ସ୍ବାଧିନତା ଲାଭ କଲା ବାରବାଡୋସ୍‌, ୪୦୦ ବର୍ଷର ବ୍ରିଟିଶ ଶାସନ ଶେଷ…

ବ୍ରିଜ୍‌ଟାଉନ୍‌,୩୦।୧୧: ପ୍ରାୟ ୪୦୦ ବର୍ଷ ଧରି ବ୍ରିଟିଶ ଶାସନରେ ରହିବା ପରେ କାରିବିଆନ ଦେଶ ବାରବାଡୋସ୍‌ ସ୍ବାଧୀନତା ଲାଭ କରିଛି। ବାରବାଡୋସ ନିଜକୁ ଏକ ଗଣତନ୍ତ୍ର ଭାବେ ଘୋଷଣା କରି ବ୍ରିଟେନର ରାଜତନ୍ତ୍ରକୁ ଦେଶରେ ରଦ୍ଦ କରିଛି। ସ୍ବାଧିନତା ହାସଲ କରିବା ପରେ ବାରବାଡୋସର ହଜାର ହଜାର ଲୋକ ମଧ୍ୟରାତ୍ରିରେ ରାଜଧାନୀର ଚାମ୍ବରଲିନ ବ୍ରିଜରେ ପହଞ୍ଚି ଉତ୍ସାହର ସହ ଏହାକୁ ପାଳନ କରିଛନ୍ତି। ଏହା ସହିତ ସାନ୍ଦ୍ରା ମସୋନ ଦେଶର ପ୍ରଥମ ରାଷ୍ଟ୍ରପତି ହୋଇଛନ୍ତି। ଗତ ସପ୍ତାହରେ ସଂସଦର ଉଭୟ ଗୃହର ମିଳିତ ବୈଠକରେ ମସୋନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ।

ରାଷ୍ଟ୍ରପତି ମସୋନ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଆମର ଔପନିବେଶିକ ଅତୀତକୁ ଛାଡିବାର ସମୟ ଆସିଛି। ବାରବାଡୋସର ଲୋକମାନେ ଚାହାଁନ୍ତି ଯେ ସେମାନଙ୍କ ଦେଶର ବ୍ୟକ୍ତି ଦେଶର ମୁଖ୍ୟ ହୁଅନ୍ତୁ। ଅପରପକ୍ଷରେ ବ୍ରିଟେନର ପ୍ରିନ୍ସ ଚାଲର୍‌ସ କହିଛନ୍ତି ଯେ ଏହି ସାମ୍ବିଧାନିକ ପରିବର୍ତ୍ତନ ପରେ ମଧ୍ୟ ବ୍ରିଟେନ ଏବଂ ବାରବାଡୋସ ମଧ୍ୟରେ ସମ୍ପର୍କ ବନ୍ଧୁତ୍ୱପୂର୍ଣ୍ଣ ରହିବ। ଏହି କାର୍ଯ୍ୟକ୍ରମରେ ବାରବାଡୋସ କବି ୱିନଷ୍ଟନ ଫାରେଲ କହିଛନ୍ତି ଯେ ଔପନିବେଶିକ ସମୟ ସମାପ୍ତ ହୋଇଛି।

ଦାସତ୍ୱରୁ ମୁକ୍ତି ପାଇ ଗଣରାଜ୍ୟ ମାନ୍ୟତା ମିଳିବା ପରେ ୨୧ ତୋପର ସଲାମୀ ଦିଆଯାଇଥିଲା ଏବଂ ଜନଗହଳିପୂର୍ଣ୍ଣ ହିରୋଜ୍‌ ସ୍କୋୟାରରେ ଦେଶର ଜାତୀୟ ସଂଗୀତ ଗାନ କରାଯାଇଥିଲା। ଏହି ପରିବର୍ତ୍ତନ ପରେ, ଆଶା କରାଯାଉଛି ଯେ ପୂର୍ବ ଉପନିବେଶଗୁଡିକ ବ୍ରିଟିଶ ରାଜତନ୍ତ୍ରକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିପାରନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନର୍ସଙ୍କୁ ୭୮୦ ବର୍ଷର କାରାଦଣ୍ଡ! ୨୨ ମାମଲାରେ ଦୋଷୀ ସାବ୍ୟସ୍ତ

ଓ୍ବାଶିଂଟନ,୪।୫: ଆମେରିକା ପେନସିଲଭାନିଆର ୪୧ ବର୍ଷିୟ ନର୍ସ ହେଥର ପ୍ରେସଡିଙ୍କୁ ତିନିଟି ହତ୍ୟା ଏବଂ ୧୯ଟି ହତ୍ୟା ଉଦ୍ୟମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ...

ରାହୁଲଙ୍କୁ ପ୍ରଶଂସା କଲେ ପାକିସ୍ତାନ ନେତା…

ନୂଆଦିଲ୍ଲୀ/ଇସଲାମାବାଦ,୪।୫: ପାକିସ୍ତାନୀ ନେତା ଚୌଧୁରୀ ଫୱାଦ ହୁସେନ ପୂର୍ବତନ କଂଗ୍ରେସ ସଭାପତି ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ଫୱାଦ ହୁସେନ ଏକ୍ସରେ...

ବ୍ରାଜିଲରେ ପ୍ରବଳ ବର୍ଷା: ୩୭ ମୃତ

ବ୍ରାସିଲିଆ,୪।୫: ବ୍ରାଜିଲର ଦକ୍ଷିଣ ପ୍ରାନ୍ତ ରିଓଗ୍ରାଣ୍ଡେ ଡୋ ସୁଲରେ ପ୍ରବଳ ବର୍ଷା ଯୋଗୁ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏନେଇ ସ୍ଥାନୀୟ କର୍ତ୍ତୃପକ୍ଷ...

ଚନ୍ଦ୍ର ଅଭିମୁଖେ ଚାଇନାର ଚାଙ୍ଗ’ଇ-୬: ଦକ୍ଷିଣ ମେରୁରୁ ଶିଳା ଆଣିବ

ନୂଆଦିଲ୍ଲୀ,୩ା୫: ଚନ୍ଦ୍ରର ଦକ୍ଷିଣ ମେରୁରୁ ଶିଳା ଓ ମୃତ୍ତିକା ସଂଗ୍ରହ କରି ଆଣିବା ପାଇଁ ଚାଇନା ଏହାର ମହାକାଶ ଯାନ ଚାଙ୍ଗ’ଇ-୬କୁ ଶୁକ୍ରବାର ଲଞ୍ଚ୍‌ କରିଛି।...

ୟୁକ୍ରେନ ଯୁଦ୍ଧରେ ୧୫୦,୦୦୦ ଋଷ ସୈନିକ ନିହତ ହୋଇଥିବା ଆକଳନ କଲା ଫ୍ରାନ୍ସ

ନୂଆଦିଲ୍ଲୀ,୩।୫: ୟୁକ୍ରେନ ଉପରେ ଆକ୍ରମଣ ସମୟରେ ୧୫୦,୦୦୦ ଋଷ ସୈନିକଙ୍କ ପ୍ରାଣ ହରାଇଥିବା ଆକଳନ କରିଛି ଫ୍ରାନ୍ସ। ଶୁକ୍ରବାର ପ୍ରକାଶିତ ଏକ ସାକ୍ଷାତକାରରେ ଏଭଳି ଏକ...

ପ୍ରତିବର୍ଷ ୨୫ କୁମାରୀ ଝିଅଙ୍କୁ ବାଛନ୍ତି କିମ ଜୋଙ୍ଗ ଉନ, ‘ପ୍ଲେଜର ସ୍କ୍ବାଡ’ରେ ସାମିଲ ଥିବା ଜଣେ ଯୁବତୀ କହିଲେ କିଛି ଅକୁହା କଥା

ପୋଙ୍ଗୟାଙ୍ଗ,୩।୫: ସମୟ ସମୟରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଥାଏ। ଏଥିରେ କୌଣସି ସନ୍ଦେହ ନାହିଁ...

ସ୍କୁଲ, କଲେଜ, ଅଫିସ ବନ୍ଦ, ମୂଷଳ ଧାରାରେ ବର୍ଷାକୁ ଦେଖି ଲୋକଙ୍କୁ ଘରେ ରହିବାକୁ ପାଣିପାଗ ବିଭାଗର ସତର୍କ ସୂଚନା

ଆବୁ ଧାବି,୩।୫: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ବର୍ଷା ପୁଣି ଏକ ବିପର୍ଯ୍ୟୟ ପାଲଟିଛି। ଗୁରୁବାର ପ୍ରବଳ ବର୍ଷା ଓ ଝଡ଼ ତୋଫାନ ଯୋଗୁଁ...

ପୁଣି ପାକିସ୍ତାନକୁ ମୁହଁତୋଡ ଜବାବ ଦେଲା ଭାରତ

ନ୍ୟୁୟର୍କ,୩।୫: ମିଳିତ ଜାତିସଂଘରେ ଭାରତ ପୁଣି ଥରେ ପାକିସ୍ତାନକୁ ମୁହଁତୋଡ ଜବାବ କରିଛି। ଭାରତ ପାକିସ୍ତାନକୁ ତୀବ୍ର ସମାଲୋଚନା କରି କହିଛି, ପାକିସ୍ତାନର ଟ୍ରାକ ରେକର୍ଡ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri