ଜଳବାୟୁ ପରିବର୍ତ୍ତନର ୪ ମୁଖ୍ୟ କାରଣ, ଜାତିସଂଘ ଜାରି କଲା ରିପୋର୍ଟ…

ଜେନେଭା, ୧୯।୫ : କେଉଁ କେଉଁ କାରଣରୁ ଜଳବାୟୁ ପରିବର୍ତ୍ତନ ହେଉଛି ସେ ନେଇ ଜାତିସଂଘର ଏକ ସଂଗଠନ ୱାଲର୍‌ଡ ମେଟେରୋଲୋଜିକାଲ ଅର୍ଗାନାଇଜେସନ (ଡବ୍ଲ୍ୟୁଏମ୍‌ଓ) ପକ୍ଷରୁ ଏକ ରିପୋର୍ଟ ଜାରି ହୋଇଛି। ୨୦୨୧ରେ ଜଳବାୟୁ ପରିବର୍ତ୍ତନ ଉପରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି।

ଏହି ରିପୋର୍ଟରେ, ଗ୍ରୀନ ହାଉସ ଗ୍ୟାସର ଘନତା, ସମୁଦ୍ର ପତ୍ତନ ବୃଦ୍ଧି, ସମୁଦ୍ରର ତାପମାତ୍ରା ବୃଦ୍ଧି ଏବଂ ସମୁଦ୍ରରେ ଏସିଡ ବୃଦ୍ଧି ଆଦି ୪ଟି ପ୍ରମୁଖ କାରଣକୁ ଜଳବାୟୁ ପରିବର୍ତ୍ତନରେ ମୁଖ୍ୟ ଭୂମିକା ରହିଥିବା ଦର୍ଶାଯାଇଛି। ଜାତିସଂଘ ଏଜେନ୍ସି ଅନୁଯାୟୀ, ଏହା ଦର୍ଶାଉଛି ଯେ ମାନବର ବିଭିନ୍ନ କାର୍ଯ୍ୟକଳାପ ଯୋଗୁ ସ୍ଥଳ, ମହାସାଗର ଏବଂ ବାୟୁମଣ୍ଡଳରେ ବଡ଼ ପରିବର୍ତ୍ତନ ଘଟୁଛି।

ଏହି କାରଣରୁ, ବିକାଶ ଏବଂ ଇକୋସିଷ୍ଟମ ଉପରେ ଖରାପ ପ୍ରଭାବ ପଡୁଛି। ବୁଧବାର ଏଜେନ୍ସି ପକ୍ଷରୁ ଡବ୍ଲ୍ୟୁଏମ୍‌ଓ ଷ୍ଟେଟ ଅଫ ଗ୍ଲୋବାଲ କ୍ଲାଇମେଟ୍‌ ଇନ୍‌ ୨୦୨୧ ନାମକ ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ ଦର୍ଶାଯାଇଛି ଯେ ଗତ ସାତ ବର୍ଷ ମଧ୍ୟରେ ୨୦୨୧ ସବୁଠୁ ଉତ୍ତପ୍ତ ବର୍ଷ ହେବାର ରେକର୍ଡ ସୃଷ୍ଟି କରିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ କୋଟି କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ସାଂଘାତିକ ବନ୍ୟା ପରିସ୍ଥିତିକୁ ନେଇ ଦକ୍ଷିଣ ଦେଶଗୁଡ଼ିକ ମୁକାବିଲା କରୁଛନ୍ତି।

ଏଥିସହିତ ଭାରତ ଏବଂ ପାକିସ୍ଥାନର ଲୋକମାନେ ପ୍ରବଳ ଉତ୍ତାପରେ ଜଳି ଯାଉଛନ୍ତି। ଜାତିସଂଘ ଏଜେନ୍ସି ଦ୍ୱାରା ପ୍ରକାଶିତ ଏହି ରିପୋର୍ଟକୁ ଚଳିତ ବର୍ଷ ଇଜିପ୍ଟରେ ହେବାକୁ ଥିବା ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ଆଲୋଚନାରେ ଏକ ଡକ୍ୟୁମେଣ୍ଟ ଭାବରେ ବ୍ୟବହାର କରାଯିବ ବୋଲି କୁହାଯାଇଛି। ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ ଏଜେନ୍ସି ଦ୍ୱାରା ପ୍ରକାଶିତ ରିପୋର୍ଟ ଜଳବାୟୁ ସମସ୍ୟାର ମୁକାବିଲା କରିବାରେ ସହାୟକ ହୋଇପାରେ। ଅକ୍ଷୟ ଶକ୍ତି ପରିବର୍ତ୍ତନକୁ ତ୍ୱରାନୱିତ କରିବାକୁ ପଡିବ।

ଏଥି ସହିତ ଜୀବାଶ୍ମ ଇନ୍ଧନ ଉପରେ ଶକ୍ତି ପ୍ରଣାଳୀର ନିର୍ଭରଶୀଳତାକୁ ଦୂର କରିବାକୁ ପଡିବ ବୋଲି ସେ କହିଛନ୍ତି। ପୃଥିବୀର ବିଭିନ୍ନ ଗୁରୁତର ପାଣିପାଗ ଘଟଣାଗୁଡ଼ିକୁ ତାଲିକାଭୁକ୍ତ କରି ଡବ୍ଲ୍ୟୁଏମ୍‌ଓ କହିଛି ଯେ ଏହା ଯୋଗୁ ୨୦୨୧ ରେ ୧୦୦ ବିଲିୟନ ଡଲାରରୁ ଅଧିକ କ୍ଷତି ଘଟିଛି । ଖାଦ୍ୟ ସୁରକ୍ଷା ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଛି।

୨୦୨୧ ରେ ପୃଥିବୀର ସମୁଦ୍ର ପତ୍ତନ ଏକ ନୂତନ ରେକର୍ଡରେ ପହଞ୍ଚିଛି। ୨୦୧୩-୨୦୨୧ ବର୍ଷରେଏହା ହାରାହାରି ୪.୫ ମିଲିମିଟର ବୃଦ୍ଧି ପାଇଛି। ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକ ପାଇଁ ଏହା କିପରି ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ସଂସଦରେ ହାଇ ଭୋଲଟେଜ୍‌ ଡ୍ରାମା: ବିରୋଧୀ ବାଛିଲେ ପ୍ରଧାନମନ୍ତ୍ରୀ

ଇସଲାମାବାଦ୍‌,୩।୪:ପାକିସ୍ତାନର ସଂସଦରେ ରବିବାର ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆସିବାକୁ ଥିବା ଅନାସ୍ଥା ପ୍ରସ୍ତାବ ପାକିସ୍ତାନ ନ୍ୟାସନାଲ...

ପାକିସ୍ତାନରେ ପ୍ରଦର୍ଶିତ ହେବନାହିଁ କୌଣସି ଭାରତୀୟ ଚଳଚ୍ଚିତ୍ର

ଇସଲାମାବାଦ,୮।୮: ଏଣିକି ପାକିସ୍ତାନରେ କୌଣସି ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ ନାହିଁ ବୋଲି ସୂଚନା ମିଳିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟକ ଥିବା ଡ.ଫିରଦୋସ ଆଶିକ୍‌...

୨୦୨୧ ଶେଷ ସୁଦ୍ଧା ପୃଥିବୀରେ ଶତାୟୁଙ୍କ ସଂଖ୍ୟା ୬ ଲକ୍ଷ ଛୁଇଁବ

ଜେନେଭା,୨।୩: ସ୍ବାସ୍ଥ୍ୟ ସେବା ଓ ଚିକିତ୍ସା ବିଜ୍ଞାନର ବିକାଶ ଯୋଗୁ ଏବେ ପୃଥିବୀରେ ଶତାୟୁଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଫଳରେ ୧୦୦ ଅବା ୧୦୦ରୁ ଅଧିକ...

ପାକିସ୍ତାନରେ ପେଟ୍ରୋଲ-ଡିଜେଲ ୩୦ ଟଙ୍କା ବୃଦ୍ଧି, ଶହବାଜ ସରକାରଙ୍କୁ ଟାର୍ଗେଟ କରି ପୁଣିଥରେ ଭାରତକୁ ପ୍ରଶଂସା କଲେ ଇମ୍ରାନ

ଇସଲାମାବାଦ,୨୭ ।୫: ପାକିସ୍ତାନରେ ରାଜନୈତିକ ଓ ଆର୍ଥିକ ସଙ୍କଟ ମଧ୍ୟରେ ପେଟ୍ରୋଲ-ଡିଜେଲରେ ୩୦ ଟଙ୍କା ବୃଦ୍ଧି ହୋଇଛି । ପାକିସ୍ତାନରେ ଏବେ ଲୋକେ ପେଟ୍ରୋଲ ୧୭୯.୮୬...

ନୂଆ ସମ୍ବିଧାନ ପାଇଁ ରବିବାର ଜନମତ ସଂଗ୍ରହ…

ସାଣ୍ଟିଆଗୋ, ୩।୯ : ଚିଲିରେ ନୂଆ ସମ୍ବିଧାନ ଆପଣେଇବା ପାଇଁ ରବିବାର ଜନମତ ସଂଗ୍ରହ କରାଯିବ। ଗଣତାନ୍ତ୍ରିକ ବ୍ୟବସ୍ଥାର ଇତିହାସରେ ଏହି ସମ୍ବିଧାନକୁ ସ୍ବତନ୍ତ୍ର ବର୍ଣ୍ଣନା...

ଚଳିତ ବର୍ଷ ଇରାନରେ ୫୦୪ ଜଣଙ୍କୁ ମୃତ୍ୟୁଦଣ୍ଡ: ମାନବାଧିକାର ରିପୋର୍ଟ…

ତେହରାନ,୭।୧୨ : ଇରାନରେ ହିଜାବକୁ ନେଇ ଚାଲିଥିବା ବିରୋଧ ମଧ୍ୟରେ ଅତ୍ୟନ୍ତ ନିଷ୍ଠୁର ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ଏହି ଶିଆ ସଂଖ୍ୟାଗରିଷ୍ଠ...

ଜି-୭ ସମ୍ମିଳନୀ ସ୍ଥଗିତ: ପ୍ରଥମେ ଭାରତକୁ ନିମନ୍ତ୍ରଣ କରିବେ ଟ୍ରମ୍ପ

ଓ୍ବାଶିଂଟନ,୩୧।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ସୂଚନା ଦେଇଛନ୍ତି କି ଜି-୭ ସମ୍ମିଳନୀ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା। ତେବେ ଏହା ପୂର୍ବରୁ ସେ...

ଆମେରିକାରେ ସଂକ୍ରମଣର କେନ୍ଦ୍ରସ୍ଥଳ ପାଲଟିଛି ନ୍ୟୁୟର୍କ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୦।୪: କରୋନା ସଂକ୍ରମଣ ନେଇ ଆମେରିକାରେ ଆତଙ୍କ ଦେଖାଦେଇଛି। ଏଠାରେ କରୋନା ସଂକ୍ରମଣ ଯୋଗୁ ୧୧ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ...

Advertisement
Archives

Model This Week