ଓଇଆର୍‌ସି ଯୋଗୁ ବୁଡ଼ିବ ୪୨୩୪ କୋଟି

ଭୁବନେଶ୍ୱର,୩୦।୧୦(ବ୍ୟୁରୋ): ରାଜ୍ୟବାସୀଙ୍କୁ ଉନ୍ନତ ମାନର ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ବିଦ୍ୟୁତ୍‌ ବ୍ୟବସ୍ଥାକୁ ଘରୋଇକରଣ କରିଛନ୍ତି। ବିଂଶ ଶତାବ୍ଦୀର ୮୦ ଦଶକରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ବାରମ୍ବାର ଗୋଟିଏ ପ୍ରକାର ଫଳ ଦର୍ଶାଉଛି। କରଦାତାଙ୍କ ଅର୍ଥରେ ସୃଷ୍ଟି ହୋଇଥିବା ବିରାଟକାୟ ବିଦ୍ୟୁତ୍‌ ଭିତ୍ତିଭୂମିକୁ ବ୍ୟବହାର କରି ଘରୋଇ କମ୍ପାନୀମାନେ ବିଭିନ୍ନ ଉପାୟରେ ଲୁଟ୍‌ କରି ରାଜ୍ୟ ଛାଡ଼ି ପଳାଉଛନ୍ତି। ରାଜ୍ୟ ସରକାରଙ୍କ ଏକମାତ୍ର ବିଦ୍ୟୁତ୍‌ ଯୋଗାଣ ସଂସ୍ଥା ଗ୍ରୀଡ୍‌କୋଠାରୁ ଅନିଲ ଅମ୍ବାନୀ ଗ୍ରୁପ୍‌ର ରିଲାଏନ୍ସ ଇନ୍‌ଫ୍ରାଷ୍ଟ୍ରକ୍ଚର ଲିମିଟେଡ (ଆର୍‌ଆଇଏଲ୍‌) ପରିଚାଳିତ ଓ୍ବେସ୍‌କୋ, ନେସ୍‌କୋ, ସାଉଥ୍‌କୋ କିଣିଥିବା ୪୨୩୪ କୋଟି ଟଙ୍କାର ବିଦ୍ୟୁତ୍‌ ବକେୟା ବୁଡ଼ିଯାଇପାରେ। ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି)ଙ୍କ ଯୋଗୁ ଏହି ବକେୟା ଅର୍ଥ ମିଳିବା ନେଇ ଆଶଙ୍କା ଦେଖାଦେଇଛି।
ବକେୟା ଟଙ୍କା ପାଇବାକୁ ଗ୍ରୀଡ୍‌କୋ ୨୦୧୯ରେ ୩ ବଣ୍ଟନ କମ୍ପାନୀ ଏବଂ ଆର୍‌ଆଇଏଲ୍‌ ବିରୋଧରେ ଓଇଆର୍‌ସି ନିକଟରେ ପିଟିଶନ ଦାଖଲ କରିଥିଲା। ଏହାର ଶୁଣାଣି କରି ଆୟୋଗ ଉକ୍ତ ୩ କମ୍ପାନୀକୁ ଗ୍ରୀଡ୍‌କୋର ବକେୟା ରାଶି ୪୨୩୪ କୋଟି ଟଙ୍କା ଦେବାକୁ ଗତ ୨୭ ତାରିଖରେ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଗ୍ରୀଡ୍‌କୋ କିପରି ବକେୟା ରାଶି ପାଇବ ତାହା ରିଲାଏନ୍ସ ଇନ୍‌ଫ୍ରାଷ୍ଟ୍ରକ୍ଚର ସେଟଲ କରିବ ବୋଲି ରାୟ ଦେଇଛନ୍ତି। ଯେଉଁ ୩ ବଣ୍ଟନ କମ୍ପାନୀ ଉପରୁ ବକେୟା ରାଶି ଆଦାୟ କରିବାକୁ ଓଇଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି ସେଗୁଡ଼ିକ ଏବେ ଅକାମୀ ହୋଇ ରହିଛନ୍ତି। ୨୦୧୯ ଜୁଲାଇରେ ଟାଟା ପାଓ୍ବାର ରାଜ୍ୟର ବିଦ୍ୟୁତ୍‌ ବ୍ୟବସ୍ଥାକୁ କରାୟତ୍ତ କରିବା ପରେ ନେସ୍‌କୋ, ସାଉଥ୍‌କୋ ଏବଂ ଓ୍ବେସ୍‌କୋ କେବଳ କାଗଜକଲମରେ ରହିଯାଇଛନ୍ତି। ଏଭଳି କ୍ଷେତ୍ରରେ ୩ ବଣ୍ଟନ କମ୍ପାନୀ ଏବଂ ରିଲାଏନ୍ସଠାରୁ ଗ୍ରୀଡ୍‌କୋ କିପରି ନିଜର ବକେୟା ଆଦାୟ କରିବ ତାହା ଏବେ ବଡ଼ ପ୍ରଶ୍ନ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ଗ୍ରାହକମାନଙ୍କୁ ଉନ୍ନତମାନର ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ୧୯୯୯ରେ ରାଜ୍ୟ ବିଦ୍ୟୁତ୍‌ ବୋର୍ଡଠାରୁ କ୍ଷମତା ଛଡ଼ାଇ ଆମେରିକା କମ୍ପାନୀ ଏଇଏସ୍‌ ଏବଂ ପରେ ରିଲାଏନ୍ସକୁ ଓଇଆର୍‌ସି ଯୋଗୁ ରାଜ୍ୟର ବିଦ୍ୟୁତ୍‌ ପରିଚାଳନା ଭାର ଦେଇଥିଲେ। ମାତ୍ର ଏହି କମ୍ପାନୀ ଭିତ୍ତିଭୂମି ସଜାଡ଼ିବା ପରିବର୍ତ୍ତେ ଲାଇସେନ୍ସ ସର୍ତ୍ତ ଉଲ୍ଲଂଘନ କରି ଲୁଟି ଚାଲିଲା। ଲାଇସେନ୍ସ ସର୍ତ୍ତ ଅନୁସାରେ ଦୁର୍ବଳ ଭିତ୍ତିଭୂମିକୁ ସଜାଡ଼ିବା ଲାଗି ଅର୍ଥ ବିନିଯୋଗ ନ କରିବା, ବୈଷୟିକ ଓ ବାଣିଜି୍ୟକ କ୍ଷତି ହ୍ରାସ ନ କରିବା, ବିଲିଂ ଠିକ୍‌ ଢଙ୍ଗରେ ନ କରିବା ଯୋଗୁ ୨୦୧୫ ମାର୍ଚ୍ଚ ୫ରେ ଓଇଆରସି ରିଲାଏନ୍ସର ଲାଇସେନ୍ସକୁ ରଦ୍ଦ କରିଥିଲେ। ଏହାକୁ ରିଲାଏନ୍ସ ଚ୍ୟାଲେଞ୍ଜ କରିଥିଲେ ମଧ୍ୟ ବିଫଳ ହୋଇଥିଲା। ସୁପ୍ରିମକୋର୍ଟ ଓଇଆରସିଙ୍କ ରାୟକୁ କାଏମ ରଖିଥିଲେ। ରିଲାଏନ୍ସ ବିଦ୍ୟୁତ୍‌ ପରିଚାଳନାରୁ ବିଦା ହେବା ପରେ ଓଇଆରସି ପ୍ରଶାସକ ନିଯୁକ୍ତ କରି ବଣ୍ଟନ କମ୍ପାନୀଗୁଡ଼ିକୁ ନିଜେ ପରିଚାଳନା କରିଥିଲେ। ସେତେବେଳକୁ ଓ୍ବେସ୍‌କୋ, ନେସ୍‌କୋ ଏବଂ ସାଉଥ୍‌କୋ ଉପରେ ଗ୍ରୀଡ୍‌କୋର ୪୨,୩୪,୦୮,୯୧,୬୬୧ ଟଙ୍କା ବକେୟା ପଡ଼ିଥିଲା। ଆଶ୍ଚର୍ଯ୍ୟର କଥା ଲାଇସେନ୍ସ ରଦ୍ଦ ହେବାର ୫ ବର୍ଷ ପରେ ଅର୍ଥାତ୍‌ ୨୦୧୯ରେ ବକେୟା ରାଶି ପାଇବା ପାଇଁ ଗ୍ରୀଡ୍‌କୋ ଓଇଆର୍‌ସିରେ ୩ ବଣ୍ଟନ କମ୍ପାନୀ ଏବଂ ରିଲାଏନ୍ସ ବିରୋଧରେ ପିଟିଶନ ଦାଖଲ କରିଥିଲା। ଏବେ ୩ଟି କମ୍ପାନୀ ଦେବାଳିଆ ହେବା ସହ କେବଳ କାଗଜପତ୍ରରେ ରହିଛନ୍ତି। ସେହି କମ୍ପାନୀ ଏବଂ ତାହାର ପରିଚାଳନା ଭାର ନେଇଥିବା ଆର୍‌ଆଇଏଲ୍‌ କିପରି ବକେୟା ଅର୍ଥ ଦେବ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି।
ଗ୍ରୀଡ୍‌କୋର ପରିଚାଳନା କରୁଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯାହା ବି ହେଉ ଆମ ସପକ୍ଷରେ ଓଇଆରସି ରାୟ ଦେଇଛନ୍ତି । ଏହା ଆମ ପାଇଁ ବଡ଼। ବକେୟା ପାଇବା ପାଇଁ ଆମକୁ ଆଇନଗତ ବାଟ ମିଳି ଯାଇଛି। ରିଲାଏନ୍ସ ଅଧୀନରେ ୩ଟି କମ୍ପାନୀ ପରିଚାଳିତ ହେଉଥିବାରୁ ଆର୍‌ଆଇଏଲ୍‌ ସମସ୍ତ ବିଦ୍ୟୁତ୍‌ ବକେୟା ଦେବାକୁ ବାଧ୍ୟ। ଅନ୍ୟପକ୍ଷରେ ଗ୍ରୀଡ୍‌କୋ ଅଧ୍ୟକ୍ଷ ତଥା ଶକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ ଓଇଆରସି ଆଦେଶନାମା ହସ୍ତଗତ ହୋଇ ନ ଥିବାରୁ ଏ ବିଷୟରେ କିଛି କହିପାରିବି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?