ପୁନରୁଦ୍ଧାର ହେବ ୪୨,୬୫୮ ହେକ୍ଟର ଜଳସେଚିତ ଜମି

ଯାଜପୁର ଅଫିସ,୨୬ା୪:ସରକାର ରାଜ୍ୟ ବ୍ୟାପୀ ଶତପ୍ରତିଶତ ଜମିରେ ଜଳସେଚନର ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଯୋଜନାରେ ପ୍ରକଳ୍ପଗୁଡ଼ିକରେ ଅଧିକରୁ ଅଧିକ ସେଚ ସାମର୍ଥ୍ୟ ବୃଦ୍ଧି କରିବା, କେନାଲର ରକ୍ଷଣାବେକ୍ଷଣ, ଫସଲ ଖସଡ଼ା ପ୍ରସ୍ତୁତି, ସୁଷମ ଜଳ ଆବଣ୍ଟନ ସକାଶେ ପାଣି ପଞ୍ଚାୟତ ସଂଖ୍ୟା ତଥା ଦକ୍ଷତା ବୃଦ୍ଧି କରାଯାଉଥିବା କୁହାଯାଉଛି। ପ୍ରତିବର୍ଷ ଅଧିକରୁ ଅଧିକ ସେଚନାଳୀ ନିର୍ମାଣ, ଗୋଷ୍ଠୀ ଜଳାଶୟ ମରାମତି, ପରିଚାଳନା ଓ ପୁନରୁଦ୍ଧାର ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଛି। ହେଲେ ଜଳସମ୍ପଦ ବିଭାଗ ଅଧୀନ ବୃହତ୍‌, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡ଼ିକ ପୁରୁଣା ହୋଇଯାଇଥିବାରୁ ନିର୍ଦ୍ଧାରିତ କ୍ଷମତାଠାରୁ କମ୍‌ ଜମିରେ ପାଣି ମାଡୁଥିବା ବିଭାଗ ସ୍ବୀକାର କରିଛି। ଏହି କାରଣରୁ ସାରା ରାଜ୍ୟରେ ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା(ଏନ୍‌ସିଏସ୍‌ୟୁୱାଇ) କାର୍ଯ୍ୟକାରୀ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏନେଇ ଜଳ ସମ୍ପଦ ବିଭାଗ ପକ୍ଷରୁ ଗତ ୨୨ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ୨୦୨୦-୨୧ରୁ ୨୦୨୪-୨୫ ୫ବର୍ଷ ପାଇଁ ୮୨୩.୪୫ କୋଟି ଟଙ୍କା ବ୍ୟୟରେ ୪୨,୬୫୮ ହେକ୍ଟର ଜଳସେଚିତ ଜମିର ପୁନରୁଦ୍ଧାର କରାଯିବାକୁ ଲକ୍ଷ୍ୟ ଥିବା ଦର୍ଶାଯାଇଛି। ଏହାସହ ଅତିରିକ୍ତ ଭାବେ ୭,୪୪୨ ହେକ୍ଟର ଜମି ଜଳସେଚନ କରିବାକୁ ଲକ୍ଷ୍ୟ ରହିଛି।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମଦିନ ୨୩ ନଭେମ୍ବର ୨୦୧୭ରେ ଏହି ସେଚ ପ୍ରକଳ୍ପକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଥିଲେ। ନବରଙ୍ଗପୁର ଏବଂ ମାଲକାନଗିରି ଜିଲାରେ ପ୍ରଥମ ୩ ବର୍ଷ ପାଇଁ ପ୍ରାଥମିକ ଭାବେ ୬୩୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଘୋଷଣା ହୋଇଥିଲା। ଏହି ଅର୍ଥରେ ହଜିଯାଇଥିବା କମାଣ୍ଡ ଅଞ୍ଚଳର ପୁନରୁଦ୍ଧାର ଏବଂ ଜଳସେଚନ କମାଣ୍ଡରେ ଅତିରିକ୍ତ ଆୟକଟ ସୃଷ୍ଟି ଯୋଜନା ରହିଥିଲା। ବୃହତ୍‌ ଏବଂ ମଧ୍ୟମ ଜଳସେଚନ ପ୍ରକଳ୍ପ ଦ୍ୱାରା ୧୮,୮୫୪ ହେକ୍ଟର ଏବଂ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଦ୍ୱାରା ୨୪,୪୨୨ ହେକ୍ଟର ଜଳସେଚନ ସମ୍ଭାବନାକୁ ପୁନର୍ଜୀବିତ କରାଯାଇଛି ଏବଂ ୮,୬୧୧ ହେକ୍ଟର ଜମିରେ ନୂତନ ଆୟାକଟ ସୃଷ୍ଟି କରାଯାଇଛି ବୋଲି ବିଭାଗ ପକ୍ଷରୁ ଦର୍ଶାଯାଇଛି। ହେଲେ ଉକ୍ତ ଅର୍ଥ ଉପଯୁକ୍ତ ଭାବେ ଖର୍ଚ୍ଚ ହୋଇ ନ ଥିବା କାରଣରୁ ସରକାରଙ୍କ ଲକ୍ଷ୍ୟ ପରାହତ ହୋଇଛି ବୋଲି ମତପ୍ରକାଶ ପାଇଛି। ବର୍ତ୍ତମାନ ଏହି ଯୋଜନାକୁ ସରକାର ରାଜ୍ୟ ସାରା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ଚାଷୀଙ୍କ ବିକାଶରେ ଦେଶର ଅର୍ଥନୀତି ନିର୍ଭରଶୀଳ ବୋଲି ବିଶ୍ୱାସ ରହିଛି। ତଦନୁଯାୟୀ ରାଜ୍ୟ ସରକାର କୃଷି କ୍ଷେତ୍ର ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ପ୍ରଶାସନିକ କଳରେ ଅବହେଳା ଯୋଗୁ ଯୋଜନାର ସଫଳତା ବହୁ ଦୂରରେ ରହିଯାଉଛି। ଫଳରେ ପୂର୍ବରୁ ଯେତେ ଯୋଜନା କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ନିର୍ଦ୍ଧାରିତ ଜମିରେ ଜଳସେଚନ ହୋଇ ପାରି ନ ଥିବା ମତପ୍ରକାଶ ପାଇଛି। ଯାଜପୁର ଜିଲାରେ ମେଗା ଉଠାଜଳସେଚନ ପ୍ରକଳ୍ପକୁ ଏହାର ଉଦାହରଣ ଭାବେ ନିଆଯାଇପାରେ। ଏଥିରେ ଜିଲାର ବଡ଼ଚଣା, ବରୀ, ଧର୍ମଶାଳା, ଯାଜପୁର ଓ ରସୁଲପୁର ବ୍ଲକ ଅଞ୍ଚଳର ୯ଟି ପ୍ରକଳ୍ପ ଦ୍ୱାରା ୧୨,୮୦୦ ହେକ୍ଟର ଜମିରେ ଜଳସେଚନର ପରିକଳ୍ପନା ହୋଇଥିଲା। ହେଲେ ସେଥିରୁ ଏଯାଏ ଗୋଟିଏ ବି ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?