ସୋଲାର ସାଇକେଲ ପାଇଁ ଚର୍ଚ୍ଚାରେ ସୌମ୍ୟ

ରାଜକନିକା,୨୬ା୪(ଡି.ଏନ୍‌.ଏ.):ସୋଲାର ସାଇକେଲ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ପେଗରପଡ଼ା ଗ୍ରାମର ଯୁବକ ସୌମ୍ୟ ରଞ୍ଜନ ପଲାଇ। ତାଙ୍କ ସୋଲାର ସାଇକେଲକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକେ ଆସୁଛନ୍ତି। ସୌମ୍ୟ ଜଣେ ଆଇଟିଆଇ ପଢ଼ନ୍ତା ଇଲେକ୍ଟ୍ରିସିଆନ। ତାଙ୍କ ବାପା ସୁରତ ପଲାଇ ଜଣେ ଇଲେକ୍ଟ୍ରିକ ମେକାନିକ୍‌। ତାଙ୍କ ପ୍ରେରଣା ସୌମ୍ୟଙ୍କୁ କମ୍‌ ଖର୍ଚ୍ଚରେ ଅଭିନବ ବିଦ୍ୟୁତ୍‌ ଉପକରଣ ତିଆରି କରିବା ପାଇଁ ବାଟ ଦେଖାଇଛି। ସୋଲାର ସାଇକେଲ ତିଆରି କରିବା ପାଇଁ ତାଙ୍କୁ ୩ ମାସ ସମୟ ଲାଗିଥିବାବେଳେ ପ୍ରାୟ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସୌମ୍ୟ କହିଛନ୍ତି। ସେଥିରେ ସେ ୧୨୫ ୱାଟ୍‌ ସୋଲାର ମନୋପ୍ୟାନେଲ ଓ ୨୫୦ ଓ୍ବାଟ୍‌ ବିଏଲ୍‌ଡିସି ମୋଟର ଲଗାଇଛନ୍ତି। ସେହିପରି ୨୪ ଭୋଲ୍ଟ ଲିଥିୟମ ଆୟନ ବ୍ୟାଟେରି ଖଞ୍ଜିଛନ୍ତି। ସେଥିରେ ସୌରଶକ୍ତି ସଞ୍ଚୟ କରି ରାତିରେ ମଧ୍ୟ ୫୦ କିଲୋମିଟର ପର୍ଯ୍ୟନ୍ତ ସାଇକେଲ ଗଡ଼ାଇ ପାରୁଛନ୍ତି। ଇତିମଧ୍ୟରେ ସେ ପରୀକ୍ଷାମୂଳକ ଭାବେ ରାଜକନିକାରୁ ବାଲେଶ୍ୱର ପର୍ଯ୍ୟନ୍ତ ୧୬୦ କିଲୋମିଟର ଯାତ୍ରା କରି ସଫଳ ହୋଇଛନ୍ତି। ବାଟ ରହଣି ସହ ଏହି ଦୂରତାକୁ ସେ ୫ ଘଣ୍ଟାରେ ପାର କରିଥିବା ସୌମ୍ୟ କହିଛନ୍ତି। କେବଳ ଏହି ସୋଲାର ସାଇକେଲ ନୁହେଁ, ଏହା ପୂର୍ବରୁ ଟୁଲୁ ପମ୍ପ୍‌, ଟିଭି, ଫ୍ରିଜ୍‌, ଷ୍ଟ୍ରିଟ୍‌ ଲାଇଟ୍‌ ସହ ପେଟ୍ରୋଲ ପମ୍ପ୍‌ ମୋଟର, ହାଇସ୍ପିଡ୍‌ ଓ୍ବାଟର ବୋଟ୍‌ରେ ସୋଲାର ଶକ୍ତି ଲଗେଇ ସଫଳତା ପାଇଛନ୍ତି। ଏବେ ସୌର ଶକ୍ତି ଚାଳିତ କାର୍‌ ତିଆରି କରିବା ତାଙ୍କର ଲକ୍ଷ୍ୟ ରହିଛି। ପେଟ୍ରୋଲ, ଡିଜେଲର ଅହେତୁକ ମୂଲ୍ୟବୃଦ୍ଧି ଓ ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୋଲାର ଯାନର ଆବଶ୍ୟକତାକୁ ସୌମ୍ୟ ଅନୁଭବ କରିଛନ୍ତି। ଏଥିପାଇଁ ସେ ନିଷ୍ଠାର ସହ ସୋଲାର ସାଇକେଲ ତିଆରି କରିଥିବା କହିଛନ୍ତି। ସୌମ୍ୟଙ୍କ ଏଭଳି ସଫଳତା ପାଇଁ ପେଗରପଡ଼ା ସରପଞ୍ଚ ଶ୍ରଦ୍ଧାଞ୍ଜଳି ମଲିକ, ସମିତି ସଭ୍ୟ ପ୍ରସନ୍ନ ମଲିକ ପ୍ରଶଂସା କରିବା ସହ ତାଙ୍କ ନୂଆ ପରିକଳ୍ପନା ପାଇଁ ଶୁଭକାମନା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ୍ରବିରତି ମଝିରେ ଇରାନର ଜାହାଜ ଉପରକୁ ଆମେରିକାର ବଡ଼ ଆକ୍ରମଣ, ୨ ଜାହାଜ…

ଓ୍ବାଶିଂଟନ,୨୬।୫: ଆମେରିକା ଏବଂ ଇରାନ ମଧ୍ୟରେ ବର୍ତ୍ତମାନ ଯୁଦ୍ଧବିରତି କାର୍ଯ୍ୟକାରୀ ହେଉଛି ଏବଂ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି । ତଥାପି, ଉତ୍ତେଜନା ସମ୍ପୂର୍ଣ୍ଣ ଭାବରେ…

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ: ପରିବାର ଲୋକେ ଦେଲେ ଚେତାବନୀ

ଭୁବନେଶ୍ୱର/ବାରଙ୍ଗ,୨୬ା୫(ତ୍ରିନାଥ ମହାନ୍ତି/ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ହାଜତରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗରେ ସୋମବାର ରାତିରେ ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟ ଚଣ୍ଡୀପ୍ରସାଦ ଗ୍ରାମର ଶତାଧିକ ମହିଳାପୁରୁଷ ରାତିତମାମ…

ମହିଳାଙ୍କୁ ପାଗଳ କଲା ପରକୀୟା ପ୍ରୀତି, ସ୍ବାମୀଙ୍କୁ ବିଦ୍ୟୁତ୍‌ ଶକ୍‌ ଦେଇ ମାରିଲେ ସ୍ତ୍ରୀ

ବରେଲି,୨୬।୫: ଉତ୍ତରପ୍ରଦେଶର ବରେଲିରେ ଜଣେ ମହିଳାଙ୍କ ପରକୀୟା ପ୍ରୀତିକୁ ସ୍ବାମୀ ବିରୋଧ କରିବାରୁ ସେ ପ୍ରେମିକ, ଭଉଣୀ ଓ ଭଉଣୀଙ୍କ ପୁରୁଷ ବନ୍ଧୁ ସହ ମିଶି ସ୍ବାମୀଙ୍କୁ…

ଆଉ ଏକ ଝଟକା….ପୁଣି ଥରେ ବଢ଼ିଲା CNG ଦର, ୧୨ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ବୃଦ୍ଧି

ନୂଆଦିଲ୍ଲୀ,୨୬।୫:  ପେଟ୍ରୋଲ ଏବଂ ଡିଜେଲର ବର୍ଦ୍ଧିତ ମୂଲ୍ୟ ସହିତ ଜଡ଼ିତ ସାଧାରଣ ଲୋକଙ୍କୁ ପୁଣି ମହଙ୍ଗା ମାଡ଼ । CNG ମଧ୍ୟ କ୍ରମଶଃ ମହଙ୍ଗା ହେଉଛି। ମଙ୍ଗଳବାର…

ବିଳମ୍ବିତ ରାତିରେ ପୁଣି ୨ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସର ଏନ୍‌କାଉଣ୍ଟର

ଵ୍ରହ୍ମପୁର, ୨୬।୫:(ସୁବାସ ଚନ୍ଦ୍ର ପାଢ଼ୀ): ଆଉ ଅପରାଧୀଙ୍କୁ ତ୍ରାହି ନାହିଁ । ଵ୍ରହ୍ମପୁର ପୋଲିସ ବିଗତ କିଛି ଦିନ ହେବ ଅପରାଧୀଙ୍କୁ ଏନକାଉଣ୍ଟର ଜାରି ରଖିଛି ।…

ପୋଲିସକୁ ବଡ଼ ସଫଳତା: ବିପୁଳ ପରିମାଣର ଗଞ୍ଜେଇ ସହ ବେଆଇନ ବନ୍ଧୁକ-ଗୁଳି ଜବତ

ସମ୍ବଲପୁର,୨୫।୫(ପ୍ରମୋଦ ବହିଦାର):ସମ୍ବଲପୁର ଜିଲା ଚାରମାଳ ଥାନା ପୋଲିସ ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣର ପର୍ଦ୍ଦାଫାଶ କରିିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା…

ରଣବୀରଙ୍କୁ ବାସନ୍ଦ କଲା ଫିଲ୍ମ କର୍ମଚାରୀ ସଂଘ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫ା୫:ଫାରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚ୍ଚିତ୍ର ଡନ୍‌-୩ରୁ ଧୁରନ୍ଧର-୨ ଷ୍ଟାର ରଣବୀର ସିଂ ଅଚାନକ ଓହରିଯିବା ସହ ସହଯୋଗ ନ କରିବା କାରଣରୁ ଫେଡେରେଶନ ଅଫ୍‌ ଓ୍ବେଷ୍ଟର୍ନ…

ବାପାଙ୍କୁ ବ୍ରହ୍ମପୁର ଯିବି କହି ଭଡ଼ା ଘରେ ଝୁଲିପଡିଲେ ମହିଳା, ସନ୍ଦେହ ଘେରରେ…

ମୋହନା, ୨୫।୫( ମନ୍ମଥ ମିଶ୍ର ): ଜଣେ ବିବାହିତା ମହିଳା ବେକରେ ଶାଢ଼ି ବାନ୍ଧି ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ପ୍ରକାରେ ମୋହନା ନିବାସୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri