Advertisement

ଓସିଏସ୍‌ ପାଇଲେ କିସ୍‌ର ୪ ଛାତ୍ରୀଛାତ୍ର

ଭୁବନେଶ୍ୱର,୯।୧୦(ବ୍ୟୁରୋ):ଚଳିତ ଶିକ୍ଷାବର୍ଷରେ ଆବାସିକ ଜନଜାତି ଅନୁଷ୍ଠାନ କିସ୍‌ର ଛାତ୍ରୀଛାତ୍ର ଉଚ୍ଚକୋଟୀର ଶୈକ୍ଷିକ ପ୍ରଦର୍ଶନ କରିଛନ୍ତି। ଓଡ଼ିଶା ସିଭିଲ୍‌ ସର୍ଭିସେସ୍‌ (ଓସିଏସ୍‌) ପରୀକ୍ଷାରେ କୃତକାର୍ଯ୍ୟ ୩୯୨ଜଣଙ୍କ ମଧ୍ୟରୁ କିସ୍‌ରୁ ୪ଜଣ ରହିଛନ୍ତି। ସେମାନେ ହେଲେ ମୟୂରଭଞ୍ଜ ଜିଲାର ରାଇମାତ ଟୁଡୁ, ବଲାଙ୍ଗୀରର ମଣ୍ଟୁ ଖମାରୀ ଓ ହେମନ୍ତ ପୁଟା ଏବଂ କଳାହାଣ୍ଡିର ନୀଳମାଧବ ପାତ୍ର। ଏହାବ୍ୟତୀତ କିସ୍‌ର ୨୫ଜଣ ଛାତ୍ରୀଛାତ୍ର ଚଳିତବର୍ଷ ନ୍ୟାଶନାଲ୍‌ ଫେଲୋଶିପ୍‌ ଫର୍‌ ସିଡ୍ୟୁଲ୍ଡ ଟ୍ରାଇବ୍‌ ମେଧାବୃତ୍ତି ପାଇ ପିଏଚ୍‌ଡି କରୁଛନ୍ତି। ପିଏଚ୍‌ଡି କରିବା ସମୟରେ ଏହି ଛାତ୍ରୀଛାତ୍ର କେନ୍ଦ୍ର ସରକାରଙ୍କଠାରୁ ମାସକୁ ୩୫ ହଜାର ଟଙ୍କା ଲେଖାଏ ମେଧାବୃତ୍ତି ପାଇବେ। ସେହିପରି ୧୭ଜଣ ଛାତ୍ରୀଛାତ୍ର ନିଟ୍‌ରେ ସଫଳତା ପାଇଥିବାବେଳେ ଜେଇଇ ଆଡ୍‌ଭାନ୍ସରେ ମଧ୍ୟ ୩ଜଣ କୃତକାର୍ଯ୍ୟ ହୋଇଛନ୍ତି। ଚଳିତବର୍ଷ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଥିବା ଛାତ୍ରୀଛାତ୍ର କିସ୍‌ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେବା ସହ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶହୀଦନଗର ବିଏମ୍‌ସି, ଓଏସ୍‌ଆର୍‌ଟିସିରେ ଖୋଲିବ କ୍ୟାମ୍ପ ଅଫିସ : ସୁବିଧାରେ ମିଳିବ ଲର୍ନିଂ ଲାଇସେନ୍ସ

ଭୁବନେଶ୍ୱର,୩୦ା୯(ବ୍ୟୁରୋ) : ସାଧାରଣ ଲୋକଙ୍କୁ ଲର୍ନିଂ ଲାଇସେନ୍ସ ସୁବିଧାର ମିଳିବା ପାଇଁ ସରକାରଙ୍କ ପକ୍ଷରୁ ଆହୁରି ସରଳୀକରଣ କରାଯାଇଛି। ଏଣିକି କୌଣସି ବ୍ୟକ୍ତିବିଶେଷଙ୍କୁ ଆରଟିଓ ଅଫିସର...

ଧାନକିଣାକୁ ନେଇ ଉତ୍ତେଜନା

ଚମ୍ପୁଆ, ୨୯।୧ (ଡି.ଏନ.ଏ.) ଧାନକିଣାକୁ ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି। ଚାଷୀ ଟୋକନ ପାଇ ନିର୍ଦ୍ଧାରିତ ଦିନରେ ଧାନ ବିକିବାକୁ ଆସୁଥିବା ବେଳେ ଟାର୍ଗେଟ...

୨୪ ଘଣ୍ଟାରେ ୧୦୨ ପିଲା ପଜିଟିଭ

ଭୁବନେଶ୍ୱର, ୮।୯(ବ୍ୟୁରୋ): ରାଜ୍ୟରେ ଏବେ କରୋନା ସଂକ୍ରମଣ ଉପର ତଳ ହେଉଛି। କିନ୍ତୁ ପିଲାଙ୍କ ସଂକ୍ରମଣ ଏବେ ସମସ୍ତ ଚିନ୍ତା ବଢ଼ାଉଛି। ୭ ଦିନରେ ରାଜ୍ୟରେ...

ଆତଙ୍କ ଖେଳାଉଥିଲା ବିହାରୀ ନଟ୍‌ ଗ୍ୟାଙ୍ଗ

ଭୁବନେଶ୍ୱର,୨୨।୩(ବ୍ୟୁରୋ):ରାଜଧାନୀରେ ବିଭିନ୍ନ ଥାନା ଅଞ୍ଚଳରେ ଲୁଟ୍‌ ସହ ଆତଙ୍କ ଖେଳାଉଥିବା ବିହାରୀ ନଟ୍‌ ଗ୍ୟାଙ୍ଗ ଶେଷରେ ଧରାପଡିଛି। ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗର ୨ଜଣଙ୍କୁ କମିଶନରେଟ ପୋଲିସର...

ଖୁଣ୍ଟସମଲାଇ ସଙ୍ଗରୋଧ କେନ୍ଦ୍ରରେ ବୃଦ୍ଧଙ୍କ ମୃତ୍ୟୁ: ପ୍ରଶାସନ ପକ୍ଷରୁ ପରିବାରକୁ ସୂଚନା ଦିଆଯାଇ ନ ଥିବାରୁ ଗ୍ରାମରେ ଉତ୍ତେଜନା

ପାଟଣାଗଡ଼,୨୩।୫ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଖୁଣ୍ଟସମଲାଇ ସଂଗୋରଧ କେନ୍ଦ୍ରରେ ଶନିବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଖୁଣ୍ଟସମଲାଇ ଗ୍ରାମର ଟିକେମଣି...

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ,ଏହି ସମୟରେ ବୟସ୍କଙ୍କ ଯତ୍ନ ନିଅନ୍ତୁ : ବାଗ୍‌ଚୀ

ଭୁବନେଶ୍ୱର,୧୯।୩(ବ୍ୟୁରୋ): କରୋନା ସଚେତନତା ନେଇ ପରାମର୍ଶ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ବାର୍ତ୍ତା ଦେଇଛନ୍ତି। ଗୁରୁବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ...

ରଥକାଠ ଅନୁକୂଳ

ପୁରୀ ଅଫିସ,୫ା୨: ଶ୍ରୀପଞ୍ଚମୀ ଅବସରରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଛି। ନୟାଗଡ଼ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା...

ବ୍ରହ୍ମପୁରରେ ଏଆର୍‌ଟିଓ ଅଫିସ ଖୋଲିବା ଦାବି

ବ୍ରହ୍ମପୁର ଅଫିସ,୧୭ା୯-ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ପୋଲିସ ଏବେ ଜୋର୍‌ଦାର ଚେକିଂ କରୁଛି। ନିୟମ ଉଲ୍ଲଂଘନ କରୁଥିବା ଗାଡି ଚାଳକଙ୍କଠାରୁ ଜରିମାନା ଆଦାୟ...

Advertisement
Archives

Model This Week