ସିନେମାହଲ୍‌ରେ ଫ୍ଲପ୍‌ ହେଲେ ଟେଲିପରଦାରେ ‘ସୁପରହିଟ୍‌’ ଏସବୁ ଫିଲ୍ମ, କାରଣ ବୁଝାପଡେନି

ବମ୍ବେ: ପ୍ରତିବର୍ଷ ଶହ ଶହ ଫିଲ୍ମ ପରଦାକୁ ଆସେ। ସେଥିରୁ କିଛି ସୁପରହିଟ୍‌ ହେବା ବେଳେ କିଛି ପାଲଟିଥାଏ ସୁପରଫ୍ଲପ୍‌। ହେଲେ ଏପରି କିଛି ହିନ୍ଦି ସିନେମା ଅଛି ଯାହାକୁ ଦେଖିବାକୁ ଦର୍ଶକ ସିନେମାହଲ୍‌ ଯାଇ ନ ଥିଲେ ହେଁ ଟେଲି ପରଦାରେ ଏହା ସୁପରହିଟ୍‌ ହୋଇଛି।

୧୯୯୪ରେ ରିଲିଜ ହୋଇଥିଲା କମେଡି ଫିଲ୍ମ ଅନ୍ଦାଜ୍‌ ଅପ୍‌ନା ଅପ୍‌ନା। ଏହା ଫ୍ଲପ ହୋଇଥିଲା। ହେଲେ ଟେଲିଭିଜନ୍‌ରେ ଏହାର ପ୍ରିମିୟର କରାଯିବା ପରେ ଏହାକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ଏବେ ଏହାକୁ କ୍ଲାସିକ୍‌ କମେଡି ଫିଲ୍ମ ଭାବେ ବିବେଚନା କରାଯାଉଛି।

ସୂର୍ଯ୍ୟବଂଶମ୍‌ ସେଭଳି ଏକ ଫିଲ୍ମ ଯାହା ସିନେମାଘରେ ଫ୍ଲପ ହେଲେ ଟେଲିଭିଜନ ପରଦାରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ସତ୍ୟନାରାୟଣଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ପାରିବାରିକ ଡ୍ରାମା ଥିଲା। ୧୯୯୯ରେ ଏହା ପରଦାକୁ ଆସିଥିଲେ ହେଁ ଭଲ ରୋଜଗାର କରି ନ ଥିଲା। ହେଲେ ପରେ ଟେଲିଭିଜନରେ ଏହା ହିଟ୍‌ ହୋଇଥିଲା।

ଏହାଛଡ଼ା ବଲିଉଡ୍‌ର ଶ୍ରେଷ୍ଠ କମେଡି ଫିଲ୍ମ ‘ହେରା ଫେରି’. ‘ନାୟକ’, ‘ରକେଟ ସିଂହ’ ଆଦି ଫିଲ୍ମକୁ ଟେଲି ପରଦାରେ ଦର୍ଶକ ବେଶ ପସନ୍ଦ କରିଥିଲେ। ଆଜିବି ଏହାର କାହାଣୀ, ଡାଏଲଗ୍‌, ଗୀତ ଲୋକଙ୍କ ମନରେ ଘର କରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri