ଖଣି କର୍ମଚାରୀଙ୍କ ୫ କୋଟି ଇପିଏଫ୍‌ ଟଙ୍କା ଆତ୍ମସାତ୍‌

କାଳିଆପାଣି,୧୩ା୪(ଡି.ଏନ.ଏ.): ଯାଜପୁର ଜିଲାରେ କର୍ମଚାରୀ ଓ ଶ୍ରମିକଙ୍କୁ ଶୋଷଣ କରିବା କେତେଜଣ ଖଣି ମାଲିକଙ୍କ ନିତିଦିନିଆ ଘଟଣାରେ ପରିଣତ ହୋଇଛି । ଦରମା ପରେ ଏବେ କର୍ମଚାରୀ ଓ ଶ୍ରମିକଙ୍କ ଭବିଷ୍ୟତ ନିଧି ଟଙ୍କା ଆତ୍ମସାତ୍‌ କରାଯାଉଛି ବୋଲି ଅଭିଯୋଗ ହୋଇଛି ା
୨୦୦୧ରେ ସୁକିନ୍ଦା ଖଣି ଅଞ୍ଚଳରେ ୪ ନୂତନ ଖଣି କାର୍ଯ୍ୟାରମ୍ଭ କଲା । ସେଥିମଧ୍ୟରୁ ବାଲେଶ୍ବର ଆଲଏଜ୍‌ କାରଖାନାକୁ ସୁକିନ୍ଦାର କାଳିଆପାଣି କ୍ରୋମାଇଟ ଖଣି ଲିଜ୍‌ ଆକାରରେ ରାଜ୍ୟ ସରକାର ଦେଇଥିଲେ । ସେହି ଖଣି ଖୋଲା ହେବା ପରେ ଅଞ୍ଚଳବାସୀ ନିଜ ସହିତ ପରିବାରର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଆଶା ରଖି ଖଣିରେ କାମ କରିଥିଲେ । ବାଲେଶ୍ବର ଆଲଏଜ ଖଣିରେ ସ୍ଥାୟୀ ଓ ଠିକାଦାରଙ୍କ ପାଖରେ କାମ କରୁଥିବା ୬ଶହରୁ ଊର୍ଦ୍ଧ୍ୱ କର୍ମଚାରୀ, ଶ୍ରମିକଙ୍କ କାମ କରିଥିଲେ । ୬୫ ହେକ୍ଟର ପରିମିତ ଲିଜ୍‌ ଜମିରେ ଖଣି ଖୋଳିବା ସହ କମ୍ପାନୀ ଡମ୍ଫ ଓ କ୍ରୋମାଇଟ ପ୍ଲଟ କରିଥିଲା । ସେ ସମୟରେ କମ୍ପାନୀର ଏକ ନିଜସ୍ବ ଠିକାଦାର କେଡେନସିଆଲ (କ୍ରେଡେନସିଆଲ ଲୋଜେଷ୍ଟିକ ) କର୍ମଚାରୀମାନଙ୍କୁ ନିଯୁକ୍ତି ଦେଇଥିଲା । ଗତ ୨୦୧୭ରେ କମ୍ପାନୀ ନିଜ ଖଣି କାମ ସଙ୍କୁଚିତ କରିବା ଆରମ୍ଭ କରିଥିଲା । ସେବେଠାରୁ ଠିକାଦାରଙ୍କ ଲାଇସେନ୍ସ ଅଚଳ ହୋଇଗଲା । ପରବର୍ତ୍ତୀ ସମୟରେ କରୋନା ମହାମାରୀ ଯୋଗୁ ଖଣି କାମ ପ୍ରଭାବିତ ହୋଇଥିଲା । ସେ ସମୟରେ ଖଣି ମାଲିକ କର୍ମଚାରୀମାନଙ୍କୁ ଦରମା ଦେବା ବନ୍ଦ କରିଦେଇଥିଲେ । ୨୦୧୭ରୁ ଇପିଏଫ୍‌ (ଭବିଷ୍ୟତ ନିଧି) ଟଙ୍କା କର୍ମଚାରୀଙ୍କଠାରୁ କାଟି ରଖି ଜମା କରି ନ ଥିଲେ । ୨୦୨୨ରେ କମ୍ପାନୀର ୨୧୦ ଜଣ ସ୍ଥାୟୀ କର୍ମଚାରୀଙ୍କ କଟାଯାଇଥିବା ଟଙ୍କା ଜମା କରିଥିବା ବେଳେ କମ୍ପାନୀ ପକ୍ଷରୁ ଜମା କରିବାକୁ ଥିବା ଟଙ୍କା ଜମା କରାଯାଇ ନ ଥିଲା। ଏହାକୁ ନେଇ କର୍ମଚାରୀମାନେ ଆସିଷ୍ଟାଣ୍ଡ ଲେବର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ା ହେଲେ ସେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ କର୍ମଚାରୀମାନେ ହତାଶ ହୋଇଥିଲେ। କମ୍ପାନୀର ସମସ୍ତ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କ ଭବିଷ୍ୟତ ନିଧି ହିସାବ କଲେ ଆନୁମାନିକ ୫ କୋଟି ଟଙ୍କା ହେବ ବୋଲି ବହୁ କର୍ମଚାରୀ ଅଭିଯୋଗ କରିଛନ୍ତି । ୨୦୧୭ରୁ କମ୍ପାନୀ ଦରମା ଦେବା ବନ୍ଦ କରିବା ସହ ଅନ୍ୟାନ୍ୟ ସମସ୍ତ ଦେୟ ଓ ଭବିଷ୍ୟତନିଧି ପାଣ୍ଠିରେ ଜମା କରିବା ବନ୍ଦ କରିଦେଇଥିଲା। ଫଳରେ କର୍ମଚାରୀମାନେ ଦରମା ନ ପାଇ ଆର୍ଥିକ ଅନଟନ ମଧ୍ୟରେ ଦିନ କାଟିଥିଲେ ା ଶେଷରେ ପରିବାର ପ୍ରତିପୋଷଣ ପାଇଁ ସେମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ ା ଏବେ ବହୁ କର୍ମଚାରୀ ବିଭିନ୍ନ ରାଜ୍ୟରେ ଦାଦନ ଖଟୁଛନ୍ତି ା ସେମାନେ ଇପିଏଫ୍‌ ସମ୍ପର୍କରେ କମ୍ପାନୀ ଅଧିକାରୀଙ୍କଠାରୁ କୌଣସି ଉତ୍ତର ପାଉନାହାଁନ୍ତି । ଏ ନେଇ କମ୍ପାନୀର ଖଣି ମହାପ୍ରବନ୍ଧକ ପତିତ ବାରିକଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ ନ ଉଠାଇବାରୁ ତାଙ୍କ ମତାମତ ମିଳିପାରି ନାହିଁ ା


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?