ବିଷ ପିଇ ଚିକିତ୍ସାଧୀନ ଅବସ୍ଥାରେ ଜିପିଓଙ୍କ ମୃତ୍ୟୁ

ଭଞ୍ଜନଗର,୧୨ା୨(ଡି.ଏନ୍‌.ଏ.): ବିଷ ପିଇ ଗୁରୁତର ଥିବା ଭଞ୍ଜନଗର ବ୍ଲକର ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ଅଧିକାରୀ(ଜିପିଓ) ପ୍ରମୋଦ ପଟ୍ଟନାୟକଙ୍କ ରବିବାର ମୃତ୍ୟୁ ଘଟିଛି। ସେ ଗତ ୧ ତାରିଖରେ ବିଷ ପିଇ ଗୁରୁତର ହୋଇଥିଲେ। ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଚାକିରିରୁ ଅବସର ନେବା ପୂର୍ବରୁ ଜିିପିଓଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ନାନା କଥା ଉଠୁଥିବା ବେଳେ ଭଞ୍ଜନଗର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ, ପ୍ରମୋଦ ଭଞ୍ଜନଗର ବ୍ଲକରେ ଦୀର୍ଘଦିନ ହେଲା କାର୍ଯ୍ୟରତ ଥିଲେ। ଗତ ପ୍ରାୟ ୨ ବର୍ଷ ହେବ ସେ ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ଅଧିକାରୀ ଦାୟିତ୍ୱରେ ରହିଥିଲେ। ୩ ମାସ ପରେ ପ୍ରମୋଦ ଅବସର ନେବାକୁ ଥିବାବେଳେ ତାଙ୍କର ଅନ୍ୟତ୍ର ବଦଳି ହୋଇଥିଲା। ଗତ ଜାନୁୟାରୀ ୩୦ ତାରିଖରେ ଏଠାରୁ ବଦଳି ହୋଇ ଛତ୍ରପୁର ମୁଖ୍ୟ କାର୍ଯ୍ୟାଳୟକୁ ଯାଇଥିଲେ। ଗତ ୧ ତାରିଖରେ ଭଞ୍ଜନଗର ବ୍ଲକରେ ଦାୟିତ୍ୱ ହସ୍ତାନ୍ତର କରିବା ପରେ ବ୍ଲକ ବାହାରକୁ ଚାଲି ଯାଇଥିଲେ। ଏହାର କିଛି ଘଣ୍ଟା ପରେ ପୁଣି ବ୍ଲକକୁ ଆସି ଏକ ରୁମରେ ବସିଥିଲେ। ସେ ସମୟରେ ବିଡିଓ ଶଶୀଭୂଷଣ ମହାପାତ୍ର ବ୍ଲକ ସମ୍ମିଳନୀ କକ୍ଷରେ ଏକ ବୈଠକରେ ଥିବା ବେଳେ ପ୍ରମୋଦ ବିଷ ପିଇଥିବା ଖବର ପାଇଥିଲେ। ବିଡିଓ ତୁରନ୍ତ ଆସି ପ୍ରମୋଦଙ୍କୁ ମେଡିକାଲକୁ ପଠାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ବ୍ରହ୍ମପୁର ବଡ ମେଡିକାଲରେ ମୃତଦେହ ବ୍ୟବଚ୍ଛେଦ ପରେ ନିଜ ଗ୍ରାମ ସୋରଡାରେ ଅନ୍ତିମ ସତ୍କାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri