୪ ଜୀବନ ନେଲା ଦୁର୍ଘଟଣା

ଭଞ୍ଜନଗର/ବାଲିଗୁଡ଼ା,୧୦ା୭: ଗଞ୍ଜାମ ଓ କନ୍ଧମାଳ ଜିଲାରେ ବାଇକ୍‌ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଗଞ୍ଜାମ ଜିଲା ଭଞ୍ଜନଗର ଖ୍ରୀଷ୍ଟିୟାନ ସାହିର ଅଭିଷେକ୍‌ ଗୌଡ଼, କଇଣ୍ଡିର ଆଲୋକ ସ୍ବାଇଁ ଓ କନ୍ଧମାଳ ଜିଲା ବାଲିଗୁଡ଼ା ଥାନା କୁଟିକିଆ ଅଞ୍ଚଳର ସୁନିଲ ଦିଗାଲ, ସୁମନ୍ତ ପାତ୍ର।

ପ୍ରକାଶ ଯେ, ଆଲୋକ ରାତିରେ ଭଞ୍ଜନଗରରୁ ନିଜ ଗ୍ରାମ କଇଣ୍ଡିକୁ ବାଇକ୍‌ ଯୋଗେ ଫେରୁଥିଲେ। ଭଞ୍ଜନଗର ଆସିକା ମୁଖ୍ୟରାସ୍ତାର ଅଗଝୋଳ ପେଟ୍ରୋଲ ଟାଙ୍କି ସମ୍ମୁଖରେ ବିପରୀତ ଦିଗରୁ ବ୍ରହ୍ମପୁରରୁ ସ୍କୁଟି ଧରି ଆସୁଥିବା ଅଭିଷେକଙ୍କ ସହ ଆଲୋକଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ଆଲୋକଙ୍କୁ ମୃତ ଘୋଷଣା କରିଥିଲେ। ଅଭିଷେକଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଶୁକ୍ରବାର ବିଳମ୍ବିତ ରାତିରେ ସୁନିଲ ଓ ସୁମନ୍ତ ଏକ ବାଇକ୍‌ରେ ବାଲିଗୁଡ଼ାରୁ କୁଟିକିଆ ଯାଉଥିଲେ। ବୁଡ୍ରୁକିଆ ପଞ୍ଚାୟତର ମାଦିନାଟ ନିକଟସ୍ଥ ଘାଟିରେ ଗାଡ଼ି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ଶନିବାର ବାଲିଗୁଡ଼ା ପୋଲିସ ଓ ଦମକଳ ବାହିନୀ ପହଞ୍ଚତ୍ ୨ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଟ୍‌ର ଶିକାର ହେଉଛନ୍ତି ଫାଇନାନ୍ସ କର୍ମଚାରୀ

ଛତ୍ରପୁର,୮ା୮(ଡି.ଏନ.ଏ)-ବିଭିନ୍ନ ସମୟରେ ମାଇକ୍ରୋ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ନିକଟସ୍ଥ ବ୍ୟାଙ୍କକୁ ଟଙ୍କା ନେଇ ଗଲାବେଳେ ଲୁଟର ଶିକାର ହେଉଥିବା ନ ନଜିର ରହିଛି ା କମ୍ପାନୀ...

ଦୁଇ ଦିନରେ ୧୨ହଜାର ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ,୬ା୭-ଯୁକ୍ତ ଦୁଇ ଶ୍ରେଣୀରେ ନାମଲେଖା ବୁଧବାରଠାରୁ ଆରମ୍ଭ ହୋଇଯାଇଛି । ଗୁରୁବାର ରଥଯାତ୍ରା ଯୋଗୁ ସରକାରୀ କଲେଜଗୁଡ଼ିକ ଛୁଟି ଥିଲା। ଏଣୁ ନାମଲେଖା ବନ୍ଦ...

ପ୍ରବାସୀ ଭାରତୀୟଙ୍କୁ ଗାଁ ଚିନ୍ତା

ବରଗଡ଼ ଅଫିସ୍,୪।୪- ବରଗଡ଼ ଜିଲା ଅତାବିରା ବ୍ଳକ ଅନ୍ତର୍ଗତ ବାବେବିରା ଗ୍ରାମର ପ୍ରଫେସର କ୍ଷୀରସାଗର ନାଏକ କାନାଡ଼ାର ୱାଟର ଲୁ ୟୁନିଭର୍ସିଟିର ଇଲେକ୍ଟ୍ରିକାଲ୍ ଓ କମ୍ପ୍ୟୁଟର...

ଇଏମ୍‌ସିଏଲ୍‌+ ସ୍କଲାରଶିପ୍‌ ପାଇଲେ ଓଡ଼ିଶା ଛାତ୍ରୀ ସ୍ବସ୍ତିକା

ଭୁବନେଶ୍ୱର,୨୬।୫(ବ୍ୟୁରୋ)-  ୟୁନିଭର୍ସିଟି ଅଫ୍‌ ଗ୍ରନିଙ୍ଗ୍‌ଜେନ୍‌ ତରଫରୁ ପ୍ରଦାନ କରାଯାଉଥିବା ୟୁରୋପିଆନ୍‌ ମାଷ୍ଟର୍ସ ଇନ୍‌ କ୍ଲିନିକାଲ୍‌ ଲିଙ୍ଗୁଇଷ୍ଟିକ୍‌(ଇଏମ୍‌ସିଏଲ୍‌+) ପ୍ରୋଗ୍ରାମ ସ୍କଲାରଶିପ୍‌ ପାଇବାକୁ ମନୋନୀତ ହୋଇଛନ୍ତି ଓଡ଼ିଶାର ସ୍ବସ୍ତିକା...

ବୁଦାମୂଳରୁ ମିଳିଲା ନରକଙ୍କାଳ, ପୋଲିସର ତନାଘନା ଜାରି

ରାୟଗଡ଼ା ଅଫିସ,୧।୫: ୩୨୬ ନମ୍ବର ଜାତୀୟ ରାଜପଥ ରାୟଗଡା ଜେକେପୁର ମୁଖ୍ୟ ରାସ୍ତାର ରିଲାଏନ୍ସ ମଲ୍‌ ନିକଟ ଇଣ୍ଡିଆନ ପେଟ୍ରୋଲ ପମ୍ପ ସମ୍ମୁଖ ଅନ୍ନପୂର୍ଣ୍ଣା ରାଇସ...

ଓଡ଼ିଶା ଅଭିମୁଖେ ଜଗା-କାଳିଆ: ପହଞ୍ଚିବା ପରେ ଏସ୍‌ସିବି ଯିବେ

ଭୁବନେଶ୍ୱର, ୬।୯(ବ୍ୟୁରୋ): ଶୁକ୍ରବାର ଦିଲ୍ଲୀ ଏମ୍‌ସ ଛାଡ଼ିଛନ୍ତି ଜଗା -କାଳିଆ। ଡାକ୍ତରଙ୍କ ପ୍ରେସ୍‌ମିଟ୍‌ ପରେ ସେମାନେ ଏମ୍‌ସରୁ ବାହାରିଛନ୍ତି। ସ୍ବତନ୍ତ୍ର ଆମ୍ବୁଲାନ୍ସରେ ସେମାନଙ୍କୁ ଏମ୍‌ସରୁ ରେଳ...

ପ୍ରଦର୍ଶନୀ ପଡ଼ିଆ ଏବେ ଜନଜାତି ଗାଁ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ଓଡ଼ିଆ ସଂସ୍କୃତିରେ ଜନଜାତି କଳା, ନୃତ୍ୟ ଓ ସଙ୍ଗୀତର ସ୍ବତନ୍ତ୍ର ଗୁରୁତ୍ୱ ରହିଛି। ଆଦିବାସୀ ସଂସ୍କୃତିର ବିବିଧତା ଆମ ସଂସ୍କୃତିକୁ ଅଧିକ ଆକର୍ଷଣୀୟ କରିଛି।...

ଆଜି ବି ୬ ହଜାର ଉପରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଗୁରୁବାର ରାଜ୍ୟରେ ୬୯୯୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷେ, ଲଗାତାର କିଛି ଦିନ ଧରି...

Advertisement
Archives

Model This Week