ଲେବାନନ୍‌ରେ ୪ ଲକ୍ଷ ଶିଶୁ ବିସ୍ଥାପିତ

ବେରୁଟ, ୧୬।୧୦: ଗତ ୩ ସପ୍ତାହ ହେବ ଲେବାନନ୍‌ରେ ଇସ୍ରାଏଲ ଓ ଉଗ୍ରବାଦୀ ସଙ୍ଗଠନ ହେଜବୋଲ୍ଲା ମଧ୍ୟରେ ଯୁଦ୍ଧ ଯୋଗୁ ୪ ଲକ୍ଷରୁ ଅଧିକ ଶିଶୁ ବିସ୍ଥାପିତ ହୋଇଛନ୍ତି। ଲେବାନନ୍‌ରେ ମାନବୀୟ କାର୍ଯ୍ୟ ପାଇଁ ନିୟୋଜିତ ୟୁନାଇଟେଡ୍‌ ନେଶନ୍‌ ଚିଲ୍‌ଡ୍ରେନ୍‌ ଫଣ୍ଡ୍‌(ୟୁନିସେଫ୍‌)ର ଉପ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଟେଡ୍‌ ଚାଇବାନ୍‌ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଲେବାନନ୍‌ ପରି ଏକ ଛୋଟ ଦେଶରେ ଯୁଦ୍ଧ ଯୋଗୁ ଏକ ନିର୍ଦ୍ଦିଷ୍ଟ ପିଢ଼ି ଲୋପ ପାଇଯିବା ନେଇ ମଧ୍ୟ ସମ୍ଭାବନା ଥିବାର ସେ ଚେତାବନୀ ଦେଇଛନ୍ତି। ଇସ୍ରାଏଲ ପକ୍ଷରୁ ସମ୍ପ୍ରତି ଗାଜାରେ ହମାସ ସହ ଓ ଲେବାନନ୍‌ରେ ହେଜବୋଲ୍ଲା ବିରୋଧରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧ ଯୋଗୁ ଲେବାନନ୍‌ରେ ୧୨ ଲକ୍ଷ ଲୋକ ସେମାନଙ୍କ ଘରୁ ପଳାୟନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଗତ ୩ ସପ୍ତାହ ମଧ୍ୟରେ ବେରୁଟ୍‌ ଏବଂ ଉତ୍ତର ଲେବାନନ୍‌ର ବିଭିନ୍ନ ଅଞ୍ଚଳକୁ ପଳାୟନ କରି ଆଶ୍ରୟସ୍ଥଳୀ ଗୁଡ଼ିକରେ ରହୁଛନ୍ତି। ଚାଇବାନ କହିଛନ୍ତି, ଗତ ୩ ସପ୍ତାହ ଧରି ଚାଲିଥିବା ଏହି ଯୁଦ୍ଧରେ ଶିଶୁ ଏବଂ ପିଲାମାନେ ହିଁ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଯୁଦ୍ଧ ଯୋଗୁ ଲେବାନନ୍‌ର ପ୍ରାଥମିକ ଶିକ୍ଷା ଭୁଶୁଡ଼ି ପଡ଼ିଛି। ଦେଶରେ ପ୍ରାୟ ୧୨ ଲକ୍ଷ ପିଲା ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ଯୁଦ୍ଧ ଯୋଗୁ ବହୁ ସରକାରୀ ସ୍କୁଲ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଅନେକ ସ୍କୁଲକୁ ବିସ୍ଥାପିତମାନେ ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରୁଛନ୍ତି, ତେଣୁ ସେଠାରେ ମଧ୍ୟ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ତେବେ ଲେବାନନ୍‌ର କେତେକ ଘରୋଇ ବିଦ୍ୟାଳୟ ଏବେ ମଧ୍ୟ ଚାଲୁ ରହିଥିବା ଚାଇବାନ କହିଛନ୍ତି। ଯୁଦ୍ଧ ଯୋଗୁ ଲେବାନନ୍‌ରେ ଥିବା ସରକାରୀ ବିଦ୍ୟାଳୟଗୁଡ଼ିକ ବ୍ୟବସ୍ଥା ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଦେଶରେ ରହୁଥିବା ପାଲେଷ୍ଟିନୀୟ ଏବଂ ଶିରୀୟ ଶରଣାର୍ଥୀମାନେ ମଧ୍ୟ ଯୁଦ୍ଧ ଯୋଗୁ ପ୍ରଭାବିତ ହୋଇଛନ୍ତି। ଇସ୍ରାଏଲ ଓ ହେଜ୍‌ବୋଲ୍ଲା ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଯୋଗୁ ଲେବାନନ୍‌ରେ ଅନେକ ଲକ୍ଷ ଶିଶୁଙ୍କ ଉପରେ ଶିକ୍ଷା ହରାଇବାର ବିପଦ ରହିଥିବା ଚାଇବାନ କହିଛନ୍ତି। ଲେବାନନ୍‌ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ, ଇସ୍ରାଏଲର ଆକ୍ରମଣରେ ଦେଶର ୨୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ସେହିପରି ଗତ ୩ ସପ୍ତାହ ମଧ୍ୟରେ ୧୦୦ରୁ ଅଧିକ ଶିଶୁ ପ୍ରାଣ ହରାଇଥିବାବେଳେ ୮୦୦ରୁ ଅଧିକ ଶିଶୁ ଆହତ ହୋଇଥିବା ନେଇ ଚାଇବାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଦ୍ଭୁତ ସ୍ଥିତି

ହ୍ୱାଟ୍ସଆପ୍‌ରେ ଏସ୍‌ଆଇଆର୍‌ ନୋଟିସ ଆସିଥିଲା, ‘ଶୁଣାଣିରେ ଉପସ୍ଥିତ ରହିବା ବାଧ୍ୟତାମୂଳକ। ଦୟାକରି ଏହାକୁ ଜରୁରୀ ମନେକରନ୍ତୁ ଏବଂ କୌଣସି ପରିସ୍ଥିତିରେ ଅନୁପସ୍ଥିତ ନ ରହିବା ପାଇଁ ବ୍ୟବସ୍ଥା…

୧୭ ଯାଏ ବର୍ଷା

ଭୁବନେଶ୍ୱର,୧୩ା୯(ବନ୍ଦନା ସେଠୀ):ରାଜ୍ୟରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଶନିବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ୧୭ ତାରିଖ ଯାଏ ଲାଗି ରହିବ। ତେବେ ରବିବାରଠାରୁ ବର୍ଷାର…

ଓରାଙ୍ଗଉଟାନ ଚୋରା ଚାଲାଣର ଗୁମର ଖୋଲୁଛି, ଫାର୍ମ ହାଉସ ପାଇଁ ମ୍ୟାନ୍‌ମାର ଦେଇ ଅଣାଯାଇଥିଲା

ଭୁବନେଶ୍ୱର/ ଭୋଗରାଇ, ୧୩ା୯(ତ୍ରିନାଥ ମହାନ୍ତି/ ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗଉଟାନ ଶାବକ ଉଦ୍ଧାର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ…

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ

ମାହାଙ୍ଗା,୧୩ା୯ (ଅଜୟ କୁମାର ମହାନ୍ତି): ରାଜ୍ୟରେ ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବା ବେଳେ କଟକ ଜିଲା ମାହାଙ୍ଗା ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ୱେଦନଶୀଳ…

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?