୪୩ ହଜାର ଛାଡ଼ିଲେଣି ଘରୋଇ ସ୍କୁଲ

ଗୁଡ଼ଗାଓଁ: କରୋନା ମହାମାରୀ ସଂକ୍ରମଣ ଯୋଗୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛ। ଏପରିସ୍ଥଳେ ସମସ୍ତ ସ୍କୁଲ ବନ୍ଦ ରହିଛି। ତେବେ ପ୍ରାଇଭେଟ୍‌ ସ୍କୁଲରେ ପାଠ ପଢୁଥିବା ଛାତ୍ରୀଛାତ୍ରଙ୍କୁ ଲଗାତାର ଫି ଦେବାକୁ କୁହାଯାଉଛି। ଏଥିରେ ବ୍ୟସ୍ତ ବିବ୍ରତ ହୋଇ ଦିଲ୍ଲୀର ଗୁଡ଼ଗାଓଁର ୨,୪୫୩ ଛାତ୍ରୀଛାତ୍ର ସରକାରୀ ସ୍କୁଲରେ ନାମ ଲେଖାଇଛନ୍ତି। ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ୪୩ ହଜାର ୨୯୩ ଛାତ୍ରୀଛାତ୍ର ପ୍ରାଇଭେଟ୍‌ ସ୍କୁଲ ଛାଡ଼ି ସରକାରୀ ସ୍କୁଲରେ ନାମ ଲେଖାଇଛନ୍ତି। ଏପ୍ରିଲ୍‌ରୁ ଜୁଲାଇ ମାସରେ ଏଭଳି ଘଟିଥିବା କୁହାଯାଉଛି। ହରିୟାଣାର ହିସାରରେ ସର୍ବାଧିକ ୩,୪୩୪ ଛାତ୍ରୀଛାତ୍ର ଏଭଳି କରିଛନ୍ତି। କରୋନା ମହାମାରୀ ସମୟରେ ପ୍ରାଇଭେଟ୍‌ ସ୍କୁଲର ଫି ଜମା କରିବା ତାଗିଦ୍‌ରେ ଅତିଷ୍ଠ ହୋଇ ଅଭିଭାବକମାନେ ଏଭଳି କରିଛନ୍ତି। ସରକାରୀ ସ୍କୁଲରେ ଅଷ୍ଟମ ପର୍ଯ୍ୟନ୍ତ କୌଣସି ଫି ଦେବାକୁ ପଡୁ ନ ଥିବାବେଳେ ମାଗଣାରେ ମଧ୍ୟାହ୍ନ ଭୋଜନ ମଧ୍ୟ ମିଳୁଛି। ଫଳରେ ଅଧିକ ଅଭିଭାବକ ସରକାରୀ ସ୍କୁଲ ପ୍ରତି ଆକର୍ଷିତ ହେଉଛନ୍ତି। ଫରିଦାବାଦରେ ୨୦୭୪, ରିଓ୍ବାଡିରେ ୨୧୨୨, ଝଞ୍ଜରରେ ୧୫୦୨, ନୁଁହରେ ୯୨୯, ପଲଓ୍ବଲରେ ୧୨୯୦ ଏବଂ ଚରଖି ଦାଦରିରେ ୫୪୬ ଜଣ ଛାତ୍ରୀଛାତ୍ର ପ୍ରାଇଭେଟ୍‌ ସ୍କୁଲ ଛାଡ଼ିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘଣ୍ଟା ବିଜ୍ଞାପନରେ କାହିଁକି ଦେଖିବାକୁ ମିଳେ ୧୦:୧୦ ସମୟ…

ବିଜ୍ଞାପନ ଦେବାର ଅର୍ଥ ଲୋକଙ୍କୁ ସାମଗ୍ରୀ ବିଷୟରେ ଅବଗତ କରାଇବା ଏବଂ ସେମାନଙ୍କୁ ଦ୍ରବ୍ୟର କ୍ରେତା କରିବା। କିନ୍ତୁ ବିଜ୍ଞାପନ ସହିତ ଜଡ଼ିତ କିଛି ରହସ୍ୟ...

ପୁଣି ନିଜ ଦଳକୁ ସମାଲୋଚନା କଲେ ଆଜାଦ୍‌

ନୂଆଦିଲ୍ଲୀ,୨୨।୧୧: କଂଗ୍ରେସରେ ଏବେ ଗୋଷ୍ଠୀ କନ୍ଦଳ ଲାଗି ରହିଛି। ଦଳର ହେବିଓ୍ବେଟ୍‌ ନେତା ଦଳୀୟ କାର୍ଯ୍ୟକୁ ସମାଲୋଚନା କରୁଥିବା ଦେଖାଯାଇଛି। ପୁଣିଥରେ ଦଳର ନେତୃତ୍ୱକୁ ପୁଣି...

ସେବା ହିଁ ଆଦର୍ଶ

ଜାଗ ଭାରତ! ଉଠ! ଜାଗ! ଲକ୍ଷ୍ୟପ୍ରାପ୍ତି ନ ହେବା ପର୍ଯ୍ୟନ୍ତ କାର୍ଯ୍ୟରୁ ବିରତ ହୁଅ ନାହିଁ । ନିର୍ଭୀକ ହୁଅ, ସାହସୀ ହୁଅ, ତୁମେ ଜଣେ...

ଚାଇନାରେ ହେଉଥିଲା ସୂର୍ଯ୍ୟ ଦେବଙ୍କ ଉପାସନା

ବେଜିଂ,୨୦।୧୨: ପୁରାତନ ଚାଇନାରେ ସୂର୍ଯ୍ୟ ଦେବଙ୍କ ଉପାସନା କରାଯାଉଥିଲା। ଉତ୍ତର-ପଶ୍ଚିମ ଚାଇନାର ଝିଜିୟାଙ୍ଗ୍‌ ଉଇଗର ଅଞ୍ଚଳରୁ ଏକ ସ୍ମୃତିସୌଧରୁ ଏସମ୍ପର୍କରେ ତଥ୍ୟ ମିଳିଥିବା ପ୍ରତ୍ନତତ୍ତ୍ୱବିତ୍‌ ମାନେ...

ତିରୁପତିରୁ ବସ୍ତାବସ୍ତା କେଶ ଚାଇନାକୁ ଚୋରା ଚାଲାଣ

ତିରୁପତି,୨୦।୩: ଆନ୍ଧ୍ରପ୍ରଦେଶର ଚିତୋର ଜିଲାରେ ଥିବା ପ୍ରସିଦ୍ଧ ତିରୁପତି ମନ୍ଦିରରୁ ବିପୁଳ ପରିମାଣର  କେଶ ଚାଇନାକୁ ଚୋରା ଚାଲାଣ ହେଉଛି। ଏହା ଭାୟା ମ୍ୟାନ୍‌ମାର ହେଉଥିବା...

ଦିଲ୍ଲୀରେ ୟେଦୁରପ୍ପା

ନୂଆଦିଲ୍ଲୀ,୬।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି। ମଙ୍ଗଳବାର ୟେଦୁରପ୍ପା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡକରିଙ୍କୁ ଭେଟିଛନ୍ତି। ଏହି...

ସୂର୍ଯ୍ୟ ନମସ୍କାର ନେଇ ବିବାଦ…

ନୂଆଦିଲ୍ଲୀ, ୪।୧ : ଦେଶରେ ସ୍ବାଧୀନତା ଦିବସର ୭୫ ତମ ବାର୍ଷିକୀ ପାଳନ ଅବସରରେ ବିଭିନ୍ନ ବିଦ୍ୟାଳୟରେ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଭାରତ...

କରୋନାକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ୫ ସୁତ୍ରୀ ଯୋଜନା

ନୂଆଦିଲ୍ଲୀ,୪।୪: ଦେଶରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କରୋନା ବୃଦ୍ଧି...

Advertisement
Archives

Model This Week