଥଗିତ: “ମା’-ମାଟି-ମାଳି” ରକ୍ଷା ପାଇଁ କଳାହାଣ୍ଡି ଓ ରାୟଗଡ଼ାରେ ଗର୍ଜୁଛି ଆନ୍ଦୋଳନ

ଥୁଆମୂଳ ରାମପୁର, ୬।୫ (ଦୁର୍ଗା କୀର୍ତ୍ତି): କୁଟ୍ରୁମାଳି ବକ୍ସାଇଟ୍ ଖଣି ପ୍ରକଳ୍ପକୁ ନେଇ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ଖଣି ପ୍ରଭାବିତ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ଦେଖାଦେଇଛି।…

ବ୍ରହ୍ମପୁରରୁ ଚୋରି ହୋଇଯାଇଥିଲା ବାଇକ, ଦେଢବର୍ଷ ପରେ ମାଲିକଙ୍କୁ ଫେରାଇଲା କେ. ନୂଆଗାଁ ପୋଲିସ

ଦିଗପହଣ୍ଡି,୬।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ପୋଲିସକୁ ରାସ୍ତାକଡ ରୁ ମିଳିଥିବା ହୋଣ୍ଡା ୟୁନିକର୍ଣ୍ଣ ବାଇକ (ନଂ. ଓଡ଼ି୦୭ ଏଜି – ୪୨୫୦) କୁ…

ଜାତୀୟ ରାଜପଥ ଉପରେ ହାଇଓ୍ବା ଚଢ଼ାଇ କରିଥିଲେ ହତ୍ୟା, ଅଭିଯୁକ୍ତଙ୍କୁ ବାନ୍ଧିଲା…

ଦେବଗଡ଼,୬।୫(ଶଶାଙ୍କ ଶେଖର ଝାଙ୍କର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦେବଗଡ଼ ଥାନା ଚଟିବରଘାଟ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଉପରେ ହାଇୱାରେ ଧକ୍କା ଦେଇ ସ୍କୁଟି…

ସବ୍‌ସିଡି ପାଇଁ ୩୦ହଜାର ଲାଞ୍ଚ ନେଉଥିଲେ ଡିଆର୍‌ପି, ମାଡିବସିଲା ଭିଜିଲାନ୍ସ

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଔପଚାରିକରଣ ଯୋଜନା(ପିଏମ୍‌ଏଫ୍‌ଏମ୍‌ଇ)ରେ ଦିଆଯାଉଥିବା ଋଣର ରିହାତି (ସବ୍‌ସିଡି) ରିଲିଜ୍‌ ପାଇଁ ଲାଞ୍ଚ ନେବା ବରଗଡ଼ ଜିଲା ଶିଳ୍ପକେନ୍ଦ୍ର…

କିଏ ସେ ଅଗ୍ନିମିତ୍ରା ପଲ? ଦିଲ୍ଲୀରେ ପହଞ୍ଚିବା ପରେ ବଢ଼ିଲା ହଲଚଲ, ହେବେ କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

କୋଲକାତା,୬।୫: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଗଡ଼କୁ ଭାଙ୍ଗି ଭାଜପା ୨୦୭ଟି ଆସନ ସହ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏବେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଦିଲ୍ଲୀରୁ କୋଲକାତା ପର୍ଯ୍ୟନ୍ତ…

ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ RCB ବିପକ୍ଷ ମ୍ୟାଚ୍‌, ମୁମ୍ବାଇ ଶିବିରରୁ ବଡ଼ ଖବର

ରାୟପୁର,୬।୫: ପିଠିରେ ଯନ୍ତ୍ରଣା ଯୋଗୁ ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ରୁ ବାଦ ପଡ଼ିଥିବା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ସମ୍ପୂର୍ଣ୍ଣ ଫିଟଥିବା ଜଣାପଡ଼ିଛି। ରବିବାର ଦିନ…

ପାରିବାରିକ ହିଂସା; ମଉସାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ବନ୍ଧାହେଲେ ପୁତୁରା

ଦିଗପହଣ୍ଡି,୬ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଡା ଗ୍ରାମର ଏସ.ପୁନିଆ ରେଡ୍ଡୀ(୬୮) ଙ୍କୁ ତାଙ୍କ ପୁତୁରା ଏସ. ସିମାଞ୍ଚଳ ରେଡ୍ଡୀ ପାରିବାରିକ ବିବାଦକୁ କେନ୍ଦ୍ରକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri