୫ ଶହ ୪୦ କୋଟି ଟଙ୍କା ନିବେଶ କରିବେ ୨୯ ପୁଞ୍ଜିନିବେଶକାରୀ, ସୃଷ୍ଟି ହେବ ୪ ହଜାର ନିଯୁକ୍ତି ସୁଯୋଗ

ଦାରିଙ୍ଗବାଡ଼ି,୨୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟରେ ଚାଲିଥିବା ଦୁଇ ଦିନିଆ ଇନ୍‌ଭେଷ୍ଟ କନ୍ଧମାଳ-୨୦୨୫ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏହି ଦୁଇ ଦିନ ସମ୍ମିଳନୀରେ ପ୍ରାୟ ୯୦ରୁ ଊର୍ଦ୍ଧ୍ୱ ପୁଞ୍ଜି ନିବେଶକାରୀ ଯୋଗଦାନ କରିଥିଲେ। ସେମାନଙ୍କ ମଧ୍ୟରୁ ୨୯ ଜଣ ପୁଞ୍ଜି ନିବେଶକାରୀ ୫ ଶହ ୪୦ କୋଟି ନିବେଶ କରିବେ ବୋଲି ଜିଲା ପ୍ରଶାସନ ନିକଟରେ ପ୍ରସ୍ତାବ ରଖିଛନ୍ତି। ଯାହାକି ଅଞ୍ଚଳର ବିକାଶ ସହ ଏଥିରେ ପ୍ରାୟ ୪ ହଜାର ନିଯୁକ୍ତି ସୃଷ୍ଟି କରିପାରିବ ବୋଲି ଜିଲାପାଳ ଅମ୍ରିତ ଋତୁରାଜ ଆଶା ପ୍ରକଟ କରିଛନ୍ତି। ଜିଲାପାଳ କହିଛନ୍ତି, ନିବେଶକାରୀମାନଙ୍କ ସହ ଆଲୋଚନା ସରିଛି, ପ୍ରଶାସନ ସେମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇଦେବ ବିଶେଷ କରି ନିବେଶକାରୀମାନେ ୨ ଦିନ ଧରି ଦାରିଙ୍ଗବାଡ଼ି ସମେତ ଅନ୍ୟ ବ୍ଲକଗୁଡିକ ବୁଲି ପ୍ରଶାସନ ଦ୍ୱାରା ଯୋଗାଇଦେବାକୁ ରହିଥିବା ଜମିଗୁଡିକ ବୁଲି ଦେଖିଥିଲେ।

ନିବେଶକାରୀ ଯେଉଁ ଜମି ଆବଶ୍ୟକ ତାହା ପ୍ରଶାସନ ପକ୍ଷରୁ ଯୋଗାଇଦେବାକୁ ସମସ୍ତ ବନ୍ଦୋବସ୍ତ କରାଯାଇଥିବା ଜିଲାପାଳ କହିବା ସହ ସେମାନଙ୍କ ବ୍ୟବସାୟକୁ ସୁଚାରୁରୂପେ ପରିଚାଳନା ପାଇଁ ପ୍ରଶାସନ ବ୍ୟବସ୍ଥା କରିବ ବୋଲି କହିଥିଲେ। ସେ ଆହୁରି କହିଥିଲେ ଯେ, କନ୍ଧମାଳରେ ଯେଉଁ ରୋଜଗାରର ସୁଯୋଗ ରହିଛି ତାକୁ କାର୍ଯ୍ୟକାରୀ କରିବା ପାଇଁ ଜିଲାପ୍ରଶାସନ ଏହି କର୍ମଶାଳାର ଆୟୋଜନ କରିଥିଲା। ଏହା ଦ୍ୱାରା ଉଦ୍ୟୋଗୀ ତଥା ପୁଞ୍ଜି ନିବେଶକାରୀ କନ୍ଧମାଳକୁ ଆସିବେ ଓ ଏହାର ବିକାଶ ଧାରାରେ ସାମିଲ ହେବେ ବୋଲି ସେ କହିଥିଲେ। ଏଗ୍ରୋ ଟୁରିଜିମ୍‌, ଖାଦ୍ୟ ପ୍ରସ୍ତୁତିକରଣ, ପର୍ଯ୍ୟଟନ, ହସ୍ପିଟାଲିଟି କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଅଧିକ ଆଗ୍ରହ ପ୍ରକାଶ ପାଇଛି। ଯାହାକି ପ୍ରଶାସନ ବିଦ୍ୟୁତ, ଜମି, ଜଳ ଆଦି ଯୋଗାଇଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ଯେତିକି ନିବେଶକାରୀ କର୍ମଶାଳାରେ ଯୋଗଦାନ କରିଥିଲେ ଆଉ ଯେଉଁମାନେ କରିନାହାନ୍ତି ସେମାନେ ମଧ୍ୟ କନ୍ଧମାଳକୁ ଆସି ପୁଞ୍ଜି ନିବେଶ କରିବେ ଓ ଏଥିପାଇଁ ସେମାନେ ଜିଲାପ୍ରଶାସନ ସହ ଯୋଗାଯୋଗରେ ରହିଥିବା କହିଥିଲେ।

କନ୍ଧମାଳକୁ ଅଧିକ ପୁଞ୍ଜି ନିବେଶକାରୀଙ୍କୁ ଆଣିବା ପାଇଁ ଜିଲାପ୍ରଶାସନ ଓ ତାଙ୍କ ଟିମ୍‌ ପ୍ରୟାସ ଜାରିରଖିବ ବୋଲି ସେ କହିଛନ୍ତି। ଅଞ୍ଚଳର ଲୋକମାନେ ଯଦି ସେମାନଙ୍କ ନିଜସ୍ବ ଜମି ରହିଛି ସେମାନେ ମଧ୍ୟ ପିପିପି (ପ୍ରାଇଭେଟ ପବ୍ଲିକ ପାର୍ଟନରଶିପ୍‌)ମୋଡ଼ରେ ମଧ୍ୟ ପୁଞ୍ଜି ନିବେଶକାରୀମାନେ ନିବେଶ କରିପାରିବେ ବୋଲି ଏକ ପ୍ରଶ୍ନର ଉତ୍ତରରେ ଜିଲାପାଳ କହିଛନ୍ତି। ସେହିପରି ଅନ୍ୟ ଏକ ପ୍ରଶ୍ନ ପ୍ରଶାସନ ପୂର୍ବରୁ ଏକଲବ୍ୟ, ବସ୍‌ଷ୍ଟାଣ୍ଡ ଭଳି ଗୁରୁତ୍ୱପୂର୍ଣ୍ଣ ବିକାଶରେ ଜମି ଯୋଗାଇବାରେ ଟାଳଟୁଳ ନୀତି ଅବଲମ୍ବନ କରିବ ନାହିଁ କି ନା ପୁଞ୍ଜି ନିବେଶକାରୀଙ୍କୁ ସୁବିଧାରେ ଜମି ଯୋଗାଇଦେବ ବୋଲି  କହିଛନ୍ତି। ଏକଲବ୍ୟ ପାଇଁ ଜମି ଅନୁମୋଦନ ହୋଇସାରିଛି ବୋଲି କହିଥିଲେ ଆଉ ପୁଞ୍ଜି ନିବେଶକାରୀଙ୍କୁ ଜମି ନିଶ୍ଚିତ ଯୋଗାଇଦିଆଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଭାଜପା ଏମପିଙ୍କୁ ବଡ଼ ପରାମର୍ଶ ଦେଲେ ମୋଦି, ବର୍ତ୍ତମାନ ଉପରେ ଫୋକସ୍…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର ୩୭ ଜଣ ନୂଆ ଏମପିଙ୍କ ବୈଠକ କରିଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri