Posted inଜାତୀୟ

ପିଓକେ ଲଞ୍ଚପ୍ୟାଡ୍‌ରେ ୪୦୦ ଆତଙ୍କବାଦୀ

ନୂଆଦିଲ୍ଲୀ,୧୩।୧(ଆଇଏଏନ୍‌ଏସ୍‌):: ଭାରତରେ ଅନୁପ୍ରବେଶ ଲାଗି ପାକ୍‌ ଅଧିକୃତ କଶ୍ମୀର (ପିଓକେ)ର ବିଭିନ୍ନ ଲଞ୍ଚ୍‌ପ୍ୟାଡ୍‌ ଓ ପ୍ରଶିକ୍ଷଣ ଶିବିରରେ ୩୫୦ରୁ ୪୦୦ ଆତଙ୍କବାଦୀ ଉପସ୍ଥିତ ଥିବା ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବଣେ ବୁଧବାର କହିଛନ୍ତି। ଭାରତୀୟ ସେନାର ବାର୍ଷିକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌ ଜେନେରାଲ ନରଓ୍ବଣେ କହିଛନ୍ତି, ପାକିସ୍ତାନ ପଟୁ ନିୟନ୍ତ୍ରଣ ରେଖା ପ୍ରତି ବିପଦକୁ ଅଣଦେଖା କରାଯାଇପାରିବ ନାହଁି। ଗତବର୍ଷ ଫେବୃୟାରୀରେ ଦୁଇଦେଶର ସାମରିକ କାର୍ଯ୍ୟାନୁଷ୍ଠାନର ମହାନିର୍ଦ୍ଦେଶକ (ଡିଜିଏମ୍‌ଓ)ଙ୍କ ମଧ୍ୟରେ ବୈଠକ ବସି ସୀମାରେ ସ୍ଥାୟୀ ଶାନ୍ତି ବଜାୟ ରଖିବା ପାଇଁ ସମସ୍ତ ରାଜିନାମା କଡ଼ାକଡ଼ି ପାଳନ କରିବା ସହ ଏଲ୍‌ଓସିରେ ଅସ୍ତ୍ରବିରତି ବୁଝାମଣାକୁ କାର୍ଯ୍ୟକାରୀ କରିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା। ଏହା ପରେ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ ହ୍ରାସ ପାଇବା ସହ ସ୍ଥିତିରେ ଉନ୍ନତି ଆସିଥିଲା। ଏବେ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଲଞ୍ଚପ୍ୟାଡ୍‌ରେ ଆତଙ୍କବାଦୀ ସଂଖ୍ୟା ବଢ଼ିବା ସହ ସେମାନେ ବାରମ୍ବାର ଅନୁପ୍ରବେଶ ଉଦ୍ୟମ ଚଳାଉଥିବାରୁ ପାକିସ୍ତାନର କୁତ୍ସିତ ଉଦ୍ଦେଶ୍ୟ ପଦାରେ ପଡ଼ିଯାଇଛି ବୋଲି ନରଓ୍ବଣେ କହିଛନ୍ତି। ତେବେ ଆତଙ୍କବାଦକୁ କଦାପି ବରଦାସ୍ତ କରାଯିବନି ବୋଲି ସେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟମ ଦିନରେ ପହଞ୍ଚିଲା ଡଭା ସୋସାଇଟି ଚାଷୀଙ୍କ ଆମରଣ ଅନଶନ, ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ୪….

ଝାରବନ୍ଧ,୮ା୬(ଦେବେନ୍ଦ୍ର ସାହୁ ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନର୍ଗତ ଡଭା ଆଞ୍ଚଳିକ କୃଷକ ସଂଗଠନ ତରଫରୁ ଚାଷୀଙ୍କ ଆମରଣ ଅନଶନ ଜାରି ରହିଛି । ଟୋକନ…

ମହିଳାଙ୍କ ଆକସ୍ମିକ ମୃତ୍ୟୁ, ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଜଳିଲା ଜୁଇ

ଦିଗପହଣ୍ଡି,୮ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧଖଣ୍ଡି ଗ୍ରାମର ସଚଳା ରାଉତ(୩୫)ଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସୋମବାର ସକାଳେ…

ସମ୍ପତ୍ତି ପାଇଁ ସୈତାନ ସାଜିଲେ ପଡ଼ୋଶୀ, ଶିଶୁପୁତ୍ରକୁ ବିଷ ଦେଇ ମାରିବାକୁ ଚେଷ୍ଟା!

ସାଲେପୁର,୮ା୬(ଅରବିନ୍ଦ ଭୂୟାଁ): ସମ୍ପତ୍ତି ଲୋଭରେ ଛୋଟ ଶିଶୁପୁତ୍ରକୁ ବିଷ ଖୁଆଇ ମାରିବାକୁ ଉଦ୍ୟମ କରାଯାଇଛି । କଟକ ଜିଲା ସାଲେପୁର ଥାନା ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଏହି…

Video: ସାମ୍ନାକୁ ଆସିଲା ଫିଲିପାଇନ୍ସ ଭୂକମ୍ପର ଭୟଙ୍କର ଭିଡ଼ିଓ, ୪ ମୃତ ୨ଶହରୁ ଅଧିକ ଆହତ

ମାନିଲା,୮।୬: ସୋମବାର ଫିଲିପାଇନ୍ସରେ ଏକ ଶକ୍ତିଶାଳୀ 8.1 ତୀବ୍ରତାର ଭୂମିକମ୍ପ ଘଟି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଦକ୍ଷିଣ ଫିଲିପାଇନ୍ସର ମିଣ୍ଡାନାଓ ଦ୍ୱୀପ ନିକଟରେ ଘଟିଥିବା ଏହି ଭୂମିକମ୍ପ…

ଅବହେଳିତ ଅବସ୍ଥାରେ ୩୦୦ ବର୍ଷର ଐତିହାସିକ ମଡାଗଡ଼ିଆ ଲୁଣିଆ ମେଳଣ, ସଂରକ୍ଷଣ ପାଇଁ ଉଠିଲା ଦାବି

ତିହିଡ଼ି,୮ା୬(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଖପରପଦା ପଞ୍ଚାୟତରେ ଅବସ୍ଥିତ ଐତିହାସିକ ମଡାଗଡ଼ିଆ ଲୁଣିଆ ମେଳଣ ଆଜି ଅବହେଳାର ଶିକାର ହୋଇ ପଡ଼ିଛି ।…

ମୂଲ୍ୟବାନ ସରକାରୀ ଜମିର ହେଉନି ଉପଯୋଗ, ପାଲଟିଛି ଅପରାଧୀଙ୍କ ଆଡ୍ଡାସ୍ଥଳୀ

କେନ୍ଦ୍ରାପଡ଼ା,୮ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସହର ରଣପଡ଼ାଠାରେ ଥିବା ଜଳସମ୍ପଦ ବିଭାଗ ପୁରୁଣା ଆବାସିକ କାର୍ଯ୍ୟାଳୟ(ବାବୁହତା) ଏବେ ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି। କେନ୍ଦ୍ରାପଡା ହାଇସ୍କୁଲ ପଡିଆ ନିକଟରେ…

ଧଉଳିରେ ଲଜ୍ଜା, ହଷ୍ଟେଲରୁ ନେଇ ହୋଟେଲରେ ବଳାତ୍କାର କଲେ ପୁରୁଷବନ୍ଧୁ!

ଭୁବନେଶ୍ୱର,୮।୬: ପୁଣି ରାଜଧାନୀରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଧଉଳି ଅଞ୍ଚଳରେ ଯୁବତୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି । ପୀଡ଼ିତା ଧଉଳି ଥାନାରେ…

ସାଇକେଲରେ ଡ୍ୟୁଟି କଲେ ବନ କର୍ମଚାରୀ, ପରିବେଶ ସୁରକ୍ଷା ସହ…

ଭଞ୍ଜନଗର,୮ା୬(ବାବୁଲା ପ୍ରଧାନ): ବିଶ୍ୱ ସାଇକେଲ ଦିବସ ଅବସରରେ ରବିବାର ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ସମସ୍ତ ରେଞ୍ଜରେ ବନପାଳ, ବନରକ୍ଷୀ, ସ୍କ୍ବାଡ୍‌ କର୍ମଚାରୀମାନେ ସାଇକେଲରେ ଜଙ୍ଗଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri