୪ ସାଙ୍ଗଙ୍କଠାରୁ ମିଳିବ ତଥ୍ୟ

ଭୁବନେଶ୍ୱର,(ବ୍ୟୁରୋ)୨୬ା୮:ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାରସ୍ଥିତ ଇନ୍‌ଫୋସିଟି ଗ୍ରୀନ୍‌ ଆପାର୍ଟମେଣ୍ଟରେ ରହୁଥିବା ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ(୨୬)ଙ୍କ ଆତ୍ମହତ୍ୟା ଘଟଣାକୁ ୮ ଦିନ ବିତିଛି। ହେଲେ ପୋଲିସ କିଛି ଠୋସ୍‌ ପ୍ରମାଣ ନ ପାଇବାରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇପାରୁନାହିଁ। ଏପରି ସ୍ଥିତିରେ ଶ୍ୱେତାଙ୍କ ପରିବାର ଲୋକ ଗୁରୁବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କୁ ଭେଟି ନ୍ୟାୟ ଦାବି କରିବା ସହ ତଦନ୍ତରେ ସହାୟକ ହେବା ପାଇଁ କିଛି ବଳିଷ୍ଠ ତଥ୍ୟ ମଧ୍ୟ ଦେଇଛନ୍ତି। ଶ୍ୱେତାଙ୍କ ବାପା ସୁଶାନ୍ତ ଦାଶ, ଭାଇ ପାଟ୍ରିଅଟ୍‌ ସେର୍‌ ଏବଂ ମା’ ମଧ୍ୟାହ୍ନରେ ଡିସିପି ଅଫିସ ଯାଇଥିଲେ। ସେଠାରେ ସେମାନେ ଶ୍ୱେତାଙ୍କ ୪ଘନିଷ୍ଠ ସାଙ୍ଗଙ୍କ ପରିଚୟ, ଫୋନ ନମ୍ବର ଏବଂ ସେମାନଙ୍କ ଠିକଣା ଦେଇଛନ୍ତି। ଉପରୋକ୍ତ ସାଙ୍ଗଙ୍କୁ ପଚରାଉଚରା କଲାପରେ ଶ୍ୱେତାଙ୍କୁ ସୌମ୍ୟଜିତ୍‌ ବ୍ଲାକମେଲ କରୁଥିବା ସମ୍ପର୍କରେ କିଛି ପ୍ରମାଣ ମିଳିବ ବୋଲି ସେମାନେ କହିଛନ୍ତି। ଏଥିସହ ଶ୍ୱେତାଙ୍କ ଲାପଟପ୍‌ ଓ ମୋବାଇଲରେ ଥିବା ତଥ୍ୟକୁ ଆଧାର କରି ତଦନ୍ତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ତେବେ ଏନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ପ୍ରତିଶ୍ରୁତି ଦେଇଥିବା ଶ୍ୱେତାଙ୍କ ଭାଇ ପାଟ୍ରିଅଟ୍‌ ସେର୍‌ ଦାଶ କହିଛନ୍ତି।
ଏମ୍‌ବିଏ କଲାପରେ ଅଣଦେଖା କରିଥିଲେ: ଶ୍ୱେତାଙ୍କ ସାଙ୍ଗ
ଘଟଣାକୁ ନେଇ ଶ୍ୱେତାଙ୍କ ବନ୍ଧୁ ପ୍ରୀତିଶ ନାୟକ ଗଣମାଧ୍ୟମକୁ କହିଛନ୍ତି, ଗତ ୬ ମାସ ତଳେ ଉଭୟଙ୍କ ସମ୍ପର୍କରେ କିଛି ତିକ୍ତତା ରହୁଥିଲା। ଏନେଇ ଶ୍ୱେତା ତାଙ୍କ ମା’ବାପାଙ୍କୁ ମଧ୍ୟ ଜଣାଇଥିଲେ। ଏହାପରେ ଶ୍ୱେତାଙ୍କ ପିରବାର ଲୋକ ସମ୍ବଲପୁରସ୍ଥିତ ସୌମ୍ୟଜିତ୍‌ଙ୍କ ଘରକୁ ଯାଇ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ। କିଛି ସମସ୍ୟାର ମଧ୍ୟ ସମାଧାନ ହୋଇଯାଇଥିଲା। ହେଲେ ଅଗଷ୍ଟ ପ୍ରଥମ ସପ୍ତାହରେ ଶ୍ୱେତାଙ୍କ ସହ ଶେଷକଥା ହେବା ବେଳେ ସେ ବିବାହକୁ ନେଇ ଚିନ୍ତାରେ ଥିବା ଜଣାପଡ଼ିଥିଲା। ବିବାହ ସର୍ତ୍ତରେ ସୌମ୍ୟଜିତଙ୍କ ସହ ଶ୍ୱେତା ପ୍ରେମ ସମ୍ପର୍କ ରଖିଥିଲେ। ହେଲେ ସୌମ୍ୟଜିତ୍‌ ଏମ୍‌ବିଏ ପଢ଼ିବାକୁ ଏକ୍ସଆଇଏମ୍‌ବି ଗଲାପରେ ଶ୍ୱେତାଙ୍କୁ ଅଣଦେଖା କରିବା ଆରମ୍ଭ କରିଥିଲେ ବୋଲି ସେ କହିଛନ୍ତି।
ହାତ ଲେଖା ଡାଏରୀରେ ପ୍ରେମ ବଞ୍ଚାଇବାର ଲେଖା
ଶ୍ୱେତା ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ତାଙ୍କ ଡାଏରୀରେ ଇଂଲିଶରେ ଲେଖାଥିବା ଏକ ପୃଷ୍ଠା ଏବେ ଭାଇରାଲ ହେବାରେ ଲାଗିଛି। ସେଥିରେ ଲେଖାଯାଇଛି, ସେ ମୋତେ ତାଙ୍କ ପତ୍ନୀ ଭାବେ ଗ୍ରହଣ କରୁଛନ୍ତି। ସେ ନମ୍ରଭାବ ପ୍ରଦର୍ଶନ କରିବା ସହ ମୋତେ ଏବଂ ମୋ ବାପା, ମା’ଙ୍କୁ ସମ୍ମାନ ଜଣାଉଛନ୍ତି। ହେ ପ୍ରଭୁ ଆମ ସମ୍ପର୍କ ଯେଭଳି ଆହୁରି ପ୍ରେମମୟ ହୋଇଉଠିବ ଏବଂ ମଜଭୁତ ହେବ, ସେଥିପାଇଁ ସବୁବେଳେ ଆଶୀର୍ବାଦ କରୁଥାନ୍ତୁ। ଦିନକୁ ଦିନ ସୌମ୍ୟଜିତ ମହାପାତ୍ର ମତେ ଅଧିକ ଭଲ ପାଉଛନ୍ତି ଏବଂ ଆମ ସମ୍ପର୍କର ବନ୍ଧନ ଆହୁରି ଦୃଢ଼ ହେବାକୁ ଯାଉଛି। ହେ ପ୍ରଭୁ ଆମର ପ୍ରତ୍ୟେକଟି ସମସ୍ୟାର ସମାଧାନ ଦିଗରେ ସହାୟ ହୁଅନ୍ତୁ।”ସୌମ୍ୟଜିତ୍‌ ଲଭ୍ସ ଶ୍ୱେତା” ତେବେ ଏହି ଲେଖା କେବେର ଜଣାପଡ଼ି ନ ଥିବା ବେଳେ ଶ୍ୱେତା କିନ୍ତୁ ସୌମ୍ୟଜିତଙ୍କୁ ସତ ପ୍ରେମ କରୁଥିଲେ ଏବଂ ତାଙ୍କ ପ୍ରେମ ସମ୍ପର୍କକୁ ବଞ୍ଚାଇ ରଖିବାକୁ ଚାହୁଁଥିଲେ ବୋଲି ଏଥିରୁ ଜଣାପଡ଼ୁଛି।
ଭାଇରାଲ ହେଉଛି ଶ୍ୱେତା ପଠାଇଥିବା ହ୍ବାଟ୍ସଆପ୍‌ ମେସେଜ୍‌
ମୃତ୍ୟୁ ପୂର୍ବରୁ ସୌମ୍ୟଜିତଙ୍କ ମା’ଙ୍କୁ ଶ୍ୱେତା ହ୍ବାଟ୍ସଆପ୍‌ରେ ପଠାଇଥିବା ମେସେଜ୍‌ର ଏକ ସ୍କ୍ରିନ୍‌ଶଟ୍‌ ମଧ୍ୟ ଭାଇରାଲ ହେଉଛି। ସୌମ୍ୟଜିତ ତାଙ୍କୁ ପ୍ରେମ ବିଚ୍ଛେଦ କରିଥିବାରୁ ତାଙ୍କ ପାଇଁ ଖର୍ଚ୍ଚ କରିଥିବା ଟଙ୍କା ଫେରାଇବାକୁ ମା’ ଙ୍କୁ ଶ୍ୱେତା କହୁଛନ୍ତି। ଏଥିସହ କିଛି ଫଟୋ ଭାଇରାଲ କରିଦେବାର ସୌମ୍ୟଜିତ କାହିଁକି ଧମକ ଦେଉଛି ବୋଲି ଶ୍ୱେତା ପ୍ରଶ୍ନ କରିଛନ୍ତି।
୨ ଦିନ ହେଲା ସୌମ୍ୟଜିତ୍‌ଙ୍କ ଘରେ ତାଲା
ଶ୍ୱେତାଙ୍କ ଆତ୍ମହତ୍ୟା ପାଇଁ ସୌମ୍ୟଜିତ୍‌ଙ୍କୁ ଦାୟୀ କରାଯାଉଥିବାବେଳେ ତାଙ୍କର କିନ୍ତୁ ଦେଖା ମିଳୁନାହିଁ। ସମ୍ବଲପୁର ଜିଲା ଅଇଁଠାପାଲ୍ଲୀ ଥାନା ଅନ୍ତର୍ଗତ ବଂଶୀଧରନଗରସ୍ଥିତ ଘରୁ ସୌମ୍ୟଜିତ୍‌ ସୋମବାର ରାତି ପ୍ରାୟ ୧୦ଟା୦୬ରେ ଏକ ବାଇକରେ ଜଣେ ଯୁବକଙ୍କ ସହ କେଉଁଆଡ଼େ ଚାଲିଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା। ତେବେ ଗତ ୨ଦିନ ହେଲା ଉକ୍ତ ଘର ତାଲା ପଡ଼ିଛି। ତେଣୁ ପୂରା ପରିବାର କେଉଁ ଆଡ଼େ ଚାଲିଯାଇଥିବା ସନ୍ଦେହ କରାଯାଉଛି।
ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ସୌମ୍ୟ
କଟକ ଅଫିସ,୨୫ା୮: ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉକତ୍ଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ଗିରଫଦାରିରୁ ବର୍ତ୍ତିବା ପାଇଁ ତାଙ୍କର ବୟଫ୍ରେଣ୍ଡ ଇଞ୍ଜିନିୟର ସୌମ୍ୟଜିତ ମହାପାତ୍ର ଗୁରୁବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇବା ଲାଗି ହାଇକୋର୍ଟରେ ଆବେଦନ କରିଛନ୍ତି। ସୂଚନାଯୋଗ୍ୟ, ଶ୍ୱେତାଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ପକ୍ଷରୁ ସୌମ୍ୟଜିତଙ୍କ ବିରୋଧରେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନାରେ ଦାଏର ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ ହୋଇଛି। ଏଣୁ ସୌମ୍ୟଜିତ୍‌ ଆଗୁଆ ଜାମିନ ପାଇଁ ଆବେଦନ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?