ଏମ୍‌ସ ପକ୍ଷରୁ ୪ ସେବା ଆରମ୍ଭ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ସାମ୍ପ୍ରତିକ କୋଭିଡ୍‌ ମହାମାରୀ ଯୋଗୁ ସାଧାରଣ ଲୋକେ ଡାକ୍ତରଖାନାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସଂକ୍ରମଣ ରୋକିବାକୁ କଟକଣା ଯୋଗୁ ଡାକ୍ତରଖାନାକୁ ପ୍ରବେଶ ବାରଣ କରାଯାଉଥିବାରୁ ବିଶେଷ କରି ଉପଲବ୍ଧ ଶଯ୍ୟା ଓ ଚିକିତ୍ସିତ ରୋଗୀଙ୍କ ସମ୍ପର୍କରେ ଠିକ୍‌ ସୂଚନା ପାଇପାରୁନାହାନ୍ତି। ଏଭଳି କେତେକ ସମସ୍ୟା ଦୂର ପାଇଁ ଭୁବନେଶ୍ୱର ଏମ୍‌ସ ପ୍ରଶାସନ ତରଫରୁ ୪ଟି ସେବା ଆରମ୍ଭ କରାଯାଇଛି। ଡାକ୍ତରଖାନାରେ ଉପଲବ୍ଧ ଥିବା ଖାଲି ଶଯ୍ୟା ସଂଖ୍ୟା ସମ୍ପର୍କରେ ସୂଚନା ପ୍ରଦାନ ପାଇଁ ୨୪ ଘଣ୍ଟିଆ ହେଲ୍ପ ଲାଇନ୍‌ (ନଂ.୦୬୭୪-୨୪୭୬୭୮୯) ସେବା ଆରମ୍ଭ ହୋଇଛି। ସେହିପରି ଚିକିତ୍ସିତ ହେଉଥିବା ରୋଗୀଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ନିୟମିତ ଭାବେ ସୂଚନା ପାଇବା ପାଇଁ ବ୍ୟବସ୍ଥା କରାଯାଇଛି। ରୋଗୀଙ୍କ ସମ୍ପର୍କୀୟମାନେ ଏମ୍‌ସ ୱେବ୍‌ସାଇଟ୍‌ରେ ରୋଗୀଙ୍କ ସିଆର୍‌ ନମ୍ବରକୁ ବ୍ୟବହାର କରି ନିୟମିତ ଭାବେ ସୂଚନା ପାଇପାରିବେ। ସେହିପରି ୭୬୫୫୦୭୩୦୨୭ ନମ୍ବରକୁ କଲ୍‌ କରି ଚିକିତ୍ସିତ ରୋଗୀଙ୍କୁ ସେବା ଯୋଗାଉଥିବା ନର୍ସିଂ ଅଧିକାରୀଙ୍କ ସହ ଆଲୋଚନା କରି ସ୍ବାସ୍ଥ୍ୟ ଓ ସେବା ସମ୍ପର୍କରେ ସୂଚନା ପାଇପାରିବେ। ଏଥିପାଇଁ ଟେଲି ନର୍ସିଂ ସେବା ଏମ୍‌ସ ତରଫରୁ ଆରମ୍ଭ କରାଯାଇଛି। କୋଭିଡ୍‌ ସମ୍ପର୍କରେ ନିରନ୍ତର ଭାବେ ୨୪ଘଣ୍ଟା ସହାୟତା ଯୋଗାଇ ଦେବା ପାଇଁ ଏକ ସ୍ବତନ୍ତ୍ର କୋଭିଡ୍‌ ଟେଲି ମେଡିସିନ ସେବା ଯୋଗାଇ ଦିଆଯାଉଛି। ସାଧାରଣ ଲୋକେ ୮୨୮୦୩୪୬୬୮୪ ନମ୍ବରରେ କଲ୍‌ କରି କିମ୍ବା ସାମାଜିକ ଗଣମାଧ୍ୟମ ଫେସ୍‌ବୁକ (ମେସେଞ୍ଜର) ଜରିଆରେ ଏହି ସେବା ପାଇପାରିବେ। ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ସୂଚନା ଓ ସହାୟତା ପ୍ରଦାନ ପାଇଁ ଡାକ୍ତରଖାନା ପରିସରରେ ୨୪ ଘଣ୍ଟିଆ ଏକ ହେଲ୍ପ ଡେସ୍କ ଏବଂ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇ ନିରନ୍ତର ଭାବେ ସୂଚନା ପ୍ରଦାନ କରାଯାଉଛି ବୋଲି ଏମ୍‌ସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଏହା ବ୍ୟତୀତ ଅଣ କୋଭିଡ୍‌ ରୋଗୀଙ୍କ ପାଇଁ ‘ଟେଲିମେଡିସିନ ସ୍ବାସ୍ଥ୍ୟ ଆପ୍‌’ ଏବଂ ‘ଟେଲିମେଡିସିନ ବହିର୍ବିଭାଗ (ଓପିଡି)’ ଜରିଆରେ ସ୍ବାସ୍ଥ୍ୟ ଓ ଚିକିତ୍ସା ସମ୍ପର୍କରେ ସୂଚନା ଓ ସେବା ପ୍ରଦାନ କରାଯାଉଛି। କୋଭିଡ୍‌ କଟକଣା ଓ ଗାଇଡ୍‌ଲାଇନକୁ ପାଳନ କରାଯାଇ ହସ୍ପିଟାଲ ତରଫରୁ ରୋଗୀଙ୍କ ସମ୍ପର୍କୀୟ/ଆଟେଣ୍ଡାଣ୍ଟଙ୍କୁ (ସେଲ୍ଫ କାଟେରିଂ ଜରିଆରେ) ନିଶୁଳ୍କ ଭୋଜନ ପ୍ରଦାନ କରାଯାଉଛି। କୋଭିଡ୍‌ ମହାମାରୀ ପ୍ରାରମ୍ଭରୁ ଅଦ୍ୟାବିଧି କୋଭିଡ୍‌ ୱାର୍ଡ/ଆସିୟୁରେ ୫୦୦୦ରୁ ଊର୍ଦ୍ଧ୍ୱ ରୋଗୀ ଚିକିତ୍ସିତ ହୋଇସାରିଛନ୍ତି ବୋଲି ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?