Posted inଜାତୀୟ

ମେ ସୁଦ୍ଧା ୫-ଜି ସ୍ପେକ୍ଟ୍ରମ ନିଲାମ

ନୂଆଦିଲ୍ଲୀ,୧୨ା୧୧:ବହୁ ପ୍ରତୀକ୍ଷିତ ୫-ଜି ସ୍ପେକ୍ଟ୍ରମ ନିଲାମ ୨୦୨୨ ଏପ୍ରିଲରୁ ମେ ମାସ ମଧ୍ୟରେ ହୋଇପାରେ। ଗୁରୁବାର କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏଠାରେ ଅନୁଷ୍ଠିତ ଟାଇମ୍ସ ନାଓ ସମିଟ୍‌ ୨୦୨୧ ଅବସରରେ ସେ କହିଛନ୍ତି, ନିଲାମ ପ୍ରକ୍ରିୟା ସମ୍ପାଦନ କରିବା ଲାଗି ଭାରତୀୟ ଟେଲିକମ ନିୟାମକ କର୍ତ୍ତୃପକ୍ଷ(ଟ୍ରାଇ) ବର୍ତ୍ତମାନ ବିଭିନ୍ନ ଦିଗ ଉପରେ ବିଚାର କରୁଛି। ୨୦୨୨ ଫେବୃୟାରୀ ସୁଦ୍ଧା ଏହା ରିପୋର୍ଟ ଦେଇପାରେ। ବେଶି ହେଲେ ରିପୋର୍ଟ ମାର୍ଚ୍ଚ ଶେଷ ସୁଦ୍ଧା ମିଳିଯାଇପାରେ। ଏହା ପରେ ନିଲାମ ପ୍ରକ୍ରିୟା ଆଗକୁ ବଢ଼ିବ।
ରିପୋର୍ଟ ନ ଆସିଲା ଯାଏ ଠିକ୍‌ ସମୟ ଅବଧି କହି ହେବ ନାହିଁ ବୋଲି ବୈଷ୍ଣବ ସ୍ପଷ୍ଟ କରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ଶେଷ ଥର ଲାଗି ସ୍ପେକ୍ଟ୍ରମ ନିଲାମ ହୋଇଥିଲା। ଆଗାମୀ ୫ରୁ ୧୦ ବର୍ଷକୁ ନଜରରେ ରଖି ସରକାର ନିଲାମ ପ୍ରକ୍ରିୟା ସମ୍ପାଦନ କରିବେ। ଶେଷ ଥର ୮୬୫.୬ ମେଗା ହର୍ଜ ସ୍ପେକ୍ଟ୍ରମ ୭୭,୮୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟରେ ବିକ୍ରି ହୋଇଥିଲା। ଆଗାମୀ ଦିନରେ ମଧ୍ୟ ଟେଲିକମ୍‌ କ୍ଷେତ୍ରରେ ସଂସ୍କାର ପ୍ରକ୍ରିୟା ଜାରି ରହିବ ବୋଲି ବୈଷ୍ଣବ ମତ ରଖିଛନ୍ତି।
ଦେଶର ଟେଲିକମ୍‌ କ୍ଷେତ୍ରରେ ବିଶ୍ୱସ୍ତରୀୟ ନିୟାମାବଳୀ ଲାଗୁ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ସେପ୍ଟେମ୍ବରରେ ଏହି କ୍ଷେତ୍ରରେ ସଂସ୍କାର ପ୍ରକ୍ରିୟା ହାତକୁ ନିଆଯାଇଥିଲା। ଏହି କ୍ଷେତ୍ରରେ ନିବେଶକୁ ୨ରୁ ୪ ଗୁଣ ବୃଦ୍ଧି କରିବା ଲକ୍ଷ୍ୟ ରଖାଯାଇଛି। ଟେଲିକମ୍‌ ସେବା ଉପଲବ୍ଧ ନ ଥିବା ସ୍ଥାନରେ ସେବା ଯୋଗାଣ ଏବଂ ସେବାରେ ଗୁଣବତ୍ତାକୁ ଧ୍ୟାନରେ ରଖାଯାଇଛି। ଟେଲିକମ୍‌ କ୍ଷେତ୍ରରେ ନିବେଶ କମ୍‌ ଥିବାରୁ କଲ୍‌ ଭଳି ସମସ୍ୟା ସାମ୍ନାକୁ ଆସୁଛି। ସେହିଭଳି ବିଭିନ୍ନ ସଂସ୍କାର ପ୍ରକ୍ରିୟା ଦ୍ୱାରା ଟେଲିକମ୍‌ କ୍ଷେତ୍ରର ବିକାଶ ଲାଗି ସରକାର କାର୍ଯ୍ୟପନ୍ଥା ଗ୍ରହଣ କରୁଥିବା ବୈଷ୍ଣବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ହସ୍ପିଟାଲରେ ରୋଗୀଙ୍କ ମୃତ୍ୟୁକୁ ନେଇ ଭଙ୍ଗାରୁଜା କଲେ ପରିବାର ଲୋକେ

ନଏଡା,୬।୮: କରୋନା କାଳରେ ଯେଉଁଠି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ କୋଭିଡ ଯୋଦ୍ଧା ସାଜି ଦିନରାତି ଲୋକଙ୍କ ସେବା କରୁଛନ୍ତି ସେଇଠି ପୁଣି ସେମାନଙ୍କୁ ଲୋକଙ୍କ ଆକ୍ରୋଶର...

ପୁରୁଣା ଟିଭି ସେଟ୍‌ ଖୋଳରେ କୁକୁର ଛୁଆଙ୍କ ପାଇଁ ଘର: ସୋସିଆଲ ମିଡ଼ିଆରେ ଭାଇରାଲ

ଦିସପୁର,୨୭।୧୨: ଆସାମର ଦିସପୁରର ଜଣେ ଯୁବକ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛନ୍ତି। ଯୁବକ ଜଣକ ରାସ୍ତାରେ ବୁଲୁଥିବା କୁକୁର ଛୁଆଙ୍କ ପାଇଁ ପୁରୁଣା...

ଇଣ୍ଟରପୋଲ୍‌ ଟପ୍‌ କମିଟିରେ ଭାରତୀୟ

ନୂଆଦିଲ୍ଲୀ, ୨୫।୧୧: ସିବିଆଇ ସ୍ବତନ୍ତ୍ର ନିର୍ଦ୍ଦେଶକ ପ୍ରବୀଣ ସିହ୍ନା ଗୁରୁବାର ଏସିଆ ମହାଦେଶରୁ ଇଣ୍ଟରପୋଲ କାର୍ଯ୍ୟକାରିଣୀ କମିଟିକୁ ପ୍ରତିନିଧି ଭାବେ ନିର୍ବାଚିତ ହୋଇଛନ୍ତି। ଏହି କମିଟିର...

ଚୟନାତ୍ମକ ଆକ୍ରୋଶ ଓ ମିଥ୍ୟା ବର୍ଣ୍ଣନାକୁ ବିରୋଧ: ମୁହଁ ଖୋଲିଲେ ୬୨ ସେଲିବ୍ରିଟି

ମୁମ୍ବାଇ,୨୭ା୭(ପି.ଟି.): ସଂଖ୍ୟାଲଘୁ ଓ ଦଳିତଙ୍କ ବିରୋଧରେ ଭିଡ଼ହିଂସାକୁ ନେଇ ୪୯ ସେଲିବ୍ରିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଥିଲେ।...

ସ୍ଥିତି ଅଣାୟତ୍ତ, ୯୦ ହଜାର ଟପିଲା ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୬।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ...

ପଞ୍ଜାବବାସୀଙ୍କ ନିଷ୍ପତ୍ତିକୁ ବିନମ୍ରତାର ସହ ସ୍ୱୀକାର କରୁଛି, ଏଏପିକୁ ଶୁଭେଚ୍ଛା: ଚନ୍ନି

ଚଣ୍ଡିଗଡ଼,୧୦ ।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ପରାଜୟକୁ ସ୍ୱିକାର କରି ନେଇଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ହାରିବା ପରେ ଦଳିୟକର୍ମୀଙ୍କୁ ଧନ୍ୟବାଦ...

ରାଗିଛନ୍ତି ସିଦ୍ଧୁଙ୍କ ସ୍ତ୍ରୀ, କହିଲେ ମନର କଥା

ଚଣ୍ଡିଗଡ,୮।୨: ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। ପ୍ରାର୍ଥୀ ଦୌଡରେ ସର୍ବାଗ୍ରେ ଥିବା ନବଜୋତ ସିଂ ସିଦ୍ଧୁଙ୍କୁ ପଛରେ ପକାଇ...

ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ପୂରଣ ହେଲା ୨ ବର୍ଷ

ନୂଆଦିଲ୍ଲୀ,୫ ।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ୨ ବର୍ଷ ପୂରଣ ହେଲା । ସରକାର ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ(ଜମ୍ମୁ-କଶ୍ମୀର ଓ...

Advertisement
Archives

Model This Week