Posted inଜାତୀୟ

୪୮%ଙ୍କ ମତ ବିମାନରେ ମଦ୍ୟପାନ ସେବା ବନ୍ଦହେଉ

ନୂଆଦିଲ୍ଲୀ, ୯।୧: ଏୟାର ଇଣ୍ଡିଆ ବିମାନରେ ନିଶାସକ୍ତ ଅବସ୍ଥାରେ ନିୟନ୍ତ୍ରଣ ହରାଇ ପୁରୁଷ ଯାତ୍ରୀ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରିବାର ୨ଟି ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର୍‌ ଧରିଛି। ବିମାନରେ ଯାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ଯାତ୍ରା ସମୟରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ସେମାନଙ୍କୁ ଯୋଗାଇ ଦିଆଯାଏ। ଯେଉଁଥିରେ ଖାଦ୍ୟ ସାଙ୍ଗକୁ ଲିକର ମଧ୍ୟ ରହିଥାଏ। ତେବେ ସହଯାତ୍ରୀଙ୍କ ଉପରେ ପରିସ୍ରା ଘଟଣା ପରଠାରୁ ଅନେକ ଲୋକ ବିମାନରେ ଉପଲବ୍ଧ ହେଉଥିବା ଲିକର ବା ମନ୍ୟପାନ ସୁବିଧାକୁ ହଟାଇବା ଲାଗି ମତ ପ୍ରକାଶ କରିଛନ୍ତି।

କମ୍ୟୁନିଟି ପ୍ଲାଟଫର୍ମ ଲୋକାଲସର୍କଲ୍ସ ଏ ନେଇ କରିଥିବା ସର୍ଭେ ଅନୁସାରେ ୪୮% ବିମାନଯାତ୍ରୀ ବର୍ତ୍ତମାନ ସମୟରେ ଫ୍ଲାଇଟ୍‌ରେ ଲିକର ସର୍ଭ ବିରୋଧର ମତ ଦେଇଛନ୍ତି। ସେହିପରି ୮୯% ଲୋକ କହିଛନ୍ତି ଯେ, ବିମାନରେ ଲିକର ସର୍ଭ ସେବା ଦ୍ୱାରା ଫ୍ଲାଇଟ୍‌ରେ ଯେପରି ବିଶୃଙ୍ଖଳା ବାତାବରଣ ସୃଷ୍ଟି ନ ହେବ ସେ ଲାଗି ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯିବା ଉଚିତ। ୫୦%ଙ୍କ ମତ ବିମାନରେ ଯାତ୍ରା କରିବା ପୂର୍ବରୁ ନିଶାସକ୍ତ ଅବସ୍ଥାରେ ବିମାନକୁ ନ ଯିବା ଲାଗି ଏକ ବଣ୍ଡ ସାଇନ୍‌ କରିବା ଜରୁରୀ। ସେହିପରି ଯାତ୍ରୀମାନଙ୍କ ବ୍ରେଥ୍‌ ଆନାଲିସିସ୍‌ ଟେଷ୍ଟ କରିବାକୁ ୪୦% ଯାତ୍ରୀ କହିଥିବାବେଳେ ୨୧% ନିୟମରେ ପରିବର୍ତ୍ତନ ଚାହୁଁଛନ୍ତି।

ବିଜ୍‌ନେସ୍‌ କ୍ଲାସ ଓ ଇକୋନୋମିକ୍‌ ଶ୍ରେଣୀରେ ଏଭଳି ଘଟଣା ଘଟିବାର ଆଶଙ୍କା ରହିଛି। କାରଣ ଯାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ବହୁ ଏୟାର ଲାଇନ୍ସ ବିମାନରେ ବାର୍‌ର ସୁବିଧା କରିଥିବାବେଳେ ଯାତ୍ରୀଙ୍କୁ ବିଭିନ୍ନ ବ୍ରାଣ୍ଡ୍‌ର ମଦ ଯୋଗାଉଥିବା ଲୋକାଲ ସର୍କଲ୍‌ସ ପକ୍ଷରୁ କୁହାଯାଇଛି। ବିଶେଷ ଭାବେ ଦୂର ଯାତ୍ରା କରୁଥିବା ଯାତ୍ରୀମାନେ ବିମାନରେ ମଦ ପିଉଥିବାର ଦେଖିବାକୁ ମିଳିଛି। ଏହାଦ୍ୱାରା ଯାତ୍ରା ସମୟରେ ସେମାନଙ୍କୁ ବୋର୍‌ କିମ୍ବା ଥକାପଣ ଜଣାପଡ଼ି ନ ଥାଏ। କିନ୍ତୁ ଏ ନେଇ ଅନ୍ୟ ଯାତ୍ରୀମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ସହଯାତ୍ରୀଙ୍କ ଉପରେ ପରିସ୍ରା କରିବା ହୁଏତ ପ୍ରଥମ ଘଟଣା ହୋଇଥିବ କିନ୍ତୁ ନିଶାସକ୍ତ ଅବସ୍ଥାରେ ଯାତ୍ରୀ ଅନ୍ୟ ସହଯାତ୍ରୀଙ୍କୁ ଦୁର୍ବ୍ୟବହାର କରୁଥିବା ଅନେକ ସମୟରେ ଦେଖାଯାଇଛି।

ନଭେମ୍ବର ୨୬ରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର୍‌ ଇଣ୍ଡିଆ ବିମାନରେ ଶଙ୍କର ମିଶ୍ରା ନାମକ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ଜଣେ ବୟସ୍କା ମହିଳାଙ୍କ ଉପରେ ପରିସ୍ରା କରିଥିଲେ। ଏ ନେଇ ବିମାନ କର୍ମଚାରୀ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ମହିଳାଜଣକ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଶନିବାର ପୋଲିସ ବିଭାଗୀୟ ଟିମ୍‌ ଶଙ୍କରଙ୍କୁ ଗିରଫ କରି ଦିଲ୍ଲୀର ଏକ କୋର୍ଟରେ ହାଜର କରିବା ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏ ଘଟଣାର ୧୦ ଦିନ ପରେ ଅର୍ଥାତ୍‌ ଡିସେମ୍ବର ୭ରେ ପ୍ୟାରିସରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଯୁବକ ନିଶାରେ ଥାଇ ଆଉଜଣେ ମହିଳା ସହଯାତ୍ରୀଙ୍କ ବ୍ଲାଙ୍କେଟ୍‌ରେ ପରିସ୍ରା କରିଥିଲେ। ଏ ନେଇ ତାଙ୍କୁ ବିମାନବନ୍ଦର କର୍ତ୍ତୃପକ୍ଷ ଅଟକ ରଖିଥିବାବେଳେ ସେ ଲିଖିତ ଭାବେ କ୍ଷମା ମାଗିବା ପରେ ତାଙ୍କୁ ଛାଡ଼ିଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

୮ ବର୍ଷ ପରେ ବାୟାବାବା କଲେଜରେ ନିର୍ବାଚନ ଉଷ୍ଣତା: ବିଜେଡି-ଏବିଭିପି ଜୋର୍‌ଦାର ଲଢ଼େଇ

ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ସଦରମହକୁମାଠାରେ ଶ୍ରୀ ଶ୍ରୀ ବାୟାବାବା କଲେଜରେ ୮ ବର୍ଷ ପରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା…

ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍‌କା

ଷ୍ଟକହୋମ,୯।୧୦: ୨୦୨୬ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକାର ବିଚାରପତି ତଥା ଭାରତୀୟ ତାମିଲ ବଂଶୋଦ୍ଭବ ନାଭାନେଥେମ ‘ନାଭି’ ପିଲ୍ଲାଇଙ୍କୁ ଏହି…

ନାନା ପାଟେକରଙ୍କ ମୃତ୍ୟୁ ପରେ ବି ତାଙ୍କୁ ଛାଡ଼ିଲେନି ତନୁଶ୍ରୀ: କହିଦେଲେ ଏମିତି କଥା, ତାତିଲେ ପ୍ରଶଂସକ

ବଲିଉଡ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହୋଇଛି। ନାଁ ନ ନେଇ ଇନ୍‌ଷ୍ଟାଗ୍ରାମ…

ବିଶ୍ବରେ ହଲଚଲ! H-1B ଭିସାଧାରୀଙ୍କୁ ଏଭଳି କହିଦେଲା ଆମେରିକା; କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୯ା୧୦: H-1B ଭିସାଧାରୀଙ୍କୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ‘ଇଣ୍ଡେଞ୍ଚର୍ଡ ଲେବର’ ଅର୍ଥାତ୍‌ ‘ଚୁକ୍ତିବଦ୍ଧ ଶ୍ରମିକ’ ବୋଲି କହିବାକୁ ନେଇ ଭାରତ କଡ଼ା ଆପତ୍ତି ପ୍ରକାଶ କରିଛି…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ନାଆମୀ କଲେଜ

ଭଦ୍ରକ,୯ା୧୦(ସନାତନ ରାଉତ): କଲେଜ ପରିସରରେ ବ୍ୟାପକ ଆନ୍ଦୋଳନ ଓ ଅଶାନ୍ତି ଯୋଗୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ଡିଗ୍ରୀ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?