କମୁଛି ସଂକ୍ରମଣ, ଆଜି ୪୮୪୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯।୧(ବ୍ୟୁରୋ): ଦୈନିକ କରୋନା ସଂକ୍ରମଣ ଏବେ ତଳମୁହାଁ ରହିଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮୪୨ ନୂଆ ମାମଲା ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୭୧ ଜଣ ପିଲା ଅଛନ୍ତି। ୨୮୦୯ଜଣ କ୍ୱାରାଣ୍ଟାଇନ୍‌ ଥିବା ବେଳେ ୨୦୩୩ ଲୋକାଲ କେସ୍‌ ରହିଛି। ଏ ନେଇ ଶନିବାର ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୨୫୩ ଥିବା ବେଳେ ଅନୁଗୋଳରୁ ୧୦୪, ବାଲେଶ୍ୱରରୁ ୧୬୯, ବରଗଡ଼ରୁ ୭୨, ଭଦ୍ରକରୁ ୧୦୬, ବଲାଙ୍ଗୀରରୁ ୧୪୦, ବୌଦ୍ଧରରୁ ୨୮, କଟକରୁ ୪୪୩, ଦେବଗଡ଼ରୁ ୮୫, ଢେଙ୍କାନାଳରୁ ୮୪, ଗଜପତିରୁ ୬୫, ଗଞ୍ଜାମରୁ ୫୮, ଜଗତସିଂହପୁରରୁ ୯୬, ଯାଜପୁରରୁ ୧୩୪, ଝାରସୁଗୁଡ଼ାରୁ ୭୦, କଳାହାଣ୍ଡିରୁ ୧୫୫, କନ୍ଧମାଳରୁ ୮୦, କେନ୍ଦ୍ରାପଡ଼ାରୁ ୬୦, କେନ୍ଦୁଝରରୁ ୬୯,କୋରାପୁଟରୁ ୮୧, ମାଲକାନଗିରିରୁ ୪୩, ମୟୂରଭଞ୍ଜରୁ ୧୭୯, ନବରଙ୍ଗପୁରରୁ ୧୨୪, ନୟାଗଡ଼ରୁ ୨୧୦, ନୂଆପଡ଼ାରୁ ୧୪୨, ପୁରୀରୁ ୭୬, ରାୟଗଡ଼ାରୁ ୧୦୧, ସମ୍ବଲପୁରରୁ ୧୪୯, ସୋନପୁରରୁ ୪୨, ସୁନ୍ଦରଗଡ଼ରୁ ୧୫୯ ଏବଂ ଷ୍ଟେଟ ପୁଲ୍‌ରୁ ୨୬୫ ଜଣ ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନବୀନ, ଶାହା, ରାହୁଲଙ୍କ ପ୍ରଚାରକୁ ନଜର

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ଦେଶରେ ୭ଟି ପର୍ଯ୍ୟାୟ ମଧ୍ୟରୁ ଆସନ୍ତା ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଭୋଟ୍‌ ହେବ। ଯଦିଓ ରାଜ୍ୟର ୩ ପ୍ରମୁଖ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri