୪୨ ବିଭାଗର ଖର୍ଚ୍ଚଦାବି ପାରିତ

ଭୁବନେଶ୍ୱର, ୧।୧୦(ସୁନିତ୍‌ ମିଶ୍ର)ବିଧାନସଭାରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଶନିବାର ପଞ୍ଚାୟତିରାଜ ଏବଂ ସ୍କୁଲ ଓ ଗଣଶଷିକ୍ଷା ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଆଲୋଚନାକରି ପାରିତ କରାଯାଇଛି। ଗତ ୨୮ରେ ଗୃହ ବିଭାଗ ଏବଂ ସାଧାରଣ ପ୍ରଶାସନ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇଥିଲା। ତେବେ ଅନାଲୋଚିତ ଭାବେ ୪୦ଟି ବିଭାଗର ଖର୍ଚ୍ଚଦାବି ଗିଲୋଟିନ ଜରିଆରେ ପାରିତ ହୋଇଯାଇଛି।

ବିଧାନସଭା ଆରମ୍ଭ ହେବା ମାତ୍ରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୟୂରଭଞ୍ଜ ଜିଲାର ରବିନାରାୟଣ ଦାଶ ଓ ରେବତୀ ଦାଶଙ୍କ ପାଇଁ ଶୋକବାର୍ତ୍ତା ଜଣାଇଥିଲେ। ଭାଜପାର ୨ ବିଧାୟକଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ଦାବିରେ ଗୃହରେ ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଥିଲେ। କଂଗ୍ରେସ ସଦସ୍ୟ ତାରାପ୍ରସାଦ ବାହିନୀପତି ପଏଣ୍ଟ ଅଫ୍‌ ଅର୍ଡର ଆଣି କହିଥିଲେ, ବିଜେଡି-ଭାଜପା ସଦସ୍ୟଙ୍କ ହୋହଲ୍ଲାରୁ ଗୃହ ବାରମ୍ବାର ବନ୍ଦ ହେଉଛି। ଆନ୍ଦୋଳନରତ ସରପଞ୍ଚ, ସମିତି ସଭ୍ୟ, ଆଶା, ଅଙ୍ଗନଓ୍ବାଡି କର୍ମୀଙ୍କ କଥା ଆଲୋଚନା କରିହେଉ ନାହିଁ। ସନ୍ତୋଷ ସିଂ ସାଲୁଜା ପଏଣ୍ଟ ଅଫ୍‌ ଅର୍ଡର ଆଣି କହିଥିଲେ, ପ୍ରାଥମିକ ଶିକ୍ଷକମାନେ ଧାରଣାରେ ବସିଛନ୍ତି। ୬ ବର୍ଷ ଚାକିରି ପୂରଣ ହୋଇସାରିଥିବା ଶିକ୍ଷକଙ୍କୁ ସ୍ଥାୟୀ କରାଯାଉ। ଆନ୍ଦୋଳନକାରୀଙ୍କ ସମସ୍ୟା ସଂସଦୀୟ ବ୍ୟାପାର ବିଭାଗକୁ ପଠାଯାଉ। ବିରୋଧୀ ଦଳ ସଦସ୍ୟ ଜୋର୍‌ଦାର ବିରୋଧ ପ୍ରଦର୍ଶନ କରିବାରୁ ବାଚସ୍ପତି ପ୍ରମିଳା ମଲ୍ଲିକ ୪ଟା ୯ରୁ ୫ଟା ୯ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବା ସହ ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକକୁ ବିରୋଧୀ ଦଳର ନେତା, କଂଗ୍ରେସ ବିଧାୟକ ଦଳ ନେତା, ଅର୍ଥମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ସରକାରୀ ଦଳ ମୁଖ୍ୟ ସଚେତକ, ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ସ୍ବାଧୀନ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ନିମନ୍ତ୍ରଣ କରିଥିଲେ। ମୁଲତବୀ ସମୟକୁ ପ୍ରଥମେ ୫ଟା ୯ରୁ ୧୫ ମିନିଟ୍‌ ବୃଦ୍ଧି କରାଯିବା ନେଇ ଉପବାଚସ୍ପତି ରଜନୀକାନ୍ତ ସିଂ ଘୋଷଣା କରିଥିଲେ। ପୁଣିଥରେ ଉପବାଚସ୍ପତି ବାହାରକୁ ଆସି ୫ଟା ୨୪ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଥିଲେ।

ବୈଠକ ପରେ ବାଚସ୍ପତି ଶାସକ ଦଳ ସଦସ୍ୟ ଅରୁଣ କୁମାର ସାହୁ ଙ୍କ ମନ୍ତବ୍ୟକୁ ଗୃହ ବିବରଣୀରୁ ବାଦ୍‌ ଦିଆଯାଇଥିବା କହିଥିଲେ। ନରସିଂହ ମିଶ୍ର ଭାଜପା ସଦସ୍ୟ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଗୃହ ମଧ୍ୟଭାଗକୁ ଆସି ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବକ ଅସଦାଚରଣ ପ୍ରଦର୍ଶନକରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗର ପରୀକ୍ଷା କରିବା ଲାଗି ଗଠନ କରାଯାଇଥିବା ସ୍ବତନ୍ତ୍ର କମିଟି ରିପୋର୍ଟକୁ ଗୃହରେ ଉପସ୍ଥାପିତ କରିଥିଲେ।

ପଞ୍ଚାୟତିରାଜ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ଖର୍ଚ୍ଚଦାବି ଉପସ୍ଥାପନ କରାଯାଇଥିଲା। ନରସିଂହ ପୁଣି ପଏଣ୍ଟ ଅଫ୍‌ ଅର୍ଡର ଆଣି କହିଥିଲେ, ଏ ଗୃହ କାର୍ଯ୍ୟ ଯେପରି ଚାଲିବା କଥା ସେଭଳି ଚାଲୁନାହିଁ। ତେଣୁ କଂଗ୍ରେସ ସଦସ୍ୟ ଗୃହ ତ୍ୟାଗ କରୁଛନ୍ତି। ଏହା କହି କଂଗ୍ରେସର ସବୁ ସଦସ୍ୟ ବିଧାନସଭାରୁ ଚାଲିଯାଇଥିଲେ। ଜୟନାରାୟଣ ମିଶ୍ର ପଏଣ୍ଟ ଅଫ୍‌ ଅର୍ଡର ଆଣି କହିଥିଲେ, ବାଚସ୍ପତିଙ୍କ ଆସନକୁ ଆମର ଯଥେଷ୍ଟ ସମ୍ମାନ ରହିଛି। ଶାସକ ଦଳ ସଦସ୍ୟ ଅରୁଣ ସାହୁ ଗୃହର ୨ ବରିଷ୍ଠ ସଦସ୍ୟଙ୍କୁ ଆକ୍ଷେପକରି କହିଥିବା ବକ୍ତବ୍ୟକୁ ଗୃହ ବିବରଣୀରୁ ବାଦ୍‌ ଦିଆଯାଇଥିବାରୁ ଧନ୍ୟବାଦ। ହେଲେ ଏହା ଯଥେଷ୍ଟ ନୁହେଁ, ସେ ଗୃହରେ କ୍ଷମା ମାଗିବାର ଆବଶ୍ୟକତା ଥିଲା। ହେଲେ ୨ ଭାଜପା ସଦସ୍ୟଙ୍କୁ ନିଲମ୍ବିତ କରାଯାଇଛି। ସେହି ଦୁଇ ସଦସ୍ୟଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ଗୃହକୁ ସୁରୁଖୁରୁରେ ଚଲାଯାଉ। ଏଥିରେ ବିରୋଧୀ ଦଳ ସହଯୋଗ କରିବା ସହ ରାଜ୍ୟବାସୀଙ୍କ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ସମ୍ପର୍କରେ ମିଳିତ ଭାବେ ଆଲୋଚନାକରି ଏହାର ସମାଧାନ କରାଯିବ। ବିରୋଧୀ ପୁଣି ଥରେ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା ଆରମ୍ଭ କରିଦେଇଥିଲେ। ବାଚସ୍ପତି ପଞ୍ଚାୟତିରାଜ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗର ଖର୍ଚ୍ଚଦାବି ସମ୍ପର୍କରେ ଆଲୋଚନା କରିଥିବା ବେଳେ ଅନ୍ୟ ସବୁ ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍‌ ମାଧ୍ୟମରେ ପାରିତ କରି ଗୃହକୁ ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?