୪୯ନଂ. ଏନ୍‌ଏଚ୍‌ ବାଇପାସ୍‌ ଖୋଲିଲା

କେନ୍ଦୁଝର, ୨୫ ।୧(ସ୍ବ.ପ୍ର.) କେନ୍ଦୁଝର ସହର ମଧ୍ୟ ଦେଇ ଯାଇଥିବା ବ୍ୟସ୍ତବହୁଳ କଲିକତା-ମୁମ୍ବାଇ ଏନ୍‌ଏଚ୍‌ ୪୯ରେ ଲାଇନ ଟ୍ରକ, ଲୁହାପଥର ବୋଝେଇ ଟ୍ରକ, ଟ୍ରେଲର ଆଦି ଭାରିଯାନ ଚଳାଚଳ ଯୋଗୁ ଦୀର୍ଘ ବର୍ଷ ହେଲା ଦେଖାଦେଉଥିବା ଟ୍ରାଫିକ ସମସ୍ୟା ସାଙ୍ଗକୁ ଦୁର୍ଘଟଣା ଯୋଗୁ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଥିଲା। ଏ ନେଇ ଉକ୍ତ ରାସ୍ତା ପ୍ରଶସ୍ତିକରଣ କରାଯାଇ ସହର ବାହାରେ ନିର୍ମାଣ କରାଯାଇଥିଲେ ହେଁ ସମ୍ପୂର୍ଣ୍ଣ ହୋଇ ପାରିନଥିବାରୁ ବ୍ୟବହାର ହୋଇପାରୁ ନ ଥିଲା। ଗତ ଏକ ସପ୍ତାହ ମଧ୍ୟରେ ସହର ମଧ୍ୟରେ ଉକ୍ତ ରାସ୍ତାରେ ଦୁଇଟି ଦୁର୍ଘଟଣା ଘଟି ଧନଜୀବନ ହାନୀ ଘଟିବା ସହ ରାସ୍ତା ରୋକୋ ଭଳି ଆଇନଶୃଙ୍ଖଳା ପରିସ୍ଥିତି ଦେଖାଦେଇଥିଲା। ଏଣୁ ତୁରନ୍ତ ସହର ବାହାରେ ନିର୍ମାଣ କରାଯାଇଥିବା ବାଇପାସ୍‌ ରାସ୍ତାକୁ କାର୍ଯ୍ୟକ୍ଷମ କରିବାକୁ ଦାବି ହେବା ପରେ ସୋମବାର ଉକ୍ତ ରାସ୍ତାକୁ ଭାରିଯାନ ଚଳାଚଳ ପାଇଁ ଖୋଲି ଦିଆଯାଇଛି। ଏଣୁ ଲୋକଙ୍କ ହିତ ପାଇଁ ଏହି ରାସ୍ତା ଖୋଲିଦିଆଯିବା ଫଳରେ ସହରରେ ଟ୍ରାଫିକ ସମସ୍ୟା କମିବା ସହ ଦୁର୍ଘଟଣା ଓ ଧୂଳିଧୂଆଁ କମିବା ଆଶା କରି ସହରବାସୀ ଖୁସି ବ୍ୟକ୍ତ କରିଛନ୍ତି। ରାତିରେ ସୁରକ୍ଷିତ ଯାତାୟତ ପାଇଁ ରାସ୍ତା ପାର୍ଶ୍ୱରେ ଏଇଇଡି ଲାଇଟ ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବ ଶତ୍ରୁତାରୁ ଦୋକାନୀଙ୍କୁ ହତ୍ୟା

କେନ୍ଦୁଝର,୨୭ା୨(ସ୍ବ.ପ୍ର.): ବାଂଶପାଳ ବ୍ଲକ କାଦକଳା ପଞ୍ଚାୟତର କାଦକଳା ଗ୍ରାମରେ ଦୋକାନୀ ଦୋକାନୀ ମଧ୍ୟରେ ବିବାଦ ହୋଇ ରବିବାର ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଦୋକାନୀଙ୍କ ନାମ...

ଉଦ୍‌ଘାଟନର ୧୫ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ରକ୍ତଭଣ୍ଡାର

ବାସୁଦେବପୁର, ୬।୯ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାର ଉଦ୍‌ଘାଟନ ହେବାର ୧୫ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରି ନାହିଁ।...

ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର(ବ୍ୟୁରୋ)/ ମାହାଙ୍ଗା(ସ୍ବ.ପ୍ର.),୭ା୧:ମାହାଙ୍ଗା ଡବଲ ମର୍ଡର ଘଟଣାକୁ ବର୍ଷେ ପୂରିଛି। ଏହି ଅବସରରେ ଗୁରୁବାର ମାହାଙ୍ଗାରେ ଆୟୋଜିତ ଏକ ସ୍ମୃତିସଭାରେ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...

ଖୋଲିବ ଶ୍ରୀମନ୍ଦିର: ଦର୍ଶନ ପାଇଁ ଟୋକନ, ପରିଚୟପତ୍ର ଲୋଡ଼ା

ପୁରୀ ଅଫିସ,୨୨।୧୨: ଆସନ୍ତା ୨୩ ତାରିଖରୁ ଶ୍ରୀମନ୍ଦିର ଖୋଲିବ। ପର୍ଯ୍ୟାୟ କ୍ରମେ ଦର୍ଶନ ବ୍ୟବସ୍ଥା ପାଇଁ ପୁରୀ ଜିଲା ପ୍ରଶାସନ ସୋମବାର ଏସ୍‌ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ...

ରାଜ୍ୟରେ ହେବ ‘ଶାଶୁ-ବୋହୂ’ ସମ୍ମିଳନୀ

ଭୁବନେଶ୍ୱର, ୧୮।୧(ବ୍ୟୁରୋ): ଜନସଂଖ୍ୟା ନିୟନ୍ତ୍ରଣ ଓ ପରିବାର ନିୟୋଜନ ଲକ୍ଷ୍ୟ ହାସଲ ପାଇଁ ରାଜ୍ୟ ସରକାର ଖୁବ୍‌ଶୀଘ୍ର ‘ଶାଶୁ-ବୋହୂ’ ସମ୍ମିଳନୀ ଆୟୋଜନ କରିବେ। ଏହା ବର୍ଷକୁ...

୮୮ବର୍ଷରେ ଓଡ଼ିଆ ସିନେମା

ଭୁବନେଶ୍ୱର,୨୮।୪(ବ୍ୟୁରୋ): ପ୍ରଥମ ଓଡ଼ିଆ ସିନେମା ‘ସୀତା ବିବାହ’କୁ ଶୁକ୍ରବାର ୮୭ବର୍ଷ ପୂରିବାକୁ ଯାଉଛି। ଇତିମଧ୍ୟରେ ଓଡ଼ିଆ ସିନେମାର ମୋଡ଼ ବିଭିନ୍ନ କ୍ଷେତ୍ର ଦେଇ ଆଗକୁ ବଢ଼ିଛି।...

ମାରାଥନ ପ୍ରଚାରରେ ବିଜେଡି ମେୟର ପ୍ରାର୍ଥୀନୀ: ବସ୍ତି ଭୋଟରଙ୍କ ଉପରେ ଫୋକସ୍‌

ଭୁବନେଶ୍ୱର, ୧୭।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ନିର୍ବାଚନ ପାଇଁ ଏବେ ଲଢେଇ ଜୋର୍‌ଦାର ହେବା ଆରମ୍ଭ ହୋଇଯାଇଛି। ପ୍ରଥମ ଥର ମେୟର ନିର୍ବାଚନ ପାଇଁ ସିଧାସଳଖ...

୩ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ସୁରେନ୍ଦ୍ର

ଭୁବନେଶ୍ୱର(ବ୍ୟୁରୋ)/ଢେଙ୍କାନାଳ ଅଫିସ୍‌, ୧୮।୧୧: ମୋବାଇଲରୁ ମୋବାଇଲ୍‌କୁ ଘୂରି ବୁଲୁଥିଲା କଅଁଳ ଶିଶୁଙ୍କ ନଗ୍ନ ଭିଡିଓ। ଏଭଳି ଅଶ୍ଳୀଳତାରେ ଭରା ଫଟୋ ଏବଂ ଭିଡିଓ ସାଜିଥିଲା ରୋଜଗାରର...

Advertisement
Archives

Model This Week