ଜିପିଆର୍‌ଏସ୍‌ ବିନା ଖନନ: ଐତିହ୍ୟ କୀର୍ତ୍ତିରାଜି ନଷ୍ଟ

ପୁରୀ ଅଫିସ, ୧୯ା୫: ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଏମାର ମଠ। ଅତୀତରେ ଏହି ମଠ ପରିସରରୁ ରୁପା ଇଟା ବାହାରିଥିବାବେଳେ ଏବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଖନନ ସମୟରେ ପ୍ରାଚୀନ କାଳର ପଥର ନିର୍ମିତ ସିଂହମୂର୍ତ୍ତି ବାହାରିଛି। ତେବେ ମୂର୍ତ୍ତିଟି ଭାଙ୍ଗିଯାଇଥିବା ଏବଂ ଜିପିଆର୍‌ଏସ୍‌ ନ ହୋଇ ଖନନ ଯୋଗୁ ଐତିହ୍ୟ କୀର୍ତ୍ତିରାଜି ନଷ୍ଟ ହେଉଥିବା ସାଧାରଣରେ ଆଲୋଚନା ହେଉଛି। ଏ ନେଇ ପୁରୀ ସହରର କେତେଜଣ ବ୍ୟକ୍ତିବିଶେଷଙ୍କ ମତାମତ ଭିତ୍ତିକ ଉପସ୍ଥାପନା।

ସିଂହମୂର୍ତ୍ତି ମିଳିଥିବା ସ୍ଥାନରେ ପୂର୍ବରୁ ୩ ଗୃହ ଥିଲା
ଏମାର ମଠର ଯେଉଁ ସ୍ଥାନରୁ ଭଗ୍ନ ସିଂହମୂର୍ତ୍ତି ମିଳିଛି, ସେଠାରେ କେବେ ବି ଗୋଟିଏ ସିଂହମୂର୍ତ୍ତି ରହି ନ ଥିବ। କାରଣ ମନ୍ଦିରଗୁଡ଼ିକର ଦୁଇପାର୍ଶ୍ୱରେ ଦୁଇଟି ସିଂହମୂର୍ତ୍ତି ରହିଥାଏ। ଯେଉଁଠୁ ସିଂହ ମୂର୍ତ୍ତି ମିଳିଛି, ସେଠାରେ ପୂର୍ବରୁ ତିନୋଟି ଗୃହ ଥିଲା। ଗୋଟିଏ ମଠର ଗୁପ୍ତ ଉପାସନା ଗୃହ, ଆଉ ଗୋଟିଏ ଗୁପ୍ତ ଭଣ୍ଡାର ଘର ଏବଂ ଅନ୍ୟ ଘର ମଠ ମହନ୍ତମାନଙ୍କ ବ୍ୟବହୃତ ଲାଗି ଉଦ୍ଦିଷ୍ଟ ଥିଲା। ଏହି ଗୃହଗୁଡ଼ିକ ମଠର ତଳ ମହଲାରେ ଥିଲା। ଉକ୍ତ ଘରଗୁଡ଼ିକୁ ମଠର ମହନ୍ତ କିମ୍ବା ସ୍ବୀକୃତିପ୍ରାପ୍ତ ବ୍ୟକ୍ତିମାନେ ଆସୁଥିଲେ। ସେହିପରି ବିଶେଷ ଦିନଗୁଡ଼ିକରେ ଗୃହଗୁଡ଼ିକ ଖୋଲାଯାଇ ଉପାସନା କରାଯାଉଥିଲା। ତେବେ କାଳକ୍ରମେ ସିଂହଦ୍ୱାର ରାସ୍ତା ୧୪ ଫୁଟ ଉଚ୍ଚ ହେବା ପରେ ଗୃହଗୁଡ଼ିକ ଅଣ୍ଡର ଗ୍ରାଉଣ୍ଡ ହୋଇ ରହିଗଲା। ରାମାନୁଜ ଆଚାର୍ଯ୍ୟଙ୍କ ଶିଷ୍ୟମାନେ ତାଙ୍କର ୩ ଫୁଟ ୬ଇଞ୍ଚର ଏକ ସୁବର୍ଣ୍ଣ ମୂର୍ତ୍ତି ନିର୍ମାଣ କରି ଗୁପ୍ତ ଉପାସନା ଗୃହରେ ପୂଜା କରୁଥିଲେ। ମିଳିଥିବା ସିଂହମୂର୍ତ୍ତିଟି ସେହି ଉପାସନା ଗୃହର ଦ୍ୱାରଦେଶରେ ରହିଥିଲା। ଗୋଟିଏ ସିଂହମୂର୍ତ୍ତି ମିଳିଛି ମାନେ ଅନ୍ୟ ଗୋଟିଏ ସିଂହମୂର୍ତ୍ତି ନିଶ୍ଚିତ ଥିବ। ତେବେ ଅନ୍ୟ ମୂର୍ତ୍ତିଟି ଭାଙ୍ଗିଯାଇଛି କିମ୍ବା ପୋତି ହୋଇରହିଛି। କିନ୍ତୁ ବର୍ତ୍ତମାନ ସେ ସ୍ଥାନ ଧ୍ୱଂସ ହୋଇସାରିଛି। ଯଦି ଭାଙ୍ଗିଲା ସମୟରେ ଭିଡିଓଗ୍ରାଫି, ଡକ୍ୟୁମେଣ୍ଟାରି କିମ୍ବା ଫଟୋଗ୍ରାଫି ହୋଇଥିବ ତେବେ ସେଠାରେ ମୂର୍ତ୍ତି ଥିଲା କି ନାହିଁ, ଯଦି ଥିଲା ତାହା ସ୍ଥାନାନ୍ତରିତ ହୋଇଛି କି ନାହିଁ ପ୍ରଭୃତି ବିଷୟ ଜଣାପଡ଼ିବ। ମଠ ଭାଙ୍ଗିବା ସମୟରେ ସରକାରଙ୍କ କର୍ତ୍ତବ୍ୟ ହେଲା ଉକ୍ତ ଅଞ୍ଚଳର ଭିଡିଓଗ୍ରାଫି, ଫଟୋଗ୍ରାଫି ଏବଂ ଡକ୍ୟୁମେଣ୍ଟେଶନ କରିବା। ଯଦି ଭିଡିଓଗ୍ରାଫି କିମ୍ବା ଫଟୋଗ୍ରାଫି ହୋଇ ନ ଥିବ ତେବେ ତାହା ବିଷୟରେ ସବୁ ଜାଣିବା କଷ୍ଟକର। ସେହି ଭଣ୍ଡାର ଘରୁ ରୁପାଇଟା ମିଳିଥିଲା। ତେବେ ୪୫ରୁ ୫୦ ବର୍ଷ ତଳେ ରାମାନୁଜଙ୍କ ମୂର୍ତ୍ତି ରହିଥିଲା। ଯଦି ମାଟିତଳେ ଏହି ମୂର୍ତ୍ତି ପୋତି ହୋଇଥିବ ତେବେ ଖୋଳିଲା ବେଳେ ମିଳିପାରେ।
– ଡ. ସୁରେନ୍ଦ୍ର କୁମାର ମିଶ୍ର, ଗବେଷକ ତଥା ଐତିହ୍ୟ ବିଶାରଦ

ଖନନ ମାଟି କୁଆଡ଼େ ଗଲା
ପରିକ୍ରମା ପ୍ରକଳ୍ପ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ୭୫ ମିଟର ପରିସରରେ ଥିବା ମଠ ଓ ମନ୍ଦିରଗୁଡ଼ିକୁ ଭଙ୍ଗାଗଲା। ସେ ସମୟରେ ଏଏସ୍‌ଆଇର ଅନୁମତି ନିଆଯାଇ ନ ଥିଲା। ଏବେ ବି ଏଏସ୍‌ଆଇର ବିନା ଅନୁମତିରେ ନିର୍ମାଣ କାର୍ଯ୍ୟ ଚାଲିଛି। ବିଳମ୍ବିତ ରାତିରେ ମାଟି ଚାଲାଣ କରାଗଲା। ଖନନ ସମୟରେ ମାଟି ତଳୁ ଅନେକ କୀତ୍ତିରାଜି ଓ ମୂଲ୍ୟବାନ ସାମଗ୍ରୀ ମିଳି ନ ଥିବ ବୋଲି କହିହେବ ନାହିଁ। ତେବେ ଯେଉଁ ମାଟି ଖୋଳାଗଲା ତାହା କୁଆଡ଼େ ଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ସମସ୍ତ ଘଟଣା ଲୋକଲୋଚନକୁ ଆସିବା ଆବଶ୍ୟକ। ତେଣୁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ।
– ଦିଲୀପ ବରାଳ, ସାମାଜିକ କର୍ମୀ

ଏଏସ୍‌ଆଇ ଓ ସମ୍ପୃକ୍ତ ସଂସ୍ଥା ବିରୋଧରେ ଏତଲା ଦିଆଯିବ
ଓଡ଼ିଶାର ସମସ୍ତ ଐତିହ୍ୟ କୀର୍ତ୍ତିରାଜି ସଂରକ୍ଷଣ ଦାୟିତ୍ୱରେ ଏଏସ୍‌ଆଇ ରହିଛି। ତେବେ ପରିକ୍ରମା ଅଧୀନରେ ଶ୍ରୀମନ୍ଦିର ଚାରିପାଖରେ ଯେଉଁ ନିର୍ମାଣ କାର୍ଯ୍ୟ ଚାଲିଛି, ସେଥିପାଇଁ ରାଜ୍ୟ ସରକାର ଏବଂ ଏଏସ୍‌ଆଇ ମିଳିତ ଭାବେ ଦାୟୀ। ଖନନ ପୂର୍ବରୁ ଏଏସ୍‌ଆଇ ପକ୍ଷରୁ ଜିପିଆର୍‌ଏସ୍‌ କାହିଁକି କରାଯାଇ ନ ଥିଲା। ଯଦି ବିନା ଅନୁମତିରେ ଖନନ ଓ ନିର୍ମାଣ କାର୍ଯ୍ୟ ହେଉଛି, ତେବେ ଏଏସ୍‌ଆଇ କାହିଁକି ଟାଟା କମ୍ପାନୀ ଏବଂ ଓବିସିସି ବିରୋଧରେ ମାମଲା ରୁଜୁ କରୁନାହିଁ। ଖନନ ସମୟରେ ଏମାର ମଠ ପରିସରରୁ ପ୍ରାଚୀନ ସିଂହମୂର୍ତ୍ତି ବାହାରିବା ପରେ ଆଗକୁ ଅନେକ ଐତିହ୍ୟ କୀର୍ତ୍ତିରାଜି ଓ ମୂଲ୍ୟବାନ ଧାତୁ ବାହାରିବା ସମ୍ଭାବନା ସୃଷ୍ଟି ହୋଇଛି। ତେବେ କାର୍ଯ୍ୟ ପ୍ରଣାଳୀ ନେଇ ଏବେ ସାଧାରଣରେ ଅନେକ ପ୍ରଶ୍ନ ଉଠୁଛି। ବେଆଇନ କାର୍ଯ୍ୟରେ ଏଏସ୍‌ଆଇର ଭୂମିକା ଥିବା ସନ୍ଦେହ କରାଯାଉଛି। ତେଣୁ ଏଏସ୍‌ଆଇ ଏବଂ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ବିରୋଧରେ ଏତଲା ଦିଆଯିବ।
– ସୂର୍ଯ୍ୟନାରାୟଣ ରଥ, ଆବାହକ, ଶ୍ରୀଜଗନ୍ନାଥ ଭକ୍ତ ପରିଷଦ


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

ବିଜେଡି, କଂଗ୍ରେସର ଛିଣ୍ଡୁନି ଟିକେଟ ଅଙ୍କ

ଯାଜପୁର,୧୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ବଡ଼ଚଣା। ବୁଧବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ଯୋଗଦେଇ...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri