ବୌଦ୍ଧରେ ପୁଣି ୪୫ ଡିଗ୍ରୀ

ଭୁବନେଶ୍ୱର,୨୯ା୪(ବ୍ୟୁରୋ)- ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ବୌଦ୍ଧରେ ରାଜ୍ୟରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ରାଜ୍ୟର ୨୫ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ୯ଟି ସ୍ଥାନରେ ପାରଦ ୪୩ ଡିଗ୍ରୀ ଏବଂ ୫ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ଶନିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର ଜିଲାର କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ହେବ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି। ଆସନ୍ତା ୧ ତାରିଖରୁ ଉପକୂଳ ଓଡ଼ିଶାରେ ପାଗରେ ପରିବର୍ତ୍ତନ ହେବ। ଉତ୍ତର ଓଡ଼ିଶା ଜିଲା, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା ଏବଂ ମାଲକାନଗିରି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ହକି ଟିମ୍‌କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧୭।୮ (କ୍ରୀଡ଼ା ପ୍ରତିନିଧି): ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ପୁରୁଷ ହକି ଦଳ ଏବଂ ୪ର୍ଥ ସ୍ଥାନ ହାସଲ କରିଥିବା ମହିଳା...

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର, ୨୨ା୧୦(ବ୍ୟୁରୋ): ବଦଳିଲା ପାଣିପାଗ। ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର, ତାମିଲନାଡ଼ୁ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା...

ଆଜି ମାଘ ଷଷ୍ଠୀ : ସ୍ନାନମଣ୍ଡପକୁ ବିଜେ ହେବେ ୩ ମହାଦେବ

କୋଣାର୍କ,୩୧।୧(ଡି.ଏନ୍‌.ଏ.): ଚନ୍ଦ୍ରଭାଗାରେ ମାଘ ସପ୍ତମୀ ବୁଡ଼ ନିମନ୍ତେ ପୁରୀ ଜିଲା ପ୍ରଶାସନ ଓ କୋଣାର୍କ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ଶ୍ରଦ୍ଧାଳୁଙ୍କ ସ୍ନାନ...

ଅକ୍ଟୋବର ୨ରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଭୁବନେଶ୍ବର,୨୭।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨ରୁ ନଭେମ୍ବର ୨ ପର୍ଯ୍ୟନ୍ତ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ହେବ। ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବା...

ମନ୍ତ୍ରୀ ପ୍ରତାପ ଜେନା ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୧୧ା୯(ବ୍ୟୁରୋ): ବରିଷ୍ଠ ବିଜେଡି ନେତା ତଥା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହୃଦ୍‌ଘାତର ଶିକାର ହେବା ପରେ ଶୁକ୍ରବାର ରାତିରେ ତାଙ୍କୁ ଏକ...

ଓଡ଼ିଶା ସରକାରଙ୍କ ମିଲେଟ ମିଶନକୁ ନୀତି ଆୟୋଗଙ୍କ ପ୍ରଶଂସା

ନୂଆଦିଲ୍ଲୀ,୩୦।୮:ରାଜ୍ୟରେ ମାଣ୍ଡିଆ ଚାଷର ପ୍ରସାର ସହ ପୌଷ୍ଟିକତାରେ ଉନ୍ନତି ଲାଗି ଓଡ଼ିଶା ସରକାର ୨୦୧୭ରେ ଆରମ୍ଭ କରିଥିବା ‘ମିଲେଟ ମିଶନ’କୁ ନୀତି ଆୟୋଗ ଉଚ୍ଚ ପ୍ରଶଂସା...

ଲକ୍‌ଡାଉନ୍‌ ନିୟମ କୋହଳ କରିବାର ସମୟ ଆସିନାହିଁ, ସତର୍କତା ନ ରଖିଲେ ନିଆଁ ମାଡ଼ିବାର ସମ୍ଭାବନା: ବାଗ୍‌ଚୀ

ଭୁବନେଶ୍ୱର,୩୧।୩(ବ୍ୟୁରୋ): ବର୍ତ୍ତମାନ ସମୟରେ ଓଡ଼ିଶାରେ ୩ କରୋନା ପଜିଟିଭ ମାମଲା ରହିଛି। ହେଲେ ଏହି ୩-୩୦-୩୦୦-୩୦୦୦ ପର୍ଯ୍ୟନ୍ତ ଯିବା ବା ନଯିବା ଆପଣଙ୍କ ଏବଂ ମୋ’...

ଦଶାହ କାର୍ଯ୍ୟକୁ ଆସି ଭାସିଗଲେ ନଦୀରେ

ଚିତ୍ରକୋଣ୍ଡା,୬ା୩: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅଧୀନ ସିଲେରୁ ନଦୀରେ ଭାସିଯାଇ ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। ସେ ହେଲେ ଶୈଳ ଠାକୁର। ଶୁକ୍ରବାର କଳାହାଣ୍ଡି...

Advertisement
Archives

Model This Week