୪ ସାଙ୍ଗଙ୍କଠାରୁ ମିଳିବ ତଥ୍ୟ

ଭୁବନେଶ୍ୱର,(ବ୍ୟୁରୋ)୨୬ା୮:ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାରସ୍ଥିତ ଇନ୍‌ଫୋସିଟି ଗ୍ରୀନ୍‌ ଆପାର୍ଟମେଣ୍ଟରେ ରହୁଥିବା ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ(୨୬)ଙ୍କ ଆତ୍ମହତ୍ୟା ଘଟଣାକୁ ୮ ଦିନ ବିତିଛି। ହେଲେ ପୋଲିସ କିଛି ଠୋସ୍‌ ପ୍ରମାଣ ନ ପାଇବାରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଇପାରୁନାହିଁ। ଏପରି ସ୍ଥିତିରେ ଶ୍ୱେତାଙ୍କ ପରିବାର ଲୋକ ଗୁରୁବାର ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କୁ ଭେଟି ନ୍ୟାୟ ଦାବି କରିବା ସହ ତଦନ୍ତରେ ସହାୟକ ହେବା ପାଇଁ କିଛି ବଳିଷ୍ଠ ତଥ୍ୟ ମଧ୍ୟ ଦେଇଛନ୍ତି। ଶ୍ୱେତାଙ୍କ ବାପା ସୁଶାନ୍ତ ଦାଶ, ଭାଇ ପାଟ୍ରିଅଟ୍‌ ସେର୍‌ ଏବଂ ମା’ ମଧ୍ୟାହ୍ନରେ ଡିସିପି ଅଫିସ ଯାଇଥିଲେ। ସେଠାରେ ସେମାନେ ଶ୍ୱେତାଙ୍କ ୪ଘନିଷ୍ଠ ସାଙ୍ଗଙ୍କ ପରିଚୟ, ଫୋନ ନମ୍ବର ଏବଂ ସେମାନଙ୍କ ଠିକଣା ଦେଇଛନ୍ତି। ଉପରୋକ୍ତ ସାଙ୍ଗଙ୍କୁ ପଚରାଉଚରା କଲାପରେ ଶ୍ୱେତାଙ୍କୁ ସୌମ୍ୟଜିତ୍‌ ବ୍ଲାକମେଲ କରୁଥିବା ସମ୍ପର୍କରେ କିଛି ପ୍ରମାଣ ମିଳିବ ବୋଲି ସେମାନେ କହିଛନ୍ତି। ଏଥିସହ ଶ୍ୱେତାଙ୍କ ଲାପଟପ୍‌ ଓ ମୋବାଇଲରେ ଥିବା ତଥ୍ୟକୁ ଆଧାର କରି ତଦନ୍ତ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ତେବେ ଏନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ପ୍ରତିଶ୍ରୁତି ଦେଇଥିବା ଶ୍ୱେତାଙ୍କ ଭାଇ ପାଟ୍ରିଅଟ୍‌ ସେର୍‌ ଦାଶ କହିଛନ୍ତି।
ଏମ୍‌ବିଏ କଲାପରେ ଅଣଦେଖା କରିଥିଲେ: ଶ୍ୱେତାଙ୍କ ସାଙ୍ଗ
ଘଟଣାକୁ ନେଇ ଶ୍ୱେତାଙ୍କ ବନ୍ଧୁ ପ୍ରୀତିଶ ନାୟକ ଗଣମାଧ୍ୟମକୁ କହିଛନ୍ତି, ଗତ ୬ ମାସ ତଳେ ଉଭୟଙ୍କ ସମ୍ପର୍କରେ କିଛି ତିକ୍ତତା ରହୁଥିଲା। ଏନେଇ ଶ୍ୱେତା ତାଙ୍କ ମା’ବାପାଙ୍କୁ ମଧ୍ୟ ଜଣାଇଥିଲେ। ଏହାପରେ ଶ୍ୱେତାଙ୍କ ପିରବାର ଲୋକ ସମ୍ବଲପୁରସ୍ଥିତ ସୌମ୍ୟଜିତ୍‌ଙ୍କ ଘରକୁ ଯାଇ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ। କିଛି ସମସ୍ୟାର ମଧ୍ୟ ସମାଧାନ ହୋଇଯାଇଥିଲା। ହେଲେ ଅଗଷ୍ଟ ପ୍ରଥମ ସପ୍ତାହରେ ଶ୍ୱେତାଙ୍କ ସହ ଶେଷକଥା ହେବା ବେଳେ ସେ ବିବାହକୁ ନେଇ ଚିନ୍ତାରେ ଥିବା ଜଣାପଡ଼ିଥିଲା। ବିବାହ ସର୍ତ୍ତରେ ସୌମ୍ୟଜିତଙ୍କ ସହ ଶ୍ୱେତା ପ୍ରେମ ସମ୍ପର୍କ ରଖିଥିଲେ। ହେଲେ ସୌମ୍ୟଜିତ୍‌ ଏମ୍‌ବିଏ ପଢ଼ିବାକୁ ଏକ୍ସଆଇଏମ୍‌ବି ଗଲାପରେ ଶ୍ୱେତାଙ୍କୁ ଅଣଦେଖା କରିବା ଆରମ୍ଭ କରିଥିଲେ ବୋଲି ସେ କହିଛନ୍ତି।
ହାତ ଲେଖା ଡାଏରୀରେ ପ୍ରେମ ବଞ୍ଚାଇବାର ଲେଖା
ଶ୍ୱେତା ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ତାଙ୍କ ଡାଏରୀରେ ଇଂଲିଶରେ ଲେଖାଥିବା ଏକ ପୃଷ୍ଠା ଏବେ ଭାଇରାଲ ହେବାରେ ଲାଗିଛି। ସେଥିରେ ଲେଖାଯାଇଛି, ସେ ମୋତେ ତାଙ୍କ ପତ୍ନୀ ଭାବେ ଗ୍ରହଣ କରୁଛନ୍ତି। ସେ ନମ୍ରଭାବ ପ୍ରଦର୍ଶନ କରିବା ସହ ମୋତେ ଏବଂ ମୋ ବାପା, ମା’ଙ୍କୁ ସମ୍ମାନ ଜଣାଉଛନ୍ତି। ହେ ପ୍ରଭୁ ଆମ ସମ୍ପର୍କ ଯେଭଳି ଆହୁରି ପ୍ରେମମୟ ହୋଇଉଠିବ ଏବଂ ମଜଭୁତ ହେବ, ସେଥିପାଇଁ ସବୁବେଳେ ଆଶୀର୍ବାଦ କରୁଥାନ୍ତୁ। ଦିନକୁ ଦିନ ସୌମ୍ୟଜିତ ମହାପାତ୍ର ମତେ ଅଧିକ ଭଲ ପାଉଛନ୍ତି ଏବଂ ଆମ ସମ୍ପର୍କର ବନ୍ଧନ ଆହୁରି ଦୃଢ଼ ହେବାକୁ ଯାଉଛି। ହେ ପ୍ରଭୁ ଆମର ପ୍ରତ୍ୟେକଟି ସମସ୍ୟାର ସମାଧାନ ଦିଗରେ ସହାୟ ହୁଅନ୍ତୁ।”ସୌମ୍ୟଜିତ୍‌ ଲଭ୍ସ ଶ୍ୱେତା” ତେବେ ଏହି ଲେଖା କେବେର ଜଣାପଡ଼ି ନ ଥିବା ବେଳେ ଶ୍ୱେତା କିନ୍ତୁ ସୌମ୍ୟଜିତଙ୍କୁ ସତ ପ୍ରେମ କରୁଥିଲେ ଏବଂ ତାଙ୍କ ପ୍ରେମ ସମ୍ପର୍କକୁ ବଞ୍ଚାଇ ରଖିବାକୁ ଚାହୁଁଥିଲେ ବୋଲି ଏଥିରୁ ଜଣାପଡ଼ୁଛି।
ଭାଇରାଲ ହେଉଛି ଶ୍ୱେତା ପଠାଇଥିବା ହ୍ବାଟ୍ସଆପ୍‌ ମେସେଜ୍‌
ମୃତ୍ୟୁ ପୂର୍ବରୁ ସୌମ୍ୟଜିତଙ୍କ ମା’ଙ୍କୁ ଶ୍ୱେତା ହ୍ବାଟ୍ସଆପ୍‌ରେ ପଠାଇଥିବା ମେସେଜ୍‌ର ଏକ ସ୍କ୍ରିନ୍‌ଶଟ୍‌ ମଧ୍ୟ ଭାଇରାଲ ହେଉଛି। ସୌମ୍ୟଜିତ ତାଙ୍କୁ ପ୍ରେମ ବିଚ୍ଛେଦ କରିଥିବାରୁ ତାଙ୍କ ପାଇଁ ଖର୍ଚ୍ଚ କରିଥିବା ଟଙ୍କା ଫେରାଇବାକୁ ମା’ ଙ୍କୁ ଶ୍ୱେତା କହୁଛନ୍ତି। ଏଥିସହ କିଛି ଫଟୋ ଭାଇରାଲ କରିଦେବାର ସୌମ୍ୟଜିତ କାହିଁକି ଧମକ ଦେଉଛି ବୋଲି ଶ୍ୱେତା ପ୍ରଶ୍ନ କରିଛନ୍ତି।
୨ ଦିନ ହେଲା ସୌମ୍ୟଜିତ୍‌ଙ୍କ ଘରେ ତାଲା
ଶ୍ୱେତାଙ୍କ ଆତ୍ମହତ୍ୟା ପାଇଁ ସୌମ୍ୟଜିତ୍‌ଙ୍କୁ ଦାୟୀ କରାଯାଉଥିବାବେଳେ ତାଙ୍କର କିନ୍ତୁ ଦେଖା ମିଳୁନାହିଁ। ସମ୍ବଲପୁର ଜିଲା ଅଇଁଠାପାଲ୍ଲୀ ଥାନା ଅନ୍ତର୍ଗତ ବଂଶୀଧରନଗରସ୍ଥିତ ଘରୁ ସୌମ୍ୟଜିତ୍‌ ସୋମବାର ରାତି ପ୍ରାୟ ୧୦ଟା୦୬ରେ ଏକ ବାଇକରେ ଜଣେ ଯୁବକଙ୍କ ସହ କେଉଁଆଡ଼େ ଚାଲିଯାଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା। ତେବେ ଗତ ୨ଦିନ ହେଲା ଉକ୍ତ ଘର ତାଲା ପଡ଼ିଛି। ତେଣୁ ପୂରା ପରିବାର କେଉଁ ଆଡ଼େ ଚାଲିଯାଇଥିବା ସନ୍ଦେହ କରାଯାଉଛି।
ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ସୌମ୍ୟ
କଟକ ଅଫିସ,୨୫ା୮: ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉକତ୍ଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ଗିରଫଦାରିରୁ ବର୍ତ୍ତିବା ପାଇଁ ତାଙ୍କର ବୟଫ୍ରେଣ୍ଡ ଇଞ୍ଜିନିୟର ସୌମ୍ୟଜିତ ମହାପାତ୍ର ଗୁରୁବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇବା ଲାଗି ହାଇକୋର୍ଟରେ ଆବେଦନ କରିଛନ୍ତି। ସୂଚନାଯୋଗ୍ୟ, ଶ୍ୱେତାଙ୍କ ମୃତ୍ୟୁକୁ ନେଇ ତାଙ୍କ ପରିବାର ପକ୍ଷରୁ ସୌମ୍ୟଜିତଙ୍କ ବିରୋଧରେ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନାରେ ଦାଏର ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ ହୋଇଛି। ଏଣୁ ସୌମ୍ୟଜିତ୍‌ ଆଗୁଆ ଜାମିନ ପାଇଁ ଆବେଦନ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୀପ ପାଣିଗ୍ରାହୀଙ୍କୁ ଝଟକା

କଟକ,୨୩ା୪ (କାର୍ତ୍ତିକ ସାହୁ) ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ଲକ୍ଷ ଲକ୍ଷ ଟଙ୍କା ଠକିବା ଅଭିଯୋଗ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ଼ ଝଟକା ଲାଗିଛି।...

୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି, ଅମର-ଶ୍ରୀମୟୀଙ୍କୁ ମିଳିଲା…

ଭୁବନେଶ୍ୱର,୨୩।୪: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଦାୟିତ୍ୱ ଦିଆଯାଇଛି।...

ପାରଳାଖେମୁଣ୍ଡି ରାଜ୍ୟର ଉତ୍ତପ୍ତ ସହର

ଭୁବନେଶ୍ୱର,୨୩।୪: ଆଜି ପାରଳାଖେମୁଣ୍ଡି ପାଲଟିଛି ରାଜ୍ୟର ଉତ୍ତପ୍ତ ସହର। ସହରରେ ତାପମାତ୍ରା ୪୨.୮ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହ ୧୭ଟି ସହର ତାପମାତ୍ରା ୪୦ ଡିଗ୍ରୀ...

ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ,୨୩ା୪ (କାର୍ତ୍ତିକ ସାହୁ): ବରଗଡ଼ ଜିଲା ଭେଡେନ୍‌ ଥାନା ହାଜତ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ରୁଜୁ ମାମଲାରେ ହାଇକୋର୍ଟ ମୃତକ ମାଖୁନ୍‌ ବାଗ୍‌ଙ୍କ...

ଜାତୀୟ ଧାନ ଗବେଷଣା ଅନୁଷ୍ଠାନର ୭୯ତମ ପ୍ରତିଷ୍ଠା ଦିବସ: ପ୍ରଯୁକ୍ତି ବିଦ୍ୟାର ବିକାଶ ଉତ୍ପାଦନ ବୃଦ୍ଧିରେ ସାହାଯ୍ୟ କରିଛି’

କଟକ,୨୩ା୪ (କାର୍ତ୍ତିକ ସାହୁ) ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ର ୭୯ତମ ପ୍ରତିଷ୍ଠା ଦିବସ ଏବଂ ଧାନ ଦିବସ ପ୍ଲାଟିନମ୍‌ ଜୁବୁଲି ସମ୍ମିଳନୀ କକ୍ଷରେ ମଙ୍ଗଳବାର...

ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର, ପହଞ୍ଚିଲେ ହାଇକୋର୍ଟ

ପୁରୀ/ନୂଆଦିଲ୍ଲୀ,୨୩।୪: ଅଡୁଆରେ ପୁରୀ ଏମପି ପିନାକୀ ମିଶ୍ର । ପିନାକୀଙ୍କ ପିଛା ଛାଡୁନି ମହୁଆ ମୋଇତ୍ରା ବିବାଦ । ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛନ୍ତି ବିଜେଡି...

ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ...

ଭାଜପାରେ ଯୋଗ ଦେଲେ ହିନ୍ଦୋଳ ବିଧାୟିକା ସୀମା ନାୟକ

ଭୁବନେଶ୍ୱର,୨୩।୪: ଭାଜପାରେ ସାମିଲ ହେଲେ ହିନ୍ଦୋଳ ବିଧାୟକ ସୀମା ନାୟକ। ଗତକାଲି ରାତିରେ ସେ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ରାଜ୍ୟ କାର୍ଯ୍ୟାଳୟକୁ ଆସି ଆନୁଷ୍ଠାନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri