ପୂର୍ବତଟ ରେଳପଥରେ ଗଡ଼ିବ ଆଉ ୪ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୧୧।୧୦(ବ୍ୟୁରୋ): ପୂର୍ବତଟ ରେଳପଥ ଅଧୀନରେ ଆଉ ୪ଟି ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ସ୍ବତନ୍ତ୍ର ଟ୍ରେନ୍‌ଗୁଡ଼ିକ ପୁରୀରୁ ଭଲ୍‌ସାଦ, ସିକନ୍ଦରାବାଦରୁ ଶାଲିମାର, ବିଶାଖାପାଟଣାରୁ ତିରୁପତି ଓ ବିଶାଖାପାଟଣାରୁ ସିକନ୍ଦରାବାଦ୍‌ ଚଳାଚଳ କରିବ। ଭଲ୍‌ସାଦ-ପୁରୀ-ଭଲ୍‌ସାଦ ସାପ୍ତାହିକ ଏକ୍ସପ୍ରେସ (୦୯୨୦୯/୦୯୨୧୦) ଆସନ୍ତା ୧୫ ତାରିଖରୁ ଭଲସାଦରୁ ପ୍ରତି ଗୁରୁବାର ଛାଡ଼ିବ ଓ ୧୮ ତାରିଖରୁ ପ୍ରତି ରବିବାର ପୁରୀରୁ ବାହାରିବ। ଏହି ଟ୍ରେନ ପୁରୀରୁ ଭୁବନେଶ୍ୱର, ଢେଙ୍କାନାଳ, ଅନୁଗୋଳ, ସମ୍ବଲପୁର ସିଟି, ଝାରସୁଗୁଡ଼ା, ବିଳାସପୁର ଓ ଜବଲପୁର ଦେଇ ଯିବ। ସେହିପରି ସିକନ୍ଦରାବାଦ-ସାଲିମାର-ସିକନ୍ଦରାବାଦ ସ୍ବତନ୍ତ୍ର ଟ୍ରେନ (୦୨୭୭୪/୦୨୭୭୩) ଆସନ୍ତା ୧୩ ତାରିଖରୁ ସିକନ୍ଦରାବାଦଠାରୁ ପ୍ରତି ମଙ୍ଗଳବାର ସକାଳ ୫ଟା ୪ରେ ଛାଡ଼ିବ ଓ ୧୪ରୁ ପ୍ରତି ବୁଧବାର ଅପରାହ୍ନ ୪ଟା ୫ରେ ଶାଲିମାରରୁ ବାହାରିବ। ଏହି ଟ୍ରେନ ଓ୍ବାରଙ୍ଗଲ, ରାୟନପାଡୁ, ସାମଲକୋଟ, ବିଶାଖାପାଟଣା, ବିଜୟନଗରମ୍‌, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ବାଲେଶ୍ୱର, ଖଡ଼ଗ୍‌ପୁର ଓ ସାନ୍ତ୍ରାଗାଚ୍ଛି ଆଦି ଷ୍ଟେଶନରେ ଅଟକିବ। ସିକନ୍ଦରାବାଦ-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍‌ (୦୨୭୮୪/୦୨୭୮୩) ଆସନ୍ତା ୧୭ ତାରିଖଠାରୁ ପ୍ରତି ଶନିବାର ଅପରାହ୍ନ ୫ଟା ୫୦ରେ ସିକନ୍ଦରାବାଦ ଷ୍ଟେଶନରୁ ଛାଡ଼ିବ ଓ ୧୮ ତାରିଖରୁ ପ୍ରତି ରବିବାର ସନ୍ଧ୍ୟା ୬ଟା ୫୫ରେ ବିଶାଖାପାଟଣାଠାରୁ ବାହାରିବ। ଉଭୟ ଷ୍ଟେଶନ ମଧ୍ୟରେ ଗୁଣ୍ଟୁର, ବିଜୟଓ୍ବାଡା, ଏଲୁରୁ, ରାଜମହେନ୍ଦ୍ରି, ସାମଲକୋଟ, ଅନକାପଲ୍ଲୀ ଓ ଦୁଧଓ୍ବାଡ଼ା ଷ୍ଟେଶନରେ ରହଣି କରିବ। ଶେଷରେ ତିରୁପତି-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ (୦୨୭୦୮/୦୨୭୦୭) ଆସନ୍ତା ୧୪ରୁ ତିରୁପତିଠାରୁ ପ୍ରତି ବୁଧବାର, ଶୁକ୍ରବାର ଓ ରବିବାର ରାତି ୯ଟା ୫୦ରେ ଛାଡ଼ିବ ଓ ୧୭ ତାରିଖଠାରୁ ବିଶାଖାପାଟଣାଠାରୁ ପ୍ରତି ଗୁରୁବାର, ଶନିବାର ଓ ସୋମବାର ରାତି ୧୦ଟା ୫୦ରେ ଛାଡ଼ିବ ବୋଲି ପୂର୍ବତଟ ରେଳପଥ ଶନିବାର ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ୧୦ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଘୋଷଣା

ନୂଆଦିଲ୍ଲୀ,୨୨।୯: ଉତ୍ତର ପ୍ରଦେଶରୁ ୧୦ଟି ଏବଂ ଉତ୍ତରାଖଣ୍ଡରୁ ଗୋଟିଏ – ଏହିପରି ମୋଟ ୧୧ଟି ରାଜ୍ୟ ସଭା ଆସନ ପାଇଁ ଅକ୍ଟୋବର ୧୬ରେ ନିର୍ବାଚନ ଅନୁଷ୍ଠିତ ହେବ।…

ଓୱାଇସିଙ୍କ ବୟାନକୁ ନେଇ ହଇଚଇ, କହିଲେ ରାତିରେ ଶୋଇବା ପୂର୍ବରୁ ପତ୍ନୀଙ୍କୁ….

ନୂଆଦିଲ୍ଲୀ,୨୨।୯: ରାଜନୈତିକ ପ୍ରସଙ୍ଗରେ ନିଜ ମତ ରଖୁଥିବା AIMIM ମୁଖ୍ୟ ତଥା ହାଇଦ୍ରାବାଦ ଲୋକସଭା ଏମପି ଅସଦୁଦ୍ଦିନ ଓୱାଇସିଙ୍କ ଏକ କାର୍ଯ୍ୟକ୍ରମରେ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି…

ଛାତ୍ରୀଛାତ୍ରଙ୍କୁ ଜଳଖିଆ ପରଷିଲେ, ନିଜେ ବି ଖାଇଲେ ସିଏମ ବିଜୟ; ଭିଡିଓ ଭାଇରାଲ

ଚେନ୍ନାଇ,୨୨।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ମଙ୍ଗଳବାର (ସେପ୍ଟେମ୍ବର ୨୨) ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଜଳଖିଆ ଯୋଜନାର ସମ୍ପ୍ରସାରଣ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ…

ମନ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ କରିନେଲେ ଅପହରଣ: ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଇସଲାମାବାଦ/ପେଶାୱାର,୨୨।୯: ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିଜ ଦେଶର ନିର୍ବାଚିତ ଜନପ୍ରତିନିଧି ଏବଂ ମନ୍ତ୍ରୀମାନେ ମଧ୍ୟ ଏବେ ସୁରକ୍ଷିତ…

ବୁଢ଼ା ବୟସରେ ପ୍ରେମ, ପରେ ପ୍ରେମିକଙ୍କୁ ହତ୍ୟା କରି ଜାଳିଦେଲେ ୭୦ ବର୍ଷୀୟା! DNA ଟେଷ୍ଟ ଖୋଲିଲା ରହସ୍ୟ

ମୁମ୍ବାଇ,୨୨।୯: ମହାରାଷ୍ଟ୍ରର ସୋଲାପୁର ଜିଲାପଣ୍ଢରପୁରରୁ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣା ସାମ୍ନାକୁ ଆସିଛି। ୭୦ ବର୍ଷ ବୟସରେ ପ୍ରେମ ସମ୍ପର୍କକୁ ନେଇ ନିଜ ପ୍ରେମିକଙ୍କୁ ହତ୍ୟା କରିବା…

୩୮୦ କୋଟିର ଗଡ଼ବଡ଼ ଅଭିଯୋଗ ଆଣିଲା CJP , ତଦନ୍ତ ଦାବି: ଓଡ଼ିଶା ସରକାର ଛାନିଆ!

ଭୁବନେଶ୍ୱର,୨୨।୯: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଓ ଛପା-ବଣ୍ଟନକୁ ନେଇ ବିବାଦ ମଧ୍ୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କକରୋଚ ଜନତା ପାର୍ଟି (CJP)। ଦଳର ସହ-ସଂଯୋଜକ…

ଭୋ ଭୋ ହୋଇ କାନ୍ଦିଲେ ଭାଜପା ମନ୍ତ୍ରୀ: ବିଜୟ ସତ୍ତ୍ୱେ…

ଅଲୱର,୨୨।୯: ରାଜସ୍ଥାନର ଅଲୱର ନଗର ନିଗମରେ ଭାଜପାର ବିଜୟ ପରେ ଭାବବିହ୍ବଳ ହୋଇପଡ଼ିଛନ୍ତି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ଶର୍ମା। ଅଲୱର ନଗର ନିଗମର ଦାୟିତ୍ୱ ତାଙ୍କୁ…

କମାଲ୍‌ କଲେ ୧୩ ବର୍ଷୀୟା ବାଳିକା: ଏସିଆନ ଗେମ୍ସରେ ୨ ସ୍ବର୍ଣ୍ଣ ସହ ମହାରେକର୍ଡ

ନୂଆଦିଲ୍ଲୀ,୨୨।୯: ଯେଉଁ ବୟସରେ ଅଧିକାଂଶ ପିଲା ପାଠପଢ଼ା ଓ ଖେଳର ମୌଳିକ ଅଭ୍ୟାସରେ ବ୍ୟସ୍ତ ରହନ୍ତି, ସେହି ବୟସରେ ଚାଇନାର ୧୩ ବର୍ଷୀୟା ସନ୍ତରଣକାରୀ ୟୁ ଜିଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?