ସପ୍ତାହରେ ୪୦୦ ଉଦ୍ଧାର

୧୯୮୦ ଓ ୯୦ ଦଶକର ପ୍ରାରମ୍ଭରେ ଅବିଭକ୍ତ ବଲାଙ୍ଗୀର ଦେଶର ଦରିଦ୍ରତମ ଜିଲାଗୁଡ଼ିକ ମଧ୍ୟରେ ପରିଗଣିତ ହେଉଥିଲା। ବିଗତ ୨ ଦଶନ୍ଧି ହେଲା ବଲାଙ୍ଗୀର ଓ ସୁବର୍ଣ୍ଣପୁର ଜିଲାରେ ଉନ୍ନୟନମୂଳକ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳୁଛି। ଏହାସତ୍ତ୍ୱେ ଗ୍ରାମାଞ୍ଚଳରେ ସରକାରୀ ସ୍ତରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରି ନ ଥିବା ଶ୍ରମିକଙ୍କ ଗଣପଳାୟନରୁ ସ୍ପଷ୍ଟ ହୋଇଛି। ପ୍ରତିବର୍ଷ ଅନେକ ହଜାର ପରିବାର ଦାରିଦ୍ର୍ୟର କଷାଘାତ ସହି ନ ପାରି ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଓ ତାମିଲନାଡ଼ୁକୁ ଦାଦନ ଖଟିବାକୁ ଯାଉଛନ୍ତି। ୨୦୨୦ରେ କୋଭିଡ୍‌-୧୯ ଜନିତ ଲକ୍‌ଡାଉନ୍‌ ବେଳେ ବଲାଙ୍ଗୀର ଜିଲାକୁ ପ୍ରାୟ ଦେଢ଼ଲକ୍ଷ ପ୍ରବାସୀ ବାହ୍ୟ ରାଜ୍ୟରୁ ଫେରିଥିଲେ। ସେମାନଙ୍କ ମଧ୍ୟରୁ ଲକ୍ଷେ ହେଉଛନ୍ତି ଦାଦନ ଶ୍ରମିକ। ଗତ ସପ୍ତାହକ ମଧ୍ୟରେ ଜିଲାର ବିଭିନ୍ନ ରେଳଷ୍ଟେଶନରୁ ପ୍ରାୟ ୪୦୦ ଦାଦନଙ୍କୁ ଉଦ୍ଧାର କରାଯାଇଥିବାବେଳେ ୧୦ ସର୍ଦ୍ଦାରଙ୍କୁ ଗିରଫ କରାଯାଇଛି। ଏତେ ସତ୍ତ୍ୱେ ପ୍ରଶାସନ କହୁଛି, ଲୋକେ ଦାଦନ ଖଟିବାକୁ ଯାଉନାହାନ୍ତି। ଏହା ପ୍ରଶାସନର ବିରୋଧାଭାସ ଚିତ୍ରକୁ ପ୍ରଦର୍ଶନ କରୁଥିବା ସାଧାରଣରେ ଆଲୋଚନା ହେଉଛି।

ବଲାଙ୍ଗୀର ଅଫିସ,୨୩।୧୦: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଅଁାଖାଇ ପରଠାରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଲାଙ୍ଗୀର ଜିଲାରେ ଦାଦନ ଶ୍ରମିକ ଚାଲାଣ ପର୍ବ ଆରମ୍ଭ ହୋଇଛି। ଏହାକୁ ରୋକିବା ପାଇଁ ଜିଲା ପୋଲିସ ‘ମିଶନ ଉଦ୍ଧାର’ ନାମରେ ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଜିଲାର ବିଭିନ୍ନ ରେଳଷ୍ଟେଶନରେ ଅସ୍ଥାୟୀ ପୋଲିସ ଆଉଟପୋଷ୍ଟ ଖୋଲାଯାଇ ବେଆଇନ ଶ୍ରମିକ ଚାଲାଣ ଉପରେ କଡ଼ା ନଜର ରଖାଯାଇଛି। ଖୋଦ୍‌ ଏସ୍‌ପି ଏହାର ତଦାରଖ କରୁଛନ୍ତି। ଏହି କାର୍ଯ୍ୟକ୍ରମ ଜରିଆରେ ଗତ ସପ୍ତାହକ ମଧ୍ୟରେ ଜିଲାର ବିଭିନ୍ନ ରେଳଷ୍ଟେଶନ ଓ ଅନ୍ୟ ସ୍ଥାନଗୁଡ଼ିକରୁ ପ୍ରାୟ ୪୦୦ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ବେଆଇନ ଦାଦନ ଶ୍ରମିକ ଚାଲାଣକୁ ନେଇ ବିଭିନ୍ନ ଥାନାରେ ୨୦ଟି ମାମଲା ରୁଜୁ କରାଯାଇଛି। ୧୦ ଜଣ ଦାଦନ ସର୍ଦ୍ଦାରଙ୍କୁ ଗିରଫ ମଧ୍ୟ କରାଯାଇଛି। ପୋଲିସ ଏବଂ ଜିଲା ପ୍ରଶାସନ ପକ୍ଷରୁ ‘ମିଶନ ଉଦ୍ଧାର’କୁ ଏକ ଶ୍ରମିକ ସଚେତନତା କାର୍ଯ୍ୟକ୍ରମ ବୋଲି କୁହାଯାଇଛି। ଜିଲାରୁ ବେଆଇନ ଭାବେ ଶ୍ରମିକ ଚାଲାଣ ହେଉଥିବା ଏହି କାର୍ଯ୍ୟକ୍ରମରୁ ପୁଣି ଥରେ ସ୍ପଷ୍ଟ ହୋଇଛି। ଏଥିସହ ‘ମିଶନ ଉଦ୍ଧାର’କୁ ନେଇ ଜିଲାରେ ବିତର୍କ ଆରମ୍ଭ ହୋଇଛି। ପୋଲିସ ବିଭିନ୍ନ
ରେଳଷ୍ଟେଶନ ଏବଂ ରାସ୍ତାରୁ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ସେମାନଙ୍କ ଗଁାରେ ଛାଡ଼ିଦେଇଥିବା କହୁଛି। ତେବେ ଶ୍ରମିକଙ୍କୁ ଗଁାରେ ଛାଡ଼ିଦେବା ପରେ ସେହି ଶ୍ରମିକମାନେ ଏବେ କେଉଁଠି ଅଛନ୍ତି ଏବଂ କ’ଣ କରୁଛନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଉ ନ ଥିବା ଅଭିଯୋଗ ହୋଇଛି। ମିଳିଥିବା ଏକ ତଥ୍ୟ ମୁତାବକ, ଉଦ୍ଧାର ହୋଇଥିବା ୪୦୦ ଶ୍ରମିକଙ୍କ ମଧ୍ୟରୁ ଅର୍ଦ୍ଧାଧିକ ପୁଣି ଥରେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଚାଲିଯାଇଥିବା ଜଣାପଡିଛି। ଗତ ୧୦ ଦିନ ଭିତରେ ଜିଲାର ଖପ୍ରାଖୋଲ ଥାନା ଅନ୍ତର୍ଗତ ଦମକିପାଲି, ଭାନପୁର ଗ୍ରାମର କେତେଜଣ ଦାଦନ ଶ୍ରମିକଙ୍କୁ ପୋଲିସ ଉଦ୍ଧାର କରି ଗଁାକୁ ଫେରାଇଥିଲା। ଏହାର ଦିନକ ପରେ ସେହି ଶ୍ରମିକମାନେ ପୁଣି ଥରେ ଅନ୍ୟ ରାସ୍ତାରେ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି। ସେହିପରି ଲାଠୋର ପୋଲିସ ଉଦ୍ଧାର କରିଥିବା ନୂଆପଡ଼ା ଓ ବରଗଡ଼ ଜିଲାର ଦାଦନ ଶ୍ରମିକମାନେ ବର୍ତ୍ତମାନ କେଉଁ ଅବସ୍ଥାରେ ଅଛନ୍ତି ତାହା ଜଣାପଡିନାହିଁ। କାମ ନ ଯୋଗାଇ ଉଦ୍ଧାର ନଁାରେ ଶ୍ରମିକଙ୍କୁ ରୋକିବା ଆଦୌ ଫଳପ୍ରଦ ହେଉ ନ ଥିବା ଏହା ସୂଚିତ କରୁଛି।
୨୦୧୭ ମସିହାରେ ବଲାଙ୍ଗୀର ଓ ନୂଆପଡା ଜିଲାର ଦାଦନ ଶ୍ରମିକ ସମସ୍ୟା ରୋକିବା ସକାଶେ ୧୩୪ କୋଟି ଟଙ୍କାର ଏକ ଯୋଜନା ପ୍ରସ୍ତୁତ କରି ରାଜ୍ୟ ସରକାର ଟାଟା ଟ୍ରଷ୍ଟ ସହ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ସେହି ଯୋଜନାରେ କେତେ ଦାଦନ ରୋକାଗଲା ତା’ର କିଛି ହିସାବ ମିଳିଲା ନାହିଁ। ଏବେ ପୁଣି ଦାଦନ ଶ୍ରମିକ ଉଦ୍ଧାର କଥା କୁହାଯାଇଛି। ଶ୍ରମିକଙ୍କ ସମସ୍ୟା ଉପରେ କାମ କରୁଥିବା ଗବେଷକ ସଞ୍ଜୟ ମିଶ୍ର କହିଛନ୍ତି, ଥଇଥାନ ନ କରି ଶ୍ରମିକ ଉଦ୍ଧାର କରିବା ମୂଲ୍ୟହୀନ। ଶ୍ରମିକଙ୍କୁ ଅଗ୍ରିମ କାମ ଓ ଠିକ୍‌ ସମୟରେ ପାଉଣା ମିଳିଲେ ସେମାନେ ରାଜ୍ୟ ବାହାରକୁ ଯିବେନାହିଁ। ଯେଉଁ ଦାଦନ ଶ୍ରମିକମାନେ ଗୋତି ଶ୍ରମିକ ପ୍ରମାଣପତ୍ର ପାଇଆସିଛନ୍ତି, ସେମାନଙ୍କୁ ଏପର୍ଯ୍ୟନ୍ତ ଥଇଥାନ କରାଯାଇନାହିଁ। ଏଣୁ ଦାଦନ ଶ୍ରମିକମାନେ ପଳାୟନ କରୁଛନ୍ତି। ‘ମିଶନ ଉଦ୍ଧାର’ ସହ ‘ମିଶନ ଥଇଥାନ’ କରାଯିବା ଜରୁରୀ ବୋଲି ସେ କହିଛନ୍ତି। ଦାଦନ ଶ୍ରମିକ ସମସ୍ୟା ଉପରେ କାମ କରିଥିବା କଣ୍ଟାବାଞ୍ଜିର ବରିଷ୍ଠ ଆଇନଜୀବୀ ବିଷ୍ଣୁ ଶର୍ମା କହିଛନ୍ତି, ଏହା କେବଳ ଏକ ପୋଲିସ ସମସ୍ୟା ନୁହେଁ। ପ୍ରଶାସନ ପକ୍ଷରୁ ଜିଲାରେ ଗୋତି ଶ୍ରମିକ କମିଟିର ବୈଠକ କରାଯାଉନାହିଁ। ଉଦ୍ଧାର ପରେ ଶ୍ରମିକଙ୍କ ସମସ୍ୟାର ସମାଧାନ ଉପରେ ଦୃଢ଼ ପଦକ୍ଷେପ ନିଆଯାଉନାହିଁ। ଏହା ଏକ ସାମାଜିକ-ଅର୍ଥନୈତିକ ସମସ୍ୟା ହୋଇଥିବାରୁ ଏନ୍‌ଜିଓ ଅପେକ୍ଷା ପଞ୍ଚାୟତିରାଜ ବ୍ୟବସ୍ଥା ଜରିଆରେ ଏହାର ସମାଧାନ କରାଯିବା ଉଚିତ ବୋଲି ସେ କହିଛନ୍ତି। ଏନେଇ ଏସ୍‌ପି ନୀତିନ କୁଶଲକରଙ୍କୁ ପଚରାଯିବାରୁ ସେ କହିଛନ୍ତି, ‘ମିଶନ ଉଦ୍ଧାର’ ଜରିଆରେ ଏନ୍‌ଫୋର୍ସମେଣ୍ଟ କରାଯାଉଛି। ବେଆଇନ ଶ୍ରମିକ ଚାଲାଣ ରୋକିବା ଏହାର ଲକ୍ଷ୍ୟ। ଯେଉଁମାନେ ବି ଅନ୍ୟତ୍ର କାମ କରିବାକୁ ଯାଉଛନ୍ତି, ପଞ୍ଜୀକୃତ ହୋଇ ବିଧିବ୍ୟବସ୍ଥା ଜରିଆରେ ଯାଆନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ଜିଲାପାଳ ଚଞ୍ଚଳ ରାଣାଙ୍କୁ ଏ ସମ୍ପର୍କରେ ପଚାରିବାରୁ ଦାଦନ ଶ୍ରମିକଙ୍କଠାରୁ ଏବଂ ଆନୁଷଙ୍ଗିକ କ୍ଷେତ୍ରରୁ ସବିଶେଷ ତଥ୍ୟ ପାଇବା ଏହି ମିଶନର ଲକ୍ଷ୍ୟ ବୋଲି କହିଛନ୍ତି। ଏବେ ଜିଲାରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଶ୍ରମିକ ନିୟୋଜନ ଉପରେ ଜୋର୍‌ ଦିଆଯାଇଛି। ଜିଲାର ୬ଟି ଦାଦନପ୍ରବଣ ବ୍ଲକ୍‌ରେ ୨୦୦ରୁ ୩୦୦ ଦିନର କାମ ଯୋଗାଇ ଦିଆଯାଇଥିବା ନଜିର ରହିଛି। କୃଷି, ଦୁଗ୍ଧ, କୁକୁଡ଼ା ଚାଷ ସହ ଅନ୍ୟାନ୍ୟ ଜୀବିକା ମିଶନ ଯୋଜନାରେ ଶ୍ରମିକଙ୍କୁ ସାମିଲ କରାଯାଇ ଆମତ୍ନିର୍ଭରଶୀଳ କରାଯାଉଛି। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଶ୍ରମିକ ଚାଲାଣ ପ୍ରକ୍ରିୟା ଆଇନଗତ ଭାବେ ବ୍ୟବସ୍ଥିତ କରାଯିବା ଲକ୍ଷ୍ୟ ରଖାଯାଇଛି ବୋଲି ଜିଲାପାଳ କହିଛନ୍ତି।

ବୀରେନ୍ଦ୍ର କୁମାର ଝାଙ୍କର


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ଯଜ୍ଞସ୍ଥଳରୁ ଆନ୍ଦୋଳନକାରୀ ହିରାମଲ୍‌ଙ୍କୁ ଉଠାଇ ନେଲା ପୋଲିସ: କୋର୍ଟ ଚାଲାଣ ନକରି ଥାନାରେ ରଖିବାକୁ ନେଇ…

ଥୁଆମୂଳ ରାମପୁର, ୨୮।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଡିଜିମାଳି ପାହାଡ଼ରେ ଖଣି ଖନନକୁ ନେଇ ବିରୋଧ ଓ ଆନ୍ଦୋଳନ ଚାଲିଥିବା ବେଳେ…

ଯୋଗ- ପ୍ରାଣାୟାମ ସାଙ୍ଗକୁ ବକ୍ତୃତା ପ୍ରତିଯୋଗିତା

ଦିଗପହଣ୍ଡି, ୨୮/୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

୫ ଦିନ ହେଲା ଅନ୍ଧାରରେ ଗାଁ

ନବରଙ୍ଗପୁର,୨୮।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ବିରିଗୁଡ଼ା ଗାଁ ଗତ ୫ ଦିନ ହେଲା ଅନ୍ଧକାରରେ ରହିଛି। ଲଗାଣ ବର୍ଷା ଓ ପବନ ଯୋଗୁ ଟ୍ରାନ୍ସଫର୍ମରରୁ…

ଛାତ୍ରଙ୍କ ମୃତଦେହ ଜବତ ପରେ ହଷ୍ଟେଲ ଛାଡ଼ିଲେ ୫୪ ପିଲା

ବୋରିଗୁମ୍ମା,୨୮ା୮(ଗୋପାଳ ହରିଜନ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଗୁମୁଡ଼ା ଏସ୍‌ଏସ୍‌ଡି ସରକାରୀ ଉଚ୍ଚ ବିଦ୍ୟାଳୟ ପଛ ପଟେ ଥିବା ନାଳରୁ ଗତ ବୁଧବାର ଜଣେ ୮ମ ଶ୍ରେଣୀ…

ବରଗଡ଼ରେ ଟ୍ରାଫିକ ସମସ୍ୟା: ଏସପିଙ୍କୁ ଫେରାଦ ହେଲା ଅଭିଭାବକ ମହାସଂଘ

ବରଗଡ଼,୨୮।୮(ପ୍ରେମାନନ୍ଦ ଖମାରୀ): ବରଗଡ ସହରର ଟ୍ରାଫିକ ସମସ୍ୟା ନେଇ ଓଡିଶା ଅଭିଭାବକ ମହାସଂଘ, ବରଗଡ଼ ଜିଲା ଶାଖା ଉଦବେଗ ପ୍ରକାଶ କରିଛି। ଏହି କ୍ରମରେ ଶୁକ୍ରବାର ମହାସଂଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri