Posted inରାଜ୍ୟ

ରାଜ୍ୟରେ ୪୮.୬୫ ଲକ୍ଷ ଚାଷୀ, ୯୫ ହଜାର ଭାଗଚାଷୀ

ଭୁବନେଶ୍ୱର,୧୬ା୩(ବ୍ୟୁରୋ): ୨୦୧୫-୧୬ କୃଷି ଜନଗଣନା ଅନୁସାରେ ରାଜ୍ୟରେ ୪୮ ଲକ୍ଷ ୬୫ ହଜାର ୮୫୦ ଚାଷୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୯୫ ହଜାର ୧୮୪ ଭାଗଚାଷୀ ଅଛନ୍ତି। ଭାଗ ଚାଷୀଙ୍କ ପାଇଁ ରାଜ୍ୟରେ ବଳରାମ ଯୋଜନା କାର୍ଯ୍ୟକାରୀ କରାଯାଉଛି। ରାଜ୍ୟରେ ଭାଗଚାଷୀ ଚିହ୍ନଟ କରିବା କଷ୍ଟକର ବ୍ୟାପାର। ଆଜି ଯିଏ ଜମି ଭାଗ ନେଇ ଚାଷ କରୁଛନ୍ତି ତାହାକୁ କାଲି ଅନ୍ୟ କିଏ କରୁଛନ୍ତି। ସେଭଳି କ୍ଷେତ୍ରରେ ଭାଗଚାଷୀଙ୍କୁ ଚିହ୍ନଟ କରିବା ସମ୍ଭବ ନୁହେଁ। ରାଜ୍ୟ ସରକାର କୃଷି ଓ କୃଷକଙ୍କର ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ସମସ୍ତ ଯୋଜନାରେ ପ୍ରକୃତ ଚାଷୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି। ଏଥିଯୋଗୁ ରାଜ୍ୟରେ ଚାଷୀଙ୍କ ଆୟ ବୃଦ୍ଧି ପାଉଛି। ଜାତୀୟ ପରିସଂଖ୍ୟାନ ସଂସ୍ଥା ଦ୍ୱାରା ସାମୟିକ ରୂପେ କୃଷି ଦ୍ୱାରା ମାସିକ ଆୟର ଆକଳନ କରାଯାଇଥାଏ। ୨୦୧୨ରେ ଚାଷୀଙ୍କ ଆୟ ମାସିକ ୪୯୭୬ ଥିବା ବେଳେ ୨୦୧୯ରେ ମାସିକ ଆୟ ୫୧୧୨ ଟଙ୍କା ଥିଲା। ତେବେ ୨୦୧୨-୧୩ ମାସିକ ଆୟ ସହ ୨୦୧୮-୧୯ ମାସିକ ଆୟ ତୁଳନୀୟ ହୋଇ ନ ପାରେ। କାରଣ ୨୦୧୮-୧୯ରେ ୨ଟି ବାତ୍ୟା ହୋଇଥିଲା। ୨୦୧୮ରେ ରାଜ୍ୟ ମରୁଡ଼ିର ସମ୍ମୁଖୀନ ହୋଇଥିଲା। ଏହି ସମୟରେ କୃଷି କ୍ଷେତ୍ର, ପ୍ରାଣୀପାଳନ ଏବଂ ଅନ୍ୟାନ୍ୟ କ୍ଷେତ୍ରରୁ ଚାଷୀଙ୍କ ଆୟ କମି ଯାଇଥିଲା। କୃଷକ ପରିବାରର ମାସିକ ଆୟରେ ଥିବା ଅସଙ୍ଗତି ଦୂର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି।

ଭାଜପା ସଭ୍ୟ ନିତ୍ୟାନନ୍ଦ ଗଣ୍ଡ ମୂଳ ପ୍ରଶ୍ନରେ ନଂ. ୨୭୧ରେ ପଚାରିଥିଲେ ଯେ ରାଜ୍ୟ ସରକାର ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ଦେଉନାହାନ୍ତି କାହିଁକି। ଚାଷୀଙ୍କ ଆୟ ସର୍ବଭାରତୀୟ ସ୍ତରଠାରୁ ଓଡ଼ିଶାରେ କମ୍‌ କାହିଁକି। ବିଜେଡି ସଭ୍ୟ ସୁନନ୍ଦା ଦାସ ବରି ନିର୍ବାଚନମଣ୍ଡଳୀରେ ସହାୟକ କୃଷି ଅଧିକାରୀ, ଜିଲା କୃଷି ଅଧିକାରୀ ପଦବୀ ଖାଲି ରହିଛି। କେବେ ସୁଦ୍ଧା ସେ ପଦବୀଗୁଡ଼ିକ ପୂରଣ ହେବ ବୋଲି ପଚାରିଥିଲେ। ଭାଜପା ସଭ୍ୟ ଭାସ୍କର ମଢ଼େଇ ଭାଗଚାଷୀଙ୍କ ପାଇଁ ସ୍ବତନ୍ତ୍ର ଆଇନ ଆଣିବାକୁ କହିଥିଲେ। କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ରାଜ୍ୟରେ ଭାଗ ଚାଷୀ କିଏ ବୋଲି ପଚାରିଥିଲେ। କଂଗ୍ରେସ ସଭ୍ୟ ଦାଶରଥି ଗମାଙ୍ଗ, ବିଜେଡି ସଭ୍ୟ ପ୍ରଫୁଲ୍ଲ ସାମଲ, ସ୍ବରୂପ ଦାସ, ଭାଜପା ସଭ୍ୟ ଗଣେଶ ରାମ ଖୁଣ୍ଟିଆ ପ୍ରମୁଖ ରାଜ୍ୟରେ ଚାଷୀ, ଭାଗଚାଷୀ ଓ ନାମମାତ୍ର ଚାଷୀଙ୍କ ସଂଖ୍ୟା କେତେ। କୃଷି ବିଭାଗରେ କେଉଁ କେଉଁ ଯୋଜନା କାର୍ଯ୍ୟକାରୀ ହେଉଛି। ଭାଗଚାଷୀଙ୍କ ପାଇଁ ସ୍ବତନ୍ତ୍ର ଆଇନ ଆଣିବେ କି ବୋଲି ପଚାରିଥିଲେ। ମନ୍ତ୍ରୀ କହିଥିଲେ, ରାଜ୍ୟ ସରକାର ଚାଷୀଙ୍କ ଆୟ ବଢ଼ାଇବା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ରାଜ୍ୟ ସରକାର ୩୯ଟି ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ କେନ୍ଦ୍ର ପ୍ରବର୍ତ୍ତିତ ୧୧ଟି ଯୋଜନା କାର୍ଯ୍ୟକାରୀ କରାଯାଉଛି। ପୂର୍ବରୁ ଭାଗଚାଷୀ କିଛି ପାଉ ନ ଥିଲେ। ଏବେ ସମସ୍ତ ସୁବିଧା ପାଉଛନ୍ତି। ଭାଗ ଚାଷୀଙ୍କୁ ଜମି ଅଧିକାର ଦେବା ଅନ୍ୟ ଏକ ବିଷୟ। ସେ ନେଇ ବିତର୍କ ହେବାର ଆବଶ୍ୟକତା ରହିଛି। ଭାଗଚାଷୀଙ୍କୁ ଚିହ୍ନଟ କରିବା ସହଜ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri