Posted inଜାତୀୟ

ନିଷିଦ୍ଧ ସଙ୍ଗଠନରେ ଯୋଗଦେବାକୁ ଯାଉଛନ୍ତି ନିଖୋଜ ୫ ମହିଳା

ଗୁଆହାଟୀ, ୧୩ା୧୧: ଗତ ସପ୍ତାହଠାରୁ ଘରୁ ନିଖୋଜ ଥିବା ଆସାମର ତିନସୁକିଆ, ଧେମାଜି ଏବଂ ଲଖିମପୁର ଜିଲାର ୫ ମହିଳା ନିଷିଦ୍ଧ ସଙ୍ଗଠନ ୟୁନାଇଟେଡ ଲିବରେଶନ ଫ୍ରଣ୍ଟ ଅଫ୍‌ ଆସୋମ୍‌-ଇଣ୍ଡିପେଣ୍ଡେଣ୍ଟ(ୟୁଏଲ୍‌ଏଫ୍‌ଏ-୧)ରେ ଯୋଗ ଦେବାକୁ ଯାଉଥିବା ରିପୋର୍ଟ ପ୍ରକାଶ ପାଇଛି। ସେମାନଙ୍କ ମଧ୍ୟରୁ ୨ ଜଣ ପୁର୍ବରୁ ଜାତୀୟ କିକ୍‌ବକ୍ସିଂ ବୈଠକରେ ଯୋଗ ଦେଇଥିଲେ। ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲେ ହେଁ ପୋଲିସ ଏ ପର୍ଯ୍ୟନ୍ତ ସେମାନଙ୍କ ପତ୍ତା ପାଇପାରିନାହିଁ। ତେବେ ଶୁକ୍ରବାର ୫ ମହିଳାଙ୍କ ଏକ ଭିଡିଓ ସୋସିଆଲ ମିଡିଆରୁ ମିଳିଛି। ସେମାନେ ଏକ ଜଙ୍ଗଲ ମଧ୍ୟରେ ଅତିକ୍ରମ କରୁଥିବା ଏଥିରେ ଦେଖାଯାଇଛି। ସେମାନେ ମ୍ୟାନ୍‌ମାର ଅଭିମୁଖେ ଯାଇ ୟୁଏଲ୍‌ଏଫ୍‌ଏ-୧ କ୍ୟାମ୍ପ୍‌ ଯୋଗଦେବାର ଆଶଙ୍କା କରାଯାଇଛି। ସମ୍ପୃକ୍ତ ମହିଳାମାନେ ଉକ୍ତ ସଙ୍ଗଠନରେ ଯୋଗଦେଇଛନ୍ତି କି ନାହିଁ କିଛି ସ୍ପଷ୍ଟ ସୂଚନା ନ ଥିବା ଏଡିଜିପି ହିରେନ୍‌ ନାଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୂଲ୍ୟବାନ ସରକାରୀ ଜମିର ଉପଯୋଗ ହେଉନି

କେନ୍ଦ୍ରାପଡ଼ା,୮ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହର ରଣପଡ଼ାଠାରେ ଥିବା ଜଳସମ୍ପଦ ବିଭାଗ ପୁରୁଣା ଆବାସିକ କାର୍ଯ୍ୟାଳୟ(ବାବୁହତା) ଏବେ ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି। କେନ୍ଦ୍ରାପଡା ହାଇସ୍କୁଲ ପଡିଆ ନିକଟରେ…

ଧଉଳିରେ ଲଜ୍ଜା, ହଷ୍ଟେଲରୁ ନେଇ ହୋଟେଲରେ ବଳାତ୍କାର କଲେ ପୁରୁଷବନ୍ଧୁ!

ଭୁବନେଶ୍ୱର,୮।୬: ପୁଣି ରାଜଧାନୀରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଧଉଳି ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ପୀଡ଼ିତା ଧଉଳି ଥାନାରେ…

ସାଇକେଲରେ ଡ୍ୟୁଟି କଲେ ବନ କର୍ମଚାରୀ, ପରିବେଶ ସୁରକ୍ଷା ସହ…

ଭଞ୍ଜନଗର,୮ା୬(ବାବୁଲା ପ୍ରଧାନ): ବିଶ୍ୱ ସାଇକେଲ ଦିବସ ଅବସରରେ ରବିବାର ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ସମସ୍ତ ରେଞ୍ଜରେ ବନପାଳ, ବନରକ୍ଷୀ, ସ୍କ୍ବାଡ୍‌ କର୍ମଚାରୀମାନେ ସାଇକେଲରେ ଜଙ୍ଗଲକୁ…

ଇଣ୍ଡିଆ ମେଣ୍ଟର ବୈଠକ ପୂର୍ବରୁ ଦିଲ୍ଲୀରେ ଥିବା ମମତାଙ୍କୁ ଲାଗିଲା ଶକ୍ତ ଝଟକା

ନୂଆଦିଲ୍ଲୀ,୮।୬: ବଙ୍ଗଳାରେ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ, ମମତା ବାନାର୍ଜୀ ଏବେ ଦିଲ୍ଲୀରେ ଏକ ବଡ଼ ଝଟକା ପାଇଛନ୍ତି। ଟିଏମସି ରାଜ୍ୟ ସଭା ଏମପି ସୁଖେନ୍ଦୁ ଶେଖର…

ବିଜେଡିରେ ବଡ଼ ହଲଚଲ! ବୈଠକ ଡାକିଲେ ଉପସଭାପତି, କହିଲେ….

ଭୁବନେଶ୍ବର,୮।୬: ଆସନ୍ତା ୧୦ ତାରିଖରେ ବିଜେଡିର ବଡ଼ ବୈଠକ ବସିବାକୁ ଯାଉଛି ।ଉପସଭାପତି ଦେବୀପ୍ରସାଦ ମିଶ୍ର ଏକ ପ୍ରେସ ରିଲିଜ ଜାରି କରି ବୈଠକ ଡ଼ାକିଛନ୍ତି ।…

ମମତାଙ୍କୁ ପୁଣି ଲାଗିବ ଶକ୍ତ ଧକ୍କା! ପଶ୍ଚିମବଙ୍ଗ ପରେ ଏବେ…

କୋଲକାତା,୮।୬: ପଶ୍ଚିମବଙ୍ଗ ପରେ, ତୃଣମୂଳ କଂଗ୍ରେସ (TMC) ଏବେ ଦିଲ୍ଲୀରେ ମଧ୍ୟ ଝଟକା ପାଇପାରେ। TMC ସୁପ୍ରିମୋ ମମତା ବାନାର୍ଜୀ ବର୍ତ୍ତମାନ INDIA ମେଣ୍ଟ ବୈଠକରେ ଯୋଗଦେବା…

ମିଲ୍କି ୱେ ବ୍ଲାକ୍‌ ହୋଲ୍‌ରୁ ବାହାରୁଛି ଶକ୍ତିଶାଳୀ ପବନ

ନୂଆଦିଲ୍ଲୀ/ୱାଶିଂଟନ,୮ା୬: ମହାକାଶ ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ଆମ ଗାଲାକ୍ସି ଅର୍ଥାତ୍‌ ‘ମିଲ୍କି ୱେ’ (ଛାୟାପଥ)ର କେନ୍ଦ୍ରସ୍ଥଳରେ ଥିବା ସୁପରମାସିଭ୍‌ ବ୍ଲାକ୍‌ ହୋଲ୍‌ ‘ସାଜିଟେରିଅସ୍‌…

ଜୁଆଡ଼ିଙ୍କ ଘରେ ଚଢ଼ାଉ: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ କୋଟିଏ ଟଙ୍କାର ଗହଣା ଜବତ, ୪ ଅଟକ

ରାଉରକେଲା,୮ା୬(ସଙ୍ଗୀତା ଜେନା): ଦୀର୍ଘଦିନରୁ ଚାଲି ଆସୁଥିବା ଏକ ଜୁଆଆଡ୍ଡାରେ ପୋଲିସ ଚଢ଼ାଉ କରି ୧୦ ଲକ୍ଷରୁ ଅଧିକ ଟଙ୍କା ଓ ପ୍ରାୟ କୋଟିଏ ଟଙ୍କାର ଗହଣା ଜବତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri