ମେ’ ଶେଷ ପର୍ଯ୍ୟନ୍ତ ୪ ଯୋଡ଼ା ସ୍ପେଶାଲ ଟ୍ରେନ୍‌ ବାତିଲ

ଭୁବନେଶ୍ୱର,୧୪।୫ (ବ୍ୟୁରୋ) : କରୋନା ପରିସ୍ଥିତି ପାଇଁ ଟ୍ରେନ୍‌ରେ ଯାତ୍ରୀ ସଂଖ୍ୟା ଧିରେ ଧିରେ କମିବାକୁ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବା ପାଇଁ ପୂର୍ବତଟ ରେଳପଥ ପରିସୀମାରୁ ଛାଡୁଥିବା ୪ ଯୋଡା ସ୍ପେଶାଲ ଏକ୍ସପ୍ରେସ୍‌କୁ ବାତିଲ କରାଯାଇଛି। ଚଳିତ ମାସ ଶେଷ ପର୍ଯ୍ୟନ୍ତ ଏହି ଟ୍ରେନ୍‌ଗୁଡିକୁ ଉଭୟ ପାର୍ଶ୍ୱରୁ ବନ୍ଦ ରହିବ। ପୁରୀ-ଏଲ୍‌ଟିଟି-ପୁରୀ ସାପ୍ତାହିକ ସ୍ପେଶାଲ ଏକ୍ସପ୍ରେସ (୦୨୮୬୬/୦୨୮୬୫) ପୁରୀଠାରୁ ଆସନ୍ତା ୧୮ ଓ ୨୫ ତାରିଖ ଦିନ ଓ ଏଲ୍‌ଟିଟିଠାରୁ ଆସନ୍ତା ୨୦ ଓ ୨୭ ତାରିଖ ଦିନ ବାତିଲ ରହିବ। ସେହିପରି ଭୁବନେଶ୍ୱର-ଏଲଟିଟି-ଭୁବନେଶ୍ୱର ଦ୍ୱି-ସାପ୍ତାହିକ ସ୍ପେଶାଲ ଏକ୍ସପ୍ରେସ୍‌ (୦୨୮୮୦/୦୨୮୭୯) ଭୁବନେଶ୍ୱରଠାରୁ ଆସନ୍ତା ୧୭,୨୦,୨୪ ଓ ୨୭ ତାରିଖ ଦିନ ଏବଂ ଏଲଟିଟିରୁ ଆସନ୍ତା ୧୯, ୨୨, ୨୬ ଓ ୨୯ ତାରିଖ ଦିନ ବାତିଲ ରହିବ। ଦୈନନ୍ଦିନ ଚଳାଚଳ କରୁଥିବା ବିଶାଖାପାଟଣା-କଡ଼ପା-ବିଶାଖାପାଟଣା (୦୭୪୮୮/୦୭୪୮୭) ସ୍ପେଶାଲ ଟ୍ରେନ୍‌ ବିଶାଖାପାଟଣାରୁ ୧୪ରୁ ୩୧ ତାରିଖ ଓ କଡ଼ପାଠାରୁ ଆସନ୍ତା ୧୫ ତାରିଖରୁ ଜୁନ୍‌ ୧ ପର୍ଯ୍ୟନ୍ତ ବାତିଲ୍‌ ରହିବ। ଦୈନନ୍ଦିନ ଚଳାଚଳ କରୁଥିବା ବିଶାଖଶପାଟଣା-ଲିଙ୍ଗମପଲ୍ଲୀ-ବିଶାଖାପାଟଣା (୦୨୮୩୧/୦୨୮୩୨) ସ୍ପେଶାଲ ଟ୍ରେନ୍‌ ବିଶାଖାପାଟଣାଠାରୁ ୧୪ ରୁ ୩୧ ତାରିଖ ମଧ୍ୟରେ ଓ ଲିଙ୍ଗମପଲ୍ଲୀଠାରୁ ଆସନ୍ତା ୧୫ ତାରିଖଠାରୁ ଜୁନ୍‌ ୧ ପର୍ଯ୍ୟନ୍ତ ବାତିଲ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪: ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଚଳିତ ମେ’ ୬ରୁ ଏହା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ଭିତରେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri