୪ ଶିକ୍ଷୟିତ୍ରୀ ଶିକ୍ଷକ ଚାକିରିରୁ ବହିଷ୍କୃତ

ବଲାଙ୍ଗୀର, ୧୯ା୮(ବୀରେନ୍ଦ୍ର କୁମାର ଝାଙ୍କର): ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିବା ୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ମହଙ୍ଗା ପଡିଛି। ବଲାଙ୍ଗୀର ଶିକ୍ଷା ବିଭାଗ ପକ୍ଷରୁ ଉପରୋକ୍ତ ୪ ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଶୁକ୍ରବାର ଚାକିରିରୁ ବହିଷ୍କୃତ କରାଯାଇଥିବା ଜିଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା ସୂଚନା ଦେଇଛନ୍ତି। ଚାକିରିରୁ ବହିଷ୍କୃତ ହୋଇଥିବା ୪ ଜଣ ଶିକ୍ଷୟିତ୍ରୀ ଓ ଶିକ୍ଷକ ହେଲେ ପୁଇଁତଳା ବ୍ଲକ ରଣ୍ଡା ହାଇସ୍କୁଲ ହିନ୍ଦୀ ଶିକ୍ଷୟିତ୍ରୀ ମିନ୍‌ମୟୀ ପଣ୍ଡା, ସଇଁତଳା ବ୍ଲକ ଗଣ୍ଡପତ୍ରାପାଲି ହାଇସ୍କୁଲ ଟିଜିଟି(କଳା) ଶିକ୍ଷକ ସଞ୍ଜିତ ପାଣି ମହାନନ୍ଦ, ବେଲପଡା ବ୍ଲକ ସୁଲେକେଲାସ୍ଥିତ ଧରମ୍‌ସିଂ ହାଇସ୍କୁଲ ଟିଜିଟି (ବିସିଏମ୍‌) ଶିକ୍ଷକ ବିରଞ୍ଚତ୍ ପ୍ରସାଦ ନାଏକ ଓ ବଙ୍ଗୋମୁଣ୍ଡା ବାଳିକା ହାଇସ୍କୁଲ ଟିଜିଟି (କଳା) ଶିକ୍ଷୟିତ୍ରୀ ଆଲ୍‌ମା ଟପୋ। ଉପରୋକ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକମାନେ ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଜଣାପଡିବା ପରେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଶିକ୍ଷା ବିଭାଗ ପକ୍ଷରୁ ଲିଖିତ ଅଭିଯୋଗ ପାଇବା ପରେ ଗତ ୧୦ ତାରିଖ ଟାଉନ୍‌ ପୋଲିସ ଏକ ମାମଲା ରୁଜୁ କରି ପ୍ରଥମେ ପୁଇଁତଳା ବ୍ଲକ ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ପଣ୍ଡାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଯାଇଥିଲା। ଅଭିଯୁକ୍ତ ହିନ୍ଦୀ ଶିକ୍ଷୟିତ୍ରୀ ପଣ୍ଡା ଜାଲ ସାର୍ଟିଫିକେଟ ଦେଇ ୨୦୧୩ ମସିହାରୁ ଚାକିରି କରୁଥିଲେ ଏବଂ ୨୦୧୯ ମସିହାରେ ସେ ରେଗୁଲାର ଶିକ୍ଷକ ବିବେଚିତ ହୋଇ ଦରମା ଉଠାଉଥିଲେ। ଏହା ସହିତ ସଇଁତଳା ବ୍ଲକ ଗଣ୍ଡପତ୍ରାପାଲି ହାଇସ୍କୁଲ ଟିଜିଟି (କଳା) ଶିକ୍ଷକ ସଞ୍ଜିତ ପାଣି ମହାନନ୍ଦ ଜାଲ୍‌ ସାର୍ଟିଫିକେଟ ଦେଇ ୨୦୧୬ ମସିହାରୁ ଚାକିରି କରୁଥିଲେ। ବେଲପଡା ବ୍ଲକ ସୁଲେକେଲାସ୍ଥିତ ଧରମ୍‌ସିଂ ହାଇସ୍କୁଲର ଟିଜିଟି (ବିସିଏମ୍‌) ଶିକ୍ଷକ ବିରଞ୍ଚତ୍ ପ୍ରସାଦ ନାଏକ ଓ ବଙ୍ଗୋମୁଣ୍ଡା ବାଳିକା ହାଇସ୍କୁଲ ଟିଜିଟି (କଳା) ଶିକ୍ଷୟିତ୍ରୀ ଆଲ୍‌ମା ଟପୋ ଜାଲ ସାର୍ଟିଫିକେଟ ଦେଇ ୨୦୨୨ ମସିହାରୁ ଚାକିରି କରୁଥିଲେ। ଗତ ମାର୍ଚ୍ଚରେ ବଲାଙ୍ଗୀର ଡାକ ମଣ୍ଡଳର କିଛି ପଦବୀରେ ନିଯୁକ୍ତି ବେଳେ ସାର୍ଟିଫିକେଟ ଭେରିଫିକେଶନ ସମୟରେ ଜାଲ ସାର୍ଟିଫିକେଟ ର଼୍ୟାକେଟର ରହସ୍ୟ ଉନ୍ମୋଚନ ହୋଇଥିଲା। ବଲାଙ୍ଗୀର ପୋଲିସ ପ୍ରାରମ୍ଭିକ ଭାବେ ୧୯ ଜଣଙ୍କୁ ଗିରଫ କରିଥିବାବେଳେ ରିଲାଏନ୍ସ କୋଚିଂ ସେଣ୍ଟରରୁ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ, କଲେଜ ଏବଂ ବୋର୍ଡକୁ ଜାଲ ସାର୍ଟିଫିକେଟ ର଼୍ୟାକେଟ ଲମ୍ବିଥିବା ଜଣାପଡିଥିଲା। ପରେ ଏହି ଜାଲ୍‌ ସାର୍ଟିଫିକେଟ କାରବାରର ତଦନ୍ତ କରିବାକୁ କ୍ରାଇମ୍‌ବ୍ରାଞ୍ଚକୁ ଦାୟିତ୍ୱ ଦିଆଯାଇଥିଲା। ବଲାଙ୍ଗୀର ଶିକ୍ଷା ବିଭାଗରେ ମଧ୍ୟ ବହୁ ବ୍ୟକ୍ତି ରାଜ୍ୟ ବାହାରର ଶିକ୍ଷାନୁଷ୍ଠାନଗୁଡିକର ଜାଲ୍‌ ସାର୍ଟିଫିକେଟ ଦେଇ ଶିକ୍ଷକ ଚାକିରି କରୁଥିବା ଅଭିଯୋଗ ହେବା ପରେ ବଲାଙ୍ଗୀର ଜିଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରାୟ ୨ ଶହରୁ ଊର୍ଦ୍ଧ୍ୱ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସାର୍ଟିଫିକେଟ ଭେରିଫିକେଶନ ପାଇଁ ପଠାଯାଇଥିଲା। ଏହି କ୍ରମରେ ଏବେ ୪ ଜଣ ଶିକ୍ଷୟିତ୍ରୀ ଏବଂ ଶିକ୍ଷକ ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଜଣାପଡିଥିଲା। ଏହା ଜଣାପଡିବା ପରେ ଜିଲା ଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ପ୍ରଥମେ ୪ ଜଣ ଅଭିଯୁକ୍ତ ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କ ବିରୋଧରେ ଥାନାରେ ମାମଲା ଦାଏର କରାଯିବା ପରେ ସେମାନଙ୍କୁ ୭ ଦିନିଆ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ପୂର୍ବରୁ ଅଭିଯୁକ୍ତ ଶିକ୍ଷୟିତ୍ରୀ ପଣ୍ଡାଙ୍କୁ ପୋଲିସ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତ ଶିକ୍ଷୟିତ୍ରୀ ଶିକ୍ଷକ ଫେରାର ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଛିଦିନ ହେଲା ଘରୁ ନିଖୋଜ ଥିଲେ ଯୁବକ, ଆଜି ଖଣିରୁ ମିଳିଲା ମୃତଦେହ, ୨ ଅଟକ

ନୟାଗଡ଼,୧୭ା୫(ଲୋକନାଥ ମିଶ୍ର): ଚାନ୍ଦପୁର ଥାନା ରାଇପଡ଼ା କ୍ରସର ନିକଟସ୍ଥ ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କୁ ହତ୍ୟା କରି ଫୋପଡ଼ା ଯାଇଥିବା ସନ୍ଦେହ ଅଭିଯୋଗ। ଏହି…

ଦେଶକୁ ନିଶାମୁକ୍ତ କରିବା ପାଇଁ ଶାହଙ୍କ ପ୍ରୟାସ ଆରମ୍ଭ; ନିଶାଦ୍ରବ୍ୟ ବିରୋଧରେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୭।୫: ଭାରତକୁ ନକ୍ସଲବାଦରୁ ସଫଳତାର ସହିତ ମୁକ୍ତ କରିବା ପରେ, ସ୍ବରାଷ୍ଟମନ୍ତ୍ରୀ ଅମିତ ଶାହା ଏବେ ଦେଶକୁ ନିଶାମୁକ୍ତ କରିବା ପାଇଁ ଏକ ପ୍ରୟାସ ଆରମ୍ଭ କରିଛନ୍ତି।…

ଭାଉଜଙ୍କ ବାପଘରେ ରହି ପଢୁଥିଲେ ନଣନ୍ଦ, କାଜୁଗଛରେ ଝୁଲୁଛି ମୃତଦେହ

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଗିରିଧିନା ଗ୍ରାମର କାଜୁବଗିଚାର ଏକ ଗଛରୁ ରବିବାର ପୂର୍ବାହ୍ନରେ ଜଣେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ୧୩ ବର୍ଷର…

ଶୁଭେନ୍ଦୁ ସରକାରଙ୍କ ବୁଲଡୋଜର ଆକ୍ସନ, ହାଓଡା ରେଲଓ୍ବେ ଷ୍ଟେଶନ ବାହାରୁ ହଟାଇଲେ…

କୋଲକାତା,୧୭।୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ଶୁଭେନ୍ଦୁ ଅଧିକାରୀ ‘ଆକ୍ସନ ମୋଡ’ ରେ ଥିବା ଦେଖାଯାଉଛି। ସମଗ୍ର ବଙ୍ଗଳାରେ ଅରାଜକତା ବିରୁଦ୍ଧରେ ନିରନ୍ତର କାର୍ଯ୍ୟାନୁଷ୍ଠାନ…

ଠିକାଦାରଠାରୁ ଆଖିବୁଜା ଲାଞ୍ଚ ନେଇ ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିଲେ ଯନ୍ତ୍ରୀ-ସହଯୋଗୀ, ବିଲ୍‌ କରାଇବା ପାଇଁ କହି…

ଖଣ୍ଡପଡ଼ା,୧୭ା୫: ନୟାଗଡ଼ର ଭାପୁର ଆରଡବ୍ଲ୍ୟୁ ସେକ୍ସନ, କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ନୟାଗଡ଼…

କଙ୍ଗୋ-ଉଗାଣ୍ଡାରେ ଇବୋଲା ଭାଇରସ ପ୍ରକୋପ; WHO ଘୋଷଣା କଲା ହେଲଥ ଏମରଜେନ୍ସି

କାମ୍ପାଲା,୧୬।୫: ଦୁଇଟି ଆଫ୍ରିକୀୟ ରାଷ୍ଟ୍ରରେ ଇବୋଲା ଭାଇରସର ପ୍ରକୋପ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଏହାକୁ ଏକ…

କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼

ସୁନ୍ଦରଗଡ଼, ୧୭।୫ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସହରର ପ୍ରତିଷ୍ଠିତ କୋଇଲା ପରିବହନ ବ୍ୟବସାୟୀ ସଞ୍ଜୟ ନନ୍ଦ (ପିଲୁ)ଙ୍କ ବାସଭବନ ଉପରକୁ ଶନିବାର ବିଳମ୍ବିତ ରାତିରେ ଗୁଳିମାଡ଼…

ହର୍ମୁଜ ସଙ୍କଟ ମଧ୍ୟରେ, ଭାରତ ପାଇଁ ଆସିଲା ଦୁଇଟି ଖରାପ ଖବର, ଯାହା ଗଭୀର ଚିନ୍ତାର କାରଣ

ନୂଆଦିଲ୍ଲୀ,୧୭।୫: ସମଗ୍ର ବିଶ୍ୱ ହର୍ମୁଜ ଷ୍ଟ୍ରେଟ ସଙ୍କଟରୁ ସୃଷ୍ଟି ହୋଇଥିବା ତୈଳ ସଙ୍କଟ ସହିତ ସଂଘର୍ଷ କରୁଛି। ଏହା ମଧ୍ୟରେ, ଦୁଇଟି ଘଟଣା ସାମ୍ନାକୁ ଆସିଛି ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri