୪ ବର୍ଷ ବିତିଲା, ସରୁନି ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ କାର୍ଯ୍ୟ

ଜଟଣୀ,୨୫ା୮(ଡି.ଏନ୍‌.ଏ.): ଶିକ୍ଷାର ବିକାଶ ସହ ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ତେବେ ଜଟଣୀ ପୌରାଞ୍ଚଳ ଅଧୀନ କୁଦିଆରୀ ଦଶଦୋଳ ମେଳଣ ପଡ଼ିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିର୍ମାଣ ହେଉଥିବା ଅଙ୍ଗନଓ୍ବାଡି କେନ୍ଦ୍ରକୁ ୪ ବର୍ଷ ବିତିଥିଲେ ମଧ୍ୟ କାର୍ଯ୍ୟ ସରୁନାହିଁ। ଫଳରେ ୪୦ ଛାତ୍ରୀଛାତ୍ର ଉକ୍ତ ବିଦ୍ୟାଳୟ ବାରଣ୍ଡାରେ ପାଠ ପଢୁଛନ୍ତି। ଅନ୍ୟପକ୍ଷେ ଅର୍ଦ୍ଧନିର୍ମିତ ଏହି ଅଙ୍ଗନଓ୍ବାଡ଼ି କେନ୍ଦ୍ର ଅସାମାଜିକଙ୍କ ଆଡ୍ଡାସ୍ଥଳ ପାଲଟିଛି, ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ମୁତାବକ, କୁଦିଆରୀ ଦଶଦୋଳ ମେଳଣ ପଡିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ୨୦୧୭-୧୮ ମସିହାରେ ୭ ଲକ୍ଷ ବ୍ୟୟ ଅଟକଳରେ ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଉକ୍ତ କେନ୍ଦ୍ରର ଛାତ ପଡ଼ିଥିବା ବେଳେ ଅଦ୍ୟାବଧି ନିର୍ମାଣ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଫଳରେ ୪୦ ଜଣ ପିଲା ଉକ୍ତ ବିଦ୍ୟାଳୟ ବାରଣ୍ଡାରେ ବସି ପଢ଼ୁଛନ୍ତି। ଅର୍ଦ୍ଧନିର୍ମିତ ଏହି ଅଙ୍ଗନଓ୍ବାଡି କେନ୍ଦ୍ର ଅସାମାଜିକଙ୍କ ଆଡ୍ଡାସ୍ଥଳ ପାଲଟିଛି। ତେବେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ନିମନ୍ତେ ସ୍ଥାନୀୟ ଗ୍ରାମବାସୀଙ୍କ ସହିତ ପୂର୍ବତନ କାଉନସିଲର ଲୁସେନ କୁମାର ରାୟ ବାରମ୍ବାର ସିଡିପିଓ ଏବଂ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ଅନ୍ୟପକ୍ଷରେ ଏ ସମ୍ପର୍କରେ ବିଡିଓ ସରୋଜ କୁମାର ରାଉତ କୁହନ୍ତି, ଦୁଇ ବର୍ଷ କରୋନା ପାଇଁ କାର୍ଯ୍ୟରେ ବ୍ୟତିକ୍ରମ ହୋଇଥିଲା। ଏକ ମାସ ମଧ୍ୟରେ ଏହି ନିର୍ମାଣ କାର୍ଯ୍ୟ ସରିବା ସହିତ ପିଲାମାନେ ଏଠାରେ ପାଠ ପଢ଼ିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ ବେଦନାରେ ଛଟପଟ ମହିଳାଙ୍କୁ ୬ କିଲୋମିଟର ଭାରରେ ବୋହିଲେ ପରିବାର ଲୋକେ, ହସ୍ପିଟାଲରେ ପହଞ୍ଚିବା ପରେ…

ମୋହନା,୨୭ା୯(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକରେ କେଉଁଠି ବିକାଶର ଚିତ୍ର ତ ଆଉ କେଉଁଠି ଜନନୀ ଯନ୍ତ୍ରଣା। ଆମ୍ବୁଲାନ୍ସ ଅଛି ହେଲେ ରାସ୍ତା ନଥିବା ହେତୁ…

ରବିବାର ଖୋଲିଲା ବ୍ୟାଙ୍କ, କଳା ପୋଷାକ ପିନ୍ଧି କାର୍ଯ୍ୟରେ ଯୋଗଦେଲେ କର୍ମଚାରୀ

ଛତ୍ରପୁର,୨୭ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଧର୍ମଘଟ ଯୋଗୁ ଲଗାତର ଛୁଟିରେ ବ୍ୟାଙ୍କିଂ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ଗ୍ରାହକଙ୍କ ସୁବିଧା ପାଇଁ ଆଜି ରବିବାର ଛୁଟିଦିନ ହୋଇଥିଲେ…

ପୂର୍ତ୍ତ ବିଭାଗ ସଚିବଙ୍କ ସମୀକ୍ଷା: କଳିଙ୍ଗା ଘାଟି ରାସ୍ତା ଖୋଲିବାରେ ହେବ ବିଳମ୍ବ

ଭଞ୍ଜନଗର,୨୭ା୯(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରାସ୍ତା ସ୍ବାଭାବିକ ହେବାକୁ ଆହୁରି ମାସ ମାସ ଧରି ସମୟ ଲାଗିପାରେ। ଫଳରେ ଗଞ୍ଜାମ ସହ…

ପିଡିଏସ୍‌ ଚାଉଳ ବଣ୍ଟନରେ ଅନିୟମିତତା ଅଭିଯୋଗ: ହିତାଧିକାରୀଙ୍କୁ ମିଳିନି ପ୍ରାପ୍ୟ ଚାଉଳ, ରେକର୍ଡରେ ବଣ୍ଟନ ଦର୍ଶାଯାଇଥିବା…

ତୁମୁଡ଼ିବନ୍ଧ, ୨୭/୯ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଲଙ୍କାଗଡ଼ ପଞ୍ଚାୟତରେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ଅଧୀନରେ ଚାଉଳ ବଣ୍ଟନକୁ ନେଇ…

ମା ବିରଜାଙ୍କ ପୀଠରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ: ରାଜ୍ୟ ବାହାରୁ ଆସୁଛନ୍ତି ଶ୍ରଦ୍ଧାଳୁ

କଳିଙ୍ଗନଗର, ୨୭।୯ (ଶୁଭାଶିଷ ରାଉତ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ରବିବାରଠାରୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଆରମ୍ଭ ହୋଇଛି। ପ୍ରତିପଦାଠାରୁ ମହାଳୟା ପର୍ଯ୍ୟନ୍ତ ଦୀର୍ଘ…

ଖବର ବାଜିଲା, ପ୍ରଶାସନ ହଲିଲା : ଜିଲାପାଳ, ବିଧାୟକଙ୍କ ହସ୍ତକ୍ଷେପ ପରେ ଜଳ ନିଷ୍କାସନ କାର୍ଯ୍ୟ ଆରମ୍ଭ

ଛତ୍ରପୁର, ୨୭/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଲଗାଣ ବର୍ଷାରେ ଜଳବନ୍ଦୀ ହୋଇପଡ଼ିଥିବା ଛତ୍ରପୁର ପୌରପରିଷଦ ଅଞ୍ଚଳରେ ଏବେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି। ଗଭୀର ଅବପାତ ପ୍ରଭାବରେ…

ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ଆଗେଇ ଆସିଲେ ଯୁବବର୍ଗ, ଅଳିଆ ଆବର୍ଜନା ସଂଗ୍ରହ କରି…

କର୍ଲାମୁଣ୍ଡା,୨୭ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାରେ ଥିବା ରାଧାମାଧବ ଯୁବକ ସଂଘ, ଯୋରାଡବରା ତଥା ମେରା ଯୁବା ଭାରତ କଳାହାଣ୍ଡି ପକ୍ଷରୁ ‘ସେବା…

ଶୌଚ ହେବାକୁ ଯାଇ ନଦୀରେ ଖସିଗଲା କ୍ରିଷ୍ଣାରାଣୀଙ୍କ ଗୋଡ଼, ଭାଇ ଥାନାରେ ଅଭିଯୋଗ କରି…

ଧାମନଗର,୨୭ା୯(ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅନ୍ତର୍ଗତ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀର ଗ୍ରାମ (ଭୋଇ ସାହି)ର ପ୍ରଦୀପ ଜେନାଙ୍କ ଝିଅ କ୍ରିଷ୍ଣା ଜେନା (୨୧) ରବିବାର ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?