Posted inଜାତୀୟ

ରେଳ ଲାଇନ କଡ଼ରୁ ହଟିବ ୪୮ ହଜାର ଝୁମ୍ପୁଡ଼ି: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୩।୯: ରାଜଧାନୀ ଦିଲ୍ଲୀର ରେଳ ଲାଇନ କଡ଼ରେ ଥିବା ୪୮ ହଜାରରୁ ଅଧିକ ଝୁମ୍ପୁଡ଼ି ଘର ହଟିବ। ଏନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ପର୍ଯ୍ୟାୟକ୍ରମେ ଝୁମ୍ପୁଡ଼ିଗୁଡ଼ିକୁ ହଟାଯିବ। ରେଲଓ୍ବେ ସୁରକ୍ଷା ଜୋନ୍‌ରେ ବେଆଇନ ଦଖଲ କରିଥିବା ଝୁମ୍ପୁଡ଼ିକୁ ପ୍ରଥମେ ହଟାଇ ଦିଆଯିବ। ୩ ମାସ ମଧ୍ୟରେ ୧୪୦ କିମି ଲମ୍ବ ରେଳ ଲାଇନ କଡ଼ରେ ଥିବା ଏସବୁ ଝୁମ୍ପୁଡ଼ିକୁ ଭଙ୍ଗାଯିବ। ଅନ୍ୟ କୌଣସି କୋର୍ଟ ଏନେଇ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରିକଲେ ତାହାର ପ୍ରଭାବ ସୁପ୍ରିମ୍‌କୋଟଙ୍କ ରାୟକୁ ବାଧା ଦେଇ ପାରିବ ନାହିଁ। ୧୯୮୫ଠାରୁ ପ୍ରଦୂଷଣ ରୋକିବା ପାଇଁ ବିଭିନ୍ନ ସମୟରେ ସୁପ୍ରିମ୍‌କୋର୍ଟ ପକ୍ଷରୁ ଏଭଳି ରାୟ ଦିଆଯାଉଛି। ୨୦୧୮ରେ ଝୁମ୍ପୁଡ଼ି ହଟାଇବା ପାଇଁ ଏନ୍‌ଜିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ରାଜନୈତିକ ହସ୍ତକ୍ଷେପ ଯୋଗୁ ଏହା ସମ୍ଭବ ହୋଇ ପାରି ନଥିବା ରେଲଓ୍ବେ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଆସୁଛି ରାଫାଲ: ବାୟୁରେ ଭରାଯାଉଛି ଇନ୍ଧନ; ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ,୨୮।୭: ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସରୁ ଭାରତ ଆସୁଛି ୫ଟି ରାଫାଲ ଯୁଦ୍ଧବିମାନ। ପ୍ରାୟ ୭ ହଜାର କିଲୋମିଟର ପାର କରିବା ପରେ ବୁଧବାର ଏହି ଶକ୍ତିଶାଳୀ...

ଶ୍ରୀଲଙ୍କା ଭଳି ଭାରତରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଶିଯିବେ ଲୋକ:ଓୱାଇସି

ନୂଆଦିଲ୍ଲୀ,୧।୮: ଏଆଇଏମ୍‌ଆଇଏମ୍‌ ସଭାପତି ଅସଦୁଦ୍ଦିନ ଓୱାଇସି ପୁଣି ଥରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି, ଶ୍ରୀଲଙ୍କାରେ ରାଷ୍ଟ୍ରପତିଙ୍କ ବାସଭବନରେ...

ଜୁଲାଇ ୧୬ରେ ୬ରାଜ୍ୟର ମୁଖମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି

ନୂଆଦିଲ୍ଲୀ,୧୩।୭: କରୋନାର ତୃତୀୟ ଲହର ବିପଦକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୧୬ ସକାଳ ୧୧ଟାରେ ୬ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ...

ଜୁନ୍‌ ପହିଲାରୁ ପୂର୍ବଭଳି କାର୍ଯ୍ୟ କରିବ ସମସ୍ତ ସରକାରୀ କାର୍ଯ୍ୟାଳୟ

ଡେରାଡୁନ,୨୯।୫: ଦେଶରେ କରୋନା ମହାମାରୀ ପାଇଁ ଚାଲିଥିବା ଲକ୍‌ଡାଉନ ୪.୦ର ଅବଧି ମେ’ ୩୧ରେ ଶେଷ ହେଉଛି। ଏହି ଅବଧି ଆଗକୁ ବଢିବ କି ନାହିଁ...

ସାକ୍ଷୀ-ଅଜିନେଶ୍‌ଙ୍କୁ ମିଳିବ ପୋଲିସ ସୁରକ୍ଷା: ହାଇକୋର୍ଟ ଦେଲେ ଆଦେଶ

ଲକ୍ଷ୍ନୌ,୧୫।୭: ବରେଲିର ଭାଜପା ବିଧାୟକ ରାଜେଶ ମିଶ୍ରାଙ୍କ କନ୍ୟା ସାକ୍ଷୀ  ଏବଂ ତାଙ୍କ ସ୍ବାମୀଙ୍କୁ ଏଣିକି ପୋଲିସ ସୁରକ୍ଷା ଯୋଗାଇ ଦିଆଯିବ। ସୋମବାର ଆହ୍ଲାବାଦ୍‌ ହାଇକୋର୍ଟ...

ସାବଧାନ: ପାକିସ୍ତାନରୁ ଆସୁଛି ‘କୌନ ବନେଗା କରୋଡପତି’ ମେସେଜ୍‌

ନୂଆଦିଲ୍ଲୀ,୨୩।୯: ସୁରକ୍ଷା ଏଜେନ୍ସିର ସୂଚନା ଅନୁଯାୟୀ ଭାରତର ଲୋକପ୍ରିୟ ଟେଲିଭିଜନ ଶୋ’ ‘କୌନ ବନେଗା କରୋଡପତି’ କୁ ବଦନାମ କରିବାକୁ ପାକିସ୍ତାନର କେତେ ଜଣ ଲୋକ...

ପାକିସ୍ତାନ-ବାଂଲାଦେଶ ଚାଇନାରୁ କିଣୁଛନ୍ତି ତିନିି ଚତୁର୍ଥାଂଶ ଅସ୍ତ୍ରଶସ୍ତ୍ର: ଭାରତର ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୧୬।୩ : ଷ୍ଟକହୋମ ଅନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନର ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ଯୁଦ୍ଧ, ଅସ୍ତ୍ରଶସ୍ତ୍ର, ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଏବଂ ନିରସ୍ତ୍ରୀକରଣ ଉପରେ ଗବେଷଣା...

କୁଏଟ୍‌ ସୁପର ମାର୍କେଟରୁ ହଟିଲା ଭାରତୀୟ ସାମଗ୍ରୀ

କୁଏଟ ସିଟି/ନୂଆଦିଲ୍ଲୀ, ୬ା୬: ଭାଜପା ନେତ୍ରୀ ନୂପୁର ଶର୍ମା ଏବଂ ନବୀନ କୁମାର ଜିନ୍ଦଲ ପ୍ରଫେଟ ମହମ୍ମଦଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ମୁସ୍‌ଲିମ୍‌...

Advertisement
Archives

Model This Week