ଉତ୍କଟ ଖାଦ୍ୟ ସଙ୍କଟରେ ୪୪ ଲକ୍ଷ ନାଇଜେରୀୟ

ଜାତିସଂଘ, ୮।୮(ଆଇଏଏନ୍‌ଏସ୍‌): ଉତ୍ତରପୂର୍ବ ନାଇଜେରିଆରେ ଗୁରୁତର ଖାଦ୍ୟ ସଙ୍କଟ ସୃଷ୍ଟି ହୋଇଛି। ସେଠାର ୪୪ ଲକ୍ଷ ଲୋକ ଖାଦ୍ୟାଭାବର ସମ୍ମୁଖୀନ ହୋଇଥିବା ଜାତିସଂଘ ମୁଖପାତ୍ର ଫାର୍‌ହାନ ହକ୍‌ କହିଛନ୍ତି। ସେମାନଙ୍କ ମଧ୍ୟରୁ ୭.୭୫ ଲକ୍ଷ ଖାଦ୍ୟ ଅସୁରକ୍ଷାଜନିତ ବିପଦର ସମ୍ମୁଖୀନ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ଙ୍କ ମୁଖପାତ୍ର ଜଣାଇଛନ୍ତି। ୪ ବର୍ଷ ମଧ୍ୟରେ ସେମାନେ ସବୁଠୁ ଖରାପ ସମୟ ଦେଇ ଗତି କରୁଛନ୍ତି। ଆତଙ୍କବାଦୀ ହିଂସା, କୋଭିଡ୍‌ ମହାମାରୀ ସାଙ୍ଗକୁ ଖାଦ୍ୟପଦାର୍ଥର ଅତ୍ୟଧିକ ଦର ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବ ନାଇଜେରିଆରେ ପଡ଼ିଛି। ବୋର୍ନୋ, ଆଡାମାଓ୍ବା ଏବଂ ୟୋବେ ରାଜ୍ୟରେ ଲକ୍ଷ ଲକ୍ଷ ଲୋକ ମୁଠାଏ ଖାଦ୍ୟ ଯୋଗାଡ଼ କରିବା ଲାଗି ସଂଘର୍ଷ କରୁଥିବା ହକ୍‌ କହିଛନ୍ତି। ବର୍ଷାଭାବରୁ ଚଳିତ ବର୍ଷ କୃଷି ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲା। ସେପ୍ଟେମ୍ବରରେ ପୁଣି ଥରେ ଫସଲ ଅମଳ ହେବା ପର୍ଯ୍ୟନ୍ତ ଲୋକମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ୨୨ ଲକ୍ଷ ବିସ୍ଥାପିତଙ୍କ ସମେତ ନାଇଜେରିଆର ୮୭ ଲକ୍ଷ ଲୋକଙ୍କୁ ଜରୁରୀ ସହାୟତା ଆବଶ୍ୟକ ବୋଲି ଜାତିସଂଘ ମୁଖପାତ୍ର କହିଛନ୍ତି। ଅଧିକ ଖାଦ୍ୟାଭାବ ଅଞ୍ଚଳରେ ଖାଦ୍ୟଶସ୍ୟ ଆବଣ୍ଟନ ବଢ଼ାଇବା ଦିଗରେ ଜାତିସଂଘ ଏବଂ ମାନବୀୟ ସହାୟକ ସଂଗଠନଗୁଡ଼ିକ ସରକାର ଏବଂ ସ୍ଥାନୀୟ ପ୍ରଶାସନ ସହ କାର୍ଯ୍ୟ କରୁଛନ୍ତି। ତେବେ କେତେକ ଅଞ୍ଚଳରେ ହିଂସାକାଣ୍ଡ ଜାରି ରହିଥିବାରୁ ସହାୟତା ଯୋଗାଉଥିବା କର୍ମୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ସମ୍ବଲପୁର, ପୁରୀ ମେୟର ପଦର ସଂରକ୍ଷଣ ଚିଠା

ଭୁବନେଶ୍ୱର,୨୯ା୭(ସୁନିତ୍‌ ମିଶ୍ର): ରାଜ୍ୟ ସରକାରଙ୍କ ପକ୍ଷରୁ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରକ୍ରିୟା ତ୍ୱରାନ୍ବିତ କରାଯାଇଛି। ଏନେଇ ନିକଟରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ…

ଧର୍ମେନ୍ଦ୍ରଙ୍କୁ ସ୍ବାଗତ କଲେ ଭାଜପାର ଏସବୁ ନେତା: ବିରୋଧୀ କହିଲେ ବରାଦିଆ

ଭୁବନେଶ୍ୱର,୨୯।୭ (ସୁନିତ୍‌ ମିଶ୍ର):ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ କକ୍‌ରୋଚ୍‌ ଜନତା ପାର୍ଟି(ସିଜେପି)ର ପ୍ରବଳ ବିରୋଧ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ସମ୍ବଲପୁର ଏମ୍‌ପି ଧର୍ମେନ୍ଦ୍ର…

ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ: ଦେଲେ ଏତିକି ଟଙ୍କା ପୁରସ୍କାର ରାଶ

ଭୁବନେଶ୍ୱର, ୨୯ା୭ (ବନ୍ଦନା ସେଠୀ): ଇଣ୍ଡିଆନ ଆଇଡଲ ସିଜିନ-୧୬ର ବିଜେତା ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ତାଙ୍କ ସରକାରୀ ବାସଭବନରେ…

କୁତ୍ରିମ ସୂର୍ଯ୍ୟ ନିର୍ମାଣ ପାଇଁ ଚାଇନା ହେଉଛି ସଜବାଜ: ବିଶ୍ୱର ସର୍ବବୃହତ୍‌ ଚୁମ୍ବକ ପ୍ରସ୍ତୁତି ଶେଷ

ବେଜିଂ,୨୯ା୭:ଚାଇନା ଏହାର ‘କୃତ୍ରିମ ସୂର୍ଯ୍ୟ’ ନିର୍ମାଣ କାର୍ଯ୍ୟକ୍ରମ ପାଇଁ ବିଶ୍ୱର ସର୍ବବୃହତ୍‌ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍‌ ଚୁମ୍ବକ ତିଆରି ଓ ପରୀକ୍ଷା ଶେଷ କରିଛି। ଆଣବିକ ଫ୍ୟୁଜନ୍‌ ଜରିଆରେ…

ସ୍କୁଲ ମଧ୍ୟାହ୍ନଭୋଜନରେ ମଲା ଅସରପା, ଝିଟିପିଟି

ମହାକାଳପଡ଼ା, ୨୯ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣି ପଞ୍ଚାୟତ ବଡ଼ତୋଟା ଛପାଲି ଅମ୍ବିକା ସୁନ୍ଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନଭୋଜନରେ ମଲା ଅସରପା…

ପାର୍କିଂ ଶୁଳ୍କକୁ ନେଇ ଗୋଷ୍ଠୀ ସଂଘର୍ଷ, ପଇସା ମାଗିବାରୁ ୩ ଯୁବକ…

ଛତ୍ରପୁର, ୨୮।୭ (ଦିଲ୍ଲୀପ ସାମଲ/ ଦ୍ୱାରକା ପଟ୍ଟନାୟକ) : ସ୍ଥାନୀୟ ତାମ୍ପରା ବୋଟିଂ କ୍ଲବ ନିକଟ ପାର୍କିଂରେ ପଇସାକୁ କେନ୍ଦ୍ର କରି ଯୁବକଙ୍କ ଭିତରେ ବଚ୍‌ସାରୁ ଗଣ୍ଡଗୋଳ…

୩ ବରିଷ୍ଠ ଅଧିକାରୀଙ୍କୁ ହାଇକୋର୍ଟରୁ ମିଳିଲା ଅନ୍ତରୀଣ ସୁରକ୍ଷା

କଟକ,୨୯୭(କାର୍ତ୍ତିକ ସାହୁ): ପାଠ୍ୟପୁସ୍ତକ ମୁଦ୍ରଣ ତ୍ରୁଟି ମାମଲାରେ ଆଗୁଆ ଜାମିନ ଆବେଦନ କରିଥିବା ୬ ଜଣଙ୍କ ମଧ୍ୟରୁ ହାଇକୋର୍ଟ ୩ ଜଣଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି।…

ଗଭୀର ଅବପାତ: କାଲିଠୁ ୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୨୮ା୭ (ବନ୍ଦନା ସେଠୀ) – ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ କେନ୍ଦ୍ରୀଭୂତ ଗଭୀର ଅବପାତ ମଙ୍ଗଳବାର ବାରିପଦାଠାରୁ ୧୦ କି.ମି.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri