ଗଞ୍ଜାମକୁ ବଳିଯିବ ଖୋର୍ଦ୍ଧା ସ୍ଥିତି: ଆଜି ଚିହ୍ନଟ ହେଲେ ସର୍ବାଧିକ ୪୮୮ ଆକ୍ରାନ୍ତ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ଗୋଟିଏ ପଟେ ଗଞ୍ଜାମରେ କରୋନା ଆକ୍ରାନ୍ତ ସଂଖ୍ୟା କମୁଥିବା ଦେଖାଯାଉଥିବା ବେଳେ ଚିନ୍ତା ବଢ଼ାଇଲାଣି ଖୋର୍ଦ୍ଧା। ରବିବାର ରାଜ୍ୟରେ ୨୯୨୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେଥିରୁ ସର୍ବାଧିକ ୪୮୮ଜଣ ଖୋର୍ଦ୍ଧାର ରହିଛନ୍ତି। ହେଲେ ଗଞ୍ଜାମରୁ ୩୧୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ଖୋର୍ଦ୍ଧା ସଂଖ୍ୟାରୁ କମ୍‌ ଥିବା ଦେଖାଯାଉଛି। କ୍ରମାଗତ ଭାବେ ଏପରିସ୍ଥିତି ଲାଗି ରହିଥିବାରୁ ଖୁବ୍‌ଶୀଘ୍ର ଗଞ୍ଜାମ ସ୍ଥିତିକୁ ଖୋର୍ଦ୍ଧା ବଳିଯିବ ବୋଲି ଚର୍ଚ୍ଚା ହେଉଛି।

ପ୍ରକାଶ ଥାଉ କି, ରବିବାର ୩୦ ଜିଲାରୁ ସର୍ବାଧିକ ୨୯୨୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮୧୫ଜଣ କ୍ୱାରାଣ୍ଟାଇନ୍‌ର ଥିବା ବେଳେ ୧୧୦୯ ଲୋକାଲ କେସ୍‌ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୬୦୦୫୦କୁ ବୃଦ୍ଧି ପାଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳର ୩୭, ବାଲେଶ୍ୱରର ୧୨୭, ବରଗଡ଼ର ୪୮, ଭଦ୍ରକ ୧୦୭, ବଲାଙ୍ଗୀରର ୨୭, ବୌଦ୍ଧରୁ ୮, କଟକରୁ ୧୮୯, ଦେବଗଡ଼ରୁ ୧୬, ଢ଼େଙ୍କାନାଳରୁ ୪୦, ଗଜପତିରୁ ୭୧, ଜଗତସିଂହପୁରରୁ ୪୭, ଯାଜପୁରରୁ ୨୦୦, ଝାରସୁଗୁଡ଼ାରୁ ୩୦, କଳାହାଣ୍ଡିରୁ ୨୭, କନ୍ଧମାଳରୁ ୫୦, କେନ୍ଦ୍ରାପଡ଼ାରୁ ୬୦, କେନ୍ଦୁଝରରୁ ୨୬, କୋରାପୁଟରୁ ୯୫, ମାଲକାନଗିରିରୁ ୯୩, ମୟୂରଭଞ୍ଜରୁ ୧୩୬, ନବରଙ୍ଗପୁରରୁ ୨୬, ନୟାଗଡ଼ରୁ ୧୪୨, ନୂଆପଡ଼ାର ୨୦, ପୁରୀରୁ ୧୪୪, ରାୟଗଡ଼ାରୁ ୧୧୬, ସମ୍ବଲପୁରରୁ ୩୭, ସୋନପୁରରୁ ୩୮, ସୁନ୍ଦରଗଡ଼ରୁ ୧୬୧ଜଣ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଛପଡ଼ି ୨ ଗୁରୁତର

ଖଜୁରିପଡା,୩୦ା୯(ଡି.ଏନ୍‌.ଏ.)-ଖଜୁରିପଡା ବ୍ଲକରେ ରବିବାର ସନ୍ଧ୍ୟାରୁ ବର୍ଷା ପବନ ଜାରି ରହିଛି। ସୁଡ୍ରୁକୁମ୍ପା ଫାଣ୍ଡି ସ୍ବଡ୍ରେଜୁ ପଞ୍ଚାୟତ ଭେଟଖୋଲ ନିକଟ ୧୫୭ନଂ. ଜାତୀୟ ରାଜପଥରେ ଛିଡା ହୋଇଥିବାବେଳେ...

ସ୍କୁଲରେ ଦୁଇ ଶିକ୍ଷୟିତ୍ରୀ ହାତାହାତି

ଭୋଗରାଇ,୨୭।୮(ଡି.ଏନ.ଏ.): ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଶୃଙ୍ଖଳାଜ୍ଞାନ ଶିଖାଇବା ଦାୟିତ୍ୱ ଶିକ୍ଷୟିତ୍ରୀ ଶିକ୍ଷକଙ୍କର। ହେଲେ ସ୍କୁଲ ପରିସରରେ ଦୁଇ ଶିକ୍ଷୟିତ୍ରୀ ନିଜ ନିଜ ମଧ୍ୟରେ ହାତାହାତି ହେବା ଓ...

ଗଞ୍ଜାମରେ କରୋନା କଟକଣା କୋହଳ: ଜିଲାପାଳ

ଛତ୍ରପୁର,୨୪ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା କଟକଣା ସାମାନ୍ୟ କୋହଳ ହୋଇଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ୍‌ କରି ସୂଚନା ଦେଇଛନ୍ତି ଯେ, ସୋମବାରଠାରୁ ଶୁକ୍ରବାର...

ସପ୍ତମାତୃକା ଭଦ୍ରକାଳୀ

ଭଦ୍ରକ ଅଫିସ,୨୪।୧୦:ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ। ଭଦ୍ରକ ସହରଠାରୁ ୮ କି.ମି. ଦୂର ତଥା ସଦର ବ୍ଲକର ଖଣ୍ଡତରା ପଞ୍ଚାୟତ ଆହାରପଦାଠାରେ ରହିଛି ମା’...

ଶିବନାରାୟଣପୁରରୁ ବଞ୍ଚୋ ପର୍ଯ୍ୟନ୍ତ ବିଜେଡିର ଜନସମ୍ପର୍କ ଅଭିଯାନ

ହାଟଡିହୀ,୨୦।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୩୬ନଂ. ଜୋନ୍‌ ଶିବନାରାୟଣପୁର ଠାରୁ ବଞ୍ଚୋ ଯାଏ ଜନସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବଞ୍ଚୋ ସରପଞ୍ଚଙ୍କ...

ପୋଖରୀରେ ବୁଡ଼ି ୪ ମାସର ହାତୀ ଛୁଆର ଜୀବନଗଲା

କୁଆଁରମୁଣ୍ଡା,୧୩।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଉରକେଲା ବନଖଣ୍ଡ ଅନ୍ତର୍ଗତ କୁଆଁରମୁଣ୍ଡା ବନ ରେଞ୍ଜ ଅଞ୍ଚଳର ସାନଡୋଲାକୁଦର ଜଙ୍ଗଲରେ ଥିବା ପୋଖରୀରେ ବୁଡ଼ି ଶୁକ୍ରବାର ଅପରାହ୍ନରେ ଏକ ୪...

ବିପିଏସ୍‌ପିଏ ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରତିଷ୍ଠାନ

ଭୁବନେଶ୍ୱର,୧୬।୧(ବ୍ୟୁରୋ): ଗେଜେଟେଡ୍‌ ଅଫିସର୍ସ କାଟେଗୋରିରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ(ବିପିଏସ୍‌ପିଏ) ୨୦୨୦-୨୧ ବର୍ଷ ପାଇଁ ଦେଶର ସର୍ବଶ୍ରେଷ୍ଠ ପୋଲିସ ଟ୍ରେନିଂ ପ୍ରତିଷ୍ଠାନ ଭାବେ...

୫୩ ନଂ. ଜାତୀୟ ରାଜପଥରେ ଗର୍ତ୍ତ

ସରଣ୍ଡା, ୨।୭(ଡି.ଏନ୍‌.ଏ.)- ବରଗଡ-ସମ୍ବଲପୁର ୫୩ନଂ ଜାତୀୟ ରାଜପଥର ସରଣ୍ଡା ମନ୍ଦିର ଛକ ରାସ୍ତାରେ ମଙ୍ଗଳବାର ମଧ୍ୟାହ୍ନରେ ଏକ ଗର୍ତ୍ତ ସୃଷ୍ଟି ହୋଇଛି। ଏହା ୨ ଫୁଟ...

Advertisement
Archives

Model This Week