ଡ.ଗୌରହରି ଦାସଙ୍କୁ ୪୩ତମ ଶାରଳା ପୁରସ୍କାର

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ସମାଜରେ କଳାକାର, ଲେଖକଙ୍କ ପ୍ରତି ପୁରସ୍କାର ହେଉଛି ଏକ କୃତଜ୍ଞତା। ଏହା ସୃଜନଶୀଳତା ପ୍ରତି ବିଶ୍ୱାସ ଆଣିବା ସହ ଉକ୍ତ ବ୍ୟକ୍ତିଙ୍କ ପ୍ରତି ଦାବି ଆଣିଥାଏ ଯେ ସେ ଆମର। ଅଦ୍ୱିତୀୟତା କଳା, ସାହିତ୍ୟର ଉପହାର। ସମସ୍ତେ ନିଜ ନିଜ ବିବେକ ଅନୁସାରେ ଲେଖା, କଳାକୃତିକୁ ବୁଝିଥାନ୍ତି ଏବଂ ଏହାକୁ ଭିନ୍ନ ଭିନ୍ନ ଶବ୍ଦ ମାଧ୍ୟମରେ ପ୍ରକାଶ କରିଥାନ୍ତି। ଏ ପର୍ଯ୍ୟନ୍ତ ପାଠକକୁ ପହଞ୍ଚାଇବାରେ କଳାକୃତି ହିଁ ସାହାଯ୍ୟ କରିଥାଏ, ଯାହାଦ୍ୱାରା ବ୍ୟକ୍ତି ମଧ୍ୟରେ ଅଦ୍ୱିତୀୟତା ଜାଗ୍ରତ ହୋଇଥାଏ ବୋଲି ବିଶିଷ୍ଟ ହିନ୍ଦୀ ଲେଖକ ଉଦୟନ ବାଜପେୟୀ କହିଛନ୍ତି। ଇଣ୍ଡିଆନ୍‌ ମେଟାଲ୍ସ ପବ୍ଲିକ ଚାରିଟେବଲ୍‌ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ବୁଧବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ଶାରଳା ପୁରସ୍କାର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି। ଏହି ଅବସରରେ କଥାକାର ଡ.ଗୌରହରି ଦାସଙ୍କୁ ତାଙ୍କ ଗଳ୍ପ ପୁସ୍ତକ ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ଚଳିତବର୍ଷର ୪୩ତମ ‘ଶାରଳା ପୁରସ୍କାର’ ପ୍ରଦାନ କରାଯାଇଛି। ପୁରସ୍କାର ବାବଦକୁ ୫ଲକ୍ଷ ଟଙ୍କାର ଅର୍ଥରାଶି ସହ ଉପଢ଼ୌକନ ଓ ତାମ୍ରଫଳକ ପ୍ରଦାନ କରାଯାଇଥିଲା। ପୁରସ୍କାର ଗ୍ରହଣ କରି ଡ. ଦାସ କହିଛନ୍ତି, ସାହିତ୍ୟ ପାଇଁ ଆଜି ମୋର ପରିଚୟ। ସାହିତ୍ୟ ଯଦି ନ ଥାନ୍ତା ମୋର ଏଭଳି ପରିଚୟ ସୃଷ୍ଟି ହୋଇପାରି ନ ଥାନ୍ତା। ସାହିତ୍ୟ ମୋର କୁରୁକ୍ଷେତ୍ର ଏବଂ ଶବ୍ଦ ମୋର ଶସ୍ତ୍ର। ସାହିତ୍ୟର ଧର୍ମ ଶୋଇପଡ଼ିଥିବା ଦେବତାଙ୍କୁ ନିଦରୁ ଉଠାଇବା। ସମାଜର ରାଜନୈତିକ, ଅର୍ଥନୈତିକ ଓ ସାଂସ୍କୃତିକ ବ୍ୟବସ୍ଥା ଉପରେ ମୋର ହସ୍ତକ୍ଷେପ। ସମସ୍ତେ ଦିନେ ଗପ ପାଲଟିଯିବା। ଏହା ଏକ ଅନିବାର୍ଯ୍ୟ ନିୟତି। ଗାଳ୍ପିକଙ୍କ ପରେ ଗାଳ୍ପିକ ବିଦାୟ ନେଉଥିବେ କିନ୍ତୁ ଗଳ୍ପ, ଶବ୍ଦ ରହିବ। ଶବ୍ଦର ଶେଷ ନାହିଁ, ଶବ୍ଦର ସମାଧି ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନାର ଉତ୍କର୍ଷ ପାଇଁ ଇମ୍ଫା ଟ୍ରଷ୍ଟ ପକ୍ଷରୁ ଚିତ୍ରକର ପ୍ରଫୁଲ୍ଲ ମହାନ୍ତି ଏବଂ ଓଡ଼ିଶୀ ସଙ୍ଗୀତ ସାଧକ ଗୁରୁ ଘନଶ୍ୟାମ ପଣ୍ଡାଙ୍କୁ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ରେ ସମ୍ମାନିତ କରାଯାଇଛି। ପ୍ରତ୍ୟେକଙ୍କୁ ଦେଢ଼ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି। ଉତ୍ସବରେ ଟ୍ରଷ୍ଟି ପାରମିତା ପଣ୍ଡା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଦ୍ୱିତୀୟ ଅଧିବେଶନରେ ବିୟତପ୍ରଜ୍ଞା ତ୍ରିପାଠୀଙ୍କ ସଂଯୋଜନାରେ ଲେଖକ ଦାସ ଏବଂ ମୁଖ୍ୟ ଅତିଥି ବାଜପେୟୀଙ୍କ ମଧ୍ୟରେ ଏକ ଆଲୋଚନା ପର୍ବ ଅନୁଷ୍ଠିତ ହୋଇଥିଲା। ଉତ୍ସବକୁ ବିଜୟ ମଲ୍ଲ ସଂଯୋଜନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?