ରାଉରକେଲା ବିମାନବନ୍ଦରରୁ ୬ଗୁଳି ଧରାପଡ଼ିଲା

ରାଉରକେଲା ଅଫିସ,୯ା୧: ରାଉରକେଲା ସହରକୁ ବିମାନସେବା ଆରମ୍ଭ ହେବାର ଦିନକ ପରେ ରବିବାର ସ୍ଥାନୀୟ ବିମାନ ବନ୍ଦରରୁ ଜଣେ ଯାତ୍ରୀଙ୍କଠାରୁ ୬ଟି ଗୁଳି ଧରାପଡିଛି। ଯାତ୍ରୀ ଜଣଙ୍କ ଜଣେ ଔଷଧ ବ୍ୟବସାୟୀ ହୋଇଥିବାବେଳେ ସେ ବିମାନରେ ଚଢ଼ିବା ପୂର୍ବରୁ ସିକ୍ୟୁରିଟି ସ୍କାନରରେ ଧରା ପଡ଼ିଯାଇଥିଲେ। ଉକ୍ତ ଯାତ୍ରୀ ଜଣଙ୍କ ନାମରେ ଏନେଇ ଛେଣ୍ଡ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବାବେଳେ ତାଙ୍କ ପାଖରେ ବନ୍ଧୁକ ଲାଇସେନ୍ସ ଥିବାରୁ ପୋଲିସ ତାଙ୍କୁ ଛାଡ଼ି ଦେଇଥିଲା। ଯାତ୍ରୀ ଜଣଙ୍କ ଏକ ବ୍ୟାଗ ଧରି ରାଉରକେଲାରୁ ଭୁବନେଶ୍ୱର ଯାତ୍ରା କରିବାକୁ ବାହାରିଥିଲେ। ବିମାନବନ୍ଦରରେ ତାଙ୍କ ବ୍ୟାଗ ଚେକିଂ ସମୟରେ ୪ଟା ଫୁଟା ଓ ୨ଟି ଅଫୁଟା ଗୁଳି ସହ ମୋଟ ୬ଟି ଗୁଳି ଥିବା ଜଣାପଡ଼ିଥିଲା। ପରେ ବିମାନବନ୍ଦରରେ ଥିବା ସୁରକ୍ଷାକର୍ମୀ ଯାତ୍ରୀ ଜଣଙ୍କୁ ଅଟକ ରଖି ଛେଣ୍ଡ ଥାନା ପୋଲିସକୁ ହସ୍ତାନ୍ତର କରିଥିଲେ। ପୋଲିସ ତାଙ୍କୁ ଥାନାରେ ଅଟକ ରଖି ଉକ୍ତ ବିଷୟରେ ପଚରାଉଚରା କରିଥିଲେ। ଗୁଳି ଓ ବନ୍ଧୁକର ଲାଇସେନ୍ସ ଥିବାବେଳେ ଯାତ୍ରୀ ଜଣଙ୍କ କହିଥିଲେ। ବନ୍ଧୁକ ଘରେ ଥିବାବେଳେ ଗୁଳି ତରବରିଆ ବ୍ୟାଗରେ ରଖିଥିବା ପୋଲିସ ପାଖରେ କହିଥିଲେ। ପରେ ପୋଲିସ ଯାତ୍ରୀ ଜଣଙ୍କର ଲାଇସେନ୍ସ ସମ୍ପର୍କିତ କାଗଜ ଯାଞ୍ଚ କରିବା ପରେ ତାଙ୍କୁ ଛାଡ଼ି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀ ଶିବିର ଧ୍ୱଂସ, ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୧ା୭(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ କୋଣ୍ଡାଗାଓଁ ଅଞ୍ଚଳରେ ରବିବାର ଯବାନମାନେ ମାଓବାଦୀ ଶିବିର ଧ୍ୱଂସ କରିବା ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ଛତିଶଗଡ଼...

ଛେଳିକୁ ଗିଳିଦେଲା ଅଜଗର

ଖଲ୍ଲିକୋଟ,୨୧ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସିର ୮ ନମ୍ବର ଓ୍ବାର୍ଡ ଶ୍ୟାମସୁନ୍ଦରପୁରରେ ରବିବାରରେ ଏକ ଛେଳିକୁ ଅଜଗର ସାପ ଗିଳି ଦେଇଥିବା ଦେଖିବାକୁ...

୩ ଜଣଙ୍କୁ ଚାପିଦେଲା ଅଜଣାଗାଡ଼ି

ସୁନ୍ଦରଗଡ଼,୨୧।୭: ସୁନ୍ଦରଗଡ଼ ଜିଲା ୫୨୦ ନମ୍ବର ଜାତୀୟ ରାଜପଥ କାଲଟା ଫାଣ୍ଡି ବେଞ୍ଜାଢ଼ି ବ୍ରିଜ୍‌ରେ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଜଣାଗାଡ଼ି...

ଡ୍ୟାମକୁ ମାଛ ଧରିବାକୁ ଯାଇଥିଲେ: ଚାଲିଗଲା ୨ ଯୁବକଙ୍କ ଜୀବନ

ସୁନ୍ଦରଗଡ଼,୨୧।୭: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ମନ୍ଦିରା ଡ୍ୟାମରେ ରବିବାର ଏକ ଅଘଟଣ ଘଟିଛି। ମାଛ ଧରିବାକୁ ଯାଇ ପାଣିରେ ବୁଡ଼ି ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି।...

ସାଙ୍ଗମାନଙ୍କ ସହ ପାହାଡ଼ ଉପରକୁ ବୁଲିବା ପାଇଁ ଯାଇଥିଲେ ଯୁବକ, ଖସିପଡ଼ି ଚାଲିଗଲା ଜୀବନ

ରାଇକିଆ,୨୧ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା ମଣ୍ଡାସରଠାରୁ ୫ କିମି ଦୂର ମଣ୍ଡକୁଟି ପାହାଡ଼ ଉପରୁ ଖସିପଡ଼ି ଯୁବକଙ୍କ ଜୀବନ ଯାଇଛି। ମୃତ ଯୁବକ...

ଦୀର୍ଘବର୍ଷ ଧରି ବନ୍ଦ ହୋଇପଡ଼ିଛି ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର

ମୋରଡ଼ା,୨୧ା୭(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଜନସାଧାରଣ ପ୍ରାୟତଃ ପଶୁ ସମ୍ପଦ ଓ ଚାଷକାର୍ଯ୍ୟ ଉପରେ ନିର୍ଭର କରି ଜୀବନଯାପନ କରନ୍ତି। ଅଧିକାଂଶ ଲୋକ...

କଳାହାଣ୍ଡିରେ ଝାଡ଼ାବାନ୍ତି: ଗାଁରେ ଡେରା ପକାଇଲା ମେଡ଼ିକାଲ ଟିମ୍‌

କୋକସରା,୨୧।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ଡଙ୍ଗରିପଡା ଗ୍ରାମରେ ଗତ କିଛିଦିନ ହେବ ଝାଡ଼ାବାନ୍ତି ବ୍ୟାପୁଥିବା ଦେଖିବାକୁ ମିଳିଛି। ଗ୍ରାମର...

ଗଛ ଉପୁଡ଼ି ମୁଖ୍ୟରାସ୍ତାରେ ପଡ଼ିଲା, ଯାତାୟାତ ବାଧାପ୍ରାପ୍ତ

ମାଥିଲି,୨୧ା୭(ସୁବାସ ଚନ୍ଦ୍ର ଖୁଡୁପିଆ): ମୁଖ୍ୟ ରାସ୍ତା ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲା ମାଥିଲି ବ୍ଲକଠାରୁ କିଆଙ୍ଗ ଓ ଛତିଶଗଡ଼କୁ ସଂଯୋଗ କରୁଥିବା କୋରାପଲ୍ଲୀ ଗଁା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri