ସୋଲାର ସାଇକେଲ ପାଇଁ ଚର୍ଚ୍ଚାରେ ସୌମ୍ୟ

ରାଜକନିକା,୨୬ା୪(ଡି.ଏନ୍‌.ଏ.):ସୋଲାର ସାଇକେଲ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ପେଗରପଡ଼ା ଗ୍ରାମର ଯୁବକ ସୌମ୍ୟ ରଞ୍ଜନ ପଲାଇ। ତାଙ୍କ ସୋଲାର ସାଇକେଲକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକେ ଆସୁଛନ୍ତି। ସୌମ୍ୟ ଜଣେ ଆଇଟିଆଇ ପଢ଼ନ୍ତା ଇଲେକ୍ଟ୍ରିସିଆନ। ତାଙ୍କ ବାପା ସୁରତ ପଲାଇ ଜଣେ ଇଲେକ୍ଟ୍ରିକ ମେକାନିକ୍‌। ତାଙ୍କ ପ୍ରେରଣା ସୌମ୍ୟଙ୍କୁ କମ୍‌ ଖର୍ଚ୍ଚରେ ଅଭିନବ ବିଦ୍ୟୁତ୍‌ ଉପକରଣ ତିଆରି କରିବା ପାଇଁ ବାଟ ଦେଖାଇଛି। ସୋଲାର ସାଇକେଲ ତିଆରି କରିବା ପାଇଁ ତାଙ୍କୁ ୩ ମାସ ସମୟ ଲାଗିଥିବାବେଳେ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସୌମ୍ୟ କହିଛନ୍ତି। ସେଥିରେ ସେ ୧୨୫ ୱାଟ୍‌ ସୋଲାର ମନୋପ୍ୟାନେଲ ଓ ୨୫୦ ଓ୍ବାଟ୍‌ ବିଏଲ୍‌ଡିସି ମୋଟର ଲଗାଇଛନ୍ତି। ସେହିପରି ୨୪ ଭୋଲ୍ଟ ଲିଥିୟମ ଆୟନ ବ୍ୟାଟେରି ଖଞ୍ଜିଛନ୍ତି। ସେଥିରେ ସୌରଶକ୍ତି ସଞ୍ଚୟ କରି ରାତିରେ ମଧ୍ୟ ୫୦ କିଲୋମିଟର ପର୍ଯ୍ୟନ୍ତ ସାଇକେଲ ଗଡ଼ାଇ ପାରୁଛନ୍ତି। ଇତିମଧ୍ୟରେ ସେ ପରୀକ୍ଷାମୂଳକ ଭାବେ ରାଜକନିକାରୁ ବାଲେଶ୍ୱର ପର୍ଯ୍ୟନ୍ତ ୧୬୦ କିଲୋମିଟର ଯାତ୍ରା କରି ସଫଳ ହୋଇଛନ୍ତି। ବାଟ ରହଣି ସହ ଏହି ଦୂରତାକୁ ସେ ୫ ଘଣ୍ଟାରେ ପାର କରିଥିବା ସୌମ୍ୟ କହିଛନ୍ତି। କେବଳ ଏହି ସୋଲାର ସାଇକେଲ ନୁହେଁ, ଏହା ପୂର୍ବରୁ ଟୁଲୁ ପମ୍ପ୍‌, ଟିଭି, ଫ୍ରିଜ୍‌, ଷ୍ଟ୍ରିଟ୍‌ ଲାଇଟ୍‌ ସହ ପେଟ୍ରୋଲ ପମ୍ପ୍‌ ମୋଟର, ହାଇସ୍ପିଡ୍‌ ଓ୍ବାଟର ବୋଟ୍‌ରେ ସୋଲାର ଶକ୍ତି ଲଗେଇ ସଫଳତା ପାଇଛନ୍ତି। ଏବେ ସୌର ଶକ୍ତି ଚାଳିତ କାର୍‌ ତିଆରି କରିବା ତାଙ୍କର ଲକ୍ଷ୍ୟ ରହିଛି। ପେଟ୍ରୋଲ, ଡିଜେଲର ଅହେତୁକ ମୂଲ୍ୟବୃଦ୍ଧି ଓ ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୋଲାର ଯାନର ଆବଶ୍ୟକତାକୁ ସୌମ୍ୟ ଅନୁଭବ କରିଛନ୍ତି। ଏଥିପାଇଁ ସେ ନିଷ୍ଠାର ସହ ସୋଲାର ସାଇକେଲ ତିଆରି କରିଥିବା କହିଛନ୍ତି। ସୌମ୍ୟଙ୍କ ଏଭଳି ସଫଳତା ପାଇଁ ପେଗରପଡ଼ା ସରପଞ୍ଚ ଶ୍ରଦ୍ଧାଞ୍ଜଳି ମଲିକ, ସମିତି ସଭ୍ୟ ପ୍ରସନ୍ନ ମଲିକ ପ୍ରଶଂସା କରିବା ସହ ତାଙ୍କ ନୂଆ ପରିକଳ୍ପନା ପାଇଁ ଶୁଭକାମନା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବହିଃବିଭାଗ ଉଦ୍‌ଘାଟିତ: ଫଳକରେ ଏମ୍‌ପିଙ୍କ ନାମ ନ ଥିବାରୁ ପ୍ରତିବାଦ

ବାଲିଆପାଳ, ୧୩।୧୨(ସ୍ବ.ପ୍ର./ଡି.ଏନ.ଏ.)-ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନର ଅନୁଦାନରେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭିତରେ ନବନିର୍ମିତ ବହିଃବିଭାଗକୁ ଗୁରୁବାର ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ ମୁଖ୍ୟଅତିଥି ଭାବେ...

ବିଦ୍ୟାଳୟ ଷ୍ଟୋରରୁମ୍‌ରେ ଲାଗିଲା ନିଆଁ: ଜଳିଗଲା ଲକ୍ଷାଧିକ ଟଙ୍କାର ଆସବାବପତ୍ର

ପାଟଣା,୫ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ହଲ୍‌ରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଆସବାବପତ୍ର ସହ...

ସୂଚନା ଓ ଲୋକସମ୍ପର୍କ ଅଫିସ୍‌ ସିଲ୍‌

ରାୟଗଡ଼ା ଅଫିସ,୧୭ା୫: ରାୟଗଡ଼ା ଜିଲାରେ କରୋନା ସଂକ୍ରମଣ ବଢ଼ୁଛି। ବିଭିନ୍ନ କାର୍ଯ୍ୟାଳୟରୁ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। ସେହିପରି ଜିଲା ସୂଚନା ଓ ଲୋକସମ୍ପର୍କ...

ମୁଖ୍ୟ ଫାଟକରେ ନାମ ବଦଳିଲା ନାହିଁ

ରସୁଲପୁର,୮ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନୂତନ କୋଠାକୁ ସ୍ଥାନାନ୍ତର ହେବାକୁ ୮ଦିନ ବିତିଲାଣି। ହେଲେ ଡାକ୍ତରଖାନାର ନାମ ଏବେ ବି...

ମୃତା କାଠଯୋଡିରେ ନିର୍ମାଣ ଚାଲିଛି ସ୍ଥାୟୀ ଘର: ଅଭିଯୋଗ ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ଶୂନ

ରଘୁନାଥପୁର,୯ା୬(ଡି.ଏନ.ଏ.): ରଘୁନାଥପୁର ତହସିଲ ଅନ୍ତର୍ଗତ ତଅଁରା ଓ ରେଢୁଆ ମଧ୍ୟ ଭାଗରେ ବହିଯାଇଥିବା ମୃତା କାଠଯୋଡି ଶଯ୍ୟାର ମୁଣ୍ଡାଳଠାରେ ସ୍ଥାୟୀ ପକ୍କା ଘର ଜଣେ ବ୍ୟକ୍ତି...

ସୁନ୍ଦରଗଡ଼ ଜିଲା ଚିଠି: ସ୍ଥାନୀୟ ନିଯୁକ୍ତି

ଶିଳ୍ପ ଓ ଖଣି ଖାଦାନ ବହୁଳ ସୁନ୍ଦରଗଡ଼ ଜିଲାରେ ନିଯୁକ୍ତି ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି। କାମଧନ୍ଦା ଅଭାବରୁ ଜିଲାର ବହୁ ବେକାର ଯୁବକଯୁବତୀ...

ଅଲୋଡ଼ା ହୋଇଛି ବୌଦ୍ଧପୀଠ ଲାଙ୍ଗୁଡି

ଯାଜପୁର ଅଫିସ/ କାଏମା(ଡି.ଏନ.ଏ.),୬ା୧୨:ପୌରାଣିକ ଏବଂ ଐତିହାସିକ କିମ୍ବଦନ୍ତୀ ବହନ କରୁଥିବା ଯାଜପୁର ଜିଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଏବେ ରାଜ୍ୟ ଏବଂ ବାହାରୁ ପର୍ଯ୍ୟଟକମାନେ ଆସୁଛନ୍ତି। କିନ୍ତୁ...

ଅଲିଭ୍‌ ରିଡଲେଙ୍କ ପ୍ରଜନନ ପ୍ରକ୍ରିୟା ଆରମ୍ଭ: ବିଭିନ୍ନ ମୁହାଣରେ କଟକଣା

ପାରାଦୀପ,୧।୧୧(ସ୍ବ.ପ୍ର.): ଅଲିଭ୍‌ ରିଡଲେ କଇଁଛଙ୍କ ପ୍ରଜନନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ନଭେମ୍ବର ୧ରୁ ମେ’୩୧ ତାରିଖ ଯାଏ ବିଭିନ୍ନ ମୁହାଣରେ ମାଛଧରା ଉପରେ କଟକଣା...

Advertisement
Archives

Model This Week