Posted inଜାତୀୟ

ଜେଲରେ ୪୪ କଏଦୀ ଏଚଆଇଭି ସଂକ୍ରମିତ: ଚିନ୍ତାରେ ପ୍ରଶାସନ…

ନୈନିତାଲ,୧୦।୪ : ଉତ୍ତରାଖଣ୍ଡର ହାଲଦାନି ଜେଲରେ ୪୪ ଜଣ କଏଦୀ ହ୍ୟୁମାନ ଇମ୍ୟୁନୋଡେଫେସିସିସି ଭାଇରସ (ଏଚଆଇଭି) ସଂକ୍ରମିତ ହୋଇଥିବା ଜଣାପଡିଛି। ସୁଶୀଲା ତିୱାରୀ ହସ୍ପିଟାଲର ଏଆରଟି ସେଣ୍ଟର୍‌ ଦାୟିତ୍ୱରେ ଥିବା ଡାକ୍ତର ପରମଜିତ ସିଂ କହିଛନ୍ତି ଯେ ସଂକ୍ରମିତ କଏଦୀଙ୍କ ମଧ୍ୟରେ ଜଣେ ମହିଳା କଏଦୀଙ୍କ ନମୁନା ଏଚ.ଆଇ.ଭି ପଜିଟିଭ ମିଳିଛି।

ଡାକ୍ତରଙ୍କ କହିବାନୁସାରେ, ଏଚ.ଆଇ.ଭି ସଂକ୍ରମିତ କଏଦୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ଯୋଗୁଁ ଜେଲ ପ୍ରଶାସନଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ବନ୍ଦୀମାନଙ୍କ ଚିକିତ୍ସା ବିଷୟରେ ସୂଚନା ଦେଇ ପ୍ରଶାସନ କହିଛି ଯେ ଏଚ.ଆଇ.ଭି ରୋଗୀଙ୍କ ପାଇଁ ଏକ ଏଆର୍‌ଟି. ଦଳ କ୍ରମାଗତ ଭାବରେ ଜେଲରେ ଥିବା ବନ୍ଦୀମାନଙ୍କୁ ଯାଞ୍ଚ କରୁଛନ୍ତି।

ଏଚଆଇଭି ସଂକ୍ରମିତ ଅନ୍ତେବାସୀଙ୍କୁ ଜାତୀୟ ଏଡସ ନିୟନ୍ତ୍ରଣ ସଂଗଠନ ର ନିର୍ଦ୍ଦେଶାବଳୀ ଆଧାରରେ ମାଗଣା ଚିକିତ୍ସା ଏବଂ ଔଷଧ ଯୋଗାଇ ଦିଆଯାଉଛି।

ବର୍ତ୍ତମାନ ଜେଲରେ ୧୬୨୯ ପୁରୁଷ ଏବଂ ୭୦ ମହିଳା କଏଦୀ ଅଛନ୍ତି। ଏତେ ସଂଖ୍ୟକ କଏଦୀ ଏଚ.ଆଇ.ଭି ପଜିଟିଭ ଥିବା ଜଣାପଡିବା ପରେ ଜେଲ ପ୍ରଶାସନ ବନ୍ଦୀମାନଙ୍କର ନିୟମିତ ଯାଞ୍ଚ କରୁଛି। ଯାହା ଦ୍ୱାରା ଏଚ.ଆଇ.ଭି ସଂକ୍ରମିତ କଏଦୀମାନେ ଠିକ ସମୟରେ ଚିକିତ୍ସିତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା କେବେବି ମଜଭୁତ ଭାରତ ଗଢି ପାରିବ ନାହିଁ, ସତରେ କ’ଣ ମୋଦି କହିଛନ୍ତି ଏମିତି? ଜାଣନ୍ତୁ ଭାଇରାଲ…

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନର ୨୦୨୪ର ଅବଶିଷ୍ଟ ପାଞ୍ଚଟି ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ଜୋରସୋରରେ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଭାବେ ଭାଜପା...

ଡରୁଛନ୍ତି ରାହୁଲ-ପ୍ରିୟଙ୍କା: ଅର୍ଜୁନ ରାମ ମେଘଓ୍ବାଲ

ନୂଆଦିଲ୍ଲୀ,୨୮।୪: ବିକାନେର ଲୋକ ସଭା ନିର୍ବାଚନମଣ୍ଡଳୀରୁ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ପ୍ରାର୍ଥୀ ଅର୍ଜୁନ ରାମ ମେଘୱାଲ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା...

ମୋଦି ହାରୁଛନ୍ତି, ଇଣ୍ଡିଆ ମେଣ୍ଟ ୩୦୦ ପାର କରିବ, ଦୁଇ ପର୍ଯ୍ୟାୟର ଭୋଟିଂ ପରେ…

ନୂଆଦିଲ୍ଲୀ,୨୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତିକୁ ନେଇ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ସହିତ...

ହଜାର ହଜାର ମହିଳାଙ୍କ ସହ ଯୌନ ଅପରାଧ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତିଙ୍କ ନାମ ଆସିଲା ସାମ୍ନାକୁ

ବେଙ୍ଗାଲୁରୁ,୨୮।୪: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶନିବାର ହାସନ ଜିଲା ସହ ଜଡିତ ଯୌନ ଦୁର୍ନୀତିର ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

କଂଗ୍ରେସକୁ ଝଟ୍‌କା, ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅରବିନ୍ଦର ସିଂ

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନ ନେଇ ଦିଲ୍ଲୀ କଂଗ୍ରେସରେ ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ ପାଇଛି। ସଦ୍ୟତମ ମାମଲାରେ ଦିଲ୍ଲୀ କଂଗ୍ରେସ...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ଭାରତୀୟ ମସଲାକୁ ଆମେରିକାର ସନ୍ଦେହ

ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ଭଳି ଭାରତୀୟ ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କେମିକାଲ ମିଶୁଥିବା କହି ହଂକଂ ଓ ସିଙ୍ଗାପୁର କିଛିଦିନ ହେଲା ଏହାର ବିକ୍ରି ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri