ଓମାନରେ ୮ ଓଡ଼ିଆ ଶ୍ରମିକ ନିର୍ଯାତିତ

ବାଲୁଗଁ।/ବାଣପୁର, ୨୨।୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାରେ ଅଣ ପଞ୍ଜୀକୃତ ଠିକାଦାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏମାନେ ବାହାର ରାଜ୍ୟ କମ୍ପାନୀର ଏଜେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି। ନିଜକୁ ପଞ୍ଜୀକୃତ ଠିକାଦାର ବୋଲି ପରିଚୟ ଦେଇ ଗରିବ ଲୋକଙ୍କୁ ଅଧିକ ଟଙ୍କା ରୋଜଗାର ଆଶା ଦେଖାଇ ବାହାର ରାଜ୍ୟକୁ ନେଉଛନ୍ତି। ସେଠାରେ ସେମାନେ କମ୍ପାନୀରେ ନିମ୍ନ ମଜୁରି ସହ ନିର୍ଯାତନାର ଶିକାର ହେଉଛନ୍ତି। ଏହିକ୍ରମରେ ଖୋର୍ଦ୍ଧା ଜିଲା ବାଣପୁର ଅଞ୍ଚଳର ୫ ଓ ଗଞ୍ଜାମ ଜିଲାର ୩ଜଣ ଶ୍ରମିକ ଓମାନର ମସ୍କାଟ ସହରରେ ନିର୍ଯାତିତ ହେଉଛନ୍ତି। ସେମାନଙ୍କୁ ସେଠାରୁ ଆଣିବା ପାଇଁ ପରିବାରଲୋକ ବାଲୁଗଁ। ସହକାରୀ ଶ୍ରମ-ଅଧିକାରୀଙ୍କୁ ନିବେଦନ କରିବା ସହ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି।
ଅଭିଯୋଗ ମୁତାବକ, ଅଧିକ ରୋଜଗାର ଆଶାରେ ବାଣପୁର ବ୍ଲକ ଅଞ୍ଚଳର ଜଣେ ଏଜେଣ୍ଟଙ୍କ ମାଧ୍ୟମରେ ୪ବର୍ଷ ପୂର୍ବେ ଓମାନର ମସ୍କାଟ ସହରସ୍ଥିତ ଏକ କମ୍ପାନୀରେ କାମ କରିବା ପାଇଁ ଚନ୍ଦନ ବେହେରା, ଅଶୋକ କୁମାର ବେହେରା, ସନ୍ତୋଷ କୁମାର ଦଳାଇ, ସୁରେଶ ପ୍ରଧାନ, ଅଲେଖ ପରିମାଣିକ, କାଳୁ ଚରଣ ଜେନା, ଜଗନ୍ନାଥ ପଲାଇ ଓ ବୁଲୁ ନାୟକ ଯାଇଥିଲେ। ଦୀର୍ଘ ୧୧ମାସ ହେବ ଉକ୍ତ କମ୍ପାନୀ କର୍ତ୍ତୃପକ୍ଷ ଶ୍ରମିକଙ୍କ କାର୍ଯ୍ୟ ସହ ପାରିଶ୍ରମିକ ବନ୍ଦ କରିଦେଇଥିଲେ। ଏପରିକି ସେମାନଙ୍କୁ ଖାଇବାକୁ ମଧ୍ୟ ଦିଆଯାଉ ନାହିଁ। କମ୍ପାନୀ କର୍ତ୍ତୃପକ୍ଷଙ୍କ ବିରୋଧରେ ସ୍ବର ଉତ୍ତୋଳନ କଲେ ମିଳୁଛି ଅକଥନୀୟ ନିର୍ଯାତନା। ଫଳରେ ସେମାନଙ୍କ ନିକଟରେ ଥିବା ସଞ୍ଚିତ ଅର୍ଥ ସରିଯିବାରୁ ଭୋକଉପାସରେ ସେଠାରେ ଦିନ କାଟୁଛନ୍ତି। ସେମାନଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ମୋବାଇଲରେ ଭିଡିିଓ କଲ କରି ନିଜ ପରିବାରଲୋକଙ୍କୁ ଗୁହାରି କରିଛନ୍ତି। ବହୁ ଚେଷ୍ଟା ସତ୍ତ୍ୱେ ପୁଅକୁ ଫେରାଇ ଆଣିବା ପାଇଁ ବିଫଳ ହେବା ପରେ ଆୟତ୍ତପୁର ଗ୍ରାମର ଚନ୍ଦନଙ୍କ ମା’ ପଞ୍ଚେଇ ବେହେରା ଗତ ସୋମବାର ବାଲୁଗଁ। ସହକାରୀ ଶ୍ରମ-ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ। ତୁରନ୍ତ ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ନିବେଦନ କରିଛନ୍ତି। ଏ ସମ୍ପର୍କରେ ସହକାରୀ ଶ୍ରମ ଅଧିକାରୀ ଚନ୍ଦନ ମାଝୀ କହିଛନ୍ତି, ଅଭିଯୋଗ ସମ୍ପର୍କରେ ଖୋର୍ଦ୍ଧା ଜିଲାପାଳ ଏବଂ ରାଜ୍ୟ ଶ୍ରମ କମିଶନରଙ୍କୁ ଅବଗତ କରାଯାଇଛି। ତୁରନ୍ତ ୮ ଶ୍ରମିକଙ୍କୁ ଗ୍ରାମକୁ ଫେରାଇ ଆଣିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିରାପଦ ନୁହେଁ ସହର ରାସ୍ତା

ନୟାଗଡ଼ ଅଫିସ,୧।୯: ନୟାଗଡ଼ ଜିଲା ସଦର ମହକୁମାର ରାସ୍ତା ନିରାପଦ ନୁହେଁ । ରାସ୍ତାରେ ଗୋରୁ ଓ କୁକୁର ମାଳ ମାଳ ହୋଇ ବୁଲିବା କାରଣରୁୁ...

ଅବହେଳିତ ସଂସ୍କୃତ ବିଦ୍ୟାଳୟ: ଦୁର୍ଦ୍ଦଶାରେ୧୧୯ ଅନ୍ତେବାସୀ

ଖଇରା, ୨୬ା୮(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଡଗରପଡା ପଞ୍ଚାୟତ ପରୁଷୋତ୍ତମପୁର ଗାଁ ଶେଷମୁଣ୍ଡରେ ରହିଛି ଦୂରଦେଇ ସଂସ୍କୃତ ବିଦ୍ୟାଳୟ । ୩୧ବର୍ଷ ତଳେ...

ଥାନାଠାରୁ ଫାଣ୍ଡିର ଦୂରତା ୩୦ କି.ମି.

କୁଆମରା,୩୧ା୫(ଡି.ଏନ.ଏ.) ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ କୁଆମରା ଫାଣ୍ଡି ପ୍ରଶାସନିକ ଅବହେଳାର ଶିକାର ହୋଇଛି। କର୍ମଚାରୀ ଅଭାବରୁ ଏହି ଫାଣ୍ଡିରେ ଏବେ ଅଚଳାବସ୍ଥା ଦେଖାଦେଇଛି।...

ଅଯୋଗ୍ୟଙ୍କୁ ଘର, ଯୋଗ୍ୟଙ୍କଠାରୁ ଲାଞ୍ଚ

ସୋନପୁର,୨।୩(ନି.ପ୍ର.) ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ(ପିଏମ୍‌ଏଓ୍ବାଇଜି)ରେ ବ୍ୟାପକ ଅନିୟମିତତା ହୋଇଛି। ପକ୍କା ଘର ଥିବା ଧନୀକ ଶ୍ରେଣୀର ବ୍ୟକ୍ତିଙ୍କୁ ଏହି...

ମିଳିଲାନି ଚିକିତ୍ସା, ରାସ୍ତାରେ ପ୍ରସବ: ଆଖି ବୁଜିଲେ ନବଜାତ ଶିଶୁପୁତ୍ର

ଯୋଡ଼ା, ୭।୧୦ (ଡି.ଏନ.ଏ.)- ପ୍ରସବ ଯନ୍ତ୍ରଣାରେ ଛଟପଟ ଜଣେ ମହିଳାଙ୍କୁ ଚିକିତ୍ସା ଯୋଗାଇ ନ ଦେଇ ଡାକ୍ତରଖାନାରୁ ଫେରାଇ ଦିଆଯିବା ପରେ ସେ ରାସ୍ତାରେ ସନ୍ତାନ...

ଏସ୍‌ଟିଏଫ୍‌ ଅଭିଯାନ ପରେ ଚେତିଲା କମିଶନରେଟ୍‌ ପୋଲିସ: ହଳଦୀପଡ଼ିଆ ବସ୍ତିରେ ୬ ନିଶା ବ୍ୟବସାୟୀଙ୍କ ଘର ଭାଙ୍ଗିଲା

କଟକ ରୋଡ, ୨୯।୭(ଡି.ଏନ୍‌.ଏ.): ରାଜଧାନୀର ଲକ୍ଷ୍ମୀସାଗର ଥାନା ପଛପଟେ ଥିବା ହଳଦୀପଡ଼ିଆ ବସ୍ତିରେ ବେଧଡ଼କ ବ୍ରାଉନ୍‌ସୁଗାର ବ୍ୟବସାୟ ଚାଲିଛି। ଦୀର୍ଘ ୧୦ବର୍ଷ ଧରି ଏଭଳି ବେଆଇନ...

ଆସନ୍ତା ୨୦ରେ ଅନୁଗୋଳ-ଢେଙ୍କାନାଳ ଜିଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୭।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୦ ତାରିଖରେ ଅନୁଗୋଳ ଏବଂ ଢେଙ୍କାନାଳ ଜିଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାଯର୍ର୍‌ୟାଳୟ...

୪୦ ଟଙ୍କାରେ ପିଆଜ ବିକିଲା କଂଗ୍ରେସ

ପାଟଣା,୩।୧୨(ସ୍ବ.ପ୍ର.): ଓଡ଼ିଶାରେ ପିଆଜ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ କେନ୍ଦୁଝର ଜିଲା ପାଟଣାବ୍ଲକ କଂଗ୍ରେସ ପକ୍ଷରୁ ମଙ୍ଗଳବାର ରାଜନଗରଠାରେ ପିଆଜ କିଲୋ ପ୍ରତି ୪୦ ଟଙ୍କା...

Advertisement
Archives

Model This Week