ଦୁର୍ଘଟଣା ଯୋଗୁ ୪ଲକ୍ଷ କୋଟିର ଆର୍ଥିକ କ୍ଷତି

ଯାଜପୁର ଅଫିସ,୩ା୨:ରାଜ୍ୟରେ ଗତ ଏକ ଦଶନ୍ଧି ମଧ୍ୟରେ ୧୫ରୁ ୪୫ ବୟସର ପ୍ରାୟ ୪୫ ହଜାର ଲୋକଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଛି। ସିଆଇଡି ଏବଂ କ୍ରାଇମବ୍ରାଞ୍ଚର ରିପୋର୍ଟ ଅନୁସାରେ ୨୦୨୨ ଜାନୁୟାରୀରୁ ନଭେମ୍ବର ପର୍ଯ୍ୟନ୍ତ ୪,୯୦୮ ଜଣଙ୍କ ଅକାଳରେ ଜୀବନ ଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୁବବର୍ଗ ଅଛନ୍ତି ା ଅନ୍ୟପକ୍ଷେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପରିବାରର ଏକମାତ୍ର ଉପାର୍ଜନକ୍ଷମ ବ୍ୟକ୍ତି । ତେଣୁ ଦୁର୍ଘଟଣାଜନିତ ମୃତ୍ୟୁ, ଆହତ ଏବଂ ଭିନ୍ନକ୍ଷମ ଯୋଗୁ ଅର୍ଥନୈତିକ କ୍ଷତି ବଢିବାରେ ଲାଗିଛି। ଏହି କ୍ରମରେ ୱାର୍ଲଡ ବ୍ୟାଙ୍କ ରିପୋର୍ଟ ଅନୁସାରେ ଦେଶରେ ୩.୧୪% ଜିଡିପି ଅର୍ଥାତ୍‌ ବାର୍ଷିକ ୪ ଲକ୍ଷ କୋଟି ଟଙ୍କା କ୍ଷତି ହେଉଛି। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ଦୁର୍ଘଟଣା ହ୍ରାସ କରିବାକୁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି। କିନ୍ତୁ ଦାୟିତ୍ୱରେ ରହୁଥିବା ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ) ଏବଂ ପୋଲିସ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଏବଂ ଆନ୍ତରିକତାର ଅଭାବ ଯୋଗୁ ଦୁର୍ଘଟଣା ସଂଖ୍ୟା କମିବା ପରିବର୍ତ୍ତେ ଦ୍ରୁତହାରରେ ବଢୁଥିବା ମତପ୍ରକାଶ ପାଇଛି। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ ଏପ୍ରିଲ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜିରୋ ଫାଟାଲିଟି ଉଇକ୍‌ ବା ଦୁର୍ଘଟଣାଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ କରିବାକୁ ନିଷ୍ପତ୍ତି ହୋଇଛି।
ରିପୋର୍ଟ ଅନୁସାରେ ରାଜ୍ୟରେ ୨୦୨୧ ଜାନୁୟାରୀରୁ ନଭେମ୍ବର ପର୍ଯ୍ୟନ୍ତ ୯,୮୮୦ଟି ଦୁର୍ଘଟଣାରେ ୪,୪୯୯ ଲୋକଙ୍କ ମତ୍ୟୁ ହୋଇଥିଲାବେଳେ ୮,୮୬୭ ଜଣ ଆହତ ହୋଇଥିଲେ। ୨୦୨୨ ଜାନୁୟାରୀରୁ ନଭେମ୍ବର ପର୍ଯ୍ୟନ୍ତ ୧୨,୫୯୨ଟି ଦୁର୍ଘଟଣାରେ ୪,୯୦୮ ଜଣଙ୍କ ମୃତ୍ୟୁ ଏବଂ ୯,୩୭୯ ଲୋକ ଆହତ ହୋଇଛନ୍ତି। ଅର୍ଥାତ୍‌ ଏହି ୧ ବର୍ଷରେ ୨,୭୧୨ରୁ ଊର୍ଦ୍ଧ୍ୱ ଦୁର୍ଘଟଣାରେ ୪୦୯ ଜଣଙ୍କ ମୃତ୍ୟୁ ଘଟିଛି। ଏଠାରେ ଯାଜପୁର ଜିଲାକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ଜିଲାରେ ୨୦୨୧ ଜାନୁୟାରୀରୁ ନଭେମ୍ବର ପର୍ଯ୍ୟନ୍ତ ୪୪୯ଟି ଦୁର୍ଘଟଣାରେ ୨୧୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହାର ୧ ବର୍ଷ ପରେ ଅର୍ଥାତ୍‌ ୨୦୨୨ ଜାନୁୟାରୀରୁ ନଭେମ୍ବର ମଧ୍ୟରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇ ୫୨୮ରେ ପହଞ୍ଚିଛି। ମୃତ୍ୟୁସଂଖ୍ୟା ୨୧୦ ରୁ ୨୦୦କୁ ପହଞ୍ଚିଥିବା ବେଳେ ଦୁର୍ଘଟଣା ହାର ୧୭.୫୯%କୁ ବଢିଛି। ଏହାର ଅନ୍ୟତମ ପ୍ରମୁଖ କାରଣ ହୋଇଛି ଚଣ୍ଡୀଖୋଲ ଆରଟିଓରେ ବ୍ୟାପକ ଅନିୟମିତତା। ଆରଟିଓ କର୍ତ୍ତୃପକ୍ଷଙ୍କ ଲାଭଖୋର ମନୋଭାବ ଯୋଗୁ ୧୬ ଏବଂ ୫୩ନଂ. ଜାତୀୟ ରାଜପଥରେ ଚଳାଚଳ କରୁଥିବା ଗାଡ଼ିରେ ଫିଟନେସ ଅଭାବ ଏବଂ ଓଭରଲୋଡିଂ ଗାଡିଗୁଡିକ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହେଉଥିବା ନଜିର ରହିଛି। ୧୬ ନଂ. ଜାତୀୟ ରାଜପଥର ନବନୀତ ହୋଟେଲ ସମ୍ମୁଖରେ ୩୦ା୪ା୨୦୨୨ ତାରିଖ ରାତିରେ ଏକ ଟ୍ରକ ପଛରେ ୧୦୮ ଆମ୍ବୁଲାନ୍ସ ପିଟି ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ବଡ଼ଚଣା ଥାନାଧିକାରୀ ଓଭରଲୋଡିଂ ଏହି ଦୁର୍ଘଟଣାର ପ୍ରମୁଖ କାରଣ ବୋଲି ଦର୍ଶାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଭିତିରି ବୁଝାମଣା କରି ଚାପି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏବେ ଏହି ଆରଟିଓ ଅଧୀନରେ ଆଉ ଏକ ଅନିୟମିତତା ହେଉଥିବା ଖବର ମିଳିଛି। ପ୍ରତିମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଶିଳ୍ପାଞ୍ଚଳ ଡୁବୁରୀ ନିକଟରେ ଆରଟିଓ କ୍ୟାମ୍ପ ହେଉଛି। ସେଠାରେ ଫିଟନେସ ନ ଥିବା ଟ୍ରକଗୁଡିକୁ ଯାଞ୍ଚ କରି ୨ ହଜାର ଟଙ୍କା ଲେଖାଏଁ ଚାନ୍ଦା ଆଦାୟ କରାଯାଉଛି। ଦିନକୁ ପ୍ରାୟ ୬୦ ରୁ ୮୦ଟି ଟ୍ରକ ଏଭଳି ଯାଞ୍ଚ ହେଉଥିବା ଅଭିଯୋଗ ହେଉଛି। ଚଣ୍ଡିଖୋଲ ଆରଟିଓରେ ପୂର୍ବଭଳି ଆରଟିଓ, ଏମ୍‌ଭିଆଇ(ମୋଟର ଭେହିକିଲ ଇନ୍ସପେକ୍ଟର) ଓ ସହକାରୀ ଏମ୍‌ଭିଆଇଙ୍କ ଛତ୍ରଛାୟା ତଳେ ରହି କେତେଜଣ ମଧ୍ୟସ୍ଥ ଏଥିରେ ସହଯୋଗ କରୁଛନ୍ତି। ଏ ସଂକ୍ରାନ୍ତରେ ଚଣ୍ଡିଖୋଲ ଆରଟିଓ ସମ୍ବିତ କୁମାରଙ୍କ ମତାମତ ନେବାକୁ ଗୁରୁବାର ରାତି ପ୍ରାୟ ୭ଟା ୩୭ ମିନିଟରେ ତାଙ୍କ ମୋବାଇଲକୁ ଯୋଗାଯୋଗ କରାଯାଇଥିଲା ା ହେଲେ ସେ ଫୋନ କଲ ଗ୍ରହଣ କରି ନ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ା

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?