ଚାଇନାରେ ହୁ ହୁ ହୋଇ ବଢ଼ୁଛି କରୋନା

ବେଜିଂ,୧୫।୩: କରୋନା ମହାମାରୀର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ପୁଣି ଥରେ କରୋନା ପ୍ରକୋପ ଦେଖିବାକୁ ମିଳିଛି। ଚାଇନାରେ ଏବେ କରୋନା ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ଗତ ୨୪ଘଣ୍ଟାରେ ଉକ୍ତ ଦେଶରେ ୫ହଜାରରୁ ଊର୍ଦ୍ଧ୍ୱ ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ଜଣାପଡ଼ିଛି। ମହାମାରୀ ଆରମ୍ଭ ହେବା ଦିନରୁ ଚାଇନାରେ ଏତେ ସଂଖ୍ୟାରେ ନୂଆ କରୋନା ମାମଲା ଚିହ୍ନଟ ହୋଇ ନ ଥିଲା। ଇତିମଧ୍ୟରେ ଏବେ ମିଛ କହିବାର ନୁହେଁ ବରଂ କରୋନା ବିରୋଧରେ ରଣନୀତି ପ୍ରସ୍ତୁତ କରିବାର ସମୟ ବୋଲି ସଂଘାଇର ଭାଇରୋଲୋଜିଷ୍ଟ କହିଛନ୍ତି। ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ଚାଇନାରେ ୫,୨୮୦ ନୂଆ କରୋନା ମାମଲା ସାମ୍ନାକୁ ଆସିଛି। ଏହାର ଗୋଟିଏ ଦିନ ପୂର୍ବରୁ ଦେଶରେ ୧,୩୩୭ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିଲେ। ତେବେ କରୋନାର ଏହି ଲହରରେ ଚାଇନାର ଜିଲିନ୍‌ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। କରୋନା ପ୍ରକୋପକୁ ଦେଖି ଚାଇନାରେ ଲକ୍‌ଡାଉନ ଲାଗୁ କରାଯାଇଛି। ପ୍ରାୟ ୫କୋଟିରୁ ଊର୍ଦ୍ଧ୍ୱ ଲୋକ ଏବେ ଘରେ ବନ୍ଦ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳାଶୟ ଶୁଖିବାରୁ ୩୪୦୦ ବର୍ଷ ପୁରାତନ ସହରର ସନ୍ଧାନ ମିଳିଲା…

ବାଗଦାଦ୍‌, ୨।୬ : ଇରାକ ବର୍ତ୍ତମାନ ଏକ ଭୟଙ୍କର ମରୁଡ଼ି ପରିସ୍ଥିତି ଦେଖାଦେଇଛି। ଯେଉଁଥିପାଇଁ ଦେଶର ବୃହତ୍ତମ ଜଳାଶୟ ଶୁଖିଯାଇଛି। ଏହି ଜଳାଶୟ ଶୁଖିବାରୁ ୩୪୦୦...

ସୁନ୍ଦରଗଡ଼ରୁ ୧୨ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧

ସୁନ୍ଦରଗଡ଼, ୮।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରୁ ସୋମବାର ପୁଣି ୧୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ରେ ପହଞ୍ଚିଛି।...

ରାଜ ପଦ ଛାଡିବେ ପ୍ରିନ୍ସ ହ୍ୟାରୀ-ମେଘନ

ଲଣ୍ଡନ,୯।୧: ବ୍ରିଟେନ ରାଜ ଦମ୍ପତି ପ୍ରିନ୍ସ ହ୍ୟାରୀ ଓ ତାଙ୍କ ଆମେରିକୀୟ ପତ୍ନୀ ମେଘନ ମାର୍କେଲ ରାଜ ପରିବାରର ବରିଷ୍ଠ ପଦ ଛାଡିବାକୁ ସ୍ଥିର କରିଛନ୍ତି,...

ଭାରତରେ ଏକ୍ସବିବି.୧.୫ ଭାରିଆଣ୍ଟର ୫ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୩।୧ : ଭାରତୀୟ ସାର୍ସ-କୋଭ୍‌-୨ ଜେନୋମିକ୍ସ କନ୍ସୋର୍ଟିୟମ (ଇନସାକୋଗ) ମଙ୍ଗଳବାର କରୋନା ଭାଇରସ ମହାମାରୀର ଭୟାବହତା ମଧ୍ୟରେ ଏକ ବୁଲେଟିନ ଜାରି କରି କହିଛି ଯେ...

ବିନା ସ୍ପର୍ଶରେ ବିମାନରେ ବସିବେ ଯାତ୍ରୀ

ଭୁବନେଶ୍ୱର, ୧୧।୫(ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ଏକ ବିଶେଷ ପଦକ୍ଷେପ ନେବାକୁ ଯାଉଛନ୍ତି। ତଦନୁଯାୟୀ ଏଣିକି ନିବା ସ୍ପର୍ଶରେ ଯାତ୍ରୀ ବିମାନରେ...

ନକଲି ମହିଳା ପୋଲିସ ଅଫିସରଙ୍କ ଦାଦାଗିରି : ମାସ୍କ୍‌ ପିନ୍ଧି ନ ଥିବା ଅମାନିଆଙ୍କଠାରୁ ଆଦାୟ କରୁଥିଲେ ଜରିମାନା

ଭୋପାଳ, ୨୫।୭: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁ ନ ଥିବାବେଳେ ସରକାରଙ୍କ ପକ୍ଷରୁ ମାସ୍କ୍‌ ପିନ୍ଧିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ମାସ୍କ୍‌ ନ...

ଆସନ୍ତା ସପ୍ତାହରୁ ଦିଆଯିବ କରୋନା ଟିକା: ଫାଇଜର-ବାୟୋଏନ୍‌ଟେକ୍‌ ଟିକାକୁ ବ୍ରିଟେନରେ ମଞ୍ଜୁରୀ

ଲଣ୍ଡନ,୨।୧୨: ବ୍ରିଟେନରେ ଆସନ୍ତା ସପ୍ତାହରୁ ଲୋକଙ୍କୁ କରୋନା ପ୍ରତିଷେଧକ ଟିକା ଦିଆଯିବ। ଏନେଇ ସରକାରଙ୍କ ପକ୍ଷରୁ ଫାଇଜର ଏବଂ ବାୟୋଏନ୍‌ଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା ଟିକାକୁ...

ଶିଶୁଙ୍କଠାରେ ଦୀର୍ଘମିଆଦୀ କୋଭିଡ୍‌ କମ୍‌ ଦେଖାଯାଏ

ଭୁବନେଶ୍ୱର,୧୭ା୬(ବ୍ୟୁରୋ): କୋଭିଡ୍‌ରୁ ସୁସ୍ଥ ହେବା ପରେ ବି ଆକ୍ରାନ୍ତଙ୍କ ଶରୀରରେ ଅନେକ ଲକ୍ଷଣ ଦେଖାଯାଉଛି। ଅତିଶୀଘ୍ର ଅବଶ ହୋଇପଡ଼ିବା, ରାତିରେ ନିଦ ନ ହେବା, ଭୋକ...

Advertisement
Archives

Model This Week