ଭୁବନେଶ୍ୱର,୨୨।୧୧(ବ୍ୟୁରୋ): ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ସଙ୍ଗଠନକୁ ସୁଦୃଢ଼ ତଥା କ୍ରିୟାଶୀଳ କରିବାକୁ ଲାଗିପଡିଛି କଂଗ୍ରେସ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଙ୍ଗଳବାର ଜିଲା କଂଗ୍ରେସ କମିଟି ଉପସଭାପତି, ସାଧାରଣ ସମ୍ପାାଦକ, କାର୍ଯ୍ୟକାରୀ କମିଟି ସଦସ୍ୟଙ୍କୁ ଦାୟିତ୍ୱ ବଣ୍ଟନ କରିଛନ୍ତି।
ଅନୁଗୋଳ ଜିଲା ଦାୟିତ୍ୱ ସାଧାରଣ ସମ୍ପାଦକ ବିଶ୍ୱଭୂଷଣ ଦାସ ଓ ସମ୍ପାଦକ ସୁରେଶ ପାଣିଗ୍ରାହୀଙ୍କୁ ଦିଆଯାଇଥିବାବେଳେ ବାଲେଶ୍ୱର ପାଇଁ ସାଧାରଣ ସମ୍ପାଦକ ଅଶୋକ କୁମାର ଦାସ ଓ ସମ୍ପାଦକ ମନୋଜ କୁମାର ବିଶ୍ୱାଳ, ବରଗଡ଼ ଦାୟିତ୍ୱ ସାଧାରଣ ସମ୍ପାଦକ ରାଜକିଶୋର ଷଢ଼ଙ୍ଗୀ ଓ ସମ୍ପାଦକ ମାନସ ଆଚାର୍ଯ୍ୟ, ଭଦ୍ରକ ଦାୟିତ୍ୱ ସାଧାରଣ ସମ୍ପାଦକ ସତ୍ୟଶିବ ଦାସ ଓ ସମ୍ପାଦକ ସଗ୍ରାମ କେଶରୀ ଦାସଙ୍କୁ ଦିଆଯାଇଥିବାବେଳେ ଭୁବନେଶ୍ୱର ପାଇଁ ଉପସଭାପତିଭାବେ ଗଣେଶ୍ୱର ବେହେରା ଓ ସମ୍ପାଦକ ଶାନ୍ତାୟନ ମିଶ୍ର ରହିଛନ୍ତି। ସେହିପରି ବଲାଙ୍ଗୀର ପାଇଁ କାର୍ଯ୍ୟକାରୀ କମିଟି ସଭ୍ୟ ସତ୍ୟଭୂଷଣ ସାହୁ ଓ ସମ୍ପାଦକ ସୀମାଞ୍ଚଚଳ ଉଲ୍ଲାକା, ବୌଦ୍ଧ ପାଇଁ ସାଧାରଣ ସମ୍ପାଦକ ଆଶଫ ଖାନ, ସମ୍ପାଦକ ସୂର୍ଯ୍ୟକାନ୍ତି ବାଗ ଓ ଗୌର ନାୟକ, କଟକ ପାଇଁ ସାଧାରଣ ସମ୍ପାଦକ ସତ୍ୟପ୍ରକାଶ ନାୟକ, ସମ୍ପାଦକ ଉମେଶ ଜେନା ଓ ସମ୍ପାଦିକା ପ୍ରତିମା ମଲ୍ଲିକ, କଟକ ନଗର ଦାୟିତ୍ୱରେ ଉପସଭାପତି ଯଜ୍ଞେଶ୍ୱର ବାବୁ ଓ ସମ୍ପାଦିକା ଶ୍ରୀୟା ମହାନ୍ତି, ଦେବଗଡ଼ ଦାୟିତ୍ୱ ଉପସଭାପତି ରନତ୍ମଣି ଉଲ୍ଲାକା ଓ ସମ୍ପାଦକ ଦୁର୍ଗା ପାଢ଼ୀ, ଢ଼େଙ୍କାନାଳ ପାଇଁ ଉପସଭାପତି ସୁରେଶ ମହାପାତ୍ର ଓ ସମ୍ପାଦକ ବିଜୟାନନ୍ଦ ଚାଉଳିଆ, ଗଜପତି ପାଇଁ ସାଧାରଣ ସମ୍ପାଦକଭାବେ ଲଲାଟେନ୍ଦୁ ମହାପାତ୍ର ଓ ସମ୍ପାଦକ ନଳିନୀ ସ୍ବାଇଁ, ଗଞ୍ଜାମ (ବ୍ରହ୍ମପୁର ଲୋକସଭା) ପାଇଁ ଉପସଭାପତି ଶିବାନନ୍ଦ ରାୟ ଓ ସମ୍ପାଦକ ଲିଙ୍ଗରାଜ ସାହୁ, ଆସ୍କା ଲୋକସଭା ପାଇଁ ସାଧାରଣ ସମ୍ପାଦକ କିଶୋର ଜେନା ଓ ସମ୍ପାଦକ କୈଳାସ ମୁଖି ଓ ହେମରାଜ ବାଗଙ୍କୁ ଦାୟିତ୍ୱ ଦିଆଯାଇଛି।
ସେହିପରି ପିସିସି ସାଧାରଣ ସମ୍ପାଦକ ଚିନ୍ମୟ ସୁନ୍ଦର ଦାସଙ୍କୁ ଅଫିସ ପ୍ରୋଟୋକଲ, ସାଧାରଣ ସମ୍ପାଦିକା ମମତା ମାଢ଼ୀ ଓ ସମ୍ପାଦିକା ଅର୍ଚ୍ଚନା ନନ୍ଦିଙ୍କୁ ମହିଳା କଂଗ୍ରେସ ଏବଂ ବାକିସବୁ ଜିଲାର ଦାୟିତ୍ୱ ଅନ୍ୟ କର୍ମକର୍ତ୍ତାଙ୍କୁ ବଣ୍ଟନ କରାଯାଇଥିବା ପିସିସି ଉପସଭାପତି ଯଜ୍ଞେଶ୍ୱର ବାବୁ ସୂଚନା ଦେଇଛନ୍ତି।ଜିଲାସେହିପରି ଅନ୍ୟ କର୍ମକର୍ତ୍ତାଙ୍କୁ ବାକି ଜିଲାଗୁଡିକ ପାଇଁ ଦାୟୀତ୍ୱ ପ୍ରଦାନ କରାଯାଇଛି।
ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି
ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…
ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ
ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…
କଳିଙ୍ଗା ଘାଟି ବନ୍ଦ: ବିକଳ୍ପ ରାସ୍ତାରେ ଟ୍ରାଫିକ୍ ଜାମ୍, ଜବରଦଖଲ ହଟାଇବାକୁ ତହସିଲଦାରଙ୍କ କଡ଼ା ପଦକ୍ଷେପ
ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ରହିଛି। ଫଳରେ ଗଞ୍ଜାମରୁ କନ୍ଧମାଳ ଏବଂ କନ୍ଧମାଳରୁ…
ଔଷଧ ସେବନ ପରେ ଆଶ୍ରମ ବିଦ୍ୟାଳୟର ୨ ଛାତ୍ର ଗୁରୁତର
ଝରିଗାଁ,୧୦ା୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ପାଲିଆ ଆଶ୍ରମ ବିଦ୍ୟାଳୟର ଦୁଇଜଣ ଛାତ୍ର ଔଷଧ ସେବନ ପରେ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।…
ଘୂର୍ଣ୍ଣିବଳୟ ସକ୍ରିୟ: ଏହିସବୁ ଜିଲାରେ ୟେଲୋ ଓ୍ବାର୍ନିଂ ଜାରି
ଭୁବନେଶ୍ୱର,୧୦ା୧୦(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଇତିମଧ୍ୟରେ ଥାଇଲାଣ୍ଡ ଉପସାଗର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।…
‘ଭାଜପା ସରକାର ଅଢ଼େଇ ବର୍ଷରେ ଓଡ଼ିଶା ଛବିକୁ ମଳିନ କରିସାରିଲେଣି’
ଭୁବନେଶ୍ୱର, ୯।୧୦(ସୁନିତ୍ ମିଶ୍ର): ବିଜେଡି ସବୁବେଳେ ସେବା ଓ ବିକାଶରେ ବିଶ୍ୱାସ କରେ। ବିଜେଡି ସରକାର ସମୟରେ ଦ୍ରୁତ ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ଏକ…
‘ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବାକୁ ସରକାରୀସ୍ତରରେ ଯୋଜନା ଚାଲିଛି’
ଭୁବନେଶ୍ୱର, ୯।୧୦(ସୁନିତ୍ ମିଶ୍ର): ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସରକାରୀ ସ୍ତରରେ ଯୋଜନା ଚାଲିଛି। ଭାଜପା ବିଧାୟକ, ମନ୍ତ୍ରୀ କଲେଜ ଅଧ୍ୟକ୍ଷ, ଅଧ୍ୟାପକ…
ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ
ଗୁଡ଼ାରୀ, ୯/୧୦ (ପ୍ରମୋଦ କୁମାର ପତି): ଆସନ୍ତା ୧୨ ତାରିଖରେ ଗୁଡ଼ାରୀ ବ୍ଲକର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ। ଏହି ଦିନ ସମସ୍ତ ଅଙ୍ଗନବାଡ଼ି କର୍ମୀ…

