୪ ବର୍ଷ ବିତିଲା, ଫଳକରେ ଅଟକିଛି ପ୍ରକଳ୍ପ

ପଟ୍ଟାମୁଣ୍ଡାଇ,୨୩।୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌର ପରିଷଦ ଆସନ୍ତା ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ପାଳିବ। ଏହି ଦିବସକୁ ଦୃଷ୍ଟିରେ ରଖି ବିଧାୟକ, ପ୍ରଶାସନିକ ଅଧିକାରୀ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏ ନେଇ ପୌର ପରିଷଦ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ହେଲେ ୪ ବର୍ଷ ତଳେ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପରୁ ୨ରୁ ୩ଟି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ କେତେଗୋଟି ଅଧାପଡିଛି ତ ଆଉ ଅନ୍ୟ ସବୁ ଆରମ୍ଭ ହୋଇନାହିଁ। ବିଭିନ୍ନ ସ୍ଥାନରେ କେବଳ ଫଳକଗୁଡ଼ିକ ଶୋଭା ମଣ୍ଡନ କରୁଛି। ଏହାକୁ ନେଇ ପୌରାଞ୍ଚଳର ଅଧିବାସୀ ଓ ବୁଦ୍ଧିଜୀବୀମାନେ ନାପସନ୍ଦ କରି କହୁଛନ୍ତି, କାମ ହେବାର ନଁା ଗନ୍ଧ ନାହିଁ କି କେହି ଲୋକ ଉପକୃତ ହେଉନାହାନ୍ତି, ଶିଳାନ୍ୟାସ ନାମରେ ପ୍ରଶାସନ ଲୋକଙ୍କୁ ଭୁଅଁା ବୁଲାଇଛି।
ବୁଦ୍ଧିଜୀବୀ ପ୍ରବୀର ନାୟକ କହିଛନ୍ତି, ପଟ୍ଟାମୁଣ୍ଡାଇ ପୌର ପରିଷଦ ଆସନ୍ତା ସ୍ବାୟତ୍ତ ଶାସନ ଦିବସ ପାଳିବ। ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ହେବ। ପରବର୍ତ୍ତୀ ସମୟରେ ଶିଳାନ୍ୟାସ କେଉଁଠି ଫଳକରେ ଦୀର୍ଘବର୍ଷ ହେବ ଝୁଲି ରହିବ ତ ଆଉ କେଉଁଠାରେ ଅଧାପନ୍ତରିଆ ଭାବେ କାମ ପରିଷଦର ନାଲିଫିତା ତଳେ ଚାପି ହୋଇ ରହିଯିବ। ପରିତାପର ବିଷୟ, ୨୦୧୯ରେ ପଟ୍ଟାମୁଣ୍ଡାଇ ପୌର ପରିଷଦରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରାଯାଇଥିଲା। ଯେଉଁସବୁ ପ୍ରକଳ୍ପର ଶିଳାନ୍ୟାସ କରାଯାଇ ସହରବାସୀଙ୍କୁ ପୌର ପରିଷଦ ସ୍ବପ୍ନ ଦେଖାଇଥିଲା, ସେଥିମଧ୍ୟରୁ ଅନେକ ପ୍ରକଳ୍ପ କେବଳ ଫଳକ ପୋତାରେ ରହିଯାଇଛି। ଯେଉଁ ହାତଗଣତି କେତେଗୋଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି, ସେସବୁ ବ୍ୟବହାର ଉପଯୋଗୀ ହୋଇନାହିଁ। ତେଣୁ ସ୍ବାୟତ୍ତ ଶାସନ ଦିବସ ପାଳନକୁ ନେଇ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ଲୋକଙ୍କ ଆଗ୍ରହ ନାହିଁ ବୋଲି ଚର୍ଚ୍ଚା ହେଉଛି। ସାମାଜିକ କର୍ମୀ ସତ୍ୟପ୍ରିୟ ସାମଲ କହିଛନ୍ତି, ୨୦୧୯ ସ୍ବାୟତ୍ତ ଶାସନ ଦିବସ ଅବସରରେ ୭୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କଚେରି ପୋଖରୀ ପୁନରୁଦ୍ଧାର କାର୍ଯ୍ୟର ଶୁଭ ଦିଆଯାଇଥିବାବେଳେ ତାହାର ଅଗ୍ରଗତି ହେଉନାହିଁ। ପଟ୍ଟାମୁଣ୍ଡାଇ ସହରର ଉଠାଦୋକାନୀମାନଙ୍କୁ ଉପଯୁକ୍ତ ଥଇଥାନ କରିବାକୁ ୧ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ମହାବୀର ବଜାରଠାରେ ଭେଣ୍ଡିଂ ଜୋନ୍‌ର ଶୁଭ ପଡ଼ିଥିଲା। ସେହିପରି ପୌରାଞ୍ଚଳର ଲୋକମାନଙ୍କୁ ଅତ୍ୟାଧୁନିକ ସେବା ଯୋଗାଇ ଦେବାକୁ ୧ କୋଟି ଟଙ୍କା ବ୍ୟୟରେ ବାଲିପଡ଼ାଠାରେ ସ୍ମାର୍ଟ ଶ୍ମଶାନ ଗୃହର ଶିଳାନ୍ୟାସ କରାଯାଇଥିଲା। ୧ କୋଟି ଟଙ୍କା ବ୍ୟୟରେ ମଲ୍ଟି ଷ୍ଟୋରେଡ ମାର୍କେଟ କମ୍ପ୍ଲେକ୍ସ ଓ ଯଜ୍ଞ ପଡ଼ିଆର ଉନ୍ନତୀକରଣ କାର୍ଯ୍ୟର ଶୁଭ ଦିଆଯାଇଥିଲା। ଭିତ୍ତିପ୍ରସ୍ତର ଫଳକରେ ବିଧାୟକଙ୍କ ସମେତ ଅନ୍ୟ ବ୍ୟକ୍ତି ବିଶେଷଙ୍କ ନାମ ଏବେ ବି ଝୁଲୁଛି। ଦୋକାନୀମାନେ ଉପକୃତ ହେବା ଲାଗି ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ପଡ଼ିଥିଲା। କିନ୍ତୁ ୪ବର୍ଷ ପରେ ଉକ୍ତ ଫଳକ ଭାଙ୍ଗିରୁଜି ଗଲାଣି ପଛେ ଇଟା ଖଣ୍ଡେ ପଡ଼ିପାରିଲା ନାହିଁ। ଯଜ୍ଞ ପଡ଼ିଆ ଅଳିଆଆବର୍ଜନାରେ ପରିପୂର୍ଣ୍ଣ ହୋଇରହିଛି। ପ୍ରତିବର୍ଷ ସ୍ବାୟତ୍ତ ଶାସନ ଦିବସ ଆସୁଛି ଓ ବ୍ୟବସାୟୀମାନେ ଏହି ପ୍ରକଳ୍ପ କଥା ମନେ ପକାଉଛନ୍ତି। ଆଇନଜୀବୀ ପ୍ରମୋଦ ସାହୁ କହିଛନ୍ତି, ଗତ ସ୍ବାୟତ୍ତ ଶାସନ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସଭା ସଦସ୍ୟ ମାନସ ରଞ୍ଜନ ମଙ୍ଗରାଜ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିରନ୍ତର ପ୍ରୟାସ ଏବଂ କୋଟି କୋଟି ଟଙ୍କା ଅନୁଦାନ ଯୋଗାଇ ଦେଇଥିବାରୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ସ୍ମାର୍ଟ ପାର୍କ, ସ୍ମାର୍ଟ ଶ୍ମଶାନ, ପ୍ରେକ୍ଷାଳୟ ଗୃହ, ଭେଣ୍ଡିଂ ଜୋନ, ଇନ୍‌ଡୋର ଷ୍ଟାଡିୟମ, କଚେରି ପୋଖରୀ ପୁନରୁଦ୍ଧାର, ଜଳ ନିଷ୍କାସନ ପାଇଁ ଡ୍ରେନେଜ ବ୍ୟବସ୍ଥା ସହ ଉଜ୍ଜ୍ୱଳ ଆଲୋକୀକରଣ ଓ ପରିମଳ ବ୍ୟବସ୍ଥା କରାଯାଇଛି। ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ସବ୍‌ଡିଭିଜନ ହସ୍ପିଟାଲରେ ଆବଶ୍ୟକ ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ପଦକ୍ଷେପ ନିଆଯାଇଛି। ରାସ୍ତାଘାଟ ଉନ୍ନତୀକରଣ ଓ ବିଶୁଦ୍ଧ ପିଇବା ପାଣି ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ମାତ୍ର ସ୍ମାର୍ଟ ପାର୍କ, ପ୍ରେକ୍ଷାଳୟ ଗୃହ, ଇନ୍‌ଡୋର ଷ୍ଟାଡିୟମକୁ ଛାଡି ଦେଲେ ଆଉ ସବୁ ଅଧାରେ ଅଟକିଛି। ଏ ସମ୍ପର୍କରେ ପଟ୍ଟାମୁଣ୍ଡାଇ ପୌରନିର୍ବାହୀ ଅଧିକାରୀ ନାରାୟଣ ପ୍ରସାଦ ଗିରିଙ୍କୁ ପଚାରିବାରେ କେତେଗୋଟି କାମ ବିଳମ୍ବ ହୋଇଛି। ଯେଉଁ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ କରାଯାଇଥିଲା ସେଗୁଡିକର ଖୁବ୍‌ଶୀଘ୍ର କାମ ଶେଷ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ

ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ...

ସାନଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା

ଛତ୍ରପୁର,୩୦।୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ରିପିଟ୍‌ କରିଛି। ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ...

ଖରାକୁ ଖାତିର ନ କରି ବାଇକ୍‌ରେ ବୁଲି ପ୍ରଚାର କଲେ ପ୍ରାର୍ଥୀ

କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ):କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ଅଧୀନ ବୋରିଆ, ପର୍ଥଲା, କିକିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାର କରିଛନ୍ତି ବିଜେଡିର ଉଭୟ ପ୍ରାର୍ଥୀ।...

ପ୍ରାର୍ଥତ୍ପତ୍ର ଦାଖଲକୁ ଆଉ ୩ ଦିନ ବାକି: ଖଲ୍ଲିକୋଟ ବିଧାନସଭା ଲାଗି ଛିଣ୍ଡୁନି ବିଜେଡିର ଅଙ୍କ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର): ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷହେବାକୁ ଆଉ ମାତ୍ର ୩ ଦିନ ବାକି...

ଅପରାଜିତାଙ୍କୁ ବିହାର ପଠାଇଦେବି: ଭାଜପା ଛାଡିବା ପରେ ବର୍ଷିଲେ କାଳୁ

ଖୋର୍ଦ୍ଧା,୩୦।୪ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବିଧାନସଭା ଭାଜପା ଆଶାୟୀ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କ ଟିକେଟ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କାଳୁଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri