Posted inଜାତୀୟ

ନୂଆ ଭୋଟରଙ୍କୁ ପଞ୍ଜୀକରଣ ପାଇଁ ବର୍ଷକୁ ମିଳିବ ୪ ଥର ସୁଯୋଗ

ନୂଆଦିଲ୍ଲୀ, ୧୫।୧୨: କେନ୍ଦ୍ର ସରକାର ନିର୍ବାଚନୀ ସଂସ୍କାର ପାଇଁ ଚଳିତ ଶୀତ ଅଧିବେଶନରେ ଏକ ବିଲ୍‌ ଆଣିବାକୁ ଯାଉଛନ୍ତି। ଉକ୍ତ ବିଲ୍‌କୁ ବୁଧବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିବା ଜଣାପଡ଼ିଛି। ବିଲ୍‌ ଗୃହୀତ ହେଲେ ଭୋଟର ପରିଚୟପତ୍ରରେ ଆଧାର ନମ୍ବର ସଂଯୋଗ ଲାଗି ନିର୍ବାଚନ କମିଶନଙ୍କୁ ଅନୁମତି ମିଳିବ। ଏହା ବ୍ୟତୀତ ସେନାରେ ନିୟୋଜିତ ବ୍ୟକ୍ତି (ସର୍ଭିସ ଭୋଟର)ମାନଙ୍କ ଲାଗି ନିର୍ବାଚନୀ ଆଇନ ଲିଙ୍ଗଗତ ନିରପେକ୍ଷ ହେବ। ବିଲ୍‌ର ଅନ୍ୟ ଏକ ବ୍ୟବସ୍ଥା ଅନୁଯାୟୀ ନୂଆ ଭୋଟର ବର୍ଷକୁ ୪ଟି ଭିନ୍ନ ଭିନ୍ନ ତାରିଖରେ ସେମାନଙ୍କ ନାମ ଭୋଟର ତାଲିକାରେ ସଂଯୋଗ କରିବା ସୁଯୋଗ ପାଇବେ।

ନିର୍ବାଚନ କମିଶନଙ୍କ ସୁପାରିସ୍‌ କ୍ରମେ ସରକାର ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ପାଇଁ କେତେକ ସଂଶୋଧନ କରିବାକୁ ଯାଉଛନ୍ତି। ଭୋଟର ତାଲିକାକୁ ବଳିଷ୍ଠ କରିବା, ଭୋଟଦାନ ପ୍ରକ୍ରିୟାରେ ଅଧିକ ଲୋକଙ୍କୁ ସାମିଲ କରିବା, ନିର୍ବାଚନ କମିଶନଙ୍କୁ ଅଧିକ କ୍ଷମତା ପ୍ରଦାନ ଏବଂ ଜାଲିଆତି ରୋକିବା ପାଇଁ ଏହି ସଂସ୍କାର ଅଣାଯାଉଥିବା ସରକାର କହିଛନ୍ତି। ସେହି ଅନୁଯାୟୀ ପାନ୍‌-ଆଧାର ଲିଙ୍କ୍‌ ଭଳି ଭୋଟର ଆଇଡି ବା ଇଲେକ୍ଟୋରାଲ କାର୍ଡ ସହ ଆଧାର ସଂଯୋଗ ହେବ। ତେବେ ଏହାକୁ ବାଧ୍ୟତାମୂଳକ କରାଯିବ ନାହିଁ। ଏହା ଉପରେ କରାଯାଇଥିବା ପାଇଲଟ ପ୍ରୋଜେକ୍ଟ ସଫଳ ହୋଇଛି। ଏହା ଜାଲିଆତି ହଟାଇବା ସହ ଭୋଟର ତାଲିକାକୁ ବଳିଷ୍ଠ କରିବ ବୋଲି ନିର୍ବାଚନ କମିଶନ କହିଛନ୍ତି। ଭୋଟର ତାଲିକାରେ ନାମ ଯୋଡ଼ିବା ଲାଗି ବର୍ଷକୁ ୪ ଥର ସୁଯୋଗ ମିଳିବ। ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ଏଥିପାଇଁ ବର୍ଷକୁ ଗୋଟିଏ ଥର ସୁଯୋଗ ମିଳୁଥିଲା। କିନ୍ତୁ ଆସନ୍ତା ବର୍ଷ ଜାନୁଆରୀ ୧ରୁ ୧୮ ବର୍ଷରେ ପହଞ୍ଚୁଥିବା ନୂଆ ଭୋଟର ବର୍ଷର ୪ଟି ଭିନ୍ନ ଭିନ୍ନ ସମୟରେ ନିଜ ନାମ ପଞ୍ଜୀକରଣ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri