୪ ଶିକ୍ଷୟିତ୍ରୀ ଶିକ୍ଷକ ଚାକିରିରୁ ବହିଷ୍କୃତ

ବଲାଙ୍ଗୀର, ୧୯ା୮(ବୀରେନ୍ଦ୍ର କୁମାର ଝାଙ୍କର): ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିବା ୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ମହଙ୍ଗା ପଡିଛି। ବଲାଙ୍ଗୀର ଶିକ୍ଷା ବିଭାଗ ପକ୍ଷରୁ ଉପରୋକ୍ତ ୪ ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଶୁକ୍ରବାର ଚାକିରିରୁ ବହିଷ୍କୃତ କରାଯାଇଥିବା ଜିଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା ସୂଚନା ଦେଇଛନ୍ତି। ଚାକିରିରୁ ବହିଷ୍କୃତ ହୋଇଥିବା ୪ ଜଣ ଶିକ୍ଷୟିତ୍ରୀ ଓ ଶିକ୍ଷକ ହେଲେ ପୁଇଁତଳା ବ୍ଲକ ରଣ୍ଡା ହାଇସ୍କୁଲ ହିନ୍ଦୀ ଶିକ୍ଷୟିତ୍ରୀ ମିନ୍‌ମୟୀ ପଣ୍ଡା, ସଇଁତଳା ବ୍ଲକ ଗଣ୍ଡପତ୍ରାପାଲି ହାଇସ୍କୁଲ ଟିଜିଟି(କଳା) ଶିକ୍ଷକ ସଞ୍ଜିତ ପାଣି ମହାନନ୍ଦ, ବେଲପଡା ବ୍ଲକ ସୁଲେକେଲାସ୍ଥିତ ଧରମ୍‌ସିଂ ହାଇସ୍କୁଲ ଟିଜିଟି (ବିସିଏମ୍‌) ଶିକ୍ଷକ ବିରଞ୍ଚତ୍ ପ୍ରସାଦ ନାଏକ ଓ ବଙ୍ଗୋମୁଣ୍ଡା ବାଳିକା ହାଇସ୍କୁଲ ଟିଜିଟି (କଳା) ଶିକ୍ଷୟିତ୍ରୀ ଆଲ୍‌ମା ଟପୋ। ଉପରୋକ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଜଣାପଡିବା ପରେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଶିକ୍ଷା ବିଭାଗ ପକ୍ଷରୁ ଲିଖିତ ଅଭିଯୋଗ ପାଇବା ପରେ ଗତ ୧୦ ତାରିଖ ଟାଉନ୍‌ ପୋଲିସ ଏକ ମାମଲା ରୁଜୁ କରି ପ୍ରଥମେ ପୁଇଁତଳା ବ୍ଲକ ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ପଣ୍ଡାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଯାଇଥିଲା। ଅଭିଯୁକ୍ତ ହିନ୍ଦୀ ଶିକ୍ଷୟିତ୍ରୀ ପଣ୍ଡା ଜାଲ ସାର୍ଟିଫିକେଟ ଦେଇ ୨୦୧୩ ମସିହାରୁ ଚାକିରି କରୁଥିଲେ ଏବଂ ୨୦୧୯ ମସିହାରେ ସେ ରେଗୁଲାର ଶିକ୍ଷକ ବିବେଚିତ ହୋଇ ଦରମା ଉଠାଉଥିଲେ। ଏହା ସହିତ ସଇଁତଳା ବ୍ଲକ ଗଣ୍ଡପତ୍ରାପାଲି ହାଇସ୍କୁଲ ଟିଜିଟି (କଳା) ଶିକ୍ଷକ ସଞ୍ଜିତ ପାଣି ମହାନନ୍ଦ ଜାଲ୍‌ ସାର୍ଟିଫିକେଟ ଦେଇ ୨୦୧୬ ମସିହାରୁ ଚାକିରି କରୁଥିଲେ। ବେଲପଡା ବ୍ଲକ ସୁଲେକେଲାସ୍ଥିତ ଧରମ୍‌ସିଂ ହାଇସ୍କୁଲର ଟିଜିଟି (ବିସିଏମ୍‌) ଶିକ୍ଷକ ବିରଞ୍ଚତ୍ ପ୍ରସାଦ ନାଏକ ଓ ବଙ୍ଗୋମୁଣ୍ଡା ବାଳିକା ହାଇସ୍କୁଲ ଟିଜିଟି (କଳା) ଶିକ୍ଷୟିତ୍ରୀ ଆଲ୍‌ମା ଟପୋ ଜାଲ ସାର୍ଟିଫିକେଟ ଦେଇ ୨୦୨୨ ମସିହାରୁ ଚାକିରି କରୁଥିଲେ। ଗତ ମାର୍ଚ୍ଚରେ ବଲାଙ୍ଗୀର ଡାକ ମଣ୍ଡଳର କିଛି ପଦବୀରେ ନିଯୁକ୍ତି ବେଳେ ସାର୍ଟିଫିକେଟ ଭେରିଫିକେଶନ ସମୟରେ ଜାଲ ସାର୍ଟିଫିକେଟ ର଼୍ୟାକେଟର ରହସ୍ୟ ଉନ୍ମୋଚନ ହୋଇଥିଲା। ବଲାଙ୍ଗୀର ପୋଲିସ ପ୍ରାରମ୍ଭିକ ଭାବେ ୧୯ ଜଣଙ୍କୁ ଗିରଫ କରିଥିବାବେଳେ ରିଲାଏନ୍ସ କୋଚିଂ ସେଣ୍ଟରରୁ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ, କଲେଜ ଏବଂ ବୋର୍ଡକୁ ଜାଲ ସାର୍ଟିଫିକେଟ ର଼୍ୟାକେଟ ଲମ୍ବିଥିବା ଜଣାପଡିଥିଲା। ପରେ ଏହି ଜାଲ୍‌ ସାର୍ଟିଫିକେଟ କାରବାରର ତଦନ୍ତ କରିବାକୁ କ୍ରାଇମ୍‌ବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଇଥିଲା। ବଲାଙ୍ଗୀର ଶିକ୍ଷା ବିଭାଗରେ ମଧ୍ୟ ବହୁ ବ୍ୟକ୍ତି ରାଜ୍ୟ ବାହାରର ଶିକ୍ଷାନୁଷ୍ଠାନଗୁଡିକର ଜାଲ୍‌ ସାର୍ଟିଫିକେଟ ଦେଇ ଶିକ୍ଷକ ଚାକିରି କରୁଥିବା ଅଭିଯୋଗ ହେବା ପରେ ବଲାଙ୍ଗୀର ଜିଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରାୟ ୨ ଶହରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସାର୍ଟିଫିକେଟ ଭେରିଫିକେଶନ ପାଇଁ ପଠାଯାଇଥିଲା। ଏହି କ୍ରମରେ ଏବେ ୪ ଜଣ ଶିକ୍ଷୟିତ୍ରୀ ଏବଂ ଶିକ୍ଷକ ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଜଣାପଡିଥିଲା। ଏହା ଜଣାପଡିବା ପରେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ପ୍ରଥମେ ୪ ଜଣ ଅଭିଯୁକ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ବିରୋଧରେ ଥାନାରେ ମାମଲା ଦାଏର କରାଯିବା ପରେ ସେମାନଙ୍କୁ ୭ ଦିନିଆ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ପୂର୍ବରୁ ଅଭିଯୁକ୍ତ ଶିକ୍ଷୟିତ୍ରୀ ପଣ୍ଡାଙ୍କୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଫେରାର ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡବଲ ଇଞ୍ଜିନ ନୁହେଁ, ଯୋଡି ଶଙ୍ଖ ଦରକାର: ପାଣ୍ଡିଆନ

ନୂଆପଡ଼ା,୨୮ା୪ (ମକାରୁ ବେମାଲ)୫-ଟି ଅଧ୍ୟକ୍ଷ ତଥା ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ନୂଆପଡ଼ା ଜିଲା ଗସ୍ତରେ ଆସି ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଆୟୋଜିତ...

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସପ୍ତଗିରି

ରାୟଗଡ଼ା,୨୮ା୪(ଆଶିଷ ରଞ୍ଜନ ପଣ୍ଡା)କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ସମ୍ମିଳନୀରେ ଏମ୍‌ପି ସପ୍ତଗିରି...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

ଭାଜପାରୁ ଲଢ଼ିବେ ବାଣୀକଲ୍ୟାଣ

ବାସୁଦେବପୁର,୨୮।୪(ନାରାୟଣ ପ୍ରସାଦ ବାରିକ୍‌)ଭଦ୍ରକ ଜିଲା ବାସୁଦେବପୁର ବିଧାନସଭା କ୍ଷେତ୍ର ପାଇଁ ନବାଗତ ଯୁବନେତା ବାଣୀକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଭାଜପା ଶନିବାର ଘାଷଣା କରିଛି। ଯୁବ...

‘ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ଆଦିବାସୀଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି’

ଭବାନୀପାଟଣା/କୋକସରା/ଗୋଲାମୁଣ୍ଡା/ କର୍ଲାମୁଣ୍ଡା,୨୮।୪(ଉତ୍ତମ କୁମାର ଦାଶ/ ଦୁଷ୍ମନ୍ତ ପଟ୍ଟଯୋଶୀ/ବଟକୃଷ୍ଣ ପଣ୍ଡା/ପ୍ରଦୀପ ସାହୁ): ୫-ଟି ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର କଳାହାଣ୍ଡି ଜିଲାର...

ପୁରୀ ସାହିଯାତରେ ପ୍ରଚାରକଲେ ନେତା

ପୁରୀ,୨୮ା୪(ଅଜିତ୍‌ ମହାନ୍ତି)ଶ୍ରୀକ୍ଷେତ୍ରରେ ସାହିଯାତକୁ ନେଇ ପୁରୀ ସହର ଏବେ ଉତ୍ସବମୁଖର। ସାହି ଯାତରେ ଶ୍ରୀକ୍ଷେତ୍ରର ପାରମ୍ପରିକ ସମରକଳା ନୃତ୍ୟ ଦେଖିବାକୁ ମଳୁଛି। ଶୁକ୍ରବାର ବାଲିସାହି ପକ୍ଷରୁ...

ସମସ୍ୟା ଘେରରେ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ଟାଙ୍ଗୀ,୨୮ା୪(ରଘୁନାଥ ସାହୁ)ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଟାଙ୍ଗୀ ବ୍ଲକ ଅନ୍ତର୍ଗତ ୨୬ ପଞ୍ଚାୟତ, ଚିଲିକା ବ୍ଲକ ଅନ୍ତର୍ଗତ ୫ ପଞ୍ଚାୟତ ଓ ରଣପୁର ବ୍ଲକ ଅନ୍ତର୍ଗତ...

କଟକ: ଆସନ୍ତା କାଲି ପ୍ରକାଶ ପାଇବ ନିର୍ବାଚନ ବିଜ୍ଞପ୍ତି

କଟକ,୨୮ା୪(କାର୍ତ୍ତିକ ସାହୁ)ଆସନ୍ତା ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ନିର୍ବାଚନ ନିମନ୍ତେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri