Posted inଜାତୀୟ

୪ ଖଲିସ୍ତାନୀ ଆତଙ୍କବାଦୀ ଗିରଫ, ଏକେ-୪୭ ଜବତ…

ସୋନିପତ୍‌, ୨୦।୨ : ହରିୟାଣାର ସୋନିପତ୍‌ରୁ ୪ ଜଣ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଏକେ-୪୭ ସହିତ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ରାଜ୍ୟ ପୋଲିସର ଅପରାଧ ଯାଞ୍ଚ୍‌ ଏଜେନ୍ସି(ସିଆଇଏ) ପକ୍ଷରୁ ଗୁପ୍ତ ସୂଚନା ଆଧାରରେ ଚଢ଼ାଉ କରାଯାଇଥିଲା।

ସମସ୍ତ ଆତଙ୍କବାଦୀ ହରିୟାଣାର ସୋନିପତ୍‌ର ବାସିନ୍ଦା। ସେମାନଙ୍କଠାରୁ ଗୋଟିଏ ସ୍ବୟଂଚାଳିତ ଏକେ-୪୭, ଚାରୋଟି ବିଦେଶୀ ପିସ୍ତଲ, ଗୋଟିଏ ଦେଶୀ ପିସ୍ତଲ ଏବଂ ୫୬ ଜୀବନ୍ତ କାର୍ଟ୍ରିଜ ଜବତ କରାଯାଇଛି ।

ଗିରଫ ଅଭିଯୁକ୍ତମାନଙ୍କୁ ସୁନୀଲ ଓରଫ ପହେଲୱାନ, ଜତିନ, ସାଗର ଓରଫ ଜୁନା ଏବଂ ସୁରେନ୍ଦ୍ର ଓରଫ୍‌ ସୋନୁ ବୋଲି ଚିହ୍ନଟ କରାଯାଇଛି। ପଞ୍ଜାବ ଏବଂ ଅନ୍ୟାନ୍ୟ ସ୍ଥାନରେ ଏହି ଚାରିଜଣ ଟାର୍ଗେଟରେ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରୁଥିବା ପୋଲିସ କହିଛି। ଅଭିଯୁକ୍ତମାନେ ସୋସିଆଲ ମିଡିଆ ଜରିଆରେ ଖଲିସ୍ତାନ ଟାଇଗର ଫୋର୍ସ ଏବଂ ଅନ୍ତର୍ଜାତୀୟ ଶିଖ ୟୁଥ ଫେଡେରେଶନ ସହିତ ଯୋଗାଯୋଗ କରିଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ସୋନିପତ୍‌ ପୋଲିସ ଅଧୀକ୍ଷକ ରାହୁଲ ଶର୍ମା କହିଛନ୍ତି ସମ୍ପୃକ୍ତ ଆତଙ୍କବାଦୀଙ୍କ ଆପରାଧିକ ରେକର୍ଡ ଥିବା ବିଷୟରେ ହରିୟାଣା ପୋଲିସ ପଞ୍ଜାବ ପୋଲିସ ଏବଂ ଗୁପ୍ତଚର ବିଭାଗରୁ କେତେକ ସୂଚନା ମିଳିଛି। ସେ କହିଛନ୍ତି ଯେ ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ଗୋଷ୍ଠୀ ଏହି ଲୋକଙ୍କୁ ଟାର୍ଗେଟ ହତ୍ୟା କରିବା ସହିତ ପଞ୍ଜାବ ତଥା ଅନ୍ୟାନ୍ୟ ସ୍ଥାନରେ ଆତଙ୍କ ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର ରଚିଥିଲେ।

ବେଆଇନ ଅସ୍ତ୍ରଗୁଡିକ ଖାଲିସ୍ତାନୀ ଆତଙ୍କବାଦୀମାନେ ଅଭିଯୁକ୍ତଙ୍କୁ ଯୋଗାଇ ଦେଇଛନ୍ତି ଏବଂ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଲକ୍ଷ ଲକ୍ଷ ଟଙ୍କା ଜମା କରାଯାଇଛି। ଏଥିସହ ସେମାନେ ଖାଲିସ୍ତାନ ଟାଇଗର ଫୋର୍ସ, ଅନ୍ତର୍ଜାତୀୟ ଶିଖ ୟୁଥ ଫେଡେରେଶନର ବିଶିଷ୍ଟ ନେତା ଗୁରୁଜନ୍ତ ସିଂ ଓରଫ୍‌ ଜନତା ଅଷ୍ଟ୍ରେଲିଆ ଏବଂ ଅର୍ଶଦୀପ ସିଂ ଡାଲା, ହରଦୀପ୍‌ ସିଂ ନିଜ୍ଜରଙ୍କ ସହ ସୋସିଆଲ ମିଡିଆ ମାଧ୍ୟମରେ ଯୋଗାଯୋଗରେ ଥିଲେ।

ପଞ୍ଜାବର ଉଦାମପୁର କାଲାଂ ଗ୍ରାମରେ ଖଲିସ୍ତାନ ସମର୍ଥକ ଆତଙ୍କବାଦୀଙ୍କ ନିର୍ଦ୍ଦେଶରେ ଅବତାର ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି। ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଧାରା ଅନ୍ତର୍ଗତ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। କୋର୍ଟରେ ହାଜର କରିବା ପରେ ସେମାନଙ୍କୁ ପୋଲିସ ରିମାଣ୍ଡରେ ନିଆଯିବ। ଏହି ଘଟଣାରେ ଅଧିକ ଅନୁସନ୍ଧାନ ଜାରି ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ଭାରତ ପରି ପାକିସ୍ତାନରେ ବି ମିଳେ ମାଗଣା ରାସନ; ନଗଦ ଟଙ୍କାକୁ ଚାଉଳ,ଅଟା-ଚିନି…

ନୂଆଦିଲ୍ଲୀ,୨୯।୮: ଭାରତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଥାଏ, ଯାହା ଉପରେ ସରକାର ବାର୍ଷିକ…

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri