୮ କୁଇଣ୍ଟାଲ ଗଞ୍ଜେଇ ଜବତ: ଟ୍ରକ୍‌ ଛାଡ଼ି ଅଭିଯୁକ୍ତ ଫେରାର

ଚିତ୍ରକୋଣ୍ଡା,୧୩।୧୨(ଡି.ଏନ.ଏ.)-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସ ଶନିବାର ରାତିରେ ଇସାର ଛକ ନିକଟରୁ ଗଞ୍ଜେଇ ଚାଲାଣ ହେଉଥିବା ଏକ ଟ୍ରକ୍‌(ଆର୍‌ଜେ-୦୫ ଜିଆର୍‌ ୬୦୯୫) ଜବତ କରିଛି। ସେଥିରୁ ୮କୁଇଣ୍ଟାଲ ଗଞ୍ଜେଇ ମିଳିଛି। ତେବେ ପୋଲିସକୁ ଦେଖି ଟ୍ରକ୍‌ ଡ୍ରାଇଭର, ହେଲ୍‌ପର ଓ ଗଞ୍ଜେଇ ନେଇଯାଉଥିବା ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ପୋଲିସ ଆଖପାଖରେ ସେମାନଙ୍କୁ ଖୋଜାଖୋଜିକରି ପାଇ ନ ଥିଲେ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ। ଏନେଇ ଥାନାରେ ୧୩୯/୨୦ରେ ଏକ ମାମଲା ରୁଜୁ ହୋଇଛି। ଏହି ଗଞ୍ଜେଇ ଚାଲାଣରେ ଆନ୍ତଃରାଜ୍ୟ ର଼୍ୟାକେଟ୍‌ର ସମ୍ପୃକ୍ତି ରହିଥିବା ପୋଲିସ ସନ୍ଦେହ କରୁଛନ୍ତି। ଚଢ଼ାଉରେ ଥାନା ଅଧିକାରୀ ସୂର୍ଯ୍ୟପ୍ରକାଶ ନାୟକ, ଏସ୍‌ଆଇ ସଂଗ୍ରାମ କେଶରୀ ପାଇକରାୟ, ଏସ୍‌ଆଇ ରାଜେନ୍ଦ୍ର ପାଙ୍ଗୀଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, କାଲିମେଳାରୁ ମହାରାଷ୍ଟ୍ରର ଯାଉଥିବା ବେଳେ ମାଡ଼ି ବସିଲା ପୋଲିସ

କାଲିମେଳା,୧୩।୮: ରୋଗୀ ବୁହା ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ ଖବର ସାମ୍ନାକୁ ଆସିଛି। କାଲିମେଳା ପୋଲିସ ଏହି ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗଞ୍ଜେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri