ଝାରପଡ଼ା ଜେଲ୍‌ରେ ଆକ୍ରାନ୍ତଙ୍କ ସ୍ଥିତି ବିଗୁଡୁଛି

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଝାରପଡା ଜେଲ୍‌ର ଆଇସୋଲେଶନରେ ଥିବା କରୋନା ଆକ୍ରାନ୍ତଙ୍କ ସ୍ଥିତି ବିଗିଡିବାରେ ଲାଗିଛି। ଆଜୀବନ ସଜା କାଟୁଥିବା ଜଣେ ୭୨ ବର୍ଷୀୟ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବାବେଳେ ସୋମବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡିବାରୁ ତାଙ୍କୁ ଭୁବନେଶବରର ଏକ ଘରୋଇ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସେହିପରି ଅନ୍ୟ ୨୫ଜଣ ଆକ୍ରାନ୍ତ କଏଦୀଙ୍କ ନିଃଶ୍ୱାସ ନେବାରେ ସମସ୍ୟା ଉପୁଜିଥିବା ସୂଚନା ମିଳିଛି। ଏହାକୁ ନେଇ ଜେଲ୍‌ ପରିସରରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ମୁତାବକ, ଗୁରୁତର ବୃଦ୍ଧ କଏଦୀ ଜଣକ ରବିବାର ରାତିରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ଜେଲ୍‌ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ନିୟୋଜିତ ଡାକ୍ତର ମେଡିସିନ ଦେଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ରାତି ସାରା ଯନ୍ତ୍ରଣାରେ ଛଟପଟ ହେବା ପରେ ସୋମବାର ସକାଳେ ସଙ୍କଟାପନ୍ନ ହୋଇପଡିଥିଲେ। ଏ ସଂକ୍ରାନ୍ତରେ ଜେଲ୍‌ କର୍ତ୍ତୃପକ୍ଷ ଯୋଗାଯୋଗ କରିବା ପରେ ବିଏମ୍‌ସି ପକ୍ଷରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ହସ୍ପିଟାଲ୍‌ ପଠାଇଛି। ସେପଟେ ପ୍ରଥମ ପର୍ଯ୍ୟାୟରେ କରୋନା ଟେଷ୍ଟ କରିଥିବା ୨ଶହ ଜଣଙ୍କ ମଧ୍ୟରୁ ୯୬ ପଜିଟିଭ୍‌ ବାହାରିଥିଲେ। ଶନିବାର ୧୮୦ଜଣଙ୍କ ସ୍ବାବ୍‌ ସଂଗ୍ରହ କରିଥିଲା ବିଏମ୍‌ସି। ତେବେ କେତେଜଣ କଏଦୀ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ତାହାର ତଥ୍ୟ ବିଏମ୍‌ସି କିମ୍ବା ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିପାରିନି। ତେବେ ଜେଲ୍‌ ପରିସରରେ ଉନ୍ନତ ଚିକିତ୍ସାର ବ୍ୟବସ୍ଥା କରାଯାଉ ବୋଲି ଦାବି ହେଉଛି। କରୋନା ପଜିଟିଭ୍‌ଙ୍କୁ ଉଷୁମ ଓ ଉନ୍ନତ ମାନର ଖାଦ୍ୟ ଦିଆଯାଉ ନ ଥିବାରୁ କଏଦୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ମାଟିତଳୁ ପୁଣି ୨ ମୋବାଇଲ୍‌ ମିଳିଲା
ସବୁବେଳେ ଚର୍ଚ୍ଚାରେ ଥିବା ଝାରପଡ଼ା ଜେଲ୍‌ ପରିସରରେ ଏବେ ବାରମ୍ବାର ମୋବାଇଲ୍‌ ଫୋନ୍‌ ମିଳୁଛି। ନୂଆ ଅଧୀକ୍ଷକ ରବିବାର ଚଢ଼ାଉ କରି ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ସେଲ୍‌ ନିକଟ ମାଟିତଳୁ ଗୋଟିଏ ମୋବାଇଲ୍‌ ଫୋନ୍‌ ଜବତ କରିଥିଲେ। ସୋମବାର ଆଉ ୨ଟି ମୋବାଇଲ୍‌ ଜବତ ହୋଇଛି। ଜେଲ୍‌ ପଡିଆରେ କଏଦୀମାନେ ସେସବୁକୁ ମାଟିରେ ପୋତି ଲୁଚାଇଥିବା ସନ୍ଦେହ କରାଯାଉଛି। ଏହାକୁ ମିଶାଇ ଚଳିତ ମାସରେ ମୋଟ ୧୫ ମୋବାଇଲ୍‌ ବାହାରିଥିବାରୁ ଜେଲ୍‌ ଭିତରେ ମୋବାଇଲ ଖଣି ରହିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri