Posted inଜାତୀୟ

କାହିଁକି ଧସୁଛି ଜୋଷୀମଠ

ନୂଆଦିଲ୍ଲୀ,୯ା୧: ଭୂସ୍ଫଳନ ପ୍ରବଣ ଜୋନ୍‌ ଜୋଷୀମଠରେ ଅବାଧ ନିର୍ମାଣ ସମ୍ପୃକ୍ତ ଅଞ୍ଚଳକୁ ବିପଦ ମୁହଁକୁ ଠେଲିଦେଇଛି। ଏହାର ପ୍ରତିବାଦରେ ହିଲ୍‌ ଟାଉନ୍‌ ବାସିନ୍ଦା ଗୁରୁବାର ବନ୍ଦ ପାଳନ କରିଥିଲେ। ସେମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ଦୋକାନବଜାର ବନ୍ଦ ସହ ଚକା ଜାମ୍‌ କରିଥିଲେ। ଏଠାରେ ପ୍ରଶ୍ନ ଉଠୁଛି ନିର୍ଦ୍ଦିଷ୍ଟ ଭାବେ କେବଳ ଜୋଷୀମଠରେ ୫୦୦ରୁ ଊର୍ଦ୍ଧ୍ୱ ଘର କାନ୍ଥ ଓ ଅନେକ ରାସ୍ତା ଫାଟି କାହିଁକି ଅଁ। କରିଛି?
ପ୍ରଶ୍ନର ଉତ୍ତର ପାଇବାକୁ ହେଲେ ୫୦ ବର୍ଷ ତଳକୁ ଫେରିବାକୁ ପଡ଼ିବ। ଏହି ଆଧ୍ୟାମତ୍ିକ ସହରର ଭୌଗୋଳିକ ଅବସ୍ଥିତି ଏହାକୁ ବିପଦପୂର୍ଣ୍ଣ କରିଦେଇଛି। ଜୋଷୀମଠ ଏକ ପ୍ରାଚୀନ ଭୂସ୍ଖଳନ ଅଞ୍ଚଳ ଉପରେ ଗଢ଼ିଉଠିଛି। ଏହାସତ୍ତ୍ୱେ ଏଠାରେ ଏକାଧିକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଏବଂ ଋଷିକେଶ-ବଦ୍ରୀନାଥ ଜାତୀୟ ରାଜପଥ(ଏନ୍‌ଏଚ୍‌-୭) ନିର୍ମାଣ କରାଯାଇଛି। ବିଷ୍ଣୁପ୍ରୟାଗରୁ ପ୍ରବାହିତ ଅନେକ ଝରଣା ଉପରେ ନଦୀବନ୍ଧ ଯୋଜନା କରାଯାଇଛି। ଏଥିଯୋଗୁ ଜୋଷୀମଠର ମୃତ୍ତିକା କ୍ଷୟ ହେବାରେ ଲାଗିଛି। ଅବାଧ ନିର୍ମାଣ ଏହି ଅଞ୍ଚଳରେ ଧନଜୀବନ ପାଇଁ ବିପଜ୍ଜନକ ହେବ ବୋଲି ପ୍ରାୟ ୫ ଦଶନ୍ଧି ପୂର୍ବେ ବିଶେଷଜ୍ଞମାନେ ସତର୍କ କରାଇଥିଲେ।

ଜୋଷୀମଠକୁ ନେଇ ପ୍ରଥମ ସତର୍କତାମୂଳକ ରିପୋର୍ଟ ପ୍ରକାଶ ପାଇଥିଲା। ସରକାରଙ୍କ ଦ୍ୱାରା ଗଠିତ ଏମ୍‌.ସି. ମିଶ୍ରା କମିଶନ ନିଜ ରିପୋର୍ଟରେ ଦର୍ଶାଇଥିଲେ ଯେ ଜୋଷୀମଠ ଏକ ପ୍ରାଚୀନ ଭୂସ୍ଖଳନ ଅଞ୍ଚଳରେ ରହିଛି। ଏଠାରେ ନିର୍ମାଣ କାର୍ଯ୍ୟ କରାଗଲେ ସ୍ଥାନୀୟ ଅଧିବାସୀ ଓ ପରିବେଶ ଉପରେ ନକାରାମତ୍କ ପ୍ରଭାବ ପଡ଼ିବ। କାରଣ ଏହା ହାଇ-ରିସ୍କ ସେସ୍‌ମିକ୍‌ ‘ଜୋନ୍‌-ଭି’ ଅଧୀନରେ ଆସୁଛି। ଅର୍ଥାତ୍‌ ଏହି ଅଞ୍ଚଳ ଅତ୍ୟଧିକ ଭୂକମ୍ପ ଓ ଭୂସ୍ଖଳନ ପ୍ରବଣ ବୋଲି ମିଶ୍ରା କମିଶନ ରିପୋର୍ଟରେ ଉଲ୍ଲେଖ କରିଥିଲେ।

ମୃତ୍ତିକା କ୍ଷୟର କାରଣ। ଜୋଷୀମଠ ସହରରେ ନାଳଗୁଡ଼ିକ ଅବରୋଧ ହୋଇଯାଇଥିବାରୁ ଭୂସ୍ଖଳନ ହୋଇପାରେ ବୋଲି ୨୦୦୬ରେ ଓ୍ବାଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହିମାଲୟାନ୍‌ ଜିଓଲୋଜି ବୈଜ୍ଞାନିକ ଡ. ସ୍ବପ୍ନମିତ୍ର ବୈଦେଶ୍ୱରନ୍‌ ପ୍ରଘଟ କରିଥିଲେ। ୨୦୧୩ରେ ଏହାର ପ୍ରଥମ ପ୍ରଭାବ ଦେଖିବାକୁ ମିଳିଥିଲା।

ଉପତ୍ୟକା ହିମାଳୟ ପାଦଦେଶରେ ଥିବାରୁ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଅନେକ ସମୟରେ ହିମବାହ ତରଳି ଓ ଖସି ପ୍ରଳୟଙ୍କରୀ ବନ୍ୟାର ରୂପ ନେଇଥାଏ। ୨୦୨୧ ଫେବୃୟାରୀ ୭ରେ ନନ୍ଦାଦେବୀ ହିମବାହ ତରଳିଯିବାରୁ ଏହି ଅଞ୍ଚଳରେ ବଡ଼ ବନ୍ୟା ଦେଖିବାକୁ ମିଳିଥିଲା। ୧୯୭୮ରେ ଭାଗୀରଥୀ ନଦୀରେ ବନ୍ୟା ଜୋଷୀମଠ ପାଇଁ ବିପଦ ସାଜିଥିଲା। ଏଠାରେ ଜମୁଥିବା ପଟୁମାଟି ମଧ୍ୟ ଅତ୍ୟନ୍ତ ଭଙ୍ଗୁର ହୋଇଥିବାରୁ ଘର ଓ ରାସ୍ତାଗୁଡ଼ିକ ପ୍ରତି ବିପଦ ବଢ଼ିବାରେ ଲାଗିଛି।

ମଧ୍ୟ ସରକାରୀ ଉଦ୍ୟୋଗ ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ୍‌ (ଏନ୍‌ଟିପିସି) ପକ୍ଷରୁ ଜୋଷୀମଠରେ ଏକାଧିକ ପାଓ୍ବାର ପ୍ରୋଜେକ୍ଟ ପାଇଁ ଟନେଲ୍‌ ନିର୍ମାଣ ଜାରି ରହିଛି। ବିଶେଷଜ୍ଞଙ୍କ ମତରେ ତୁରନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରି ସମ୍ପୃକ୍ତ ଅଞ୍ଚଳରେ ସାମାଜିକ ବନୀକରଣ କରାଯିବା ଜରୁରୀ। କିନ୍ତୁ ସରକାର ଏ ଦିଗରେ ଯନତ୍ବାନ ନ ହୋଇ କେବଳ ଅନୁଧ୍ୟାନ ପାଇଁ କମିଟି ଗଠନ କରୁଛନ୍ତି। ଏହା ଦୁର୍ଭାଗ୍ୟଜନକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ଜିତିବା ପରେ ଟଙ୍କା ବର୍ଷା: ଏହି ଖେଳାଳିଙ୍କୁ ମିଳିବ କୋଟି କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୦: ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପ୍ରତ୍ୟେକ ଖେଳାଳିଙ୍କ ପାଇଁ ଏକ ବଡ଼ ଉପଲବ୍ଧି। ଏହି ସଫଳତା ସହ ଯଦି ଲକ୍ଷ ଲକ୍ଷ ଟଙ୍କାର ନଗଦ…

ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ନାମାଙ୍କନପତ୍ର ଦାଖଲ: ଶକ୍ତି ପ୍ରଦର୍ଶନ କରି ଛାତ୍ରୀଛାତ୍ର…

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ନାମାଙ୍କନରେ ଦେଖିବାକୁ ମିଳିଛି ଶକ୍ତି ପ୍ରଦର୍ଶନ। ବିଶାଳ ପଟୁଆରରେ ବିଶ୍ୱବିଦ୍ୟାଳୟକୁ…

ହଠାତ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏ ବାଏ କରି ସମସ୍ତଙ୍କୁ ଚମକାଇଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୯।୧୦:ଭାରତରେ ଜନ୍ମିତ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ଜିତ ରାଭାଲ ପେସାଦାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୩୮ ବର୍ଷୀୟ ଏହି ଓପନିଂ ବ୍ୟାଟର୍‌ ନିଜ କ୍ୟାରିୟର ଓ ଉପଲବ୍ଧିକୁ…

୮ ବର୍ଷ ପରେ ବାୟାବାବା କଲେଜରେ ନିର୍ବାଚନ ଉଷ୍ଣତା: ବିଜେଡି-ଏବିଭିପି ଜୋର୍‌ଦାର ଲଢ଼େଇ

ମହାକାଳପଡ଼ା,୯ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ସଦରମହକୁମାଠାରେ ଶ୍ରୀ ଶ୍ରୀ ବାୟାବାବା କଲେଜରେ ୮ ବର୍ଷ ପରେ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ଘୋଷଣା…

ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍‌କା

ଷ୍ଟକହୋମ,୯।୧୦: ୨୦୨୬ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକାର ବିଚାରପତି ତଥା ଭାରତୀୟ ତାମିଲ ବଂଶୋଦ୍ଭବ ନାଭାନେଥେମ ‘ନାଭି’ ପିଲ୍ଲାଇଙ୍କୁ ଏହି…

ନାନା ପାଟେକରଙ୍କ ମୃତ୍ୟୁ ପରେ ବି ତାଙ୍କୁ ଛାଡ଼ିଲେନି ତନୁଶ୍ରୀ: କହିଦେଲେ ଏମିତି କଥା, ତାତିଲେ ପ୍ରଶଂସକ

ବଲିଉଡ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହୋଇଛି। ନାଁ ନ ନେଇ ଇନ୍‌ଷ୍ଟାଗ୍ରାମ…

ବିଶ୍ବରେ ହଲଚଲ! H-1B ଭିସାଧାରୀଙ୍କୁ ଏଭଳି କହିଦେଲା ଆମେରିକା; କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୯ା୧୦: H-1B ଭିସାଧାରୀଙ୍କୁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ‘ଇଣ୍ଡେଞ୍ଚର୍ଡ ଲେବର’ ଅର୍ଥାତ୍‌ ‘ଚୁକ୍ତିବଦ୍ଧ ଶ୍ରମିକ’ ବୋଲି କହିବାକୁ ନେଇ ଭାରତ କଡ଼ା ଆପତ୍ତି ପ୍ରକାଶ କରିଛି…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ନାଆମୀ କଲେଜ

ଭଦ୍ରକ,୯ା୧୦(ସନାତନ ରାଉତ): କଲେଜ ପରିସରରେ ବ୍ୟାପକ ଆନ୍ଦୋଳନ ଓ ଅଶାନ୍ତି ଯୋଗୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ଡିଗ୍ରୀ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?