Posted inଜାତୀୟ

କାହିଁକି ଧସୁଛି ଜୋଷୀମଠ

ନୂଆଦିଲ୍ଲୀ,୯ା୧: ଭୂସ୍ଫଳନ ପ୍ରବଣ ଜୋନ୍‌ ଜୋଷୀମଠରେ ଅବାଧ ନିର୍ମାଣ ସମ୍ପୃକ୍ତ ଅଞ୍ଚଳକୁ ବିପଦ ମୁହଁକୁ ଠେଲିଦେଇଛି। ଏହାର ପ୍ରତିବାଦରେ ହିଲ୍‌ ଟାଉନ୍‌ ବାସିନ୍ଦା ଗୁରୁବାର ବନ୍ଦ ପାଳନ କରିଥିଲେ। ସେମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଦୋକାନବଜାର ବନ୍ଦ ସହ ଚକା ଜାମ୍‌ କରିଥିଲେ। ଏଠାରେ ପ୍ରଶ୍ନ ଉଠୁଛି ନିର୍ଦ୍ଦିଷ୍ଟ ଭାବେ କେବଳ ଜୋଷୀମଠରେ ୫୦୦ରୁ ଊର୍ଦ୍ଧ୍ୱ ଘର କାନ୍ଥ ଓ ଅନେକ ରାସ୍ତା ଫାଟି କାହିଁକି ଅଁ। କରିଛି?
ପ୍ରଶ୍ନର ଉତ୍ତର ପାଇବାକୁ ହେଲେ ୫୦ ବର୍ଷ ତଳକୁ ଫେରିବାକୁ ପଡ଼ିବ। ଏହି ଆଧ୍ୟାମତ୍ିକ ସହରର ଭୌଗୋଳିକ ଅବସ୍ଥିତି ଏହାକୁ ବିପଦପୂର୍ଣ୍ଣ କରିଦେଇଛି। ଜୋଷୀମଠ ଏକ ପ୍ରାଚୀନ ଭୂସ୍ଖଳନ ଅଞ୍ଚଳ ଉପରେ ଗଢ଼ିଉଠିଛି। ଏହାସତ୍ତ୍ୱେ ଏଠାରେ ଏକାଧିକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଏବଂ ଋଷିକେଶ-ବଦ୍ରୀନାଥ ଜାତୀୟ ରାଜପଥ(ଏନ୍‌ଏଚ୍‌-୭) ନିର୍ମାଣ କରାଯାଇଛି। ବିଷ୍ଣୁପ୍ରୟାଗରୁ ପ୍ରବାହିତ ଅନେକ ଝରଣା ଉପରେ ନଦୀବନ୍ଧ ଯୋଜନା କରାଯାଇଛି। ଏଥିଯୋଗୁ ଜୋଷୀମଠର ମୃତ୍ତିକା କ୍ଷୟ ହେବାରେ ଲାଗିଛି। ଅବାଧ ନିର୍ମାଣ ଏହି ଅଞ୍ଚଳରେ ଧନଜୀବନ ପାଇଁ ବିପଜ୍ଜନକ ହେବ ବୋଲି ପ୍ରାୟ ୫ ଦଶନ୍ଧି ପୂର୍ବେ ବିଶେଷଜ୍ଞମାନେ ସତର୍କ କରାଇଥିଲେ।

ଜୋଷୀମଠକୁ ନେଇ ପ୍ରଥମ ସତର୍କତାମୂଳକ ରିପୋର୍ଟ ପ୍ରକାଶ ପାଇଥିଲା। ସରକାରଙ୍କ ଦ୍ୱାରା ଗଠିତ ଏମ୍‌.ସି. ମିଶ୍ରା କମିଶନ ନିଜ ରିପୋର୍ଟରେ ଦର୍ଶାଇଥିଲେ ଯେ ଜୋଷୀମଠ ଏକ ପ୍ରାଚୀନ ଭୂସ୍ଖଳନ ଅଞ୍ଚଳରେ ରହିଛି। ଏଠାରେ ନିର୍ମାଣ କାର୍ଯ୍ୟ କରାଗଲେ ସ୍ଥାନୀୟ ଅଧିବାସୀ ଓ ପରିବେଶ ଉପରେ ନକାରାମତ୍କ ପ୍ରଭାବ ପଡ଼ିବ। କାରଣ ଏହା ହାଇ-ରିସ୍କ ସେସ୍‌ମିକ୍‌ ‘ଜୋନ୍‌-ଭି’ ଅଧୀନରେ ଆସୁଛି। ଅର୍ଥାତ୍‌ ଏହି ଅଞ୍ଚଳ ଅତ୍ୟଧିକ ଭୂକମ୍ପ ଓ ଭୂସ୍ଖଳନ ପ୍ରବଣ ବୋଲି ମିଶ୍ରା କମିଶନ ରିପୋର୍ଟରେ ଉଲ୍ଲେଖ କରିଥିଲେ।

ମୃତ୍ତିକା କ୍ଷୟର କାରଣ। ଜୋଷୀମଠ ସହରରେ ନାଳଗୁଡ଼ିକ ଅବରୋଧ ହୋଇଯାଇଥିବାରୁ ଭୂସ୍ଖଳନ ହୋଇପାରେ ବୋଲି ୨୦୦୬ରେ ଓ୍ବାଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହିମାଲୟାନ୍‌ ଜିଓଲୋଜି ବୈଜ୍ଞାନିକ ଡ. ସ୍ବପ୍ନମିତ୍ର ବୈଦେଶ୍ୱରନ୍‌ ପ୍ରଘଟ କରିଥିଲେ। ୨୦୧୩ରେ ଏହାର ପ୍ରଥମ ପ୍ରଭାବ ଦେଖିବାକୁ ମିଳିଥିଲା।

ଉପତ୍ୟକା ହିମାଳୟ ପାଦଦେଶରେ ଥିବାରୁ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଅନେକ ସମୟରେ ହିମବାହ ତରଳି ଓ ଖସି ପ୍ରଳୟଙ୍କରୀ ବନ୍ୟାର ରୂପ ନେଇଥାଏ। ୨୦୨୧ ଫେବୃୟାରୀ ୭ରେ ନନ୍ଦାଦେବୀ ହିମବାହ ତରଳିଯିବାରୁ ଏହି ଅଞ୍ଚଳରେ ବଡ଼ ବନ୍ୟା ଦେଖିବାକୁ ମିଳିଥିଲା। ୧୯୭୮ରେ ଭାଗୀରଥୀ ନଦୀରେ ବନ୍ୟା ଜୋଷୀମଠ ପାଇଁ ବିପଦ ସାଜିଥିଲା। ଏଠାରେ ଜମୁଥିବା ପଟୁମାଟି ମଧ୍ୟ ଅତ୍ୟନ୍ତ ଭଙ୍ଗୁର ହୋଇଥିବାରୁ ଘର ଓ ରାସ୍ତାଗୁଡ଼ିକ ପ୍ରତି ବିପଦ ବଢ଼ିବାରେ ଲାଗିଛି।

ମଧ୍ୟ ସରକାରୀ ଉଦ୍ୟୋଗ ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ୍‌ (ଏନ୍‌ଟିପିସି) ପକ୍ଷରୁ ଜୋଷୀମଠରେ ଏକାଧିକ ପାଓ୍ବାର ପ୍ରୋଜେକ୍ଟ ପାଇଁ ଟନେଲ୍‌ ନିର୍ମାଣ ଜାରି ରହିଛି। ବିଶେଷଜ୍ଞଙ୍କ ମତରେ ତୁରନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରି ସମ୍ପୃକ୍ତ ଅଞ୍ଚଳରେ ସାମାଜିକ ବନୀକରଣ କରାଯିବା ଜରୁରୀ। କିନ୍ତୁ ସରକାର ଏ ଦିଗରେ ଯନତ୍ବାନ ନ ହୋଇ କେବଳ ଅନୁଧ୍ୟାନ ପାଇଁ କମିଟି ଗଠନ କରୁଛନ୍ତି। ଏହା ଦୁର୍ଭାଗ୍ୟଜନକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି କୋର୍ଟରେ ଅଯୋଧ୍ୟା ମାମଲା: ଜମିୟତ୍‌ ଉଲେମା-ଇ ହିନ୍ଦ୍‌ ପକ୍ଷରୁ ପୁନର୍ବିଚାର ଆବେଦନ

ନୂଆଦିଲ୍ଲୀ,୨।୧୨: ଅଯୋଧ୍ୟା ମାମଲାର ରାୟ ଆସିବାର ପ୍ରାୟ ଏକ ମାସ ପରେ ପୁଣି ଏହା ସୁପ୍ରିମ୍‌କୋର୍ଟରେ ପହଞ୍ଚିଛି। ସୋମବାର ଜମିୟତ୍‌ ଉଲେମା-ଇ ହିନ୍ଦ୍‌ ସଂଗଠନ ପକ୍ଷରୁ...

କର୍ନାଟକ ମନ୍ତ୍ରିମଣ୍ଡଳର ହେଲା ସମ୍ପ୍ରସାରଣ: ୧୦ ଅଯୋଗ୍ୟ ବିଧାୟକଙ୍କୁ ମିଳିଲା ମନ୍ତ୍ରୀ ପଦ

ବେଙ୍ଗାଲୁରୁ,୬।୨: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଗୁରୁବାର ହୋଇଛି। ଉପନିର୍ବାଚନ ଜିତିଥିବା କଂଗ୍ରେସ-ଜେଡିଏସ୍‌ର ୧୦ ଅଯୋଗ୍ୟ ବିଧାୟକଙ୍କୁ ଏଥର ମନ୍ତ୍ରୀ ପଦ ମିଳିଛି।...

ଉତ୍ତରପ୍ରଦେଶରେ ବର୍ଷା ବିତ୍ପାତ: ସ୍କୁଲ ବନ୍ଦ

ଲକ୍ଷ୍ନୌ,୧୦।୧୦: ଉତ୍ତରପ୍ରଦେଶର ପ୍ରବଳ ବର୍ଷା ଲାଗିରହିଛି। ଏହାକୁ ଦୃଷ୍ଟିରେ ରଖି ନୋଇଡା ସମେତ ଲକ୍ଷ୍ନୌ, ଗାଜିଆବାଦ, ଏବଂ ଆଗ୍ରା ସ୍କୁଲଗୁଡ଼ିକ ସୋମବାର ବନ୍ଦ ରହିବ ବୋଲି...

କଶ୍ମୀର ଘାଟି ପୁଣି ଅଶାନ୍ତ, ଜଣେ ଦୋକାନୀଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୩୦।୮: ଜମ୍ମୁ-କଶ୍ମୀରକୁ ପୁଣି ଅଶାନ୍ତ କରିବାକୁ ଚେଷ୍ଟା କରିଛନ୍ତି ଆତଙ୍କବାଦୀ। ଶ୍ରୀନଗରରେ ଜଣେ ବ୍ୟକ୍ତି ଦୋକାନ ଖୋଲିବାରୁ ତାଙ୍କୁ ଆତଙ୍କବାଦୀମାନେ ଗୁଳି ମାରି ହତ୍ୟା କରିଛନ୍ତି।...

୨୦୨୪ ଲୋକସଭା ନିର୍ବାଚନ ଲଢ଼ିବେ ଅଭିଷେକ ବଚ୍ଚନ, ବିଗ୍‌ ବିଙ୍କ ଆସନରୁ ଲଢ଼ିବା ନେଇ ଚର୍ଚ୍ଚା…

ମୁମ୍ବାଇ,୧୫।୭ : ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଗଣମାଧ୍ୟମ ରିପୋର୍ଟ...

ଜୀବନ ନେଉଛି ଜଳପ୍ରଳୟ

ନୂଆଦିଲ୍ଲୀ/କାଠମାଣ୍ଡୁ/ଢାକା,୧୫ା୭: ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ। କିଛିଦିନ ତଳେ ମୌସୁମୀର ଆଗମନ ପୂର୍ବରୁ ପାଣି ପାଇଁ ହାହାକାର ହେଉଥିବା ଲୋକେ...

୧୫ ଶହ କିଲୋ ସୁନା ମନ୍ଦିରରେ ଲକ୍ଷ୍ମୀଙ୍କର ହୁଏ ଜଳାଭିଷେକ

ବେଲୋର,୨୭।୧୦: ତାମିଲନାଡୁର କାଞ୍ଚିପୁରମଠାରୁ ପ୍ରାୟ ୭୦ କିଲୋମିଟର ଶ୍ରୀପୁରମ ବା ଶ୍ରୀନାରାୟଣୀ ପିଡମ ମନ୍ଦିରରେ ଦୀପାବଳି ଅବସରରେ ମା’ ଲକ୍ଷ୍ମୀଙ୍କର ସ୍ବତନ୍ତ୍ର ଆରାଧନା କରାଯାଇଥାଏ। ଏହିଦିନ...

ଏସ୍‌ଆଇ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲା: ଭାଜପା ନେତା ଗିରଫ

ଗୁଆହାଟୀ, ୧।୧୦: ଆସାମରେ ପୋଲିସ ବିଭାଗ ପକ୍ଷରୁ କରାଯାଇଥିବା ଏସ୍‌ଆଇ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ଏଥିରେ ଭାଜପା ନେତା ଦିବାନ ଡେକାଙ୍କ ସମ୍ପୃକ୍ତି ଥିବା...

Advertisement
Archives

Model This Week